‘ମୂଳ ପୀଠକୁ ଅଗ୍ରାଧିକାର ଦିଆଯାଉ’

ପୁରୀ ଅଫିସ,୨୭ା୬: ସମ୍ପ୍ରତି ରଥର ଉଚ୍ଚତାକୁ ନେଇ ପ୍ରତିଯୋଗିତା ଚାଲିଛି। ଗିନିଜ୍‌ ବୁକ୍‌ ଅଫ୍‌ ରେକଡର୍‌ସରେ କେନ୍ଦୁଝରର ରଥକୁ ସର୍ବୋଚ୍ଚ ମାନ୍ୟତା ମିଳିଛି। ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ପୁରୀ ଘୋଷଯାତ୍ରା ପାଇଁ ନିର୍ମାଣ ହେଉଥିବା ରଥଠାରୁ ଉଚ୍ଚ ରଥ ନିର୍ମାଣ କରାଯିବା ଉଚିତ ନୁହେଁ ବୋଲି ଗଜପତି ମହାରାଜା ଦିବ୍ୟସିଂହ ଦେବ ପ୍ରତିକ୍ରିୟା ରଖିବା ପରେ ବିବାଦ ମୁଣ୍ଡ ଟେକିଛି। ଗଜପତି ମହାରାଜା କହିଛନ୍ତି, ପୁରୁଷୋତ୍ତମ କ୍ଷେତ୍ରକୁ ସର୍ବାଧିକ ମାନ୍ୟତା ଦିଆଯାଇ ଥାଏ। ଏଠାରେ ନିର୍ମାଣ ହେଉଥିବା ରଥଠାରୁ ଉଚ୍ଚ ରଥ ନିର୍ମାଣ କରାଯିବା ଅନୁଚିତ। ଶ୍ରୀଜଗନ୍ନାଥ ଗବେଷକମାନେ ମଧ୍ୟ ସମାନ କଥା କହିବେ। ଶ୍ରୀକ୍ଷେତ୍ରର ରଥକୁ ସମ୍ମାନ ଦେଇ ଗଡ଼ଜାତ ରାଜ୍ୟର ଶାସକମାନେ ପୁରୀ ରଥଠାରୁ ଛୋଟ ରଥ ନିର୍ମାଣ କରୁଥିଲେ। ସେହିଭଳି ପୁରୀରେ ରଥଯାତ୍ରା ସରିବା ପରେ ଅନ୍ୟ ସ୍ଥାନରେ ରଥ ନିର୍ମାଣ ହେଉଥିଲା। ମାତ୍ର ଏହି ପରମ୍ପରାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ମୂଳ ପୀଠର ଅନୁସରଣ ପୂର୍ବକ ପରମ୍ପରା ରକ୍ଷା କରାଯାଉ। ଏହା ବିରୋଧରେ କୌଣସି କାର୍ଯ୍ୟ କରାଯିବା ଉଚିତ ନୁହେଁ। ଗଜପତିଙ୍କ ଏଭଳି ପ୍ରତିକ୍ରିୟା ପରେ ପୁରୀ ସହରର ବୁଦ୍ଧିଜୀବୀ, ଜଗନ୍ନାଥ ସଂସ୍କୃତିପ୍ରେମୀ ଓ ସେବାୟତମାନେ ତାଙ୍କୁ ସମର୍ଥନ ଜଣାଇବା ସହ ମନମୁଖି କାର୍ଯ୍ୟକୁ ବିରୋଧ କରିଛନ୍ତି।
ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଆଙ୍କ ଆରାଧ୍ୟ ଦେବତା। ଏଣୁ ଶ୍ରୀମନ୍ଦିର ଏବଂ ଶ୍ରୀଜଗନ୍ନାଥ ପରମ୍ପରାକୁ ଅଗ୍ରାଧିକାର ମିଳିବା ଦରକାର। ମହାପ୍ରଭୁଙ୍କର ଏହା ମୂଳପୀଠ। ମୂଳପୀଠର ପରମ୍ପରା ସମ୍ପ୍ରସାରିତ ହେଉ, ମାତ୍ର ଏହାକୁ ଅତିକ୍ରମ କରିବାକୁ ଚେଷ୍ଟା କରା ନ ଯାଉ ବୋଲି ବରିଷ୍ଠ ସେବାୟତମାନେ ମତ ରଖିଛନ୍ତି। ଏହି ପ୍ରସଙ୍ଗରେ ବରିଷ୍ଠ ଦଇତାପତି ବିନାୟକ ଦାସମହାପାତ୍ର କହିଛନ୍ତି, ଗଜପତିଙ୍କ ପ୍ରତିକ୍ରିୟା ସହ ସେବାୟତମାନେ ଏକମତ। ଯେକେହି ମହାପ୍ରଭୁଙ୍କ ରଥଠାରୁ ଉଚ୍ଚ ରଥ ନିର୍ମାଣ କରିପାରିବେ ନାହିଁ। ଏଭଳି ମନମୁଖି କାର୍ଯ୍ୟକଳାପକୁ ବିରୋଧ କରାଯିବ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୀଠ ଆଧାରରେ କାର୍ଯ୍ୟ ହେବା ଉଚିତ। ୭୨ଫୁଟ୍‌ ଉଚ୍ଚର ରଥ ନିର୍ମାଣ କରି କେହି ମହାପ୍ରଭୁଙ୍କ ପୁରୁଷୋତ୍ତମ କ୍ଷେତ୍ର ସହ ପ୍ରତିଯୋଗିତା କରିବା ଅଶୋଭନୀୟ କାର୍ଯ୍ୟ ସଦୃଶ। ଏହାପରେ ଅନ୍ୟ କୌଣସି ଅନୁଷ୍ଠାନ ଆସି ଶହେ ଫୁଟ୍‌ର ରଥ ନିର୍ମାଣ କରିବେ। ଏହିଭଳି ଭାବେ ପ୍ରତିଯୋଗିତା ଚାଲିିବ। ସମସ୍ତେ ବୁଝିବା ଦରକାର ଯେ, ଏହା ପ୍ରତିଯୋଗିତାର କ୍ଷେତ୍ର ନୁହେଁ। ମହାପ୍ରଭୁ ସବୁଠାରୁ ଊର୍ଦ୍ଧ୍ୱରେ। ଏଣୁ ରଥ ନିର୍ମାଣ କରିଥିବା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ଆଗାମୀ ଦିନରେ ସେବାୟତମାନେ ଏକଜୁଟ୍‌ ହୋଇ ଏହି କାର୍ଯ୍ୟକୁ ବିରୋଧ କରିବେ ବୋଲି ସେ ପ୍ରକାଶ କରିଛନ୍ତି। ନନ୍ଦିଘୋଷ ରଥର ମୁଖ୍ୟ ମହାରଣା ବିଜୟ ମହାପାତ୍ର କହିଛନ୍ତି, ଶ୍ରୀକ୍ଷେତ୍ର ହେଉଛି ମହାପ୍ରଭୁଙ୍କର ମୂଳପୀଠ। ତେଣୁ ମୂଳପୀଠର ପରମ୍ପରାକୁ ସମ୍ମାନ ଦେଇ କାର୍ଯ୍ୟ କରାଯିବା ଉଚିତ। ସେହିପରି ନନ୍ଦିଘୋଷ ରଥର ଭୋଇ ସେବକ କାର୍ତ୍ତିକ ଭୋଇ କହିଛନ୍ତି, ରଥ ନିର୍ମାଣ ନେଇ ପ୍ରତିଯୋଗିତା ହେବା ଠିକ୍‌ କଥା ନୁହେଁ। ମହାପ୍ରଭୁଙ୍କ ରଥଠାରୁ ଉଚ୍ଚ ରଥ ନିର୍ମାଣ କରାଯିବା ମଧ୍ୟ ଅନୁଚିତ। ଉଲ୍ଲେଖଯୋଗ୍ୟ, ଗତ ୨ତାରିଖରେ କେନ୍ଦ୍ରାପଡ଼ାସ୍ଥିତ ଶ୍ରୀବଳଦେବ ଜୀଉ ମନ୍ଦିରର କେତେଜଣ ସେବାୟତ ପୁରୀ ଆସି ଶ୍ରୀମନ୍ଦିର ପ୍ରଶାସନ ଓ ବରିଷ୍ଠ ସେବାୟତମାନଙ୍କୁ ଉଚ୍ଚ ରଥ ନିର୍ମାଣ ସମ୍ପର୍କରେ ଅବଗତ କରାଇଥିଲେ। ମାତ୍ର ଏହାକୁ ସେତେବେଳେ ଶ୍ରୀମନ୍ଦିର ପ୍ରଶାସନ ଗୁରୁତ୍ୱ ଦେଇ ନ ଥିଲା। ଏବେ ଗଜପତି ମହାରାଜାଙ୍କ ପ୍ରତିକ୍ରିୟା ପରେ ସେବାୟତମାନେ ଏ ନେଇ ସ୍ବର ଉଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

୮ ଟଙ୍କାରେ ବିକିଥିଲେ, ୩୦ରେ କିଣୁଛନ୍ତିି

ରାମଚନ୍ଦ୍ରପୁର,୨୯ା୪(ଗଣେଶ୍ୱର ସା): ରାଜ୍ୟକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରିବାପାଇଁ ସରକାର ଉଦ୍ୟାନ ବିଭାଗ ଜରିଆରେ ଆଳୁ ମିଶନ କାର୍ଯ୍ୟକାରୀ କରିଛନ୍ତି। ମାତ୍ର ଏହା ଠିକ୍‌...

ବେକାରିଙ୍କ ମଧ୍ୟରେ ୮୩% ଯୁବପିଢ଼ି

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ଦେଶରେ ବେକାରି ସମସ୍ୟା ଚିନ୍ତାର ବିଷୟ ପାଲଟିଛି। ମାତ୍ର ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଏ)ର ରିପୋର୍ଟ ଅନୁଯାୟୀ, ୨୦୨୨ରେ ଭାରତର ମୋଟ ବେକାରି ଜନସଂଖ୍ୟାରେ...

ଶସ୍ତା ହୋଇପାରେ ବିମାନ ଟିକେଟ୍‌

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ବେସାମରିକ ବିମାନ ଚଳାଚଳ କ୍ଷେତ୍ର ନିୟାମକ (ଡିଜିସିଏ) ବିମାନ ସେବା ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛିି। ଏପ୍ରିଲ ୨୩ ରେ ଜାରି କରାଯାଇଥିବା...

ଭିକ୍ଷୁକମୁକ୍ତ ହୋଇପାରୁନି ସ୍ମାର୍ଟସିଟି

ଭୁବନେଶ୍ୱର,୨୯।୪ (ବନ୍ଦନା ସେଠୀ): ସ୍ମାର୍ଟସିଟି ଭୁବନେଶ୍ୱରକୁ ଭିକାରୀ ଏବଂ ଯାଯାବର (ବଞ୍ଜାରା)ମୁକ୍ତ କରିବାକୁ ଅଭିଯାନ ଆରମ୍ଭ କରିଥିଲା ବିଏମ୍‌ସି। ଯଦିଓ ପୂର୍ବଭଳି ସବୁ ମନ୍ଦିର ଆଗରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri