ଘଟକେଶ୍ୱର ସେଚ ପ୍ରକଳ୍ପର ବଢ଼ୁଛି ବ୍ୟୟ

ବ୍ରହ୍ମପୁର ଅଫିସ,୫।୫: ଗଞ୍ଜାମ ଜିଲାର ଘଟକେଶ୍ୱର ବହୁମୁଖୀ ଜଳସେଚନ ପ୍ରକଳ୍ପ ନିର୍ମାଣ ବିଳମ୍ବରୁ ବଢ଼ୁଛି ବ୍ୟୟ ଅଟକଳ। ଏହି ଯୋଜନା ବ୍ରହ୍ମପୁର ସବ୍‌ଡିଭିଜନ ଅନ୍ତର୍ଗତ ଆଦିବାସୀ ବହୁଳ କଙ୍କିଆ-ଟାମଣା ନିକଟ ପ୍ରସିଦ୍ଧ ଶୈବପୀଠ ଘଟକେଶ୍ୱର ପାର୍ଶ୍ୱରେ ହେଉଛି। ପ୍ରକଳ୍ପ ପାଇଁ ୧୯୮୭ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଳଭ ପଟ୍ଟନାୟକ ପ୍ରଥମେ ଶିଳାନ୍ୟାସ କରିଥିଲେ। ଏହାର ୩୫ ବର୍ଷ ବିତିଛି ଏବଂ ନିର୍ମାଣ ଅସମ୍ପୂର୍ଣ୍ଣ ରହିଛି। ଅପରପକ୍ଷରେ ଏହାର ମୂଳ ବ୍ୟୟ ଅଟକଳ ସେତେବେଳେ ୧୦ କୋଟି ଟଙ୍କା ହୋଇଥିବା ବେଳେ ଏବେ ୧୭୨ କୋଟିକୁ ବୃଦ୍ଧି ପାଇଛି। ଏପ୍ରିଲ ୨୯ରେ ମୁଖ୍ୟ ଶାସନ ସଚିିବ ସୁରେଶ ଚନ୍ଦ୍ର ମହାପାତ୍ର, ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ୫-ଟି ସଚିବ ଭି.କେ. ପାଣ୍ଡିଆନ ପ୍ରକଳ୍ପ ସ୍ଥଳ ପରିଦର୍ଶନ ଓ ଯୋଜନାର ସମୀକ୍ଷା ବେଳେ ବର୍ଦ୍ଧିତ ବ୍ୟୟ ଅଟକଳ ଜଣାପଡ଼ିଛି। କେନ୍ଦ୍ର ସରକାରଙ୍କ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ଅନୁମତି ମିଳିବାରେ ଅହେତୁକ ବିଳମ୍ବରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରି ନ ଥିଲା। ବିଜେଡି ସରକାରଙ୍କ ତୃତୀୟ ପାଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଦ୍ୱିତୀୟ ଥର ଶିଳାନ୍ୟାସ କରାଯାଇଥିଲା। ତେବେ ଯୋଜନା ପାଇଁ ବିସ୍ଥାପିତ ହେବାକୁ ଥିବା ସରାକୋଟ ସମେତ ଅନ୍ୟ ଆଦିବାସୀ ଗ୍ରାମବାସୀଙ୍କ ଥଇଥାନ ଓ ଅନ୍ୟ କାର୍ଯ୍ୟ ନିମନ୍ତେ ସମସ୍ୟା ଉପୁଜିଥିଲା। ଏହାର ସମାଧାନ ପର୍ଯ୍ୟାୟକ୍ରମେ ହୋଇଛି ଏବଂ ୨୦୨୦ରୁ ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ କରାଯାଇଛି। ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ କରାଯିବାର ଲକ୍ଷ୍ୟ ରଖାଯାଇଛି। ମୁଖ୍ୟ ଶାସନ ସଚିିବ ମଧ୍ୟ ସମୀକ୍ଷା ବେଳେ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ଦିଗପହଣ୍ଡି ନିର୍ବାଚନମଣ୍ଡଳୀ କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ କଙ୍କିଆ-ଟାମଣା ନିକଟ ଘଡ଼କା ନାଳ ଉପରେ ଘଟକେଶ୍ୱର ପ୍ରକଳ୍ପର ହେଡ୍‌ୱାର୍କ ବା ଡ୍ୟାମ୍‌ ନିର୍ମାଣ କରାଯାଇଛି। ଯୋଜନା ସମ୍ପୂର୍ଣ୍ଣ ହେଲେ କୁକୁଡ଼ାଖଣ୍ଡି ଓ ରଙ୍ଗେଇଲୁଣ୍ଡା ବ୍ଲକର ଅନୂ୍ୟନ ୫ ଶହ ହେକ୍ଟର ଚାଷ ଜମିକୁ ସୁବିଧାରେ ସେଚ ବ୍ୟବସ୍ଥା ହେବ। ଏହାଦ୍ୱାରା ବ୍ରହ୍ମପୁର ଗୋଷାଣୀନୂଆଗଁା ଅଞ୍ଚଳର ପ୍ରାୟ ୭୫ ହଜାର ବାସିନ୍ଦାଙ୍କୁ ନିୟମିତ ପିଇବା ପାଣି ଯୋଗାଣ ହୋଇପାରିବ। ଜଳ ସମ୍ପଦ ବିଭାଗ ପକ୍ଷରୁ ପ୍ରକଳ୍ପ ନିର୍ମାଣ କରାଯାଉଛି। ଘଟକେଶ୍ୱରକୁ ସମ୍ପୃକ୍ତ ବିଭାଗର ଘୋଡ଼ାହାଡ଼ ଡିଭିଜନ ଅନ୍ତର୍ଭୁକ୍ତ କରାଯାଇଛି। ୩ ସଚିବଙ୍କ ପରିଦର୍ଶନ ପରେ ଧାର୍ଯ୍ୟ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ହେବାର ଆଶା କରାଯାଇଛି। ପ୍ରକାଶ ଯେ, ଘଟକେଶ୍ୱର ଯୋଜନାର ପ୍ରଥମ ସମୀକ୍ଷା ବୈଠକ ୨୦୧୦ ଜୁଲାଇ ୬ରେ ବ୍ରହ୍ମପୁରରେ ତତ୍କାଳୀନ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଚନ୍ଦ୍ରଶେଖର କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ସେତେବେଳେ ଭି. କେ. ପାଣ୍ଡିଆନ ଗଞ୍ଜାମ ଜିଲାପାଳ ଥିଲେ। ଖଲ୍ଲିକୋଟ, ଛତ୍ରପୁର, ଗୋପାଳପୁର ଓ ବ୍ରହ୍ମପୁର ବିଧାୟକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ଯନ୍ତ୍ରୀ ଯୋଗ ଦେଇଥିଲେ। ଯୋଜନା ନିମନ୍ତେ ବିସ୍ଥାପିତ ଗ୍ରାମବାସୀଙ୍କ ପ୍ରତିନିଧିମାନେ ଉପସ୍ଥିତ ରହି ବିଭିନ୍ନ ଦାବି ପ୍ରସ୍ତାବ ଦେଇଥିଲେ। ପର୍ଯ୍ୟାପ୍ତ କ୍ଷତିପୂରଣ ଦିଆଯିବା ଏବଂ ଥଇଥାନ କଲୋନୀ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହାର ୧୨ ବର୍ଷ ପରେ ଗତମାସ ଶେଷ ବେଳକୁ ପୁଣି ସରକାରୀ ପଦାଧିକାରୀ ଡ୍ୟାମ୍‌ ସ୍ଥଳ ପରିଦର୍ଶନ ଓ ସମୀକ୍ଷା କରିଛନ୍ତି। ଅପରପକ୍ଷରେ କୃଷିପ୍ରଧାନ ଏହି ଜିଲାରେ ଜଳସେଚନ ବ୍ୟବସ୍ଥାର ସମ୍ପ୍ର୍ରସାରଣ କରାଯାଉନାହିଁ। ବର୍ତ୍ତମାନର ବିଜେଡି ଶାସନରେ ଗୋଟିଏ ବି ନୂଆ ମଧ୍ୟମ ପ୍ରକଳ୍ପ ହୋଇନାହିଁ। ପୂର୍ବ କଂଗ୍ରେସ ସରକାର ସମୟରେ ଆରମ୍ଭ ହୋଇଥିବା ବାଘୁଆ, ବାଘଲଟି ଓ ଅନ୍ୟ ପ୍ରକଳ୍ପଗୁଡ଼ିକ ଅସମ୍ପୂର୍ଣ୍ଣ ରହିଛି। ବିଭିନ୍ନ ଯୋଜନା ନାଁରେ ସଂଶୋଧିତ ବ୍ୟୟ ଅଟକଳ ବୃଦ୍ଧି ପାଇବାରେ ଲାଗିଛି। ସୋରଡ଼ା ନିକଟସ୍ଥ ପିପଳପଙ୍କା ଯୋଜନା ପ୍ରସ୍ତାବରେ ଅଟକିଯାଇଛି। କ୍ଷୁଦ୍ର ଜଳସେଚନ ଯୋଜନାଗୁଡ଼ିକର ବିକାଶ ପ୍ରତି ଆଖି ବୁଜି ଦିଆଯାଇଛି। ନିର୍ବାଚିତ ଜନପ୍ରତିିନିଧିମାନେ ଉଦ୍ୟମ କରୁନଥିବା ସଚେତନ ମହଲ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଆଉ ତା’ପରେ ଘଟିଗଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଘୋଡାହାଡ ଡ଼୍ୟାମ ରାସ୍ତାର ଦ୍ବାର ଗାଁ ମୁଖ୍ୟରାସ୍ତା କ୍ରସର ନିକଟରେ ଗୁରୁବାର ମଧ୍ୟାହ୍ନରେ ଦୁଇ ବାଇକ...

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ସହାୟତା ଦାବି

ଦିଗପହଣ୍ଡି,୨୫।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ଗତ...

‘ଦେଶ ପାଇଁ ବାଜପେୟୀଙ୍କ ଅବଦାନ ଅବିସ୍ମରଣୀୟ’

ଛତ୍ରପୁର,୨୫ା୧୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଭାରତର ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ସମାରୋହ ସୁଶାସନ ଦିବସ ପାଳିତ ହୋଇଯାଇଛି।...

ମତ୍ସ୍ୟ ଚାଷ ପ୍ରତି ବଢୁଛି ଆଗ୍ରହ: ଚାଷୀଙ୍କୁ ୪୦ ରୁ ୫୦ ପ୍ରତିଶତ ମିଳୁଛି ସବସିଡି

ଭଞ୍ଜନଗର,୨୫/୧୨(ବାବୁଲା ପ୍ରଧାନ): ଚିକେନ, ମଟନ ଅପେକ୍ଷା ମାଛ ସ୍ବାସ୍ଥ୍ୟ ପାଇଁ ହିତକର। ତେଣୁ ମାଛ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି। କିନ୍ତୁ ଗଞ୍ଜାମ ଜିଲାରେ ଆବଶ୍ୟକତା...

ଜାତୀୟ କବାଡ଼ି ପ୍ରତିଯୋଗିତାରେ ଭାଗ ନେବେ ଓଡ଼ିଆ ପୁଅ ଶିବପ୍ରସାଦ

ଗଞ୍ଜାମ,୨୫ା୧୨(ବିଦ୍ୟାଧର ସାହୁ): ଆସନ୍ତା ୬ ତାରିଖରେ ରାଇପୁର ଭିଲାଇ ରାଜକୁମାର କଲେଜରେ ଅନୁଷ୍ଠିତ ହେବ ନ୍ୟାଶନାଲ ଇଭେଣ୍ଟ କବାଡ଼ି। ଏହି ପ୍ରତିଯୋଗିତାରେ ଖେଳିବାକୁ ଓଡ଼ିଶାର ଦୁଇ...

ଶୀତ ମହୋତ୍ସବରେ ଯୋଗଦେବେ ବିଧାନସଭାର ପୂର୍ବତନ ଉପବାଚସ୍ପତି, ସହମତି ପ୍ରକାଶ କରି…

ଦାରିଙ୍ଗବାଡ଼ି,୨୫ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଜାନୁଆରୀରେ ହେବାକୁ ରହିଥିବା ଶୀତ ମହୋତ୍ସବରେ ଅନ୍ୟ ଅତିଥିଙ୍କ ମଧ୍ୟରେ ବିଧାନସଭାର ପୂର୍ବତନ ଉପବାଚସ୍ପତି ସାଲୁଗା ପ୍ରଧାନ ଯୋଗଦେବାକୁ...

ଦିଗପହଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୨୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି । ରାଜ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri