ନୟାଗଡ଼ ଅଫିସ,୫।୧୨: ଏସ୍ଆଇଟି (ସ୍ପେଶାଲ ଇନ୍ଭେଷ୍ଟିଗେଶନ୍ ଟିମ୍) ଦ୍ୱାରା ପରୀ ହତ୍ୟା ଘଟଣାର ତଦନ୍ତ ଜାରି ରହିଛି। ୪ଦିନ ଭିତରେ ଟିମ୍ ୨ଥର ଯଦୁପୁରରେ ପହଞ୍ଚତ୍ ଘଟଣାର ତନାଘନା ଚଳାଇଛି। ପୋଲିସ ଆଇଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଟିମ୍ ଶୁକ୍ରବାର ପରୀର ମୃତଦେହ ମିଳିଥିବା ସ୍ଥାନ ପୋଖରୀ କୂଳକୁ ଯାଇ ତଦନ୍ତ କରିଥିଲେ। ବାଲୁଗଁା ରାଜସ୍ବ ବିଭାଗର ଆର୍ଆଇ ଓ ଅନ୍ୟ କର୍ମଚାରୀଙ୍କ ସହାୟତାେରେ ମ୍ୟାପ ଦେଖି ତଦନ୍ତକୁ ତ୍ୱରାନ୍ବିତ କରିଥିଲେ।
ହତ୍ୟା ଘଟଣାର ଅଭିଯୁକ୍ତ ବୋଲି କୁହାଯାଉଥିବା ବାବୁଲା ନାୟକଙ୍କ ଘରକୁ ଯାଇ ପୋଲିସ ଆଇଜି ପଚରାଉଚୁରା କରିଥିଲେ। ଟାଉନ ଥାନା ଓ ଅନ୍ୟ ଥାନାର ପୋଲିସ ସହାୟତାରେ ଟିମ୍ ସଦସ୍ୟ ଯଦୁପୁର ଗଁାର ବିଭିନ୍ନ ଲୋକଙ୍କ ଘରକୁ ଯାଇ ପଚାରି ବୁଝିଥିଲେ। ଅନ୍ୟପକ୍ଷେ ଭୟ ଓ ରୋଜଗାର ହରାଇ ପରୀର ଅଜା ଘରେ ରହୁଥିବା ମା’ ସୌଦାମିନୀ ଓ ବାପା ଅଶୋକ ସାହୁ କୁହନ୍ତି, ପରୀର ହତ୍ୟାକାରୀ କିଏ ଆମେ ଜାଣି ନ ଥିଲୁ। ବାବୁଲା ନାୟକଙ୍କ ଚାଲିଚଳଣି ଦେଖି ଆମେ ସନ୍ଦେହ କଲୁ। ଏହାଛଡା ଗଁାରେ କଙ୍ଗାରୁ କୋର୍ଟ ବସାଇବା, ଘରେ ଓ ଜିଲା ମୁଖ୍ୟ ଚିକିତ୍ସାଳୟରେ ଆମକୁ ଆକ୍ରମଣ ସହ ହତ୍ୟା ଧମକ ଦେବା ପରେ ସନ୍ଦେହ ବଢ଼ିଲା। ପୂର୍ବରୁ ସେ ଗଞ୍ଜେଇ ଓ ପରେ ବ୍ରାଉନସୁଗାର ବ୍ୟବସାୟ କଲେ। ପିଲାଙ୍କ ଅଙ୍ଗପ୍ରତ୍ୟଙ୍ଗ ବିକ୍ରି ବ୍ୟବସାୟ ବି ତାଙ୍କର ରହିଛି। ବାବୁଲା ଆମର ଶତ୍ରୁ ନୁହେଁ। ତାଙ୍କୁ ହଇରାଣ କରିବା ଆମର ଉଦ୍ଦେଶ୍ୟ ନୁହେଁ। ନିର୍ଯାତନା ବଢ଼ିବା ଓ ଆମ ଅଟୋ ଭାଙ୍ଗି ଦିଆଯିବା ପରେ ରୋଜଗାର ହରାଇ ଆମେ ଅକ୍ଟୋବର ଶେଷ ସପ୍ତାହରୁ ଗଁା ଛାଡି ପରୀର ଅଜା ଘରେ ରହୁଛୁ। ପୋଲିସ ଆଇଜି ବୋଥ୍ରା ଆମକୁ ପ୍ରତିଶ୍ରୁତି ଦେଇଛନ୍ତି ହତ୍ୟାକାରୀକୁ ଧରି ନ୍ୟାୟ ଦେବେ। ଏଣୁ ଆମେ ସହଯୋଗ ଜାରି ରଖିଛୁ। ନଚେତ୍ ସିବିଆଇକୁ କେସ୍ ଦେଇଦେବେ କହିଛନ୍ତି। ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ଏବେ ୭ଜଣ ପୋଲିସ ଗୁରୁବାରଠାରୁ ଯୋଗିଆପଲ୍ଲୀରେ ଆମକୁ ସୁରକ୍ଷା ଦେଉଛନ୍ତି। ବାବୁଲା ନାୟକ କୁହନ୍ତି, ଆଜି ମୋତେ ପୋଲିସ ଆଇଜି ବୋଥ୍ରା ପଚରାଉଚୁରା କଲେ। ପରୀ ହତ୍ୟାକାରୀଙ୍କୁ ଧରିବାରେ ସହଯୋଗ କରୁଛି ଓ କରିବି ବୋଲି କହିଛି। ଦୋଷ ନ ଥାଇ ମୋତେ ଅଯଥାରେ ଛନ୍ଦି ଦିଆଯାଇଥିବାରୁ ମୋର ରୋଜଗାର ଠପ୍ ହୋଇଗଲାଣି।
Posted inHome Left, ଆମ ଜିଲା ଖବର, ନୟାଗଡ଼, ରାଜ୍ୟ View All
କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ
ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଘାଟନୀ...
ଶୀତରେ ଥରୁଛି କଳାହାଣ୍ଡି
ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...
ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ
ଆଡିଲେଡ୍,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...
୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…
ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...
ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…
ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...
ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍ ପରୀକ୍ଷା
ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...
ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…
ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...
ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI
ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...
Archives


