Posted inଖେଳ

ଖୁସି ଖବର ଦେଲେ ରୋନାଲଡୋ

ଲଣ୍ଡନ,୨୯।୧୦: ପ୍ରସିଦ୍ଧ ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲଡୋ ଯମଜ ସନ୍ତାନର ପିତା ହେବାକୁ ଯାଉଛନ୍ତି। ସେ ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ପର୍ତ୍ତୁଗାର୍ଲ ଫୁଟବଲ ଖେଳାଳି ରୋନାଲଡୋଙ୍କ ପୂର୍ବରୁ ୪ ସନ୍ତାନ ଅଛି। ସେ ଏବେ ଇଂରାଜୀ ଫୁଟବଲ କ୍ଲବ ମଞ୍ଚେଷ୍ଟର ୟୁନାଇଟେଡରେ ଖେଳୁଛନ୍ତି। ଚଳିତ ସିଜନରେ ବିଶ୍ୱର ଅନ୍ୟତମ ତାରକା ଫୁଟବଲ ଖେଳାଳି ରୋନାଲଡୋ ପୁଣିଥରେ ୟୁନାଇଟେଡରେ ଯୋଗ ଦେଇଛନ୍ତି। ଏହାପୂର୍ବରୁ ସେ ଇଟାଲୀ କ୍ଲବ ଜୁଭେଣ୍ଟସ ଏବଂ ଫ୍ରେଞ୍ଚ କ୍ଲବ ରିଅଲ ମାଦ୍ରିଦରେ ମଧ୍ୟ ଖେଳିଛନ୍ତି।
ସୋସିଆଲ ମିଡିଆରେ କ୍ରିଷ୍ଟିଆନୋ ରୋନାଲଡୋ ଲେଖିଛନ୍ତି, ଆମେ ଯମଜ ଆଶା କରୁଛୁ। ଏହି ଖବର ଜଣାଇ ଆମେ ଖୁସି। ଆମର ହୃଦୟ ଖୁସିରେ ପରିପୂର୍ଣ୍ଣ। ଆମେ ତୁମକୁ ଭେଟିବାକୁ ଅପେକ୍ଷା କରିପାରିବୁ ନାହିଁ। ରୋନାଲଡୋଙ୍କ ୧୧ ବର୍ଷର ପୁଅ ହେଉଛି କ୍ରିଷ୍ଟିଆନୋ ଜୁନିୟର୍‌। ଏହା ବ୍ୟତୀତ ତିନି ବର୍ଷର ଝିଅ ଆଲାନା ଏବଂ ୪ ବର୍ଷର ଯାଆଁଳା ଶିଶୁ ଇଭା ଏବଂ ମାଟିଆ ଅଛନ୍ତି । ଗର୍ଲଫ୍ରେଣ୍ଡ ଜର୍ଜିନା ରୋଡ୍ରିଗେଜଙ୍କ ସହ ଏକ ଫଟୋ ଶେୟାର କରିବାବେଳେ ରୋନାଲଡୋ ଏହି ସୂଚନା ଦେଇଛନ୍ତି।
କ୍ରିଷ୍ଟିଆନୋ ରୋନାଲଡୋ ରିଅଲ ମାଦ୍ରିଦ ପାଇଁ ୪ଟି ଚାମ୍ପିଅନ୍ସ ଲିଗ ଟାଇଟଲ ଜିତିଛନ୍ତି। ମଞ୍ଚେଷ୍ଟର ୟୁନାଇଟେଡ ଥରେ ଏହି ଟାଇଟଲ ଜିତିଛି। ସେ ୫ ଥର ବାଲନ ଡି’ଅର୍‌ ପୁରସ୍କାର ଜିତିଛନ୍ତି। ସେ ନିଜ କ୍ୟାରିୟରରେ ୬୫୦ରୁ ଅଧିକ ଗୋଲ ସ୍କୋର କରିଛନ୍ତି। ସେ ଅନ୍ତର୍ଜାତୀୟ ଫୁଟବଲରେ ସର୍ବାଧିକ ଗୋଲ ସ୍କୋରର। ତେବେ ରୋନାଲଡୋ ଏପର୍ଯ୍ୟନ୍ତ ଫିଫା ବିଶ୍ୱକପ ଟାଇଟଲ ଜିତି ନାହାଁନ୍ତି। ସେ ଏବଂ ଲିଓନେଲ ମେସିଙ୍କୁ ସବୁବେଳେ ତୁଳନା କରାଯାଏ। ମେସି ବିଶ୍ୱକପ ଟାଇଟଲକୁ ମଧ୍ୟ ଅପେକ୍ଷା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହିଲଭିୟୁ ପାର୍କରେ ଟ୍ରେନ ଦୁର୍ଘଟଣା: ଟ୍ରାକ ବାହାରକୁ ଚାଲିଗଲା ବଗି

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ହିଲଭିୟୁ ପାର୍କରେ ଛୁଟିଦିନ ରହିଥିବାରୁ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ...

ଜାତୀୟ କବାଡ଼ି ପ୍ରତିଯୋଗିତାରେ ଭାଗ ନେବେ ଓଡ଼ିଆ ପୁଅ ଶିବପ୍ରସାଦ

ଗଞ୍ଜାମ,୨୫ା୧୨(ବିଦ୍ୟାଧର ସାହୁ): ଆସନ୍ତା ୬ ତାରିଖରେ ରାଇପୁର ଭିଲାଇ ରାଜକୁମାର କଲେଜରେ ଅନୁଷ୍ଠିତ ହେବ ନ୍ୟାଶନାଲ ଇଭେଣ୍ଟ କବାଡ଼ି। ଏହି ପ୍ରତିଯୋଗିତାରେ ଖେଳିବାକୁ ଓଡ଼ିଶାର ଦୁଇ...

ଶୀତକୁ ନାହିଁ ଖାତିର, ଦାରିଙ୍ଗବାଡ଼ିରେ ବଢୁଛି ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡ଼ି,୨୫ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ପୁଣି ବଢ଼ିଲା ଶୀତର ପ୍ରକୋପ। ବିଭିନ୍ନ ସ୍ଥାନରେ ଘନକୁହୁଡି ସହ ଶୀତ ଦ୍ବିଗୁଣିତ ହୋଇଛି। ଗୁରୁବାର ସକାଳେ...

ଗୁଲୁଆଙ୍କ ଗୁମର ଖୋଲିଦେଲେ ସ୍ତ୍ରୀ: ନୂଆ ନୂଆ ଝିଅଙ୍କୁ ଧରି….

ଭୁବନେଶ୍ୱର,୨୫।୧୨: ଓଡ଼ିଆ କମେଡିଆନ୍‌ ଗୁଲୁଆଙ୍କ ସାଂସାରିକ ଜୀବନରେ ଆସିଛି ଝଡ଼। ଜୀବନ ପ୍ରତି ବିପଦ ଥିବା ଗୁଲୁଆ ଅଭିଯୋଗ କରିବା ପରେ ତାଙ୍କ ସ୍ତ୍ରୀ ତଥା...

VHT 2025: ବିଜୟ ହଜାରେ ଟ୍ରଫିରୁ ବାଦ ପଡ଼ିଲେ ବୈଭବ ସୂର୍ଯ୍ୟବଂଶୀ, କାରଣ…

ନୂଆଦିଲ୍ଲୀ,୨୫।୧୨: ବୈଭବ ସୂର୍ଯ୍ୟବଂଶୀଙ୍କ ଫ୍ୟାନ୍ସଙ୍କୁ ଝଟକା । ଅଣ୍ଡର-୧୯ ଏସିଆ କପରେ ଏକ ଚମତ୍କାର ଇନିଂସ ଖେଳିବା ପରେ, ବୈଭବ ବିଜୟ ହଜାରେ ଟ୍ରଫିରେ ମଧ୍ୟ...

ଜାଣନ୍ତି କି ସରକାରୀ ଅନୁମୋଦନ ପାଇଥିବା ୨ ବିମାନ କମ୍ପାନୀର ମାଲିକ କିଏ?

ନୂଆଦିଲ୍ଲୀ,୨୫ା୧୨: କେନ୍ଦ୍ର ସରକାର ଇଚ୍ଛା ପ୍ରକାଶ କରୁଥିବା ଏୟାରଲାଇନ୍ସ ସହିତ ଅନେକ ବୈଠକ କରିବା ପରେ ଭାରତରେ ନୂଆ ଏୟାରଲାଇନ୍ସକୁ କାର୍ଯ୍ୟ କରିବାକୁ ଅନୁମତି ଦେଇଛନ୍ତି।...

ସସପେନ୍ସ ଶେଷ! ୨୦୨୭ ବିଶ୍ୱକପ ଖେଳିବେ କି ବିରାଟ କୋହଲି, କୋଚ କରିଦେଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ଷ୍ଟାର କ୍ରିକେଟର୍‌ ବିରାଟ କୋହଲି ବିଜୟ ହଜାରେ ଟ୍ରଫିରେ ଏକ ଚମିତ୍କାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ ଆନ୍ଧ୍ର ବିପକ୍ଷରେ ୧୩୧ ରନର ଏକ...

ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଆଘାତ…ସମୁଦ୍ରରେ ଭାସି ଆସିଲା ମହାପ୍ରଭୁଙ୍କ ବିଗ୍ରହ, ଦୟନୀୟ ଅବସ୍ଥାରେ ଉଦ୍ଧାର

ପୁରୀ ୨୫/୧୨( ଅଜିତ୍ କୁମାର ସାହୁ): ପୁଣି ମହାପ୍ରଭୁଙ୍କୁ ଅପମାନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ସମୁଦ୍ରରେ ଭାସିଵାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri