Posted inଖେଳ

ଶେଷ ଓଭରରେ ଦିଲ୍ଲୀର ରୋମାଞ୍ଚକ ବିଜୟ

ବେଙ୍ଗାଲୁରୁ,୧୮ା୪: ଡେଭିଡ୍‌ ମିଲରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଖେଳାଯାଇଥିବା ଏକ ରୋମାଞ୍ଚକ ଆଇପିଏଲ୍‌ ମ୍ୟାଚ୍‌ରେ ୬ ଉଇକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି)କୁ ପରାସ୍ତ କରିଛି। ଏହା ଦିଲ୍ଲୀର ୫ ମ୍ୟାଚ୍‌ରେ ତୃତୀୟ ବିଜୟ ହୋଇଥିବା ବେଳେ ଆର୍‌ସିବି ଲାଗି ୬ ମ୍ୟାଚ୍‌ରେ ଏହା ଦ୍ୱିତୀୟ ପରାଜୟ। ଲୋକେଶ ରାହୁଲ ଶନିବାର ଅର୍ଦ୍ଧଶତକୀୟ ପାଳି ଖେଳି ତାଙ୍କର ୩୪ତମ ଜନ୍ମଦିନ ଓ ୧୫୦ତମ ଆଇପିଏଲ୍‌ ମ୍ୟାଚ୍‌କୁ ସ୍ମରଣୀୟ କରାଇଛନ୍ତି।

ଲାଗି କଷ୍ଟକର ପିଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ଆର୍‌ସିବି ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ ହରାଇ ୧୭୫ ରନ କରିଥିଲା। ଫିଲିପ୍‌ ସଲ୍ଟଙ୍କର ୩୮ ବଲରେ ୬୩ (୪ ଚୌକା ଓ ୩ ଛକା) ରନର ଅର୍ଦ୍ଧଶତକୀୟ ଇନିଂସ ଯୋଗୁ ଆର୍‌ସିବି ଏକଦା ୧୨.୩ ଓଭରରେ ୧୩୧/୩ ସ୍କୋର କରିଥିଲା। ହେଲେ ଶେଷ ଆଡ଼କୁ ଟିମ୍‌ ଡେଭିଡ୍‌ (୧୭ ବଲ, ୨୬ ରନ, ୩ ଚୌକା ଓ ୧ ଛକା)ଙ୍କୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ବ୍ୟାଟର ସଂଘର୍ଷ କରିଥିଲେ। ଦିଲ୍ଲୀ ପାଇଁ ଅଧିନାୟକ ଅକ୍ଷର ପଟେଲ, ଲୁଙ୍ଗି ଏନ୍‌ଗିଡି ଓ କୁଲଦୀପ ଯାଦବ ୨ଟି ଲେଖାଏ ଉଇକେଟ ନେଇଥିଲେ। ଜବାବରେ ଭୁବନେଶ୍ୱର କୁମାରଙ୍କ ଘାତକ ବୋଲିଂ ଯୋଗୁ ଦିଲ୍ଲୀ ଆରମ୍ଭରୁ ୩ ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା।

ଦଳ ୧୮ ରନ ମଧ୍ୟରେ ୩ ଉଇକେଟ ହରାଇ ସଙ୍କଟରେ ଥିବା ବେଳେ ରାହୁଲ ତାଙ୍କର ୩୪ତମ ଜନ୍ମଦିନରେ ନିଜ ଘରୋଇ ଗ୍ରାଉଣ୍ଡରେ ୩୪ ବଲରେ ୫୭ (୬ ଚୌକା ଓ ୨ ଛକା) ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଏଥିସହିତ ସେ ଟ୍ରିଷ୍ଟାନ ଷ୍ଟବ୍ସଙ୍କ ସହ ମିଶି ଚତୁର୍ଥ ଉଇକେଟରେ ୬୯ ରନ ଯୋଡ଼ିଥିଲେ। ଏହାପରେ ଷ୍ଟବ୍ସ ଓ ଅଧିନାୟକ ଅକ୍ଷରଙ୍କ ପଞ୍ଚମ ଉଇକେଟରେ ୩୪ ବଲରେ ୪୭ ରନ ଯୋଡ଼ିଥିଲେ। ହେଲେ ଅତ୍ୟଧିକ ଗରମ ପରିବେଶ କାରଣରୁ ଅକ୍ଷର (୧୯ ବଲ, ୨୬ ରନ, ୩ ଚୌକା) ବାରମ୍ବାର କ୍ରାମ୍ପର ସମ୍ମୁଖୀନ ହୋଇ ରିଟାୟର୍ଡ ହର୍ଟ ହୋଇ ପାଭିଲିଅନ ଫେରିଯାଇଥିଲେ। ତାଙ୍କ ସ୍ଥାନରେ ଆସିଥିବା ଡେଭିଡ୍‌ ମିଲର ଓ ଷ୍ଟବ୍ସ ଦଳକୁ ଜିତାଇଥିଲେ। ଦିଲ୍ଲୀକୁ ଜିତିବା ପାଇଁ ଅନ୍ତିମ ଓଭରରେ ୧୫ ରନ ଆବଶ୍ୟକ ଥିଲା ବେଳେ ରୋମାରିଓ ଶେଫର୍ଡଙ୍କ ଓଭରର ପ୍ରଥମ ଦୁଇ ବଲରେ ମିଲର ଓ ଟ୍ରିଷ୍ଟାନ ଷ୍ଟବ୍ସ ଗୋଟିଏ ଲେଖାଏ ସିଙ୍ଗଲ ନେଇଥିଲେ। ଏହାପରେ ମିଲର ଲଗାତର ଦୁଇଟି ଛକା ଓ ଚୌକା ମାରି ମ୍ୟାଚ୍‌ ଫିନିଶ୍‌ କରିଥିଲେ। ଫଳରେ ଦିଲ୍ଲୀ ୧୯.୫ ଓଭରରେ ୪ ଉଇକେଟ ହରାଇ ୧୭୯ ରନ କରିଥିଲା। ଷ୍ଟବ୍ସ ୪୭ ବଲରେ ୬୦ (୪ ଚୌକା ଓ ୧ ଛକା) ଓ ମିଲର ୧୦ ବଲରେ ୨୨ (୧ ଚୌକା ଓ ୨ ଛକା) ରନ୍‌ କରି ନଟ୍‌ ଆଉଟ୍‌ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri