ଏଇ ଭାରତରେ

ଗୋବର ଚପଲ କଥା ଶୁଣିଛନ୍ତି କି! ଏଭଳି ଚପଲ ତିଆରି କରୁଛନ୍ତି ଛତିଶଗଡ଼ର ରିତେଶ ଅଗ୍ରଓ୍ବାଲ। ୧୫ ବର୍ଷ ପୂର୍ବେ ରିତେଶ ଚାକିରି ଛାଡି ପ୍ରଥମେ ଗୋଶାଳାରୁ ଗୋବର ସଂଗ୍ରହ କରି ସେଥିରୁ ପରିବେଶ ଉପଯୋଗୀ ସାମଗ୍ରୀ ତିଆରି କରିବା ଆରମ୍ଭ କରିଥିଲେ। ପ୍ରଥମେ ସେ ରାଜସ୍ଥାନର ପ୍ରଫେସର ଶିବଦର୍ଶନ ମଲିକଙ୍କଠାରୁ ଗୋବରୁ ଇଟା ତିଆରି କରିବା ପ୍ରଶିକ୍ଷଣ ନେଇଥିଲେ। ପରେ ସେ ଗୋବର ଦୀପ ଓ ମୂର୍ତ୍ତି ଆଦି ତିଆରି କରିବା ଆରମ୍ଭ କରିଥିଲେ। ଏବେ ସୁଦ୍ଧା ସେ ଗୋବରରୁ ୩୦ରୁ ଊର୍ଦ୍ଧ୍ୱ ଦ୍ରବ୍ୟ ପ୍ରସ୍ତୁତ କରିଛନ୍ତି। ପ୍ରଥମ ଗୋବର ଚପଲ ସେ ତାଙ୍କ ଜେଜେମା’ଙ୍କ ପାଇଁ ତିଆରି କରିଥିଲେ। ତାହା ଦେଖି କେତେଜଣ ସେମାନଙ୍କ ପାଇଁ ସେଭଳି ଚପଲ କରିବା ଲାଗି ରିତେଶଙ୍କୁ ଅନୁରୋଧ କରିଥିଲେ। ଗୋବର ସହ ବିଭିନ୍ନ ଜିନିଷ ମିଶାଇ ସେ ଏହି ଚପଲ ପ୍ରସ୍ତୁତ କରୁଛନ୍ତି। ୧ କେଜି ଗୋବରରୁ ୧୦ଟି ଚପଲ ହେଉଛି ଓ ଦଶ ଦିନ ସମୟ ଲାଗୁଛି। ପ୍ରତ୍ୟେକ ଚପଲର ମୂଲ୍ୟ ରହିଛି ୪୦୦ ଟଙ୍କା। ଏହା ବର୍ଷାରେ ୩-୪ ଘଣ୍ଟା ଭିଜିଲେ ମଧ୍ୟ ନଷ୍ଟ ହେଉନହିଁ। ଖରାରେ ଶୁଖାଇ ତାହାକୁ ପୁନର୍ବାର ବ୍ୟବହାର କରାଯାଇପାରିବ ବୋଲି କହନ୍ତି ରିତେଶ। ଭାରତର ବିଭିନ୍ନ ସ୍ଥାନରୁ ଚପଲ ଲାଗି ତାଙ୍କୁ ଅର୍ଡର ମିଳୁଛି। ଏବେ ସୁଦ୍ଧା ରିତେଶ ୧୦୦୦ ଚପଲ ବିକ୍ରି କରି ସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri