Posted inଫୁରସତ

ଯେଉଁଠି କୁକୁର-ବିଲେଇ କରନ୍ତି ରକ୍ତ ଦାନ

ମଣିଷଙ୍କ ପାଇଁ ବ୍ଲଡ ବ୍ୟାଙ୍କ ଥିବା କଥା ସମସ୍ତେ ଜାଣିଥିବେ । ହେଲେ କୁକୁର-ବିଲେଇଙ୍କ ପାଇଁ ବି ରହିଛି ବ୍ଲଡ ବ୍ୟାଙ୍କ । କଥାଟା ଟିକେ ଭ୍ରୁକୁଞ୍ଚନ ସୃଷ୍ଟି କରୁଥିଲେ ବି ସତ । ବିଶ୍ୱର କିଛି ଦେଶରେ ଏମିତି ବ୍ଲଡ ବ୍ୟାଙ୍କ ରହିଛି ଯେଉଁଠି କୁକୁର-ବିଲେଇ ରକ୍ତଦାନ କରିଥାଆନ୍ତି । କାରଣ ଅଧିକାଂଶ ଲୋକେ କୁକର ଓ ବିଲେଇଙ୍କୁ ପାଳିତ ପଶୁଭାବେ ରଖିଥାଆନ୍ତି । କୁକୁର ଓ ବିଲେଇଙ୍କର ବି ରହିଛି ଅଲଗା ଅଲଗା ବ୍ଲଡ ଗ୍ରୁପ । ତେବେ କୁକୁରଙ୍କର ୧୨ ପ୍ରକାର ବ୍ଲଡ ଗ୍ରୁପ ଥିବା ବେଳେ ବିଲେଇଙ୍କର ରହିଛି ୩ ପ୍ରକାର ବ୍ଲଡ ଗ୍ରୁପ । ଉତ୍ତର ଆମେରିକାରେ ଥିବା ‘ପଶୁ ଚିକିତ୍ସା ବ୍ଲଡ ବ୍ୟାଙ୍କ’ର ପ୍ରଭାରୀ ଡା. କେସି ମିଲ୍ସ କୁହନ୍ତି କାଲିଫର୍ନିଆର ଡିକ୍ସନ ଓ ଗାର୍ଡନ ଗ୍ରୋବ ସହର ବ୍ୟତୀତ ମିଶିଗନର ଷ୍ଟକବ୍ରିଜ, ଭର୍ଜିନିଆ, ବ୍ରିଷ୍ଟୋ ଓ ମେରିଲ୍ୟାଣ୍ଡର ଉନ୍ନାପୋଲିସ ସହର ସମେତ ଉତ୍ତର ଆମେରିକାର କେତେକ ସହରରେ ପଶୁବ୍ଲଡ ବ୍ୟାଙ୍କ ରହିଛି । ଏଠାକୁ ଲୋକେ ନିଜର ଗୃହପାଳିତ କୁକୁର ବିଲେଇଙ୍କୁ ଆଣି ରକ୍ତଦାନ କରିଥାଆନ୍ତି । ଡାକ୍ତର ମିଲ୍ସ କହିଛନ୍ତି ପଶୁଙ୍କ ରକ୍ତଦାନ ପାଇଁ ପାଖାପାଖି ଅଧଘଣ୍ଟା ସମୟ ଲାଗିଥାଏ । ସବୁଠାରୁ ବଡକଥା ହେଲା ଏମାନଙ୍କୁ ଆନାସ୍ଥେସିଆ ଦେବାକୁ ପଡି ନ ଥାଏ । ତେବେ ଯେଉଁଠାରେ ପଶୁ ବା ପ୍ରାଣୀଙ୍କ ପାଇଁ ବ୍ଲଡ ବ୍ୟାଙ୍କ ନାହିଁ ସେଠାରେ ରକ୍ତଦାନ ଓ ପ୍ଲାଜମା ଦାନ ସମ୍ପର୍କିତ କାର୍ଯ୍ୟକ୍ରମମାନ ଆୟୋଜିତ କରାଯାଉଛି । ଏକ ରିପୋର୍ଟ ଅନୁଯାୟୀ, ବ୍ରିଟେନ ଓ ଆମେରିକାରେ ଲୋକେ ପଶୁଙ୍କ ରକ୍ତଦାନ ପାଇଁ ଖୁବ୍ ସଚେତନ । ତେବେ ଭାରତରେ ବି ପଶୁଙ୍କ ପାଇଁ ରହିଛି ବ୍ଲଡ ବ୍ୟାଙ୍କ । ଏହାର ନାମ ‘ତନୁବାସ ପଶୁ ବ୍ଲଡ ବ୍ୟାଙ୍କ’ । ଏହା ତାମିଲନାଡୁ ପଶୁ ଚିକିତ୍ସା ଏବଂ ପଶୁ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଅଧିନରେ ରହିଛି ଓ ଚେନ୍ନାଇର ମାଡ୍ରାସ ପଶୁଚିକିତ୍ସା କଲେଜ କଲେଜ ପ୍ରଶିକ୍ଷଣ ହସ୍ପିଟାଲର କ୍ଲିନିକାଲ ବିଭାଗ ଭାବେ କାର୍ଯ୍ୟ କରୁଛି ।


Enter your email to get our daily news in your inbox.

All Right Reserved By Dharitri.Com

ବିରାଟ-ରୋହିତଙ୍କୁ ଦେଖିବାକୁ ପ୍ରଶଂସକଙ୍କ ପ୍ରବଳ ଉତ୍ସାହ: ୮ ମିନିଟ୍‌ରେ ସରିଗଲା ଭାରତ ବନାମ ନ୍ୟୁଜିଲାଣ୍ଡ ଟିକେଟ

ନୂଆଦିଲ୍ଲୀ,୨।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ୍‌ ଜାନୁଆରୀ ୧୧, ୨୦୨୬ରେ ଆରମ୍ଭ ହେବାକୁ ଯାଉଛି। ଏହି ହାଇ-ଭୋଲଟେଜ ମ୍ୟାଚ ପାଇଁ ପ୍ରଶଂସକମାନେ ଉତ୍ସାହିତ।...

ରାଗିକି ପଞ୍ଚମ ହୋଇଗଲେ ଜାଭେଦ ଅଖତର: ଦେଇଦେଲେ ଏମିତି ଧମକ

ପ୍ରବୀଣ ଗୀତିକାର ଜାଭେଦ ଅଖତର ପ୍ରତ୍ୟେକ ପ୍ରସଙ୍ଗରେ ସ୍ପଷ୍ଟ ମତ ରଖିବା ପାଇଁ ଜଣାଶୁଣା। ଅନ୍ୟ ଅନେକ ତାରକାଙ୍କ ପରି, ଆଜିକାଲି ସେ ମଧ୍ୟ ଡିପ୍‌ଫେକ୍‌ର...

ଇନ୍ଦୋରରେ ବିଷାକ୍ତ ପାଣି ଯୋଗୁ ୧୫ ଜଣଙ୍କ ମୃତ୍ୟୁ, ବାନ୍ତି -ଝାଡ଼ାରେ ୩୩୮ ଆକ୍ରାନ୍ତ, ଆଇସିୟୁରେ ୩୨ ରୋଗୀ

ଇନ୍ଦୋର,୨।୧: ମଧ୍ୟପ୍ରଦେଶ ଇନ୍ଦୋରର ଭାଗୀରଥପୁରାରେ ଦୂଷିତ ପାଣି ଯୋଗୁ ଅସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର ୩୩୮ ଜଣ ନୂଆ ରୋଗୀ...

ଆସନ୍ତାକାଲି ଦେଖିବାକୁ ମିଳିବ ସୁପରମୁନ୍‌, ତା’ ପରେ ଆଉ କେବେ ଜାଣନ୍ତୁ…

ଭୁବନେଶ୍ୱର,୨ା୧: ଆସନ୍ତାକାଲି ଅର୍ଥାତ୍‌ ଶନିବାର ବର୍ଷର ପ୍ରଥମ ‘ସୁପରମୁନ’ ଦେଖିବାକୁ ମିଳିବ। ପୌଷ ପୂର୍ଣ୍ଣିମା ତିଥିରେ ପ୍ରଥମ ‘ସୁପରମୁନ’ ଭାବରେ ଦେଖାଯିବ। ସେହିପରି ୨୦୨୬ର ଦ୍ବିତୀୟ...

ଟିମ୍‌ ଇଣ୍ଡିଆକୁ ମିଳିବ ନୂଆ କୋଚ: ଇଂଲଣ୍ଡର କିମ୍ବଦନ୍ତୀଙ୍କୁ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨।୧: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ ଭାରତୀୟ ମହିଳା କ୍ରିକେଟ ଦଳ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି। ଦଳ ଖୁବଶୀଘ୍ର ଜଣେ ନୂତନ ଶକ୍ତି...

EVM: କର୍ନାଟକରେ ନିର୍ବାଚନ ଆୟୋଗଙ୍କ ସର୍ଭେରେ ପାସ୍‌ କଲା ଇଭିଏମ୍‌, ରାହୁଲଙ୍କୁ ଟାର୍ଗେଟ କଲା ଭାଜପା

ନୂଆଦିଲ୍ଲୀ,୨।୧: କଂଗ୍ରେସ ନେତୃତ୍ୱାଧୀନ କର୍ନାଟକ ସରକାର ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଏକ ସର୍ଭେରେ ଇଭିଏମ ଉପରେ ଜନସାଧାରଣଙ୍କ ଦୃଢ଼ ଆସ୍ଥା ପାଇଛନ୍ତି। ଏହି...

କଳିଯୁଗର ପୁଅ: ନିଜ ବାପାଙ୍କୁ ହତ୍ୟା କରିବାକୁ ଦେଇଥିଲେ ୫ ଲକ୍ଷ ଟଙ୍କା ସୁପାରି, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨।୧: ଜଣେ ଅବସରପ୍ରାପ୍ତ ଭାରତୀୟ ବାୟୁସେନା (IAF) ଅଧିକାରୀଙ୍କ ଗୁଳିମାଡ଼ ଘଟଣାରେ ଗାଜିଆବାଦ ପୋଲିସ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛି। ପୋଲିସ ଦାବି କରିଛି ଯେ...

ଲୋକସେବା ଭବନରେ ରିଲ୍ସ ନେଇ ଆସିବ ଗାଇଡ୍‌ଲାଇନ୍‌, ମନ୍ତ୍ରୀ କହିଲେ ସତ ଜଣାପଡ଼ିଲେ…

ଭୁବନେଶ୍ୱର,୨ା୧: ଲୋକସେବା ଭବନରେ ରିଲ୍ସ କରିବାକୁ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଲୋକସେବା ଭବନରେ ରିଲ୍ସ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri