Posted inଖେଳ

ପ୍ରଥମ ଟି୨୦ରେ ହାରିଲା ଭାରତ

ଅହମଦାବାଦ, ୧୩।୩-
ବ୍ୟାଟିଂ ଓ ବୋଲିଂରେ ଖରାପ ପ୍ରଦର୍ଶନ କରି ଭାରତ ଚଳିତ ଟି୨୦ ସିରିଜର ଶୁକ୍ରବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଇଂଲଣ୍ଡଠାରୁ ୮ ଉଇକେଟରେ ହାରିଯାଇଛି। ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଭାରତ ୨୦ ଓଭରରେ ୭ ଉଇକେଟ ହରାଇ ୧୨୪ ରନ କରିଥିବାବେଳେ ଇଂଲଣ୍ଡ ୧୫.୩ ଓଭରରେ ମାତ୍ର ୨ ଉଇକେଟ ହରାଇ ୧୩୦ ରନ ସଂଗ୍ରହ କରି ନେଇଥିଲା। ଏଥିସହ ଇଂଲଣ୍ଡ ୫ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀଲାଭ କରିଛି।
ଟସ୍‌ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତ ମାତ୍ର ୨୦ ରନରେ ଟପ୍‌ ଅର୍ଡରର ୩ଟି ଉଇକେଟ ହରାଇ ବ୍ୟାକ୍‌ଫୁଟ୍‌କୁ ଚାଲିଯାଇଥିଲା। ଜୋର୍ଫା ଆର୍ଚରଙ୍କ ଏକ ଅଫ୍‌ଷ୍ଟମ୍ପ ବାହାରର ବଲ୍‌ ଖେଳିବାକୁ ଯାଇ ଲୋକେଶ ରାହୁଲ ପ୍ଲେଡ୍‌ଅନ୍‌ ହୋଇଯାଇଥିଲେ। ସେ ମାତ୍ର ୧ ରନ କରିଥିଲେ। ଅଭିଜ୍ଞ ଓପନର ଶିଖର ଧାଓ୍ବନ ୪ ରନ କରି ମାର୍କ ଉଡ୍‌ଙ୍କ ବଲ୍‌ରେ ବୋଲ୍ଡ ହୋଇଥିବାବେଳେ ଅଧିନାୟକ ବିରାଟ କୋହଲି ଖରାପ ଫର୍ମ ଜାରି ରଖି କୌଣସି ରନ କରିବା ପୂର୍ବରୁ ପ୍ୟାଭିଲିୟନ ଫେରିଥିଲେ। ମିଡିଲ୍‌ ଅର୍ଡରରେ ରିଷଭ ପନ୍ତ ଓ ଶ୍ରେୟାସ ଆୟାର ଇନିଂସ ସମ୍ଭାଳିବାକୁ ଉଦ୍ୟମ କରିଥିଲେ। ମାତ୍ର ଇଂଲଣ୍ଡ ବୋଲରମାନେ ଚମତ୍କାର ଲାଇନ୍‌ ଓ ଲେନ୍ଥରେ ବୋଲିଂ କରି ଭାରତୀୟ ବ୍ୟାଟିଂ ଅର୍ଡରକୁ ଧ୍ୱସ୍ତ କରି ଦେଇଥିଲେ। ପନ୍ତ ୨୩ ବଲ୍‌ରୁ ୨ ଚୌକା ଓ ୧ ଛକା ସହ ୨୧ ରନ କରିଥିବାବେଳେ ବେନ୍‌ ଷ୍ଟୋକ୍ସଙ୍କ ବଲ୍‌ରେ ଉଇକେଟକିପର ଜନି ବେୟାରଷ୍ଟୋଙ୍କୁ କ୍ୟାଚ ଦେଇଥିଲେ। ଶ୍ରେୟାସ ଆୟାର ଏକାକୀ ଲଢ଼େଇ ଜାରି ରଖି ଅର୍ଦ୍ଧଶତକ ହାସଲ କରିଥିବାବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ତାଙ୍କୁ ଉପଯୁକ୍ତ ସହାୟତା କରିପାରି ନ ଥିଲେ। ୧୮ତମ ଓଭରର ଦ୍ୱିତୀୟ ଓ ତୃତୀୟ ବଲ୍‌ରେ ଯଥାକ୍ରମେ ହାର୍ଦ୍ଦିକ ପାଣ୍ଡ୍ୟା (୧୯ରନ, ୨୧ ବଲ, ୧ ଚୌକା, ୧ ଛକା) ଓ ଶାର୍ଦ୍ଦୁଳ ଠାକୁର(୦)ଙ୍କୁ ଆଉଟ କରି ଆର୍ଚର ହ୍ୟାଟ୍ରିକ ସୁଯୋଗ ସୃଷ୍ଟି କରିଥିଲେ। ୩୬ ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିଥିବା ଆୟାର ବ୍ୟକ୍ତିଗତ ସର୍ବାଧିକ ୬୭(୪୮ ବଲ, ୮ ଚୌକା, ୧ ଛକା) ରନ କରିଥିବାବେଳେ କ୍ରିସ୍‌ ଜୋର୍ଡାନଙ୍କ ବଲ୍‌ରେ ଡିପ୍‌ ବ୍ୟାକ୍‌ଓ୍ବାର୍ଡ ସ୍କୋୟାରରେ ଦାଓ୍ବିଦ ମଲନଙ୍କୁ କ୍ୟାଚ ଦେଇ ପ୍ୟାଭିଲିୟନ ଫେରିଥିଲେ। ଓ୍ବାଶିଂଟନ ସୁନ୍ଦର ୩ ଓ ଅକ୍ଷର ପଟେଲ ୭ ରନରେ ଅପରାଜିତ ରହିଥିଲେ। ଇଂଲଣ୍ଡ ବୋଲରଙ୍କ ମଧ୍ୟରେ ଜୋଫ୍ରା ଆର୍ଚର ସର୍ବାଧିକ ୩ଟି ଏବଂ ଆଡିଲ ରଶିଦ, ମାର୍କ ଉଡ୍‌, କ୍ରିସ୍‌ ଜୋର୍ଡାନ ଓ ବେନ୍‌ ଷ୍ଟୋକ୍ସ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଏହି ମ୍ୟାଚରେ ହିଟ୍‌ମ୍ୟାନ ରୋହିତ ଶର୍ମାଙ୍କୁ ବିଶ୍ରାମ ଦେଇ ଭାରତ ପଡ଼ିଆକୁ ଓହ୍ଲାଇଥିଲା।
ଇଂଲଣ୍ଡର ଦୁଇ ଓପନର ଜାସନ ରୟ ଓ ଜୋସ ବଟଲର ଦୃଢ଼ ଓପନିଂ କରି ବିଜୟ ପାଇଁ ପ୍ଲାଟ୍‌ଫର୍ମ ପ୍ରସ୍ତୁତ କରିଥିଲେ। ୪୮ ବଲ୍‌ରୁ ୭୨ ରନ ସଂଗ୍ରହ ପରେ ବଟଲରଙ୍କୁ ଏଲ୍‌ବିଡବ୍ଲ୍ୟୁ ଆଉଟ କରି ୟୁଜବେନ୍ଦ୍ର ଚହଲ ଭାରତକୁ ବ୍ରେକ୍‌ ଥ୍ରୁ ଦେଇଥିଲେ। ବଟଲର ୨୪ ବଲ୍‌ରୁ ୨ ଚୌକା ଓ ୧ ଛକା ସହାୟତାରେ ୨୮ ରନ କରିଥିଲେ। ତେବେ ଭାରତୀୟ ବୋଲରଙ୍କୁ ସଫଳ ମୁକାବିଲା କରି ଇଂଲଣ୍ଡ ସହଜ ବିଜୟ ଦିଗରେ ଅଗ୍ରସର ହୋଇଥିଲା। ଆତ୍ମବିଶ୍ୱାସର ସହ ଇନିଂସ ଆରମ୍ଭ କରିଥିବା ଜାସନ ରୟ ଅର୍ଦ୍ଧଶତକ ହାସଲଠାରୁ ୧ ରନ ଦୂରରେ ଥିବାବେଳେ ଓ୍ବାଶିଂଟନ ସୁନ୍ଦରଙ୍କ ବଲ୍‌ରେ ଆଉଟ ହୋଇଥିଲେ। ସେ ୩୨ ବଲ୍‌ରୁ ୪ ଚୌକା ଓ ୩ ଛକା ସହାୟତାରେ ୪୯ ରନ କରିଥିଲେ। ଦାଓ୍ବିଦ ମଲନ ୨୪(୨୦ ବଲ, ୨ ଚୌକା, ୧ ଛକା) ଓ ଜନି ବେୟାରଷ୍ଟୋ ୨୬(୧୭ ବଲ, ୧ ଚୌକା, ୨ ଛକା) ରନରେ ଅପରାଜିତ ରହି ଆହୁରି ୪.୩ ଓଭର ବାକିଥାଇ ଦଳକୁ ବିଜୟୀ କରାଇଥିଲେ। ଯେଉଁ ପିଚ୍‌ରେ ଇଂଲଣ୍ଡ ବୋଲରମାନେ ଚମତ୍କାର ବୋଲିଂ କରିଥିଲେ ସେଥିରେ ଭାରତୀୟ ବୋଲର ପ୍ରଭାବହୀନ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ବେଆଇନ ବେଟିଂ ଆପ ମାମଲାରେ ଇଡିର ବଡ଼ ଆକ୍ସନ: ପୂର୍ବତନ କ୍ରିକେଟର, ବଲିଉଡ ସେଲିବିଟ୍ରିଙ୍କ ସମ୍ପତ୍ତି ଜବତ, ଜାଣନ୍ତୁ କାହାଠୁ କେତେ…

ନୂଆଦିଲ୍ଲୀ,୧୯।୧୨: ବେଆଇନ ବେଟିଂ ଆପ ମାମଲାରେ ଇଡି ବଡ଼ ଆକ୍ସନ ନେଇଛି। ପୂର୍ବତନ କ୍ରିକେଟର ଓ ବଲିଉଡ ସେଲିବେଟ୍ରିଙ୍କ ସମ୍ପତ୍ତି ଜବତ କରାଯାଇଛି। ଯୁବରାଜ ସିଂଙ୍କ...

୨୦୨୬ ଟି-୨୦ ବିଶ୍ୱକପ ଭାରତୀୟ ଦଳ: ଏହି ୫ ଖେଳାଳି ଦଳରୁ ପଡିପାରନ୍ତି ବାଦ୍‌, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ,୧୯।୧୨: ୨୦୨୫ ବର୍ଷ ଶେଷ ହେବା ସହିତ, ୨୦୨୬ ଟି୨୦ ବିଶ୍ୱକପ ପାଇଁ ଅପେକ୍ଷା ମଧ୍ୟ କମ ହେବାରେ ଲାଗିଛି। ଆସନ୍ତା ବର୍ଷ ଟି୨୦ ବିଶ୍ୱକପ...

IPL ୨୦୨୬ ନିଲାମ ପରେ ହଠାତ୍‌ ଅଧିନାୟକ ହେଲେ ଭେଙ୍କଟେଶ ଆୟର, ଏହି ଖେଳାଳିଙ୍କ ସ୍ଥାନ ନେବେ…

ନୂଆଦିଲ୍ଲୀ,୧୯।୧୨: IPL ୨୦୨୬ ନିଲାମର କିଛି ଦିନ ପରେ, ଭେଙ୍କଟେଶ ଆୟର ଅଧିନାୟକ ହୋଇଛନ୍ତି। ଏହା ଦେଖାଯାଉଛି ଯେ IPL ୨୦୨୫ ସିଜିନ ଖରାପ ରହିବା...

ଟି-୨୦ ବିଶ୍ୱକପ ପାଇଁ ଏହି ଦିନ ଘୋଷଣା ହେବ ଟିମ ଇଣ୍ଡିଆ, ସମ୍ଭାବ୍ୟ ତାଲିକାରେ ଏମାନେ…

ନୂଆଦିଲ୍ଲୀ,୧୯।୧୨: ଆସନ୍ତା ବର୍ଷ ଫେବୃଆରୀରେ ଭାରତ ଏବଂ ଶ୍ରୀଲଙ୍କାରେ ICC ପୁରୁଷ ଟି-୨୦ ବିଶ୍ୱକପ ୨୦୨୬ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଟିମ ଇଣ୍ଡିଆ କେବେ ଏବଂ...

୮.୬ କୋଟି ମିଳିବା ପରେ ବଦଳିଗଲା ମନ? IPL ୨୦୨୬ ପାଇଁ ୟୁଟର୍ନ ନେବେ ଜୋଶ ଇଂଲିଶ!

ନୂଆଦିଲ୍ଲୀ,୧୯।୧୨: ଅଷ୍ଟ୍ରେଲିୟ ଉଇକେଟ୍‌କିପର-ବ୍ୟାଟସମ୍ୟାନ ଜୋଶ ଇଂଲିଶଙ୍କୁ ନେଇ IPL ୨୦୨୬ ନିଲାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ପଞ୍ଜାବ କିଙ୍ଗସ ଦ୍ୱାରା ମୁକ୍ତ ହେବା ପରେ, ଏହା...

ଖେଳ ଜଗତରେ ଶୋକର ଛାୟା: ବିମାନ ଦୁର୍ଘଟଣାରେ ଚାଲିଗଲା ଏହି ଖେଳାଳିଙ୍କ ଜୀବନ, ସ୍ତ୍ରୀ ପିଲା ବି…

ନୂଆଦିଲ୍ଲୀ,୧୯।୧୨: ରେସିଂ ଜଗତରୁ ଏକ ଦୁଃଖଦ ଖବର ଆସିଛି। ଉତ୍ତର କାରୋଲିନାର ଷ୍ଟେଟସଭିଲ ଆଞ୍ଚଳିକ ବିମାନବନ୍ଦର ନିକଟରେ ଏକ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ...

IND vs SA 5th T20: ଆଜି ନିର୍ଣ୍ଣାୟକ ଲଢ଼େଇ, କେଉଁଠି କେମିତି ଦେଖିବେ ମ୍ୟାଚ ଜାଣନ୍ତୁ

ନୂଆଦିଲ୍ଲୀ,୧୯ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟ ସିରିଜ୍ ସବୁଠାରୁ ରୋମାଞ୍ଚକର ପର୍ଯ୍ୟାୟରେ ପହଞ୍ଚିଛି। ଆଜି ସିରିଜର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri