୩୫ ବର୍ଷର ରହସ୍ୟ ହଟାଇଲା ଡିଏନ୍‌ଏ ଟେଷ୍ଟ

ପ୍ୟାରିସ୍‌, ୩ା୧୦: ଫ୍ରାନ୍ସରେ ୮୦ ଓ ୯୦ ଦଶକର ଅନେକ ନାବାଳିକା ଓ ଯୁବତୀଙ୍କ ହତ୍ୟା ଘଟଣା ଉପରୁ ଏବେ ରହସ୍ୟ ହଟିଛି। ୩୫ ବର୍ଷରୁ ଅଧିକ ସମୟ ଧରି ଅସମାହିତ ପ୍ରଶ୍ନର ଉତ୍ତର ଏବେ ଡିଏନ୍‌ଏ ଟେଷ୍ଟରୁ ମିଳିଛି। ହତ୍ୟାକାରୀଙ୍କୁ ଚିହ୍ନଟ କରି ତାଙ୍କୁ ପଚରଉଚରା ପାଇଁ ସମନ କରାଯିବା ପରେ ଆତ୍ମହତ୍ୟା କରିଛନ୍ତି ଅପରାଧୀ। ତେବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବା ଭଳି କଥା ହେଉଛି ହତ୍ୟାକାରୀ ଜଣକ ଆଉ କେହି ନୁହଁନ୍ତି, ବରଂ ଜଣେ ପୂର୍ବତନ ପୋଲିସ ଅଧିକାରୀ। ଦଣ୍ଡିତ ହେବା ଭୟରେ ଏକ ଭଡ଼ା ଘରେ ଶୁକ୍ରବାର ନିଜ ଜୀବନ ହାରିଛନ୍ତି ଲେ ଗ୍ରେଲେ ନାମରେ ଜଣାଶୁଣା ତଥା ପୂର୍ବତନ ପୋଲିସ ଅଫିସର ୫୯ ବର୍ଷୀୟ ଫ୍ରାଙ୍କୋଇସ୍‌ ଭେରୋଭ। ଆତ୍ମହତ୍ୟା ପୂର୍ବରୁ ସେ ତାଙ୍କ ଅପରାଧକୁ ସୁଇସାଇଡ୍‌ ନୋଟରେ ସ୍ବୀକାର କରିଛନ୍ତି।
କେତେଜଣ ଯୁବତୀଙ୍କୁ ବଳାତ୍କାର ଏବଂ ହତ୍ୟା ଘଟଣାରେ ପୋଲିସର ସନ୍ଦେହ ଘେରକୁ ଆସିଥିଲେ ଫ୍ରାଙ୍କୋଇସ। ହେଲେ ତାଙ୍କୁ କେବେ ଗିରଫ କରାଯାଇପାରି ନ ଥିଲା। ନାବାଳିକା ତଥା ଯୁବତୀଙ୍କୁ ଅପହରଣ, ବଳାତ୍କାର, ହତ୍ୟା ଉଦ୍ୟମ, ହତ୍ୟା, ଅସ୍ତ୍ରଶସ୍ତ୍ର ଚୋରି ଆଦିରେ ସେ ସମ୍ପୃକ୍ତ ଥିଲେ ବୋଲି ଗୁରୁବାର ପ୍ୟାରିସ୍‌ ପ୍ରସିକ୍ୟୁଟର ଲରି ବେକ୍ୟୁୟୁ ଏକ ବିବୃତିରେ କହିଛନ୍ତି। ବିଭିନ୍ନ ଅପରାଧ ସ୍ଥଳରୁ ମିଳିଥିବା ନମୁନା ଏବଂ ମୃତଦେହରୁ ନିଆଯାଇଥିବା ସାମ୍ପୁଲର ଡିଏନ୍‌ଏ ଟେଷ୍ଟ ପରେ ଫ୍ରାଙ୍କୋଇସ୍‌ ହିଁ ଅପରାଧୀ ବୋଲି ସ୍ପଷ୍ଟ ହୋଇଥିବା ସେ ସୂଚନା ଦେଇଛନ୍ତି। ଜଣେ ୧୧ ବର୍ଷୀୟା ବାଳିକାଙ୍କୁ ବଳାତ୍କାର ଓ ହତ୍ୟା ତାଙ୍କ ଅପରାଧ ମଧ୍ୟରୁ ଅତି ବିଭତ୍ସ ଥିଲା। ନାବାଳିକା ଜଣକ ସ୍କୁଲ ଯିବାକୁ ଲିଫ୍ଟ ଯୋଗେ ବିଲ୍ଡିଂରୁ ତଳକୁ ଓହ୍ଲାଉଥିବାବେଳେ ଫ୍ରାଙ୍କୋଇସ୍‌ ତାଙ୍କୁ ଜବରଦସ୍ତ ବେସ୍‌ମେଣ୍ଟକୁ ଟେକି ନେଇଥିଲେ। ସେଠାରେ ତାଙ୍କୁ ବଳାତ୍କାର କରି ହତ୍ୟା କରିଥିଲେ। ତେବେ ଆତ୍ମହତ୍ୟା ପୂର୍ବରୁ ସେ ସୁଇସାଇଡ୍‌ ନୋଟରେ ଦୋଷ ସ୍ବୀକାର କରିଥିବା ଜଣାପଡ଼ିିଛି। ଏପରିକି ସେ କେତେକ ଅପରାଧରେ ନିଜ ପୋଲିସ କାର୍ଡ ଓ ପରିଚୟର ଅପବ୍ୟବହାର କରିଛନ୍ତି।ସହାୟତା ଆଳରେ ସେ ଯୁବତୀମାନଙ୍କୁ ତାଙ୍କ କାର୍‌ରେ ନେଇଯାଇ ବଳାତ୍କାର ଓ ହତ୍ୟା କରିଥିବା ଜଣାପଡ଼ିଛି।
ସମୟରେ ପ୍ୟାରିସ୍‌ ରିଜିଅନ୍‌ରେ ମୁତୟନ ଥିବା ପ୍ରାୟ ୭୫୦ ପୋଲିସ କର୍ମଚାରୀଙ୍କୁ ତଦନ୍ତକାରୀ ଅଧିକାରୀ ପଚରାଉଚରା କରିଥିଲେ। ସେମାନଙ୍କ ମଧ୍ୟରେ ଫ୍ରାଙ୍କୋଇସ୍‌ ମଧ୍ୟ ରହିଥିଲେ। ଫ୍ରାଙ୍କୋଇସ୍‌ଙ୍କୁ ଅଧିକ ପଚରାଉଚରା ପାଇଁ ଗତ ୨୭ ତାରିଖରେ ସମନ କରାଯାଇଥିଲା। ତେବେ ଦଣ୍ଡବିଧାନ ଭୟରେ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ତାଙ୍କ ମୃତ୍ୟୁ ପରେ ଅନେକ ହତ୍ୟା ତଥା ଅପରାଧ ପଛର ଉଦ୍ଦେଶ୍ୟ ଓ କାରଣ ଏବେ ଅସ୍ପଷ୍ଟ ହୋଇଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ପିଟିପିଟି ହତ୍ୟା: ପୋଲିସର ଚାଞ୍ଚଲ୍ୟକର ଖୁଲାସା

ଢାକା,୨୫।୧୨: ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଛି। ମୃତକଙ୍କ ନାମ ଅମୃତ ମଣ୍ଡଳ ଓରଫ ସମ୍ରାଟ। ପୋଲିସ ଦାବି କରିଛି, ରାଜବାଡ଼ିର...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ସୋସିଆଲ ମିଡିଆ ନୀତିରେ ବଡ଼ ପରିବର୍ତ୍ତନ କଲା ଭାରତୀୟ ସେନା, ଏଣିକି ଦେଖିପାରିବେ ହେଲେ…

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ଏହାର ସୈନିକ ଏବଂ ଅଧିକାରୀମାନଙ୍କ ପାଇଁ ସୋସିଆଲ ମିଡିଆ ଆପ୍ ବ୍ୟବହାର ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରତିରକ୍ଷା ଅଧିକାରୀଙ୍କ...

ସରକାରୀ ପ୍ରତିଶ୍ରୁତି ପାଣିର ଗାର: ୬ ମାସ ହେଲା ବସୁଧା ପ୍ରକଳ୍ପ ଅଚଳ!

ଥୁଆମୂଳ ରାମପୁର,୨୫।୧୨(ଦୁର୍ଗା କୀର୍ତ୍ତି): ସରକାରଙ୍କ ‘ବସୁଧା’ ଯୋଜନାରେ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଏବେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ...

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଆଉ ତା’ପରେ ଘଟିଗଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଘୋଡାହାଡ ଡ଼୍ୟାମ ରାସ୍ତାର ଦ୍ବାର ଗାଁ ମୁଖ୍ୟରାସ୍ତା କ୍ରସର ନିକଟରେ ଗୁରୁବାର ମଧ୍ୟାହ୍ନରେ ଦୁଇ ବାଇକ...

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ସହାୟତା ଦାବି

ଦିଗପହଣ୍ଡି,୨୫।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ଗତ...

ମତ୍ସ୍ୟ ଚାଷ ପ୍ରତି ବଢୁଛି ଆଗ୍ରହ: ଚାଷୀଙ୍କୁ ୪୦ ରୁ ୫୦ ପ୍ରତିଶତ ମିଳୁଛି ସବସିଡି

ଭଞ୍ଜନଗର,୨୫/୧୨(ବାବୁଲା ପ୍ରଧାନ): ଚିକେନ, ମଟନ ଅପେକ୍ଷା ମାଛ ସ୍ବାସ୍ଥ୍ୟ ପାଇଁ ହିତକର। ତେଣୁ ମାଛ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି। କିନ୍ତୁ ଗଞ୍ଜାମ ଜିଲାରେ ଆବଶ୍ୟକତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri