ନାକଚଣା ଦ୍ୱାରରେ ଦୁଇରଥ

ପୁରୀ ଅଫିସ, ୧୦ା୭: ହେରାପଞ୍ଚମୀରେ ଶ୍ରୀଦେବୀ (ଲକ୍ଷ୍ମୀ ଠାକୁରାଣୀ) ମହାପ୍ରଭୁଙ୍କୁ ଫେରାଇ ନେବାକୁ ଆସିଥିଲେ। ହେଲେ ଅଭିମାନ କରି ଚାଲିଯିବା ପରେ ଶ୍ରୀମନ୍ଦିରକୁ ଫେରିବା ଲାଗି ପ୍ରସ୍ତୁତି ଆରମ୍ଭ କରିଛନ୍ତି ମହାପ୍ରଭୁ। ଆସନ୍ତା ୧୨ତାରିଖରେ ବାହୁଡ଼ା ଯାତ୍ରା। ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିିବେ ଚତୁର୍ଦ୍ଧାବିଗ୍ରହ। ଏଥିଲାଗି ପରମ୍ପରା ଅନୁଯାୟୀ ମଙ୍ଗଳବାର ରଥର ଦକ୍ଷିଣ ମୋଡ଼ କରାଯାଇଛି। ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ପରେ ବଡଠାକୁରଙ୍କ ତାଳଧ୍ୱଜ ରଥ ଦକ୍ଷିଣ ମୋଡ଼ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖରେ ଲାଗିଛି। ତେବେ ସନ୍ଧ୍ୟା ହୋଇଯିବାରୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଦକ୍ଷିଣ ମୋଡ଼ ହୋଇପାରିନାହିଁ। ବୁଧବାର ସକାଳ ୮ଟାରେ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ଼ ହେବ। ତେବେ ମଙ୍ଗଳବାର ୨ ଘଣ୍ଟା ବିଳମ୍ବରେ ଆଜ୍ଞାମାଳ ବିଜେ ହୋଇଥିଲା।
ଚତୁର୍ଦ୍ଧାବିଗ୍ରହ ଏବେ ଆଡ଼ପ ମଣ୍ଡପରେ ଅବସ୍ଥାନ କରି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଏଥିପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଲାଗୁଛି ଶ୍ରଦ୍ଧାଳୁଙ୍କ ଗହଳି। ସୋମବାର ରାତିରେ ଗୁଣ୍ଡିଚା ମନ୍ଦିରରେ ଜଣେ ଜେଟିପିଙ୍କୁ ସେବାୟତଙ୍କ ମାଡ଼ ମରାକୁ ନେଇ ନୀତି ବିଳମ୍ବ ହୋଇଥିଲା। ମଙ୍ଗଳବାର ଭୋର ୪ଟା ୩୫ରେ ପହୁଡ଼ ହୋଇଥିଲା। ଭୋର ୪ଟାରେ ଦ୍ୱାରଫିଟାକୁ ସମୟ ନିର୍ଘଣ୍ଟ ହୋଇଥିବା ବେଳେ ପ୍ରାୟ ୩ ଘଣ୍ଟା ବିଳମ୍ବ ଘଟିଥିଲା। ସକାଳ ୬ଟା ୫୫ରେ ଦ୍ୱାର ଫିଟାଯିବା ୭ଟା ୩୫ରେ ମଙ୍ଗଳ ଆଳତି ହୋଇଥିଲା। ସକାଳ ୯ଟା ୧୫ରେ ମହାପ୍ରଭୁଙ୍କ ଅବକାଶ ନୀତି ବଢି ପୂର୍ବାହ୍ନ ୧୦ଟା ୨୫ ସାହାଣ ମେଲା ଦର୍ଶନ ଆରମ୍ଭ ହୋଇ ଅପରାହ୍ନ ସାଢେ ୧୧ଟା ପର୍ଯ୍ୟନ୍ତ ଚାଲିଥିଲା। ଏହାପରେ ଅନ୍ୟାନ ନୀତି ବଢି ମଧ୍ୟାହ୍ନ ୧୨ଟା ୨୦ରେ ଗୋପାଳ ବଲ୍ଲଭ ନୀତି ସମ୍ପନ୍ନ ହୋଇଥିଲା। ଅପରାହ୍ନ ୧ଟା ୧୦ରେ ସକାଳଧୂପ ନୀତି ପରେ ପାଣି ପଡ଼ି ଅପରାହ୍ନ ୨ଟା ୪୦ରେ ଆଜ୍ଞାମାଳ ବିଜେ ହୋଇଥିଲା। ଏଥିରେ ପ୍ରାୟ ୨ ଘଣ୍ଟା ବିଳମ୍ବ ଘଟିଥିଲା। ତିନିଠାକୁରଙ୍କ ଆଜ୍ଞାମାଳ ନେଇ ୩ ବାଡର ପୂଜାପଣ୍ଡା ସାମନ୍ତ ରଥ ପାଖକୁ ଆସିଥିଲେ। ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରହିଥିବା ତିନିରଥକୁ ବାହୁଡା ବିଜେ ଲାଗି ମହାପ୍ରଭୁଙ୍କ ଆଜ୍ଞାମାଳ ପ୍ରଦାନ କରିଥିଲେ। ଅପରାହ୍ନ ୩ଟା ୫ରେ ବିଜେ କାହାଳୀ, ଘଣ୍ଟଘଣ୍ଟା ବାଜିବା ପରେ ପ୍ରଥମେ ଦର୍ପଦଳନ ରଥକୁ ଦକ୍ଷିଣ ମୋଡ଼ କରାଯାଇଥିଲା। ଶ୍ରୀଗୁଣ୍ଡିଚା ମନ୍ଦିରଠାରୁ ବଡ଼ଶଙ୍ଖ ପର୍ଯ୍ୟନ୍ତ ଦର୍ପଦଳନ ରଥକୁ ଟାଣି ନିଆଯାଇଥିଲା। ସେଠାରେ ରଥକୁ ବୁଲାଯାଇ ନାକଚଣା ଦ୍ୱାରକୁ ଟାଣି ନିଆଯାଇଥିଲା। ଅପରାହ୍ନ ୪ଟା ୨୦ରେ ନାକଚଣା ଦ୍ୱାରରେ ଦର୍ପଦଳନ ରଥ ଲାଗିଥିଲା। ଅପରାହ୍ନ ୪ଟା ୪୦ରେ ତାଳଧ୍ୱଜ ରଥଟଣା ଆରମ୍ଭ ହୋଇ ସନ୍ଧ୍ୟା ୬ଟା ୫ରେ ନାକଚଣା ଦ୍ୱାରରେ ପହଞ୍ଚତ୍ଥିଲା। ସନ୍ଧ୍ୟା ହୋଇଯିବାରୁ ନନ୍ଦିଘୋଷ ରଥକୁ ଦକ୍ଷିଣ ମୋଡ କରାଯାଇପାରିନାହିଁ। ବୁଧବାର ସକା ୮ଟାରେ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ଼ ହେବ ବୋଲି ଶ୍ରୀମନ୍ଦିର ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କହିଛନ୍ତି। ସୂଚନାଥାଉ କି, ଗତ ୪ ବର୍ଷ ମଧ୍ୟରେ କେବଳ ୨୦୧୮ରେ ଦକ୍ଷିଣ ମୋଡ଼ ଦିନ ତିନିରଥ ନାକଚଣା ଦ୍ୱାରରେ ଲାଗିପାରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାତି ପାହିଲେ ବଡ଼ ଦିନ: ଧରାବତରଣ କରିବେ ପ୍ରଭୁ ଯୀଶୁ

ଭୁବନେଶ୍ୱର,୨୪।୧୨: ରାତି ପାହିଲେ ବଡ଼ ଦିନ। ଆଜି ମଧ୍ୟରାତ୍ରୀରେ ଧରାବତରଣ କରିବେ ପ୍ରଭୁ ଯୀଶୁ। ପ୍ରଭୁ ଯୀଶୁଙ୍କୁ ଉପାସନା ପାଇଁ ଖ୍ରୀଷ୍ଟ ଧର୍ମାବଲମୱୀଙ୍କ ମନରେ ଉତ୍କଣ୍ଠା...

ଶୀତ ମହୋତ୍ସବକୁ ଆସିବେ ୨ କୃଷ୍ଣ: ବଢୁଛି ଚର୍ଚ୍ଚା

ଦାରିଙ୍ଗବାଡି,୨୪।୧୨(ଅରୁଣ ସାହୁ):ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି। ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ ବିଭାଗ ମନ୍ତ୍ରୀମାନେ ଯୋଗଦେବାକୁ ରହିଥିବାବେଳେ କିଏ...

ଆଜିଠୁ ବରଗଡ଼ ଧନୁଯାତ୍ରା: ବରଗଡ଼ ହେବ ମଥୁରା ନଗରୀ, ଅମ୍ବାପାଲି ପାଲଟିବ ଗୋପପୁର

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାରରୁ ଆରମ୍ଭ ହେବ। ପରମ୍ପରା ଅନୁଯାୟୀ, ବରଗଡ଼ ଏମ୍‌ପି ପ୍ରଦୀପ କୁମାର ପୁରୋହିତ ଏବଂ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଟ୍ୟୁସନ ସାରି ଫେରୁଥିଲେ ନାବାଳିକା, ବଳାତ୍କାର ପରେ ବୁଦା ମୂଳେ କରିଦେଲେ…

ଭଦ୍ରକ, ୨୪।୧୨(ଅଶୋକ ପଣ୍ଡା/ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା...

ସମସ୍ୟା ଘେରରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ, ଶ୍ରେଣୀଗୃହ ଅଭାବ

ନୂଆପଡ଼ା/କୋମନା,୨୪ା୧୨ (ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ ହଲୁଆପାଲି ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟା ମଧ୍ୟରେ ଗତିକରୁଛି।...

ବଡ଼ଦିନରୁ ଥରିବ ଓଡ଼ିଶା

ଭୁବନେଶ୍ୱର,୨୪।୧୨: ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ। ବଡ଼ଦିନରୁ ଥରିବ ଓଡ଼ିଶା। ଶୀତ ପ୍ରକୋପରେ କଲବଲ ହେବେ ରାଜ୍ୟବାସୀ। କାଲିଠୁ ହାଡ଼ଭଙ୍ଗା ଶୀତ ସହିତ ଆଗାମୀ ୫ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri