ପାରଳାଖେମୁଣ୍ଡି/ମୋହନା,୧୫।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ରା.ଉଦୟଗିରିରେ ଅଭାବନୀୟ ଘଟଣା । ସ୍କୁଲ ପାଚେରୀ ତଳେ ଚାପି ହୋଇ ଦୁଇ ଛାତ୍ରୀଙ୍କର ମୃତ୍ୟୁ ହୋଇଛି । ରା.ଉଦୟଗିରି ଥାନା ୠବୁଡିସିଂ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ମୃତ ୨ଜଣ ଛାତ୍ରୀ ହେଲେ ଚତୁର୍ଥ ଶ୍ରେଣୀର ଇଡନ୍ତି ରଇତ (9)ବର୍ଷ ଓ ପଞ୍ଚମ ଶ୍ରେଣୀର ବେକିଲେସ ରଇତ(୧୦) ବର୍ଷ । ବିଦ୍ୟାଳୟ ଛୁଟି ପରେ ଛାତ୍ରୀମାନେ ଖେଳୁଥିବା ସମୟରେ ଏହି ଅଘଟଣ ଘଟିଥିବା ଜଣାପଡିଛି । ଘଟଣାସ୍ଥଳରେ ରା.ଉଦୟଗିରି ପୋଲିସ ଓ ନୂଆଗଡ ବ୍ଲକ ପ୍ରଶାସନ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଦୁଇ ଛାତ୍ରୀଙ୍କ ମୃତ୍ୟୁ ପରେ ଗାଁରେ ଶୋକର ଛାୟା ଖେଳିଯାଇଛି ।

