ସଙ୍ଗୀତ ନିର୍ଦ୍ଦେଶକ ଜାପାନୀଙ୍କୁ ଧମକ

ଭୁବନେଶ୍ୱର, ୨୧।୫(ବ୍ୟୁରୋ): ସଙ୍ଗୀତ ନିର୍ଦ୍ଦେଶକ ଜାପାନୀଙ୍କ ନାଁରେ ଆସିଛି ଧମକପୂର୍ଣ୍ଣ କଲ୍‌। କଟକ ଆସିଲେ ମାରିଦେବି। କଲ୍‌ କରୁଥିବା ବ୍ୟକ୍ତିଜଣକ ଏଭଳି ଅନେକ ଧମକପୂର୍ଣ୍ଣ କଥା କହି ସତର୍କ କରାଉଥିବା ଶୁଣିବାକୁ ମିଳୁଛି। ଜାପାନୀଙ୍କ ସହଯୋଗୀ ତଥା ଗୀତିକାର ତପୁଙ୍କ ମୋବାଇଲ୍‌ ଫୋନ୍‌କୁ ଆସିଥିବା ଏହି କଲ୍‌ ଏବେ ଭାଇରାଲ ହେବାରେ ଲାଗିଛି। ଏପଟେ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଜାପାନୀ ଓ ସହଯୋଗୀମାନେ ଭୁବନେଶ୍ୱର ଖାରବେଳନଗର ଥାନାରେ ଏତଲା ଦେଇଛନ୍ତି। ପୋଲିସ ମାମଲା ନଂ.୧୪୯/୨୨ ରୁଜୁ କରି ତଦନ୍ତ ଆରମ୍ଭ କରିଛି। ହ୍ୟୁମାନଙ୍କ ସହଯୋଗୀ ତଥା ସାଗର ସଙ୍ଗମ ଗ୍ରୁପ୍‌ର ସଦସ୍ୟ ବବୁଲୁ ମହମ୍ମଦ ଆବିଦ ତପୁଙ୍କୁ ଫୋନ୍‌ କରି ଏପରି ଧମକ ଦେଇଥିବା ଏତଲାରେ ଉଲ୍ଲେଖ କରାଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭଜନ ଗାଇବାକୁ ସଙ୍ଗୀତ ନିର୍ଦ୍ଦେଶକ ଜାପାନୀ ବହୁବାର ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କୁ ନିବେଦନ କରୁଥିବାରୁ ଏପରି ଧମକ ମିଳିଥିବା କୁହାଯାଉଛି। ଫଳରେ ଏହି ଘଟଣାକୁ ନେଇ ଲୋକପ୍ରିୟ ଓଲିଉଡ୍‌ ଗାୟକ ହ୍ୟୁମାନ ବିବାଦ ଘେରକୁ ଚାଲି ଆସିଛନ୍ତି।
ସମ୍ପର୍କରେ ଜାପାନୀ କୁହନ୍ତି, ହ୍ୟୁମାନ କାଳିଆ ଭଜନଟେ ଗାଇବେ ବୋଲି ଗତ ୫ ବର୍ଷ ଧରି ତାଙ୍କ ପଛରେ ଲାଗିଛି। ଆମ ଇତିହାସ କହୁଛି ଅନେକଥର କାଳିଆ ପାଇଁ ମହମ୍ମଦ ଅଜିଦ, ମହମ୍ମଦ ସିକନ୍ଦର ଆଲମ, ସରୋଜ ନନ୍ଦ ଗୀତ ଗାଇଛନ୍ତି। ହ୍ୟୁମାନଙ୍କ କଣ୍ଠରୁ କାଳିଆ ଭଜନ ଶୁଣିବାକୁ ଶ୍ରୋତାମାନେ ଚାହିଁ ବସିଛନ୍ତି। କିନ୍ତୁ ସେ କାହିଁକି ମନା କରୁଛନ୍ତି ମୁଁ କିଛି ବୁଝିପାରୁ ନାହିଁ ବୋଲି ଜାପାନୀ କହିଛନ୍ତି। କଣ୍ଠଶିଳ୍ପୀ ହ୍ୟୁମାନ କହିଛନ୍ତି, ମୋ ମନ ଦୁଃଖ ଯେ, ମୋ ନଁାରେ ଏତଲା ଦିଆଯାଇଛି। ମହାପ୍ରଭୁଙ୍କ ଗୀତ ଗାଇବାକୁ ମୋର ଡୋରି ଲାଗି ନାହିଁ। ଯେବେ ଲାଗିବ ସାରା ଓଡିଶା ଝୁମିବ। ମୋତେ ସବୁବେଳେ ଜଗନ୍ନାଥ ଭଜନ ଶୁଣିବାକୁ ଭଲ ଲାଗେ। ମୋତେ ବହୁତ ଖରାପ ଲାଗୁଛି ଭୁଲ୍‌ ନ କରି, ମୋତେ ଭୁଲ୍‌ ବୋଲି କୁହାଯାଉଛି। ଏହା ଠିକ୍‌ ନୁହେଁ ବୋଲି ସେ କହିବା ସହ ଅଭିଯୋଗ କରିଥିବା ଭାଇମାନଙ୍କୁ ଜଗନ୍ନାଥ ସଦ୍‌ବୁଦ୍ଧି ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri