Odisha Elections 2024

୫ଜଣଙ୍କୁ ନୃତ୍ୟାୟନା ଗୌରବ ସମ୍ମାନ

ଭୁବନେଶ୍ୱର, ୧୫।୭(ବ୍ୟୁରୋ) : ଓଡ଼ିଶୀ ନୃତ୍ୟ କାର୍ଯ୍ୟକ୍ରମ ‘ନୃତ୍ୟାୟନା’ ରବିବାର ଭୁବନେଶ୍ୱରସ୍ଥିତ ଭଞ୍ଜକଳା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଏସିପି ବିଷ୍ଣୁ ମୋହନ ପାତ୍ର ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ନୃତ୍ୟଗୁରୁ ଶରତଚନ୍ଦ୍ର ଦାସ, ଗୁରୁ ସୁହାଗ ନଳିନୀ ଦାସ, ସାମାଜିକ କର୍ମୀ ସସ୍ମିତା ଦାସ, ଓଡ଼ିଶା ସମାଜସେବୀ ମହାସଂଘର ରାଜ୍ୟ ସଭାପତି ନାରାୟଣ ଚନ୍ଦ୍ର ଓଝା ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ୫ଜଣ ବ୍ୟକ୍ତିଙ୍କୁ ନୃତ୍ୟାୟନା ଗୌରବ ସମ୍ମାନ ୨୦୧୯ରେ ସମ୍ମାନିତ କରାଯାଇଥିଲା। ସେମାନେ ହେଲେ ନୟାଗଡ଼ ଜିଲା ଭାପୁର ତହସିଲଦାର ଡ. ସୁନିତା ଜେନା, ମାହାରୀ ନୃତ୍ୟଗୁରୁ ଚନ୍ଦ୍ରିକା ରଣା, ଯୁବ ଖବରଦାତା ସତ୍ୟନାରାୟଣ ରାଉତରାୟ, ଯୁବ ସାମାଜିକ କର୍ମୀ ବିନ୍ଦାସ ଚିନୁ ଏବଂ ଚଳଚ୍ଚିତ୍ର ଓ ଧାରାବାହିକ ଅଭିନେତ୍ରୀ ସବିତାମଞ୍ଜରୀ ସାହୁ। ଏହି ଅବସରରେ ନୃତ୍ୟାୟନା ଅନୁଷ୍ଠାନର ୭୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରିଥିଲେ। ଉତ୍କଳର କଳା, ସଂସ୍କୃତି, ଐତିହ୍ୟ, ପରମ୍ପରାକୁ ଉଜ୍ଜୀବିତ ରଖିବା ଲକ୍ଷ୍ୟ ନେଇ ଏହି ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ପ୍ରତିଷ୍ଠା କରାଯାଇଛି। ଏଠାରେ ଶତାଧିକ ଛାତ୍ରୀଛାତ୍ର ଓଡ଼ିଶୀ ନୃତ୍ୟ ଶିକ୍ଷା ନେଉଛନ୍ତି ବୋଲି ନୃତ୍ୟଗୁରୁ ସୁନିତା ମହାରଣା ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଆସିବ ମାଟ୍ରିକ, ଯୁକ୍ତ୨ ପରୀକ୍ଷା ଫଳ; ଜାଣନ୍ତୁ କେଉଁଠି ଏବଂ କିଭଳି ଜାଣିବେ ରେଜଲ୍ଟ…

ଭୁବନେଶ୍ୱର, ୨୬।୫(ଅସମାପିକା ସାହୁ): ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ୍‌, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଫଳ ଏବଂ ଉଚ୍ଚ...

୩ୟ ପର୍ଯ୍ୟାୟରେ ୭୧% ମତଦାନ

ଭୁବନେଶ୍ୱର,୨୬ା୫(ଅନିଲ ଦାସ): ଶନିବାର ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ଏବଂ ଦେଶରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ୬ ଲୋକ ସଭା ଆସନ ସମ୍ବଲପୁର,...

ସନ୍ଧ୍ୟା ୬ଟା ସୁଦ୍ଧା ରାଜ୍ୟରେ ୫୯.୭୨ ପ୍ରତିଶତ ମତଦାନ

ଭୁବନେଶ୍ୱର,୨୫ା୫: ଶନିବାର ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଯାଇଛି। ତେବେ ସନ୍ଧ୍ୟା ୬ଟା ସୁଦ୍ଧା ରାଜ୍ୟରେ ମୋଟ୍‌ ୫୯.୭୨% ମତଦାନ ହୋଇଛି। ସେହିପରି ଭୁବନେଶ୍ବରରେ...

ଭୋଟ ଦେଉଛି ଓଡ଼ିଶା: ଅପରାହ୍ନ ୧ଟା ସୁଦ୍ଧା ୩୫.୬୯% ଭୋଟିଂ ରେକର୍ଡ

ଭୁବନେଶ୍ୱର,୨୫।୫: ରାଜ୍ୟରେ ଲୋକ ସଭା ଏବଂ ବିଧାନସଭା ଲାଗି ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଛି। ଶନିବାର ଅପରାହ୍ନ ୧ଟା ସୁଦ୍ଧା ରାଜ୍ୟରେ ୩୫.୬୯% ମତଦାନ...

ଭୋଟ ଦେଇ ନବୀନ କହିଲେ-ବିଜେଡି ବଡ଼ ବିଜୟ ହାସଲ କରି ସ୍ଥିର ସରକାର ଗଠନ କରିବ…

ଭୁବନେଶ୍ୱର,୨୫।୫(ବନ୍ଦନା ସେଠୀ): ଭୁବନେଶ୍ୱରର ଏକାମ୍ର ନିର୍ବାଚନମଣ୍ଡଳୀର ୧୧୪ ନମ୍ବର ବୁଥ୍‌ରେ ଶନିବାର ଭୋଟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ନିବାସରୁ ଚାଲି ଚାଲି...

ଖରା, ଗୁଳୁଗୁଳି ସତ୍ତ୍ୱେ ଭୋଟରଙ୍କ ଉତ୍ସାହ: ୧୧ଟା ସୁଦ୍ଧା ୨୧.୩୦ ପ୍ରତିଶତ ମତଦାନ

ଭୁବନେଶ୍ୱର,୨୫।୫: ରାଜ୍ୟରେ ଚାଲିଛି ତୃତୀୟ ପର୍ଯ୍ୟାୟ ମତଦାନ। ଲମ୍ବା ଲାଇନରେ ଛିଡା ହୋଇ ଲୋକେ ନିଜ ମତଦାନ କରୁଛନ୍ତି। ପ୍ରବଳ ଖରା, ଗୁଳୁଗୁଳି ସତ୍ତ୍ୱେ ଉତ୍ସାହର...

ମତଦାନ କେନ୍ଦ୍ର ଭିତରକୁ ମୋବାଇଲ ଫୋନ ମନା

ଭୁବନେଶ୍ବର,୨୫।୫: ଶନିବାର ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି। ସକାଳୁ ସକାଳୁ ସବୁ ବୁଥ୍‌ରେ ପ୍ରବଳ ଭିଡ ଦେଖିବାକୁ ମିଳୁଛି। ତେବେ ବୁଥ୍‌ ଭିତରକୁ...

ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର,୨୫।୫: ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ। ଭୁବନେଶ୍ୱର, କଟକ, ପୁରୀ, ସମ୍ବଲପୁର, ଢେଙ୍କାନାଳ ଓ କେନ୍ଦୁଝର ସଂସଦୀୟ କ୍ଷେତ୍ର ସମେତ ୪୨ ବିଧାନସଭା ନିର୍ବାଚନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri