୨୫ କୋଟି ବର୍ଷ ତଳେ ପୃଥିବୀରେ ହୋଇଥିଲା ମହାପ୍ରଳୟ, ୯୦ ପ୍ରତିଶତ ପ୍ରାଣୀ ହୋଇଥିଲେ ଧ୍ୱଂସ…

ଲଣ୍ଡନ, ୨୧।୬ : ପୃଥିବୀରେ ପାଞ୍ଚଟିମହା ପ୍ରଳୟ ଘଟିଛି। ଯାହା ପୃଥିବୀରେ ଜୀବନ ସତ୍ତାକୁ ସମାପ୍ତ କରିଛି । ୨୫ କୋଟି ବର୍ଷ ପୂର୍ବେ ମଧ୍ୟ ଏପରି ବିପର୍ଯ୍ୟୟ ଘଟିଥିଲା ଯେଉଁଥିରେ ପୃଥିବୀର ୯୦ ପ୍ରତିଶତ ଜୀବନ ସତ୍ତା ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଥିଲା। ଏହାକୁ ଏଣ୍ଡ ପରମିୟାନ ବା ଗ୍ରେଟ ଡାଏଙ୍ଗ କୁହାଯାଏ। କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ବିପର୍ଯ୍ୟୟ ସତ୍ତ୍ୱେ ପୃଥିବୀରେ ଜୀବନ ସତ୍ତା ପୁଣି ଏକ ନାଟକୀୟ ଭାବରେ ପୁନର୍ଜନ୍ମ ଲାଭ କରିଥିଲା। ଏହି ପୁନର୍ଜନ୍ମରେ ଜନ୍ମିତ ପ୍ରାଣୀମାନେ ସେମାନଙ୍କ ପୂର୍ବପୁରୁଷଙ୍କ ଅପେକ୍ଷା ଚତୁର ଥିଲେ। ଏକ ନୂତନ ଅଧ୍ୟୟନରେ ଏହା ପ୍ରକାଶ ପାଇଛି ।

ଇଂଲଣ୍ଡର ବ୍ରିଷ୍ଟଲ ବିଶ୍ୱବିଦ୍ୟାଳୟର ନେତୃତ୍ୱରେ ପାଲିଓଣ୍ଟୋଲୋଜିଷ୍ଟମାନଙ୍କର ଏକ ଟିମ ଜାଣିବାକୁ ପାଇଛନ୍ତି ଯେ ଗ୍ରେଟ ଡାଇଙ୍ଗ ବିପର୍ଯ୍ୟୟ ପରେ ନୂତନ ବିକଶିତ ପ୍ରାଣୀ ଜନ୍ମ ହୋଇଥିଲେ। ଏଥିରେ କୁମ୍ଭୀର ଏବଂ ପକ୍ଷୀମାନଙ୍କର ପ୍ରଜାତି ଅତି ଦ୍ରୁତ ଗତିରେ ବିକଶିତ ହୋଇଥିଲା। ଏହା ବ୍ୟତୀତ, ଶିକାରକାରୀଙ୍କଠାରୁ ରକ୍ଷା ପାଇବା ର ଅଧିକ କ୍ଷମତା ମଧ୍ୟ ପ୍ରାଣୀମାନଙ୍କଠାରେ ଆସିଥିଲା ।

ସ୍ତନ୍ୟପାୟୀ ପ୍ରାଣୀ ଏବଂ ପକ୍ଷୀମାନଙ୍କଠାରେ କିଛି ପ୍ରକାରର କେଶ ଏବଂ ପର ବିକଶିତ ମଧ୍ୟ ହୋଇଥିଲା। ନୂତନ ଅଧ୍ୟୟନର ମୁଖ୍ୟ ଲେଖକ ପ୍ରଫେସର ମାଇକେଲ ବେଣ୍ଟନ କହିଛନ୍ତି ଯେ ସବୁକିଛି ଦ୍ରୁତ ଗତିରେ ଘଟିଥିଲା। ଆଜିର ପକ୍ଷୀ ଏବଂ ସ୍ତନ୍ୟପାୟୀ ପ୍ରାଣୀମାନଙ୍କ ମଧ୍ୟରେ ବହୁତ ପାର୍ଥକ୍ୟ ଅଛି। ଏଥି ସହିତ ସରୀସୃପମାନଙ୍କର ପ୍ରଜାତି ମଧ୍ୟ ଭିନ୍ନ ରହିଛନ୍ତି। ସରୀସୃପମାନେ ଶୀତଳ ରକ୍ତ, ଅର୍ଥାତ୍‌ ସେମାନଙ୍କ ଶରୀରରେ ଅଧିକ ଉତ୍ତାପ ଉତ୍ପନ୍ନ ହୁଏ ନାହିଁ ।  ସେମାନଙ୍କର ଅଧିକ ଥଣ୍ଡା ସମୟରେ ବଞ୍ଚିପାରନ୍ତି ନାହିଁ ।

ସ୍ଥଳଭାଗ ସହିତ ସମୁଦ୍ର ପ୍ରାଣୀ ଜଗତରେରେ ବିକାଶ ମଧ୍ୟ ଦେଖା ଦେଇଥିଲା। ସେମାନେ ବହୁତ ଚତୁର ଏବଂ ଶକ୍ତିଶାଳୀ ହୋଇଯାଇଥିଲେ। ବିନାଶ ପୂର୍ବରୁ ସେମାନଙ୍କର ପୂର୍ବପୁରୁଷମାନେ ଦୁର୍ବଳ ଥିଲେ। ଏହି ଗବେଷଣା ପାଇଁ ବ୍ୟବହୃତ ଜୀବାଶ୍ମଗୁଡ଼ିକ ଚାଇନା୍‌ର ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମା’ ହେଲା ବାଘୁଣୀ ‘ଜୟଶ୍ରୀ’: ୨ ଛୁଆ ମୃତ, ୧ ଜୀବିତ

ବାରଙ୍ଗ,୨୮ା୧୨: ନନ୍ଦନକାନନରେ ମା’ ହୋଇଛି ବାଘୁଣୀ ‘ଜୟଶ୍ରୀ’। ଜନ୍ମ ଦେଇଥିବା ୩ ଛୁଆ ମଧ୍ୟରୁ ୨ଟି ମୃତ୍ୟୁବରଣ କରିଥିବାବେଳେ ଗୋଟିଏ ଜୀବିତ ରହିଛି। ୩ ବର୍ଷୀୟ...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

୧୦ମ ଶ୍ରେଣୀ ଇତିହାସ, ରାଜନୀତି ବିଜ୍ଞାନ ବହିରେ ଭୁଲ୍‌ ତଥ୍ୟ

ଭଦ୍ରକ,୨୮।୧୨(ସନାତନ ରାଉତ): ୨୦୧୩ ମସିହାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମୁଦ୍ରିତ ଓ ପ୍ରକାଶିତ ୧୦ମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ...

ସରକାରଙ୍କ ବଡ଼ ଘୋଷଣା, ଅନ୍‌ଲାଇନରେ ହେବନି…

କଟକ,୨୮।୧୨(କାର୍ତ୍ତିକ ସାହୁ): ଏଣିକି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ମୋଟରଯାନ ନିୟମ ଉଲ୍ଲଂଘନରେ ଜାରି ହୋଇଥିବା ଇ-ଚାଲାଣ ବାବଦରେ ନଗଦ ଅର୍ଥ ଅଫ୍‌ଲାଇନରେ ଗ୍ରହଣ କରାଯିବ।...

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri