ଫନୀ ପ୍ରଭାବିତ ଅଞ୍ଚଳରେ କ୍ରିୟାଶୀଳ ହେବାକୁ ‘ଓରେଡ଼ା’କୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୦।୭(ବ୍ୟୁରୋ): ବାତ୍ୟା ‘ଫନୀ’ ପ୍ରଭାବିତ ଅଞ୍ଚଳରେ ଅଧିକ କ୍ରିୟାଶୀଳ ହେବାକୁ ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା ‘ଓରେଡା’କୁ ନିର୍ଦ୍ଦେଶ ଦେଇଛନ୍ତି ବିଜ୍ଞାନ ଓ ବୈଷୟିକ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। ମଙ୍ଗଳବାର ଏହାର ସମୀକ୍ଷା ବୈଠକରେ ଯୋଗଦେଇ ମନ୍ତ୍ରୀ ପଣ୍ଡା ଓରେଡାର ଭବିଷ୍ୟତ କାର୍ଯ୍ୟପନ୍ଥା ଏବଂ ଚ୍ୟାଲେଞ୍ଜକୁ ସଫଳତାର ସହ ସାମ୍ନା କରିବାକୁ ପରାମର୍ଶ ଦେଇଛନ୍ତି।
ଆଗାମୀ ଦିନରେ ଓରେଡା ‘ସୌଭାଗ୍ୟ’ ଯୋଜନା ଅଧୀନରେ ୧୪ ହଜାର ଗ୍ରାମୀଣ ପରିବାରକୁ ବିଦ୍ୟୁତ ସଂଯୋଗ ଯୋଗାଇବା ସହ ୧୮୨୦ଟି ସୌର ଚାଳିତ ପାନୀୟଜଳ ପ୍ରକଳ୍ପ, ୧୭୫ଟି ଜଳସେଚନ ପମ୍ପ, ୨୯ଟି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଓ ୪୦ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ସୌରଶକ୍ତି ପ୍ରକଳ୍ପ, ଅନୁସୂଚିତ ଜାତି ଓ ଜନଜାତି ଛାତ୍ରାବାସଗୁଡ଼ିକରେ ସୌରଚାଳିତ ପିଭି ଶକ୍ତି ପ୍ରକଳ୍ପ ସ୍ଥାପନ କରିବ। କେନ୍ଦୁଝର ଜିଲାରେ ୧୧ ହଜାର ଷ୍ଟ୍ରିଟ୍‌ଲାଇଟ୍‌ ସମେତ ଜିଲାର ଅଙ୍ଗନଓ୍ବାଡ଼ି କେନ୍ଦ୍ରଗୁଡ଼ିକରେ ୩୨୦୦ରୁ ଅଧିକ ଉନ୍ନତ ଚୁଲା ସ୍ଥାପନ ଏବଂ ଅନୁଗୋଳ, ଝାରସୁଗୁଡ଼ା ଓ କେନ୍ଦୁଝର ଜିଲାରେ ଅକ୍ଷୟ ଶକ୍ତି ପ୍ରକଳ୍ପମାନ ପ୍ରତିଷ୍ଠା କରିବାକୁ ଯୋଜନା ରହିଛି। ଶିଳ୍ପୀ ଓ କାରିଗରଙ୍କୁ ୭୬ ହଜାରରୁ ଊର୍ଦ୍ଧ୍ୱ ସୌର ଲଣ୍ଠନ ଯୋଗାଣ ଓ ୫୪୦ ବିଦ୍ୟାର୍ଥୀଙ୍କୁ ତାଲିମ ପ୍ରଦାନ କରାଯାଇଛି। ୨୨୦ରୁ ଅଧିକ ଛାତ୍ର ବିଭିନ୍ନ ପ୍ରତିଷ୍ଠାନରେ ଅବସ୍ଥାପିତ ହୋଇଛନ୍ତି। ଖଣ୍ଡଗିରିସ୍ଥିତ ବିଜୁ ପଟ୍ଟନାୟକ ଏନର୍ଜି ପାର୍କର ଉନ୍ନତିକରଣ ଓ ଅନ୍ୟ କାର୍ଯ୍ୟକ୍ରମର ରୂପାୟନ ପାଇଁ ନାଗପୁରର ଜାତୀୟ ପରିବେଶ ଯାନ୍ତ୍ରିକ ଗବେଷଣା ପ୍ରତିଷ୍ଠାନ ସହ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିବା ସମୀକ୍ଷା ବୈଠକରେ ସୂଚନା ଦିଆଯାଇଛି। ଓରେଡାର ଆର୍ଥିକ ଅଗ୍ରଗତି ୨୦୧୩-୧୪ ବର୍ଷରେ ୩୪.୬୫ କୋଟି ଟଙ୍କାରୁ ୨୦୧୮-୧୯ରେ ୨୪୪.୬୧ କୋଟିରେ ପହଞ୍ଚତ୍ଥିବା ସମୀକ୍ଷା ବୈଠକରେ ବିଜ୍ଞାନ ଓ ବୈଷୟିକ ବିଭାଗର ଶାସନ ସଚିବ ଭାସ୍କର ଶର୍ମା ଓ ଓରେଡାର ମୁଖ୍ୟ କାର୍ଯ୍ୟନିର୍ବାହୀ ରୂପା ମିଶ୍ର ସୂଚନା ଦେଇଛନ୍ତି। ବୈଠକରେ ଓରେଡାର ନିର୍ଦ୍ଦେଶକ(ପ୍ରଶାସନ) ବିଷ୍ଣୁପ୍ରିୟା ସାହୁ ଓ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ରଶ୍ମିରଞ୍ଜନ ସାହୁଙ୍କ ସମେତ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

୨୮ ତମ ପରବ ମୁଖ୍ୟ ସମାରୋହ ଉଦଘାଟିତ, ମନ ମୋହିଲା…

କୋରାପୁଟ,୧୮/୧୨(ଅମିତାଭ ବେହେରା ): ଜାତୀୟସ୍ତରୀୟ ଲୋକ ମହୋତ୍ସବ ପରବ-୨୦୨୫ର ମୁଖ୍ୟ ସମାରୋହ ସ୍ଥାୟୀ ପରବ ପଡ଼ିଆରେ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି । ନଗର ଉନ୍ନୟନ...

ଡିଜିଟାଲ ଆରେଷ୍ଟ ଜାଲରେ ଫସିଲେ ମହିଳା ଡାକ୍ତର, ୧୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହରାଇଲେ

ରାୟଗଡା,୧୮।୧୨(ଆଶିଷ ରଞ୍ଜନ ପଣ୍ଡା)- ଡିଜିଟାଲ ଆରେଷ୍ଟ ହୋଇ ସାଇବର କ୍ରାଇମରେ ଫସିଛନ୍ତି ରାୟଗଡାର ଜଣେ ମହିଳା ଡାକ୍ତର। ରାୟଗଡା ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ...

ହାଇଦ୍ରାବାଦରେ ‘ଓଡ଼ିଶା ନିବେଶକ ସମ୍ମିଳନୀ’: ପ୍ରଥମ ଦିନରେ ମିଳିଲା ୧୯,୫୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ

ଭୁବନେଶ୍ୱର,୧୮ା୧୨: ହାଇଦ୍ରାବାଦରେ ଆୟୋଜିତ ଦୁଇ ଦିନିଆ ‘ଓଡ଼ିଶା ଇନଭେଷ୍ଟର ମିଟ୍’ର ପ୍ରଥମ ଦିନରେ ରାଜ୍ୟ ପାଇଁ ପୁଞ୍ଜିନିବେଶର ସୁଅ ଛୁଟିଛି। ଏହି ଅବସରରେ ଓଡ଼ିଶା ପ୍ରାୟ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri