ଭାରତୀୟଙ୍କ ସହ ବାଇଡେନଙ୍କ ରହିଛି ଏମିତି ସମ୍ପର୍କ, ନିଜେ କରିଛନ୍ତି ଖୁଲାସା

ଓ୍ବାଶିଂଟନ,୧୭।୧ : ଜୋ ବାଇଡେନ  ଜାନୁୟାରୀ ୨୦ ତାରିଖରେ ଆମେରିକାର ରାଷ୍ଟ୍ରପତି ପଦ ପାଇଁ ଶପଥ ନେବେ। ଶପଥ ନେବା ପୂର୍ବରୁ ବାଇଡେନଙ୍କ ସମ୍ପର୍କରେ ନୂଆ ନୂଆ କଥା ସବୁ ସାମ୍ନାକୁ ଆସୁଛି। ଯାହାକି ଆମେରିକାରେ ଖୁବ୍‌ ଚର୍ଚ୍ଚା ହେଉଛି। ଏହି ଚର୍ଚ୍ଚା ମଧ୍ୟରୁ ସବୁଠୁ ବଡ଼ କଥା ହେଉଛି ବାଇଡେନଙ୍କ ଭାରତୀୟମାନଙ୍କ ସହ ସମ୍ପର୍କ। ଜାଣନ୍ତୁ ଏ ସମ୍ପର୍କରେ…

ପ୍ରକୃତ କଥା ହେଲା ୨୦୧୩ରେ ଏକ ଭାଷଣରେ ବାଇଡେନ ନିଜେ କହିଥିଲେ କି, ତାଙ୍କ ପରିବାର ସହ ଭାରତର କନେକ୍‌ସନ ରହିଛି। ଏହି ଭାଷଣରେ ବାଇଡେନ କହିଥିଲେ, ୧୯୭୦ରେ ମୁମ୍ବାଇରୁ ବାଇଡେନ ଟାଇଟେଲ ଥିବା ଜଣେ ବ୍ୟକ୍ତିଙ୍କର ଏକ ପତ୍ର ମିଳିଥିଲା। ସେ ଲେଖିଥିଲେ ଆମର ପରସ୍ପରର ସମ୍ପର୍କ ରହିଛି।

ସେ ଆହୁରି ମଧ୍ୟ କହିଥିଲେ ମୁମ୍ବାଇରୁ ଆସିଥିବା ଏହି ବ୍ୟକ୍ତି ସଙ୍କେତ ଦେଇଥିଲେ କି ଆମର ପୂର୍ବଜ ଇଷ୍ଟ ଇଣ୍ଡିଆ ଟ୍ରେଣ୍ଡିଂ କମ୍ପାନୀ ପାଇଁ କାମ କରୁଥିଲେ। ପରେ ବାଇଡେନ ତାଙ୍କ ନାମ ପ୍ରକାଶ କରି କହିଥିଲେ ସେ ହେଉଛନ୍ତି ଜଜ ବାଇଡେନ। ବାଇଡେନଙ୍କ ସମ୍ପର୍କୀୟମାନେ ଭାରତରେ ରହୁଥିଲେ। ଏଥିସହିତ ବାଇଡେନ ଭାରତ ଆସିଥିବା ବେଳେ ତାଙ୍କର କିଛି ଫଟୋ ମଧ୍ୟ ଭାଇରାଲ ହେଉଛି। ସେ ତାଙ୍କ ପରିବାର ସହ ଭାରତର ବିଭିନ୍ନ ସ୍ଥାନ ବୁଲିଛନ୍ତି। ଭାରତ ଆସିଥିବା ବେଳେ ମନମୋହନ ସିଂ, ରତନ ଟାଟା ପରି ବ୍ୟକ୍ତିଙ୍କ ସହ ଆଲୋଚନା କରିଥିବାର ଫଟୋ ମଧ୍ୟ ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚର୍ମ କର୍କଟ ଟିକାର ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ

ନୂଆଦିଲ୍ଲୀ,୨୯ା୪: ଚର୍ମ କର୍କଟ ରୋଗର ପ୍ରତିକାର ପାଇଁ ବିଶ୍ୱର ପ୍ରଥମ ଟିକା ଉପରେ ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ ହୋଇଛି। ବ୍ରିଟେନ୍‌ର ଜଣେ ରୋଗୀ ଏହି ପରୀକ୍ଷାରେ...

ପ୍ରଳୟଙ୍କରୀ ବନ୍ୟାରେ ୪୨ ମୃତ

ନୈରୋବି,୨୯।୪: କେନ୍ଦ୍ରୀୟ କେନିଆର ମାଇ ମାହୁ ଅଞ୍ଚଳରେ ବ୍ୟାପକ ବନ୍ୟାରେ ମୃତ୍ୟୁ ସଂଖ୍ୟା ୨୦ ରୁ ୪୨କୁ ବୃଦ୍ଧି ପାଇଛି। ଏହାପୂର୍ବରୁ ସିଟିଜେନ ଟେଲିଭିଜନ ସୋମବାର...

ଦୁବାଇରେ ନିର୍ମାଣ ହେଉଛି ବିଶ୍ୱର ସବୁଠାରୁ ବଡ ବିମାନ ବନ୍ଦର, ରହିବ ଏସବୁ ସୁବିଧା

ଦୁବାଇ,୨୯।୪: ଦୁବାଇରେ ବିଶ୍ୱର ବୃହତ୍ତମ ବିମାନ ବନ୍ଦରର କାର୍ଯ୍ୟ ଆରମ୍ଭ ହୋଇଛି। ଏହି ଅଲ ମକତୁମ ଅନ୍ତର୍ଜାତୀୟ ବିମାନବନ୍ଦର ବର୍ତ୍ତମାନର ଦୁବାଇ ଆନ୍ତର୍ଜାତୀୟ ବିମାନବନ୍ଦର ଠାରୁ...

ପୁଣିଥରେ ଠପ ହେଲା ଏକ୍ସ, ୫ ଦିନରେ ଦୁଇଥର

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୯।୪: ପୂର୍ବରୁ ଟୁଇଟର ଭାବରେ ଜଣାଶୁଣା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ପୁଣିଥରେ ବନ୍ଦ ହେବାର ଖବର ଆସିଛି। ବ୍ୟବହାରକାରୀମାନେ ଲଗାତାର ସୋସିଆଲ ମିଡିଆରେ ଅଭିଯୋଗ...

ଗାଜା ଯୁଦ୍ଧରେ ଲାଗିବ ବ୍ରେକ୍‌!

ଜେରୁଜେଲମ୍‌,୨୯ା୪: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୁଣିଥରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଫୋନ୍‌ ଯୋଗେ କଥା ହୋଇଛନ୍ତି ବୋଲି ହ୍ବାଇଟ୍‌ ହାଉସ୍‌ କହିଛି।...

ବଢ଼ିବ ଝିଅମାନଙ୍କ ବିବାହ ବୟସ

ଇସଲାମାବାଦ,୨୯ା୪: ଝିଅମାନଙ୍କର ସର୍ବନିମ୍ନ ବିବାହ ବୟସ ବଢ଼ିବ। ଏନେଇ ପାକିସ୍ତାନର ଶିଶୁ ସୁରକ୍ଷା କଲ୍ୟାଣ ବ୍ୟୁରୋ ପ୍ରସ୍ତାବ ଦେଇଛି। ପାକିସ୍ତାନରେ ଝିଅମାନେ ଖୁବ୍‌ କମ୍‌ ବୟସରେ...

ନାଭାଲ୍‌ନି ଗ୍ରୁପ୍‌ ପାଇଁ କାମ କରୁଥିବା ୨ ଖବରଦାତା ଗଲେ ଜେଲ

ଲଣ୍ଡନ,୨୮ା୪:ରୁଷିଆର ଦିବଂଗତ ବିରୋଧୀ ଦଳ ନେତା ଆଲେକ୍ସି ନାଭାଲ୍‌ନିଙ୍କ ଦ୍ୱାରା ପ୍ରତିଷ୍ଠିତ ଗ୍ରୁପ୍‌ ପାଇଁ କାମ କରୁଥିବା ଅଭିଯୋଗରେ ୨ ଜଣ ଖବରଦାତାଙ୍କୁ ଭ୍ଲାଡିମିର ପୁଟିନ୍‌...

ବେଲୁଚିସ୍ତାନରେ ବର୍ଷା ବିତ୍ପାତ: ୨୨ ମୃତ

କରାଚି,୨୮ା୪:ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ବୃଷ୍ଟି ଯୋଗୁ ୨୨ ଜଣଙ୍କ ମୃତ୍ୟୁ ଘଟିଛି। କାଳବୈଶାଖୀଜନିତ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ଜଲାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri