ଟୁଇଟର ଡିଲ୍‌ ପଛରେ ବିନିତା

ଓ୍ବାଶିଂଟନ୍‌, ୧୧ା୫: ଟେସ୍‌ଲା ସିଇଓ ଏଲନ୍‌ ମସ୍କ ଟୁଇଟର କିଣାକୁ ନେଇ ଚର୍ଚ୍ଚା ଥମି ନ ଥିବାବେଳେ ଏବେ ଏଥିରେ ଆଉ ଏକ ଖବର ଆଲୋଚନାକୁ ଆସିଛି। ଟୁଇଟମର ଡିଲ୍‌ରେ ଏହି ମାଇକ୍ରୋ ବ୍ଲଗିଂ ସାଇଟ୍‌ର ସିଇଓ ପରାଗ ଅଗ୍ରଓ୍ବାଲଙ୍କ ସ୍ତ୍ରୀ ବିନିତା ଅଗ୍ରଓ୍ବାଲ୍‌ଙ୍କ ଭୂମିକା ରହିଥିବା ଚର୍ଚ୍ଚା ହେଉଛି। ମସ୍କ ୭.୧ ବିଲିୟନ ଡଲାର ଫାଇନାନ୍ସ କମିଟମେଣ୍ଟ (ପାଣ୍ଠି ଯୋଗାଣ ପ୍ରତିଶ୍ରୁତି) କରିଥିବାବେଳେ ସେଥିରୁ ୪୦ କୋଟି ଡଲାର କେବଳ ଆଣ୍ଡ୍ରିସେନ୍‌ ହୋରୋଓ୍ବିଜ୍‌ ନାମକ ଆମେରିକୀୟ ଭେଞ୍ଚର କ୍ୟାପିଟାଲ ଫାର୍ମ ଦେବ ବୋଲି ରାଜି ହୋଇଛି। ୩୫ ବର୍ଷୀୟା ବିନିତା ଏହି ଫାର୍ମର ଜେନେରାଲ ପାର୍ଟନର ରହିଛନ୍ତି। ତେଣୁ ମସ୍କଙ୍କ ଏହି ଡିଲ୍‌କୁ ଫଣ୍ଡିଂ ପାଇଁ ବିନିତାଙ୍କ ପ୍ରମୁଖ ଭୂମିକା ଥିବା କୁହାଯାଉଛି। ମସ୍କ ଟୁଇଟର କ୍ରୟ କରିବା ପରେ ବିନିତାଙ୍କୁ ଟୁଇଟରରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିପାରେ ବୋଲି ମଧ୍ୟ ରିପୋର୍ଟ ପ୍ରକାଶ ପାଇଥିଲା। ଅପରପକ୍ଷେ ଟୁଇଟର ଓ ଫେସ୍‌ବୁକ୍‌ ପରସ୍ପରର ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ହୋଇଥିବାବେଳେ ଏହି ଫାର୍ମ ମେଟାକୁ ମଧ୍ୟ ବିପୁଳ ମାତ୍ରାରେ ପାଣ୍ଠି ଯୋଗାଣ କରିଛି। ଫାର୍ମ ସହ-ପ୍ରତିଷ୍ଠାତା ବେନ୍‌ ହୋରୋଓ୍ବିଜ୍‌ ନିକଟରେ ମସ୍କଙ୍କୁ ପ୍ରଶଂସା କରିବା ସହ ଟୁଇଟରକୁ ଆଶା ଅନୁଯାୟୀ ସଫଳତାର ଶୀର୍ଷକୁ ନେବାରେ ଟେସ୍‌ଲା ସିଇଓଙ୍କ ନିକଟରେ ସାହସ ଓ ଦକ୍ଷତା ଥିବା ଟୁଇଟ କରିଥିଲେ। ଏହାଦ୍ୱାରା ଏକ ବଡ଼ ଧରଣର କନ୍‌ଫ୍ଲିକ୍ଟ ଅଫ୍‌ ଇଣ୍ଟ୍ରେଷ୍ଟ (ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ) ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି।
ବିନିତା ଅଗ୍ରଓ୍ବାଲ କିଏ
ଆଣ୍ଡ୍ରିସେନ୍‌ ହୋରୋଓ୍ବିଜ୍‌ରେ କାମ କରିବା ପୂର୍ବରୁ ଭାରତୀୟ-ଆମେରିକୀୟ ବିନିତା ଅଗ୍ରଓ୍ବାଲ ହେଲ୍‌ଥ କେୟାର ସେକ୍ଟରରେ କାର୍ଯ୍ୟରତ ଥିଲେ। ସେ ଜଣେ ଫିଜିସିଆନ୍‌ ସହ ହେଲ୍‌ଥଟେକ୍‌ ଷ୍ଟାର୍ଟଅପ୍‌ ପରିଚାଳକ ଥିଲେ। ଗୁଗଲ ଭେଞ୍ଚର ଲାଇଫ୍‌ ସାଇନ୍ସ ଟିମ୍‌ରେ ଜଣେ ଭେଞ୍ଚର ଇନ୍‌ଭେଷ୍ଟର ରହିଛନ୍ତି। କିରୁସ୍‌ରେ ଜଣେ ଡାଟା ସାଇଣ୍ଟିଷ୍ଟ ଭାବେ ସେ କାମ କରିବା ସହ ମ୍ୟାକ୍‌କିଞ୍ଜି ଆଣ୍ଡ୍‌ କୋ. ସଂସ୍ଥାରେ ବାୟୋଟେକ୍‌, ଫାର୍ମାସ୍ୟୁଟିକାଲ, ମେଡିକାଲ ଡିଭାଇସ୍‌ କ୍ଲାଇଣ୍ଟଙ୍କ ପାଇଁ ମ୍ୟାନେଜମେଣ୍ଟ କନ୍‌ସଲଟାଣ୍ଟ ଭାବେ କାର୍ଯ୍ୟ କରିଛନ୍ତି। ଫ୍ଲାଟିରନ୍‌ ହେଲ୍‌ଥରେ ସେ ପ୍ରଡକ୍ଟ ମ୍ୟାନେଜମେଣ୍ଟ ଡିରେକ୍ଟର ମଧ୍ୟ ରହିଛନ୍ତି। ବିନିତା ବୋର୍ଡ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏମ୍‌ଆଇଟି ଏବଂ ହାଭାର୍ଡରୁ କମ୍ପ୍ୟୁଟେଶନାଲ ବାୟୋଲୋଜି ଓ ହ୍ୟୁମାନ୍‌ ଜେନେଟିକ୍ସରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ଆଣ୍ଡ୍ରେସେନ୍‌ ହୋରୋଓ୍ବିଜ୍‌ରେ ଜେନେରାଲ ପାର୍ଟନର ଭାବେ ସେ ଫାର୍ମର ବାୟୋ ଏବଂ ହେଲ୍‌ଥ ଫଣ୍ଡ ପାଇଁ ପୁଞ୍ଜି ବିନିଯୋଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛନ୍ତି। ଏହାବାଦ୍‌ ବିନିତା ବିଗ୍‌ହ୍ୟାଟ୍‌ ବାୟୋସାଇନ୍ସ, ଜିସି ଥେରାପିଟିକ୍ସ, ମେମୋରା ହେଲ୍‌ଥ, ଥାଇମି କେୟାର, ପର୍ଲ ହେଲ୍‌ଥ ଏବଂ ଓ୍ବେମାର୍କ କମ୍ପାନୀରେ ବୋର୍ଡ ସଦସ୍ୟ ରହିଛନ୍ତି। ୨୦୧୬ରେ ବିନିତା ତାଙ୍କ ଦୀର୍ଘଦିନର ପ୍ରେମିକ ପରାଗ ଅଗ୍ରଓ୍ବାଲଙ୍କୁ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏ କି ସଙ୍କେତ! ରାତାରାତି ରକ୍ତ ପରି ନାଲି ହୋଇଗଲା ସମୁଦ୍ର; ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୭ା୧୨: ଇରାନର ହରମୁଜ୍ ଦ୍ୱୀପର ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ ଅଦ୍ଭୁତ ଏବଂ ଚମତ୍କାର ପରିବର୍ତ୍ତନ ଦେଖିବାକୁ ମିଳିଛି। ସାମ୍ପ୍ରତିକ ପ୍ରବଳ ବର୍ଷା ପରେ ଦ୍ୱୀପର ବେଳାଭୂମି...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri