ଘୁଣ୍ଟିପଶି ଗ୍ରାମ୍ୟ ରାସ୍ତା ନିର୍ମାଣ ନିମ୍ନମାନର:ସୂଚନା ଫଳକରେ ଅସମ୍ପୂର୍ଣ୍ଣ ତଥ୍ୟ

ଝୁମ୍ପୁରା, ୩୦।୬(ଡି.ଏନ.ଏ.)-ଝୁମ୍ପୁରା ବ୍ଲକ ଅନ୍ତର୍ଗତ ନହବେଡା ପଞ୍ଚାୟତର ଜଙ୍ଗଲାଞ୍ଚଳରେ ଅବସ୍ଥିତ ଘୁଣ୍ଟିପଶି ଗ୍ରାମ। ନହବେଡା ଗ୍ରାମ ପଞ୍ଚାୟତର ୱାର୍ଡ ନଂ ୧୨ରେ ଏହି ଗ୍ରାମଟି ରହିଥିବା ବେଳେ ପ୍ରାୟ ୪୦୦ରୁ ଊର୍ଦ୍ଧ୍ୱ ଲୋକ ବାସ କରନ୍ତି। ଚିର ଅବହେଳିତ ଏହି ଗ୍ରାମରେ ନାନବିଧ ସମସ୍ୟା ରହିଛି। ରାସ୍ତା, ପାନୀୟଜଳ, ବିଦ୍ୟୁତ, ସ୍ବାସ୍ଥ୍ୟସେବା ପାଇଁ ସବୁ ସମୟରେ ଏଠାକାର ବାସିନ୍ଦା ସବୁବେଳେ ହଇରାଣ ହେଉଛନ୍ତି। ଏନେଇ ମଧ୍ୟ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରି ଚାଲିଛନ୍ତି। ବାରମ୍ବାର ଅଭିଯୋଗ ପରେ ପାନୀୟ ଜଳର ଗୁଜୁରାଣ ମେଣ୍ଟାଇବା ପାଇଁ ୨ଟି ନଳକୂପ ଖୋଳାଯିବାର ରହିଥିବା ନହବେଡା ପଞ୍ଚୟତ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି।
ଅନ୍ୟ ପକ୍ଷରେ ଟେଣ୍ଡର କରାଯାଇ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଗ୍ରାମ୍ୟ ରାସ୍ତା ନିର୍ମାଣାଧୀନ ରହିଛି। ପୂର୍ତ୍ତ ବିଭାଗର ରାସ୍ତା ଠାରୁ ଘୁଣ୍ଟିପଶି ଗ୍ରାମକୁ ୨କି.ମି. ୪୦ମିଟର ସଂଯୋଗ ରାସ୍ତା ପାଇଁ ବ୍ୟୟ ବରାଦ ୭୫ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ରହିଥିବା ବେଳେ, ମରାମତି ପାଇଁ ରହିଛି ୫ଲକ୍ଷରୁ ଊର୍ଦ୍ଧ୍ୱ। ଯାହାକି ଅସମ୍ପୂର୍ଣ୍ଣ ଲେଖାଥିବା ସୂଚନା ଫଳକରୁ ଜଣାପଡିଛି। ତେବେ ପ୍ରଧାନ ମନ୍ତ୍ରୀ ସଡକ ଯୋଜନାରେ ରାସ୍ତା କାମ ନିର୍ମାଣାଧୀନ ରହିଥିବା ବେଳେ ନିମ୍ନମାନର ରାସ୍ତାକାମ, ପିଚୁର ପରିମାଣ କମ ଓ ଉଠିଯାଉଥିବା, ଏଷ୍ଟିମେଟ ଅନୁସାରେ କାମ ନ ହେବା ଆଦିକୁ ନେଇ ଗାଁ ଲୋକ ତାତି ଉଠିଛନ୍ତି। ଏ ନେଇ ଗ୍ରାମବାସୀଙ୍କ ପକ୍ଷରୁ ଗ୍ରାମ୍ୟ ଉନ୍ନୟନ ବିଭାଗରେ ଅଭିଯୋଗ ହୋଇଛି। ରାସ୍ତା ଅବରୋଧ ପର୍ଯ୍ୟନ୍ତ କଥାଯାଇଛି। ଏହା ମଧ୍ୟରେ ଏକ ସପ୍ତାହରୁ ବେଶି ସମୟ ଚାଲିଗଲାଣି। ଗାଁ ଲୋକଙ୍କର ଅସନ୍ତୋଷ ଦେଖି ଟେଣ୍ଡର ନେଇଥିବା ଠିକାଦାର କାମ ବନ୍ଦ କରି ଦେଇଛି। ଏତେ ସବୁ ପରେ ମଧ୍ୟ ସମାଧାନ ହୋଇ ପାରୁନାହିଁ।
ଏ ସମ୍ପର୍କରେ ଝୁମ୍ପୁରାସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ବଳଭଦ୍ର ମାରାଣ୍ଡିଙ୍କୁ ପଚାରିବାରୁ ଲୋକଙ୍କର ଅଭିଯୋଗ ମିଳିବା ପରେ ମୁଁ ରାସ୍ତା ନିର୍ମାଣ ତଦାରଖ କରିଛି। ଏଷ୍ଟିମେଟ ଅନୁସାରେ କାମ ଚାଲିଛି। ରାସ୍ତା ଉପରେ ପିଚୁ କାମ ଯେପରି କରାଯିବା କଥା ସେହିପରି ହେଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାମ ଚାଲୁଥିଲା ହଠାତ୍‌ ଶ୍ରମିଙ୍କ ଉପରେ ପଡିଲା କାନ୍ଥ, ଆଖିବୁଜିଲେ…

ବାଲେଶ୍ୱର,୨୯।୧୨(ବାଞ୍ଛାନିଧି ଦେ): କାମ ଚାଲିଥିଲା ହଠାତ୍‌ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ। ଏଭଳି ଅଭନୀୟ ଘଟଣା ଘଟିଛି ବାଲେଶ୍ୱର ଟାଉନ ଥାନା ମୋତିଗଞ୍ଜ ବଜାରରେ। ସୋମବାର...

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri