ଆଜି ଅଖିମୁଠି ଅନୁକୂଳ, ଚାଷୀଙ୍କ ଉତ୍ସାହ ନାହିଁ

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ): ସୋମବାର କୃଷିଭିତ୍ତିକ ପର୍ବ ଅକ୍ଷୟ ତୃତୀୟା। ଚାଷୀମାନେ ଚାଷ ପାଇଁ ପାଗ ଭିଡ଼ିବେ। କେବଳ ସେତିକି ନୁହେଁ, ରାଜ୍ୟର ବିଭିନ୍ନ ସ୍ଥାନରେ ଜିଲାପାଳଙ୍କଠୁ ଜନ ପ୍ରତନିଧିମାନେ ମଧ୍ୟ କ୍ଷେତକୁ ଆସି ହଳ, ନଙ୍ଗଳ ଧରି ଅଖିମୁଠି ଅନୁକୁଳ କରିବେ। କିନ୍ତୁ ଏଭଳି ଶୁଭବେଳାରେ ସରକାରଙ୍କ ତ୍ରୁଟିପୂର୍ଣ୍ଣ ଧାନକିଣା ନୀତି ଯୋଗୁ ଆଜି ମଧ୍ୟ ବରଗଡ଼ ଜିଲାର ଅନେକ ଚାଷୀ ଅସନ୍ତୁଷ୍ଟ ଅଛନ୍ତି। ଭଲ ଅମଳ ପାଇଁ ନେତା, ମନ୍ତ୍ରୀ ଅଖି ମୁଠି ଅନୁକୁଳ କରୁଛନ୍ତି ସତ, କିନ୍ତୁ ଚାଷୀଙ୍କ ଅମଳ ଶସ୍ୟ ବିକ୍ରି ପାଇଁ ସରକାରୀ କଳରେ ଅବହେଳା କରାଯାଉଛି। ଏହି ଦୃଷ୍ଟିରୁ ଚାଷୀଙ୍କୁ ବହୁ ହଟହଟା ହେବାକୁ ପଡୁଛି। ବରଗଡ଼ ଜିଲାରେ ଏଭଳି ସ୍ଥିତି ଉପୁଜିଛି। ବିଭାଗୀୟ ଅବହେଳା ଯୋଗୁ ଜିଲାର ଅନେକ ଚାଷୀ ଏପର୍ଯ୍ୟନ୍ତ ଗତ ଖରିଫରେ ଅମଳ ଧାନ ବିକ୍ରି କରି ପାରି ନାହାନ୍ତି। ପ୍ରଶାସନିକ ଅଧିକାରୀ, ଜନ ପ୍ରତିନିଧିଙ୍କୁ ଜଣାଇ ନୟାନ୍ତ ହେବା ପରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତମାସ ୯ତାରିଖରୁ ଅହର୍ନିଶ ଧାରଣାରେ ବସିଛନ୍ତି। ତଥାପି ଜିଲା ପ୍ରଶାସନ, ଜନ ପ୍ରତିନିଧି ନିର୍ବିକାର ରହିଛନ୍ତି। ଫଳରେ ଅସନ୍ତୋଷ ମଧ୍ୟରେ ଏଥର ବରଗଡ଼ ଜିଲାର ଚାଷୀ ଅଖି ମୁଠି ଅନୁକୁଳ କରିବେ।

ଠକିଦେଲେ ଯୋଗାଣ ମନ୍ତ୍ରୀ
ଖାଦ୍ୟ ଯୋଗଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ ଚାଷୀଙ୍କ ସମସ୍ତ ବିକ୍ରିଯୋଗ୍ୟ ଧାନ କିଣାଯିବ ବୋଲି କହିଥିଲେ। ଧାନ ସଂଗ୍ରହ ପ୍ରକିୟାକୁ ଚଳିତ ମାସ ୭ତାରିଖ ପର୍ଯ୍ୟନ୍ତ ବୃଦ୍ଧି ମଧ୍ୟ କରିଥିଲେ। ହେଲେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନବିକ୍ରି ଦାବିରେ ଚାଷୀଙ୍କ ଧାରଣା ୭ ସପ୍ତାହ ବିତିଯିବ। ମାତ୍ର ସମ୍ପୃକ୍ତ ଚାଷୀଙ୍କ ବସ୍ତାଟିଏ ମଧ୍ୟ ଧାନ ବିକ୍ରି ହେଲା ନାହିଁ। ଅନ୍ୟପଟେ ସମସ୍ତ ଚାଷୀଙ୍କ ବିକ୍ରିଯୋଗ୍ୟ ଧାନ କିଣାଯାଇଛି ବୋଲି ଯୋଗାଣ ମନ୍ତ୍ରୀ କହିବା ଦୁର୍ଭାଗ୍ୟଜନକ।
– ପୂର୍ଣ୍ଣଚନ୍ଦ୍ର ସାହୁ, ତୋରା
ଧାର କରଜରେ ପରିବାର ଚଳୁଛି
ଏପର୍ଯ୍ୟନ୍ତ ଗତବର୍ଷ ଖରିଫରେ ଅମଳ ଧାନ ବିକ୍ରି କରି ପାରି ନାହୁଁ। ଖରିଫ ଚାଷ ପାଇଁ ଧାର, କରଜ କରି ଚାଷ କରିଥିଲୁ। ତାହା ତ ପରିଶୋଧ କରି ପାରି ନାହୁଁ। ପୁଣି ଧାର, କରଜରେ ରବି ଫସଲ କରିଛୁ। ଏପରିକି ଧାର, ଉଧାରରେ ପରିବାର ଗୁଜୁରାଣ ମେଣ୍ଟାଉଛୁ। ଧାନବିକ୍ରି ପଞ୍ଜୀକରଣ ପାଇଁ ଆମେ ଆବଶ୍ୟକ କାଗଜାତ ସ୍ଥାନୀୟ ପ୍ରାଥମିକ କୃଷି ସମବାୟ ସମିତିରେ ଦେଇଥିଲୁ। ପଞ୍ଜୀକରଣରେ ବିଭାଗୀୟ କର୍ମଚାରୀଙ୍କ ଅବହେଳା କଲେ। ଆମେ ଏବେ ଦୁର୍ଦ୍ଦଶା ଭୋଗୁଛୁ।
– କେତନ ଚିରଗୁଣ, ସହରାଟିକ୍ରା
ଉଧାରରେ ପୁଅଙ୍କ ଚିକିତ୍ସା
ଗତବର୍ଷ ଖରିଫରେ ଭଲ ଧାନ ଅମଳ ହୋଇଥିଲା। ବିକ୍ରି ପାଇଁ ୧୭୦ ପ୍ୟାକେଟ୍‌ ଧାନ ସହରାଟିକ୍ରା ମଣ୍ଡିରେ ପକାଇଛି। ହେଲେ ଏପର୍ଯ୍ୟନ୍ତ ଟୋକନ ଆସି ନଥିବାରୁ ତାହା ବିକ୍ରି ହୋଇ ପାରି ନାହିଁ। ଧାନବିକ୍ରି ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚାଲିଥିବା ଧାରଣାରେ ସାମିଲ ହୋଇଛି। ତଥାପି କିଛି ସୁଫଳ ମିଳି ନାହିଁ। ଅନ୍ୟପଟେ ପୁଅ ବିସ୍ମାୟନଙ୍କୁ ଆଖି ଅସ୍ତ୍ରୋପଚାର ହେବାକୁ ଜରୁରୀ ପଡ଼ିଲା। ଲକ୍ଷେ ଟଙ୍କା ଉଧାର କରି ପୁଅର ଚିକିତ୍ସା କରିଛି।
– ମହେନ୍ଦ୍ର ପ୍ରଧାନ, ପିପିଲିପାଲି
ଅକ୍ଷୟତୃତୀୟା ଉତ୍ସାହ ଫିକା
କୃଷକଙ୍କ ଆଦିପର୍ବ ଅକ୍ଷୟ ତୃତୀୟ ବହୁ ପୁରାତନ ପରମ୍ପରା। ଏହାକୁ ଅତି ଉତ୍ସାହର ସହିତ ଚାଷୀମାନେ ମାଟିପୂଜା, ବଳଦ ପୂଜ ସହିତ ପ୍ରଥମ ବିହନ ବୁଣି ନୂତନ ଚାଷ ଆରମ୍ଭ କରିଥାନ୍ତି। ହେଲେ ବରଗଡ଼ ଜିଲାର ବହୁତ ଚାଷୀ ପଞ୍ଜୀକରଣରୁ ବାଦ୍‌ ପଡ଼ି ଧାନ ବିକ୍ରି କରି ପାରି ନାହାନ୍ତି। ଏହାକୁ ନେଇ ଚାଷୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଖରାତାତି, ଝଡ଼ବର୍ଷା ସତ୍ତ୍ୱେ ଧାରଣା ଦେଇଛନ୍ତି। ଫଳରେ ଅଖିମୁଠି ଅନୁକୁଳରେ ମଧ୍ୟ ଚାଷୀଙ୍କ ଉତ୍ସାହ ନାହିଁ।
– ରମେଶ ମହାପାତ୍ର, ଚାଷୀନେତା

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାଟରେ ଅଟକାଇ ମୁଣ୍ଡ ଫଟାଇଲେ, ଟଙ୍କା ଲୁଟିଥିଲେ: ତୃତୀୟ ଅଭିଯୁକ୍ତ ଭୋଳାଙ୍କୁ ଗିରଫ କଲା ପାଟପୁର ପୋଲିସ

ଦାଦା ବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ପୁଣି ଜଣେ ଅଭିଯୁକ୍ତ ଗିରଫ, ସଂଖ୍ୟା ୩କୁ ବୃଦ୍ଧି ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା…

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ଗଣେଶ ପୂଜା ପାଇଁ ଗଞ୍ଜାମ ଏସ୍‌ପିଙ୍କ କଡ଼ା ନିର୍ଦ୍ଦେଶ: ରାତି ୧୦ଟା ପରେ ବାଜିବନି ଲାଉଡସ୍ପିକର, ଜୋରଜବରଦସ୍ତ ଚାନ୍ଦା ଆଦାୟ ମନା

ଛତ୍ରପୁର,୮।୯(ଦିଲ୍ଲୀପ ସାମଲ): ଆଗାମୀ ଗଣେଶ ପୂଜା ସମେତ ପୂଜା ପାର୍ବଣ ସମୟରେ ଆଇନ ଶୃଙ୍ଖଳା ରକ୍ଷା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିମନ୍ତେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ଛୁଟିରେ ଘରକୁ ଆସି ଆଖି ବୁଜିଲେ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ BSF ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବାଗଡା ଗ୍ରାମର ବିଏସଏଫ୍ (BSF) ସିନିୟର ହାବିଲଦାର ବି. କାନା (୫୩)ଙ୍କ ଆକସ୍ମିକ ମୃତ୍ୟୁ…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri