ଜଳସେଚନ ଆଶାରେ ବିତିଲା ୮ ବର୍ଷ

ଯାଜପୁର ଅଫିସ/ବରୀ, ୨୩।୧୦ (ଡି.ଏନ୍‌.ଏ.): ରାଜ୍ୟ ସରକାର ୨୦୧୧-୧୨ ଆର୍ଥିକ ବର୍ଷରେ ମେଗା ଉଠା ଜଳସେଚନ ପ୍ରକଳ୍ପ ଆରମ୍ଭ କରିଥିଲେ। ଉଚ୍ଚ ଭୂମିରେ ଥିବା ଚାଷଜମିକୁ ନଦୀ ଏବଂ ଜଳ ଭଣ୍ଡାରରୁ ପାଣି ଉଠାଇ ଜଳସେଚନ କରିବା ଏହାର ମୁଖ୍ୟ ଲକ୍ଷ୍ୟ ରହିଥିଲା। ଏହି କ୍ରମରେ ବସୁନ୍ଧରା, ଇନ୍ଦ୍ରାବତୀ, ତେଲ, ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ ଇତ୍ୟାଦି ନଦୀରୁ ଏହି ପ୍ରକଳ୍ପ କରିବାକୁ ଯୋଜନା ହୋଇଥିଲା। ପ୍ରଥମେ ୧୫ଟି କ୍ଲଷ୍ଟରରେ ସମୁଦାୟ ୨,୩୨,୭୧୦ ହେକ୍ଟର ଜମିରେ ପାଣି ମାଡ଼ିବ ବୋଲି ପରିକଳ୍ପନା କରାଯାଇଥିଲା। ପରବର୍ତ୍ତୀ ସମୟରେ ଲକ୍ଷ୍ୟ ଧାର୍ଯ୍ୟରେ ପରିବର୍ତ୍ତନ ହୋଇଛି। ସେଥିମଧ୍ୟରୁ ନିର୍ମାଣାଧୀନ ୪୮ଟି ପ୍ରକଳ୍ପ କାର୍ଯ୍ୟ ୨୦୨୧ ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି ଗତ ୨୪ ତାରିଖରେ ଅନୁଷ୍ଠିତ ଜଳ ସମ୍ପଦ ବିଭାଗର ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଛି। ତେବେ ଯାଜପୁର ଜିଲାର କେଲୁଅ, ବିରୂପା, ତଣ୍ଟିଘାଇ, ଦୁଧେଇ ଓ ଖରସ୍ରୋତା ନଦୀରେ ଏଲ୍‌ଆଣ୍ଡଟି ସଂସ୍ଥା ଦ୍ୱାରା ନିର୍ମାଣାଧୀନ ୯ଟି ପ୍ରକଳ୍ପ ମଧ୍ୟରୁ ଗୋଟିଏ ବି ଚାଷୀଙ୍କ କାର୍ଯ୍ୟରେ ଲାଗିପାରିନାହିଁ। ବିଭାଗୀୟ ଯନ୍ତ୍ରୀ କେବଳ ସମୟ ଗଡ଼େଇ ଚାଲିଥିବାରୁ ଜିଲାର ଚାଷୀଙ୍କ ଆଶା ମଉଳିଯାଇଛି। ଏହାବାଦ ଏହି ମେଗା ପ୍ରକଳ୍ପରେ ବ୍ୟାପକ ଦୁର୍ନୀତି, ଅନିୟମିତତା, ଅବହେଳା ଏବଂ ନିମ୍ନମାନର ନିର୍ମାଣ ସାମଗ୍ରୀ ବ୍ୟବହାର ହେଉଥିବା ଅଭିଯୋଗ ହେଉଛି।
ଜିଲାର ବରୀ ବ୍ଲକ ଅଧୀନ ଅସଲପୁର, ଚଟୁମାରୀ ଓ ରଜାପୁରଠାରେ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇ ୩ ହଜାର ୭ ଶହ ହେକ୍ଟର ଜମିକୁ ଜଳସେଚିତ କରାଯିବାର ଧାର୍ଯ୍ୟ ହୋଇଛି। କିନ୍ତୁ ରଜାପୁର ପାଇଁ ନିର୍ମାଣ ହୋଇଥିବା ପ୍ରକଳ୍ପର ଅଲିପୁର ଓ ବାଲିବିଲିଠାରେ ରାସ୍ତା ଅତିକ୍ରମ କରିଥିବା ସ୍ଥାନଗୁଡିକରେ ବିଛା ଯାଇଥିବା ପାଇପଗୁଡ଼ିକ ପୋତା ଯାଇନାହିଁ। ଏହାସହ ଆବଶ୍ୟକ ନିର୍ମାଣ କାର୍ଯ୍ୟ ହୋଇ ନ ଥିବାରୁ ଗତ ବନ୍ୟାରେ ଏହା ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏଥିଯୋଗୁ ସରକାରଙ୍କ ଦ୍ୱାରା ମଞ୍ଜୁର ହୋଇଥିବା ବିପୁଳ ପରିମାଣର ଟଙ୍କା କୃଷକମାନଙ୍କ ହିତରେ ନ ଲାଗି ପାଣିରେ ପଡ଼ିବ ବୋଲି ବରୀ ଅଞ୍ଚଳର ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଅଭିଯୋଗ ହୋଇଛି। ଏହାବାଦ ଜିଲାର ବଡ଼ଚଣା, ଧର୍ମଶାଳା, ଯାଜପୁର ଓ ରସୁଲପୁର ବ୍ଲକ ଅଞ୍ଚଳରେ ୧୨,୮୦୦ ହେକ୍ଟର ଜମିରେ ଜଳସେଚନର ଯୋଜନା ହୋଇଛି। ପନିପରିବା ଚାଷ ପାଇଁ ପ୍ରସିଦ୍ଧି ଲାଭ କରିଥିବା ରସୁଲପୁର ବ୍ଲକ ଅଞ୍ଚଳରେ ଖରସ୍ରୋତା ନଦୀରୁ ପ୍ରସ୍ତାବିତ ତୁଲସୀପୁର ଓ ରାଉତରାପୁର ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନୈରାଶ୍ୟଜନକ ରହିଛି। ଅନ୍ୟ ପ୍ରକଳ୍ପଗୁଡ଼ିକର ଅବସ୍ଥା ମଧ୍ୟ ତଦ୍ରୁପ। ରାଜ୍ୟ ଜଳ ସମ୍ପଦ ବିଭାଗ ଅଧୀନ ମେଗା ଉଠା ଜଳସେଚନ ୟୁନିଟ୍‌ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଏହି ଯୋଜନାରେ ବଡ଼ଚଣା ନିର୍ବାଚନ ମଣ୍ଡଳୀର ୨୦୦୦ହେକ୍ଟର, ବରୀ ନିର୍ବାଚନ ମଣ୍ଡଳୀର ୩,୭୦୦ ହେକ୍ଟର, ଧର୍ମଶାଳା ଓ କୋରେଇ ନିର୍ବାଚନ ମଣ୍ଡଳୀର ୫,୪୦୦ ହେକ୍ଟର ଏବଂ ଯାଜପୁର ନିର୍ବାଚନ ମଣ୍ଡଳୀର ୧୭୦୦ ହେକ୍ଟର ଜମିରେ ଜଳସେଚନ ପାଇଁ ପ୍ରସ୍ତାବ ରହିଛି। ଏଥିପାଇଁ ବାଲିକୁଣ୍ଡ, ଅସଲପୁର, ଚଟୁମାରି, ରଜାପୁର, ରାହାପଡା, ତଣ୍ଟିଘାଇ (ବାମ ଓ ଡାହାଣ), ରାଉତରାପୁର ଓ ତୁଳସୀପୁରଠାରେ ପମ୍ପହାଉସ ନିର୍ମାଣ ଚାଲିଛି। ଛିଣ୍ଡା-ଖରସୋ୍ରତା ନଦୀକୂଳ ଟିକରପଡ଼ାରେ ନିର୍ମାଣାଧୀନ ଷ୍ଟ୍ରକ୍ଚର ଏ ଯାଏ କାର୍ଯ୍ୟକ୍ଷମ ହୋଇପାରିନାହିଁ। ଦର୍କୁଣ୍ଡି, ଟିକରପଡ଼ା, ଭଗୀରଥପୁର ଆଦି ଗ୍ରାମର ଚାଷୀଙ୍କ ଜମିରେ ବଡ଼ ବଡ଼ ପାଇପ ପଡି ରହିଥିବାରୁ ଚାଷ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଫଳରେ ମରୁଡି ସମୟରେ ଚାଷୀ ଜଳସେଚନର ସୁବିଧା ନ ପାଇ ବ୍ୟାପକ କ୍ଷୟକ୍ଷତିର ସମ୍ମୁଖୀନ ହେଉଛନ୍ତି। ଏ ସଂକ୍ରାନ୍ତରେ ମେଗା ଉଠା ଜଳସେଚନ ପ୍ରକଳ୍ପର ନିର୍ବାହୀ ଯନ୍ତ୍ରୀ ସୁନୀଲ ରାଉତ କହିଛନ୍ତି, ଆସନ୍ତା ୬ରୁ ୭ମାସ ମଧ୍ୟରେ ଜିଲାର ସମସ୍ତ ପ୍ରଳ୍ପକୁ କାର୍ଯ୍ୟକ୍ଷମ କରିବାକୁ ଉଦ୍ୟମ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୩୦।୪(ସୀମାଞ୍ଚଳ ମିଶ୍ର ): ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ଏପରିକି ମା’ଙ୍କ ନିକଟରେ...

ନାମାଙ୍କନପତ୍ର ଦାଖଲ କଲେ ପ୍ରଣବ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ମୁଁ ନିଶ୍ଚିତ ଯେ…

ଭୁବନେଶ୍ୱର,୩୦।୪: ସମ୍ବଲପୁର ଲୋକ ସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ଦଳୀୟ କର୍ମୀ ଓ ହଜାର...

ପଦ୍ମଶ୍ରୀ ମାଗୁଣି କୁଅଁର ଗୁରୁତର: ହସ୍ପିଟାଲରେ ଭର୍ତ୍ତି

କେନ୍ଦୁଝର,୩୦।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ବିଶିଷ୍ଠ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ମଙ୍ଗଳବାର ଅସୁସ୍ଥ ହୋଇ କେନ୍ଦୁଝର ଜିଲା...

ଏନ୍‌କାଉଣ୍ଟରେ ୪ ମାଓବାଦୀ ନିପାତ

ରାୟପୁର/ମାଲକାନଗିରି,୩୦।୪: ଏନକାଉଣ୍ଟରେ ମଙ୍ଗଳବାର ୪ ମାଓବାଦୀ ଟଳିପଡିଛନ୍ତି। ଛତିଶଗଡର ନାରାୟଣପୁର ଆବୁଜମାଡ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୪ ମାଓବାଦୀ ନିହତ...

ଭାଜପା କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବ

କାମାକ୍ଷାନଗର,୩୦।୪(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ଦଶୀପୁର, କଣ୍ଟାପାଳ ଓ ବିରିବୋଲେଇ ପଞ୍ଚାୟତରେ ଭାଜପାର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।...

ବିଜେଡିରେ ମିଶିଲେ ଜିଲା ଯୁବ କଂଗ୍ରେସ ପୂର୍ବତନ ସଭାପତି

ଢେଙ୍କାନାଳ,୩୦ା୪(ରତନ ନାୟାର): ଢେଙ୍କାନାଳ ସହର ଗଣେଶ ମଣ୍ଡପଠାରେ ରବିବାର ବିଜେଡି ପକ୍ଷରୁ ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ଯୁବ କଂଗ୍ରେସର ପୂର୍ବତନ ସଭାପତି...

କଣ୍ଟେନରରେ ଲାଗିଲା ଭୟଙ୍କର ନିଆଁ: ଲକ୍ଷାଧିକ ଟଙ୍କା ସମ୍ପତ୍ତି ନଷ୍ଟ

କଟକ, ୩୦।୦୪ (କାର୍ତ୍ତିକ ସାହୁ): ଜଗତପୁର ଥାନା ଅନ୍ତର୍ଗତ ନଜରପୁରଠାରେ ଥିବା ଶ୍ରମିକ ମାନଙ୍କର ରହିବା ପାଇଁ ଛ’ଟି କଣ୍ଟେନରରେ ସୋମବାର ବିଳମ୍ବିତ ରାତି ପ୍ରାୟ...

ଚିନ୍ତା ବଢ଼ାଇଲାଣି ଜଙ୍ଗଲ ନିଆଁ

ନୟାଗଡ଼,୩୦।୪(ଲୋକନାଥ ମିଶ୍ର): ନୟାଗଡ଼ ବନଖଣ୍ଡ ଓ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡରେ ଜଙ୍ଗଲରେ ଲାଗୁଥିବା ନିଆଁ ଚିନ୍ତା ବଢାଇ ଦେଲାଣି। ଅଗ୍ନିବର୍ଷା ବେଳେ ଜଙ୍ଗଲର ନିଆଁର ତାତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri