Posted inଖେଳ

ଏକଦା ସଚିନଙ୍କ ପାଖରେ ବସିବା ପାଇଁ ମନା କରିଦେଇଥିଲେ ଯୁବରାଜ, କାରଣ ଜାଣିଲେ ହେବେ..

ଭାରତୀୟ କ୍ରିକେଟ୍‌ ଟିମ୍‌ର ଦିଗ୍ଗଜ ଖେଳାଳି ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ ଏବଂ ସୌରଭ ଗାଙ୍ଗୁଲୀଙ୍କ ଦବ୍‌ଦବା ଦେଖିବାକୁ ମିଳୁଥିବା ବେଳେ ଯୁବରାଜ ସିଂହ ଦଳରେ ଯୋଗ ଦେଇଥିଲେ। ୨୦୦୦ରେ ଭାରତ ପାଇଁ ଡେବ୍ୟୁ କରିଥିଲେ ସେ। ସେତେବେଳେ ସମସ୍ତଙ୍କଠାରୁ ସଚିନଙ୍କୁ ସେ ବେଶି ମାନୁଥିଲେ। ଏହି ସମୟରେ ଏକ ନିଆରା ଘଟଣା ଘଟିଥିଲା।

ମହମ୍ମଦ କୈଫଙ୍କ ଅଧିନାୟକତ୍ୱରେ ୧୯ ବର୍ଷରୁ କମ୍‌ ଟିମ୍‌ର ଚାମ୍ପିଆନ ହେବା ପରେ ଯୁବରାଜ ଭାରତୀୟ ଟିମ୍‌ର ଖେଳାଳିମାନଙ୍କ ସହ ଖେଳିବାକୁ ସୁଯୋଗ ମିଳିଥିଲା। ଏହା ତାଙ୍କ ପାଇଁ କୌଣସି ସ୍ବପ୍ନଠାରୁ କମ୍‌ ନ ଥିଲା। ଯେଉଁ ଖେଳାଳିମାନେ ତାଙ୍କୁ ପ୍ରେରଣା ଯୋଗାଇ ଆସୁଥିଲେ ସେମାନଙ୍କ ସହ ଯୁବରାଜ ଖେଳିବାକୁ ଯାଉଥିଲେ। ଏକଦା ଡ୍ରେସିଂ ରୁମ୍‌ରେ ସଚିନଙ୍କ ପାଖ ସିଟ୍‌ଟି ଖାଲି ଥିଲା। ହେଲେ ଯୁବରାଜ ସେଠାରେ ବସିବାକୁ ମନା କରିଦେଇଥିଲେ। ସେ ତାଙ୍କ ମ୍ୟାନେଜରଙ୍କୁ କହିଥିଲେ ଯେ ମୋତେ ଲାଗୁ ନାହିଁ ମୁଁ ଏଠାରେ ବସି ପାରିବି। ଏହାଶୁଣି ମ୍ୟାନେଜର ସେମାନଙ୍କ ସହ ମିଶିବାକୁ ତାଙ୍କୁ ବୁଝାଇଥିଲେ।

ସେହିଭଳି ଯୁବରାଜ ତାଙ୍କ କିଟ୍‌ ବ୍ୟାଗ୍‌ରେ ସଚିନଙ୍କ ଫଟୋ ଲଗାଇଥିଲେ। ଏହାକୁ ଦେଖି ସଚିନ ନ ଚିହ୍ନିବା ଭଳି ପ୍ରତିକ୍ରିୟା ଦେଇଥିଲେ। ଏହା ଏକ ଭଲ ଫଟୋ, ଖେଳାଳିଜଣଙ୍କ କିଏ ବୋଲି ସଚିନ ପ୍ରଶ୍ନ କରିଥିଲେ। ପରେ ସେ ହସିବାରେ ଲାଗିଥିଲେ। ସଚିନ ତାଙ୍କୁ ସହଜ କରିବାକୁ ଏଭଳି କହିଥିବା ସେ ଜାଣିପାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କିଏ ସେ ପ୍ରଶାନ୍ତ ବୀର? ୧୪ କୋଟିରୁ ଅଧିକ ଦେଇ CSK କିଣିବା ପରେ ବଢୁଛି ଚର୍ଚ୍ଚା…ଧୋନୀ କରିଦେଲେ …

ନୂଆଦିଲ୍ଲୀ,୧୬।୧୨: ଇଣ୍ଡିଆନ ପ୍ରିମିଅର୍‌ ଲିଗ୍‌(ଆଇପିଏଲ୍‌) ଇତିହାସରେ ସବୁଠାରୁ ମହଙ୍ଗା ଅନକ୍ୟାପ୍ଡ ଖେଳାଳି ଭାବେ ରେକର୍ଡ କରିଛନ୍ତି ଉତ୍ତର ପ୍ରଦେଶର ଅଲରାଉଣ୍ଡର ପ୍ରଶାନ୍ତ ବୀର। ଚେନ୍ନାଇ ସୁପର...

IPL ନିଲାମ: ଧୋନୀଙ୍କ ସ୍ଥାନ ନେବେ ଏହି ୧୯ ବର୍ଷୀୟ ଖେଳାଳି, ୧୪.୨୦ କୋଟିରେ କିଣିଲା ଚେନ୍ନାଇ

ନୂଆଦିଲ୍ଲୀ,୧୬।୧୨: ଚେନ୍ନାଇ ସୁପର କିଙ୍ଗସ୍ (CSK) ୨୦୨୬ IPL ନିଲାମରେ ଭବିଷ୍ୟତ ଉପରେ ନଜର ରଖି ଲଗାତାର ଦୁଇ ଜଣ ଅନ୍‌କ୍ୟାପ୍ଡ୍ ଖେଳାଳିଙ୍କ ଉପରେ ବଡ଼...

IPL ନିଲାମ ୨୦୨୬: ୨୦ ବର୍ଷୀୟ ପ୍ରଶାନ୍ତ ବୀରଙ୍କ ହାଇ ଡିମାଣ୍ଡ, ୧୪.୨୦ କୋଟିରେ କିଣିଲା ଚେନ୍ନାଇ

ନୂଆଦିଲ୍ଲୀ,୧୬।୧୨: IPL ନିଲାମ ଇତିହାସରେ ସବୁଠାରୁ ମହଙ୍ଗା ଅନ୍‌କ୍ୟାପ୍ଡ୍ ଖେଳାଳି ଭାବେ ଉତ୍ତର ପ୍ରଦେଶର ଯୁବ ତାରକା ପ୍ରଶାନ୍ତ ବୀର ରେକର୍ଡ କରିଛନ୍ତି। ଚେନ୍ନାଇ ସୁପର...

ଆଶ୍ରମ ବିଦ୍ୟାଳୟରେ ରକ୍ତ ଛିଟା: ଯୁକ୍ତ ୨ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ପିଟିପିଟି ହତ୍ୟା

ସୁବର୍ଣ୍ଣପୁର,୧୬।୧୨: ସୁବର୍ଣ୍ଣପୁରରେ ଚାଞ୍ଚଲ୍ୟ। ଛାତ୍ରଙ୍କୁ ପିଟିପିଟି ହତ୍ୟା। ଯୁକ୍ତ ୨ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ସୁବର୍ଣ୍ଣପୁର ଜିଲା ତରଭା ଆଶ୍ରମ...

କ୍ଷୀର ବ୍ୟବସାୟୀ ହତ୍ୟା ମାମଲା: ୨୩ରେ ଚୂଡାନ୍ତ ରାୟ

ବ୍ରହ୍ମପୁର,୧୬ା୧୨(ସୁବାସଚନ୍ଦ୍ର ପାଢ଼ୀ):ଗୋଷାଣି ନୂଆଗାଁ ଥାନା ଅନ୍ତର୍ଗତ ହିଲପାଟଣାରେ ରହୁଥିବା କ୍ଷୀର ବ୍ୟବସାୟୀ ଲମ୍ୱୋଦର ମୁନି ହତ୍ୟା ମାମଲାର ବିଚାର ଏବେ ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ୍‌-୩...

ମେସି ଇଭେଣ୍ଟ୍ ବିବାଦ: ପଶ୍ଚିମବଙ୍ଗ କ୍ରୀଡ଼ା ମନ୍ତ୍ରୀଙ୍କ ଇସ୍ତଫା, ଡିସିପି ନିଲମ୍ବିତ

କୋଲକାତା,୧୬।୧୨: ଆର୍ଜେଣ୍ଟିନାର ଫୁଟବଲ୍ ତାରକା ଲିଓନେଲ୍ ମେସିଙ୍କ କାର୍ଯ୍ୟକ୍ରମ ସମୟରେ କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମ୍‌ରେ ସୃଷ୍ଟି ହୋଇଥିବା ଅରାଜକତା ଓ ଭଙ୍ଗାରୁଜା ଘଟଣାକୁ ନେଇ...

ଓଡିଶାବାସୀଙ୍କ ପାଇଁ ଖୁସିଖବର: ନିଯୁକ୍ତିକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୧୨: ଓଡ଼ିଶା ହେବ ଫାର୍ମା ହବ୍‌। ମୁଖ୍ୟମନ୍ତ୍ରୀ ମୋହନ ମାଝି ଫାର୍ମା ସମ୍ମିଳନୀରେ ଓଡ଼ିଶାରେ ଫାର୍ମା ସେକ୍ଟରରେ ନିବେଶ ପାଇଁ ନିବେଶକଙ୍କୁ ଅନୁରୋଧ କରିଛନ୍ତି। ଏ...

ଆଇପିଏଲ୍ ନିଲାମ: ଧୋନୀ ତିଆରି କରିଥିଲେ ଏହି ବୋଲରଙ୍କୁ, ୧୮ କୋଟି ଟଙ୍କାରେ କିଣିଲା କୋଲକାତା

ଆବୁଧାବି,୧୬।୧୨: କୋଲକାତା ନାଇଟ୍ ରାଇଡର୍ସ (KKR) ଚଳିତ IPL ମିନି ନିଲାମରେ ବଡ଼ ଧରଣର ଖର୍ଚ୍ଚ କରିଛି। ଅଷ୍ଟ୍ରେଲିଆର ଅଲରାଉଣ୍ଡର କ୍ୟାମେରନ୍ ଗ୍ରୀନ୍‌ଙ୍କୁ ୨୫.୨୦ କୋଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri