ମା’ ଭଳି ବାପା ବି ହୋଇପାରିବେ ଝିଅର ଭଲ ବନ୍ଧୁ…

ଅନେକ ସମୟରେ ଝିଅଟି ତା’ ଜୀବନରେ ଘଟୁଥିବା ପ୍ରତ୍ୟେକ କଥା ବିନା ସଙ୍କୋଚରେ ମା’ଙ୍କୁ କହିବା ଦେଖାଯାଇଥାଏ। ଏପରିକି କେତେକ ସ୍ଥାନରେ ପିତାଙ୍କ ଅନୁମତି ଲାଗି ଝିଅମାନେ ମା’ଙ୍କ ସାହାଯ୍ୟ ଲୋଡିଥାନ୍ତି। ହେଲେ କେବଳ ମା’ କାହିଁକି, ବାପା ବି ଝିଅର ଭଲ ସାଙ୍ଗ ହୋଇପାରିବେ। ଏମିତି ବି ବାପ ଝିଅ ଅଛନ୍ତି ଯେଉଁମାନେ ଭଲ ବନ୍ଧୁ ହୋଇଥାନ୍ତି। ଝିଅ ମା’ ଅପେକ୍ଷା ବାପାଙ୍କ ପାଖରେ ଅଧିକ ଗେହ୍ଲା ହୋଇଥାନ୍ତି। ସେମାନେ ବାପାଙ୍କ ସହିତ ସବୁ କଥା ବାଣ୍ଟି ପାରନ୍ତି। ତେବେ ଆପଣ ଯଦି ଚାହାନ୍ତି ଆପଣଙ୍କ ଝିଅର ଭଲ ବନ୍ଧୁଟିଏ ହେବାକୁ କିଛି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଧ୍ୟାନ ଦିଅନ୍ତୁ। ଜାଣନ୍ତୁ ସେ ସମ୍ପର୍କରେ…

କଟକଣା: ଅନେକ ସମୟରେ ଝିଅମାନଙ୍କୁ ଘରେ କଟକଣା କରାଯାଇଥାଏ। ଯିବାଆସିବାଠାରୁ ଆରମ୍ଭ କରି ପୋଷାକ ପରିଧାନ ଉପରେ ମଧ୍ୟ ବାରଣ କରାଯାଏ। ଏପରି କରିବା ଦ୍ୱାରା ଝିଅମାନେ ବାପାଙ୍କୁ ଡରିଥାନ୍ତି। ତେବେ ଏହି କଟକଣା ବନ୍ଦ କରନ୍ତୁ। ଦେଖିବେ ଆପଣଙ୍କ ଝିଅ ଆପଣଙ୍କ ଭଲ ବନ୍ଧୁ ହୋଇପାରିବ।

ବନ୍ଧୁଭଳି କଥା ହୁଅନ୍ତୁ: ଝିଅ ସହ ଜଣେ ପିତା ନୁହେଁ ବରଂ ଜଣେ ଭଲ ବନ୍ଧୁ ପରି ବ୍ୟବହାର କରନ୍ତୁ। ଫଳରେ ଏହି ସ୍ନେହ ତାକୁକ ଅବାଟକୁ ଯିବାକୁ ଦେଇ ନ ଥାଏ। ଜୀବନର କଠିନ ସମୟରେ ବି ସେ ଆପଣଙ୍କୁ ନିଜର ଭଲ ବନ୍ଧୁ ଭାବିଥାନ୍ତି।

ଝିଅର ପରାମର୍ଶ: ବାପା ନିଜ କାର୍ଯ୍ୟ ହେଉ କିମ୍ବା ଘରର ଗୁରୁତ୍ୱପୂର୍ଣ୍ଣ ଘଟଣା ଉପରେ ଝିଅର ପରାମର୍ଶ ଲୋଡ଼ିବା ଆବଶ୍ୟକ। ଏପରି କରିବା ଦ୍ୱାରା ସମ୍ପର୍କ ସୁଦୃଢ଼ ହୋଇଥାଏ।

ଉପହାର: ଅନେକ ସମୟରେ ଝିଅର ମନ ପସନ୍ଦର ଉପହାର ତାକୁ ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗମ ଗାଁକୁ ଯାଇ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଏମ୍‌ପି

ଲାଞ୍ଜିଗଡ଼, ୨୮ା୧୨(ରମେଶ ଚନ୍ଦ୍ର ନାୟକ): ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ରବିବାର କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତର ଦୁର୍ଗମ ତୁର୍କା ଗାଁ...

ପିକନିକ୍ ବେଳେ ପାଇନ୍ ବଣରେ ଦୁଇ ଯୁବ ଗୋଷ୍ଠୀ ପିଟାପିଟି, ଲାଠି ଚାଳନା କଲା ପୋଲିସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ ): ବର୍ଷର ଶେଷ ରବିବାର ରହିଥିବାରୁ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ...

ସ୍କୁଟି ଆରୋହୀଙ୍କ ଉପରେ ଚଢ଼ିଗଲା ୧୦ ଚକିଆ ଟ୍ରକ, ଟାୟାର ଜାଳି ରାସ୍ତାକୁ ଓହ୍ଲାଇଲେ ଲୋକେ

ବଲାଙ୍ଗିର,୨୮ା୧୨: – ବଲାଙ୍ଗିର ୨୬ନମ୍ୱର୍ ଜାତୀୟ ରାଜପଥ ଶାସ୍ତ୍ରୀ ନଗର ଛକରେ ସଡ଼କ ଦୁର୍ଘଟଣା ହୋଇଛି ।୧୦ଚକିଆ ମାଲ ବୋଝେଇ ଟ୍ରକ ଜଣେ ସ୍କୁଟି ଆରୋହୀ...

ଜିଲା ବିଜେଡି ପାଇଁ ୫୧ କର୍ମକର୍ତ୍ତାଙ୍କ ନାଁ ଘୋଷଣା: ୧୪ ବରିଷ୍ଠ ନେତା ହେଲେ ଉପସଭାପତି

କେନ୍ଦୁଝର,୨୮ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବିଜୁ ଜନତା ଦଳର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷିତ ହୋଇଛି। ଜିଲା ସଭାପତି ଆଶିଷ ଚକ୍ରବର୍ତ୍ତୀଙ୍କ ଅନୁମୋଦନ କ୍ରମେ...

ବୁଦ୍ଧଖୋଲ ଚଳଚଞ୍ଚଳ: ବଣଭୋଜି ପାଇଁ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

ବୁଗୁଡ଼ା,୨୮ା୧୨(କାଳିଚରଣ ଦାଶ): ପ୍ରସିଦ୍ଧ ଐତିହାସିକ ଶୈବପୀଠ ତଥା ପର୍ଯ୍ୟଟନସ୍ଥଳୀ ବୁଦ୍ଧଖୋଲ ପାଦଦେଶ ଏବେ ବଣଭୋଜି କରିବା ପାଇଁ ପ୍ରକୃଷ୍ଟ ସ୍ଥଳ ପାଲଟି ଥିବାରୁ ଏହା ଚଳଚଞ୍ଚଳ...

ଓଡ଼ିଶାରେ ପଶ୍ଚିମବଙ୍ଗ ପୋଲିସର ତନାଘନା

ସମ୍ୱଲପୁର,୨୮।୧୨: ସମ୍ୱଲପୁର ଜିଲା ଅଇଁଠାପାଲି ଥାନାରେ ରବିବାର ପଶ୍ଚିମବଙ୍ଗ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳରେ ଜଣେ ଶ୍ରମିକଙ୍କୁ ହତ୍ୟା କରାଯାଇଥିଲା।...

ଶ୍ୱଶୁର ଘରୁ ଫେରିବା ବେଳେ ବାଟରେ ବିଷ ଖାଇ ସ୍ୱାମୀ ମୃତ-ସ୍ତ୍ରୀ ଗୁରୁତର, ରାତିସାରା ଜଙ୍ଗଲରେ ଜଗି ରହିଲା ୫ ବର୍ଷର ପୁଅ

ଦେବଗଡ,୨୮|୧୨(ଶଶାଙ୍କ ଶେଖର ଝାଙ୍କର): ପାରିବାରିକ କଳହର କରୁଣ ପରିଣତି । ନିଛାଟିଆ ଜଙ୍ଗଲ ଭିତରେ ବିଷ ପିଇ ସ୍ୱାମୀର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର...

ରାଜଧାନୀରେ ହେବ ପଟେଲ ଭବନ, କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥା ମହାଧିବେଶନ ଉଦଯାପିତ

ଭଞ୍ଜନଗର,୨୮/୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିରେ ଆଜକୁ ୪ ଦିନ ଧରି ଚାଲିଥିବା କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାଧିବେଶନ ରବିବାର ଉଦଯାପିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri