ନନ୍ଦନକାନନରେ ପୁଣି ହେବ ବାଘଙ୍କ ମିଳନ ପ୍ରକ୍ରିୟା : ତିନି ଯୋଡ଼ିକୁ ସାମିଲ କରାଯିବ

ବାରଙ୍ଗ,୧୫।୭(ଡି.ଏନ.ଏ.) : ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ପୁଣି ଆରମ୍ଭ ହେବାକୁ ଯାଉଛି ବାଘମାନଙ୍କ ମିଳନ ପ୍ରକ୍ରିୟା। କଳାଲୋମଯୁକ୍ତ ବାଘଛୁଆ ଜନ୍ମ କରି ନନ୍ଦନକାନନ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲା। ଭାରତର ବଡ଼ ୧୮ଟି ଚିଡିଆଖାନା ମଧ୍ୟରେ ନୂଆ ଇତିହାସ ରଚି ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ସେଥିପାଇଁ ୭ମାସର ବ୍ୟବଧାନ ପରେ ପୁଣି ଅଗଷ୍ଟରେ ଜନ୍ତୁବିଭାଗ ପକ୍ଷରୁ ଆରମ୍ଭ ହେବାକୁ ଯାଉଛି ୩ଯୋଡି ବାଘଙ୍କ ମିଳନ। ଏହି ପ୍ରକ୍ରିୟାରେ ସାମିଲ ହେବେ ଧଳା ମହାବଳ ବାଘ ସମ୍ରାଟ ସହ ନାଲି ବାଘୁଣୀ ରେଣୁକା, ହାଇଦ୍ରାବାଦରୁ ଆସିଥିବା ଜଙ୍ଗଲୀ ବାଘୁଣୀ ସାରା ସହ ସାତକୋଶିଆରୁ ନନ୍ଦନକାନନକୁ ପଶିଆସିଥିବା ଜଙ୍ଗଲୀ ମହାବଳ ବାଘ ନନ୍ଦନ ଏବଂ ଧଳାବାଘୁଣୀ ସ୍ନେହା ସହ ହାଇଦ୍ରାବାଦରୁ ଆସିଥିବା ଜଙ୍ଗଲୀ ମହାବଳ ବାଘ ସେଫ୍‌।
ଧଳା ମହାବଳ ବାଘ ସମ୍ରାଟ ସହ ମିଳନ ଯୋଗୁ ବାଘୁଣୀ ରେଣୁକା ୨୦୧୮ ଡିସେମ୍ବର ୨୨ରେ କଳାଲୋମଯୁକ୍ତର ଦୁଇଟି ଛୁଆ ଜନ୍ମଦେଇ ନନ୍ଦନକାନନକୁ ଚର୍ଚ୍ଚାକୁ ଆଣିଥିଲା। ଏହା ଦୁହିଁଙ୍କର ଦ୍ୱିତୀୟ ମିଳନ ଥିଲା। ଏହା ପୂର୍ବରୁ ହୋଇଥିବା ମିଳନରୁ ରେଣୁକା ୨୦୧୬ ମେ ୨୫ରେ ଏକ ମଲା କଳାଛୁଆ ଜନ୍ମ ଦେଇଥିଲା। ପୁଣି କଳାଲୋମଯୁକ୍ତ ବାଘଶାବକର ଆଶା ରଖି ଏବେ ତୃତୀୟଥର ପାଇଁ ଏହି ଯୋଡିଙ୍କର ମିଳନ ହେବାକୁ ଯାଉଛି। ରୋହିତ ଓ ଶୈଳଜା ଔରସରୁ ରେଣୁକା ୨୦୦୮ ଫେବୃୟାରୀ ୨୮ରେ ଜନ୍ମଗ୍ରହଣ କରିଥିବାବେଳେ ନିଶାନ ଓ କୁସୁମ ଔରସରୁ ୨୦୧୦ ମାର୍ଚ୍ଚ୧ରେ ଜନ୍ମଗ୍ରହଣ କରିଥିଲା ସମ୍ରାଟ ଓ ଧଳାବାଘୁଣୀ ସ୍ନେହା। ଏହି ଯୋଡି ନନ୍ଦନକାନନ ପାଇଁ ବିଶେଷରୂପେ ଗୁରୁତ୍ୱ ବହନ କରିଛିି। ଦ୍ୱିତୀୟଥର ଡିସେମ୍ବରରେ ରେଣୁକା ପିଲା ଜନ୍ମ କରିଥିବାରୁ ଚଳିତ ଡିସେମ୍ବରକୁ ଆଶା ରଖି ଏମାନଙ୍କ ମିଳନ ପାଇଁ ଜନ୍ତୁ ବିଭାଗ ପକ୍ଷରୁ ଉଦ୍ୟମ ଚାଲିଛି।
ଅନ୍ୟପକ୍ଷରେ ୧୮ ଏପ୍ରିଲ ୨୦୦୯ରେ ହାଇଦ୍ରାବାଦରୁ ଜଙ୍ଗଲୀ ବାଘୁଣୀ ସାରାକୁ ନନ୍ଦନକାନନକୁ ଅଣାଯାଇଥିଲା। ସେହିଭଳି ପ୍ରେମପାଗଳ ମହାବଳ ବାଘ ନନ୍ଦନ ସାତକୋଶିଆରୁ ଆସି ୨୦୧୩ ଜୁଲାଇ ୭ରେ ନନ୍ଦନକାନନରେ ପଶିଥିଲା। ୨୦ ଏପ୍ରିଲ ୨୦୧୬ରେ ନନ୍ଦନ ଓ ମେଘାର ପ୍ରଥମକରି ମିଳନରୁ ବାହୁବଳୀ ଓ କୁନ୍ଦନ ଜନ୍ମ ହୋଇଥିବାବେଳେ ଏବେ ସାରା ଓ ନନ୍ଦନଙ୍କ ମିଳନ ପାଇଁ ଯୋଜନା କରାଯାଇଛି। ସେହିପରି ପୂର୍ବରୁ ସେଫ୍‌ ସହ ଅଙ୍କିତାର ମିଳନ ହୋଇଥିଲା। ଫଳରେ ୨୦୧୮ ଜାନୁୟାରୀ ୧୨ରେ ଅଙ୍କିତା ଦୁଇଟି ଛୁଆ ଜନ୍ମ ଦେଇଥିଲା। ହେଲେ ସେଥିମଧ୍ୟରୁ ଅଣ୍ଡିରାଛୁଆ ମରିଯାଇଥିଲାବେଳେ ମାଈଛୁଆଟି ବଞ୍ଚତ୍ୟାଇଥିଲା। ୭ ଡିସେମ୍ବର ୨୦୧୬ରେ ହାଇଦ୍ରାବାଦ ନେହେରୁ ଜୁଲୋଜିକାଲ ପାର୍କରୁ ସେଫ୍‌କୁ ପଶୁପକ୍ଷୀ ଅଦଳବଦଳ ପ୍ରକ୍ରିୟାରେ ଅଣାଯାଇଥିଲା। ସୂଚନାଥାଉ କି ଅଗଷ୍ଟରେ ମିଳନ ଯଦି ସଫଳ ହୁଏ, ତେବେ ନଭେମ୍ବର ଶେଷ କିମ୍ବା ଡିସେମ୍ବରରେ ବାଘଛୁଆ ଜନ୍ମ ହେବା ସମ୍ଭାବନା ରହିଛି। ବାଘୁଣୀମାନେ ସାଧାରଣତଃ ୧୦୩ରୁ ୧୦୫ଦିନ ଗର୍ଭଧାରଣ କରି ଜନ୍ମ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ପିଟିପିଟି ହତ୍ୟା: ପୋଲିସର ଚାଞ୍ଚଲ୍ୟକର ଖୁଲାସା

ଢାକା,୨୫।୧୨: ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଛି। ମୃତକଙ୍କ ନାମ ଅମୃତ ମଣ୍ଡଳ ଓରଫ ସମ୍ରାଟ। ପୋଲିସ ଦାବି କରିଛି, ରାଜବାଡ଼ିର...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ସୋସିଆଲ ମିଡିଆ ନୀତିରେ ବଡ଼ ପରିବର୍ତ୍ତନ କଲା ଭାରତୀୟ ସେନା, ଏଣିକି ଦେଖିପାରିବେ ହେଲେ…

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ଏହାର ସୈନିକ ଏବଂ ଅଧିକାରୀମାନଙ୍କ ପାଇଁ ସୋସିଆଲ ମିଡିଆ ଆପ୍ ବ୍ୟବହାର ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରତିରକ୍ଷା ଅଧିକାରୀଙ୍କ...

ସରକାରୀ ପ୍ରତିଶ୍ରୁତି ପାଣିର ଗାର: ୬ ମାସ ହେଲା ବସୁଧା ପ୍ରକଳ୍ପ ଅଚଳ!

ଥୁଆମୂଳ ରାମପୁର,୨୫।୧୨(ଦୁର୍ଗା କୀର୍ତ୍ତି): ସରକାରଙ୍କ ‘ବସୁଧା’ ଯୋଜନାରେ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଏବେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ...

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଆଉ ତା’ପରେ ଘଟିଗଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଘୋଡାହାଡ ଡ଼୍ୟାମ ରାସ୍ତାର ଦ୍ବାର ଗାଁ ମୁଖ୍ୟରାସ୍ତା କ୍ରସର ନିକଟରେ ଗୁରୁବାର ମଧ୍ୟାହ୍ନରେ ଦୁଇ ବାଇକ...

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ସହାୟତା ଦାବି

ଦିଗପହଣ୍ଡି,୨୫।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ଗତ...

ମତ୍ସ୍ୟ ଚାଷ ପ୍ରତି ବଢୁଛି ଆଗ୍ରହ: ଚାଷୀଙ୍କୁ ୪୦ ରୁ ୫୦ ପ୍ରତିଶତ ମିଳୁଛି ସବସିଡି

ଭଞ୍ଜନଗର,୨୫/୧୨(ବାବୁଲା ପ୍ରଧାନ): ଚିକେନ, ମଟନ ଅପେକ୍ଷା ମାଛ ସ୍ବାସ୍ଥ୍ୟ ପାଇଁ ହିତକର। ତେଣୁ ମାଛ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି। କିନ୍ତୁ ଗଞ୍ଜାମ ଜିଲାରେ ଆବଶ୍ୟକତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri