Posted inଖେଳ

ଆଇସିସି ବିଶ୍ୱକପ: ପ୍ରତିଶୋଧ ଲକ୍ଷ୍ୟରେ ଦକ୍ଷିଣ ଆଫ୍ରିକା

ବର୍ମିଂହାମ, ୧୯।୬(ପି.ଟି.)- ଚଳିତ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ରେ ବୁଧବାର ଖେଳାଯିବାକୁ ଥିବା ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଓ ଗତଥରର ଫାଇନାଲିଷ୍ଟ ନ୍ୟୁଜିଲାଣ୍ଡ ପରସ୍ପରକୁ ଭେଟିବେ। ସ୍ଥାନୀୟ ଏଜବାଷ୍ଟନ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ନ୍ୟୁଜିଲାଣ୍ଡ ଅପେକ୍ଷ ଦକ୍ଷିଣ ଆଫ୍ରିକା ପାଇଁ ଅଧିକ ଗୁରୁତ୍ୱ ବହନ କରୁଛି। ଦ୍ରୁତ ବୋଲର ଲୁନ୍‌ଗି ଏନ୍‌ଗିଡି ଦଳକୁ ଫେରିଥିବାରୁ ଦକ୍ଷିଣି ଆଫ୍ରିକା ଆହୁରି ଶକ୍ତିଶାଳୀ ହେବ ବୋଲି ଆଶା କରାଯାଉଛି। ଗତ ବିଶ୍ୱକପ୍‌ରେ ଦକ୍ଷିଣ ଆଫ୍ରିକା ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଥିଲା। ଫଳରେ ଏଥର ଏହାର ପ୍ରତିଶୋଧ ନେବାକୁ ଫାଫ୍‌ ଡୁପ୍ଲେସିଙ୍କ ଦଳ ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ବିଜୟୀ ହୋଇ ୨ ପଏଣ୍ଟ ହାସଲ କରିବା ସହ ୪ ନ୍ୟୁଜିଲାଣ୍ଡ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ହାସଲ କରିବାକୁ ଚେଷ୍ଟା କରିବ। ଏଥର ଦକ୍ଷିଣ ଆଫ୍ରିକା କ୍ରମାଗତ ୩ଟି ମ୍ୟାଚ୍‌ରେ ପରାଜୟ ବରଣ କରିବା ସହ ଅଭିଯାନ ଆରମ୍ଭ କରିଥିଲା। ଏହାପରେ ଚତୁର୍ଥ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇଥିଲା। ତେବେ ପଞ୍ଚମ ମ୍ୟାଚ୍‌ରେ ଅପେକ୍ଷାକୃତ ଦୁର୍ବଳ ଆଫଗାନିସ୍ତାନକୁ ହରାଇ ପ୍ରଥମ ବିଜୟ ହାସଲ କରିଥିଲା। ଅପରପକ୍ଷରେ ନ୍ୟୁଜିଲାଣ୍ଡ ୪ଟି ମ୍ୟାଚ୍‌ ଖେଳି ୩ଟିରେ ବିଜୟୀ ହୋଇଥିଲାତେବେ ଗୋଟିଏ ମ୍ୟାଚ୍‌ ବିନା ଫଳାଫଳ ସହ ଶେଷ ହୋଇଥିଲା। ଏପର୍ଯ୍ୟନ୍ତ ପରାଜୟବରଣ କରି ନ ଥିବା ଦକ୍ଷିଣ ଆଫ୍ରିକା ଆଉ ଏକ ବିଜୟ ସହ ଆଗକୁ ବଢ଼ିବାକୁ ପ୍ରୟାସ କରିବ।
ଇଞ୍ଜୁରି କାରଣରୁ ଅଭିଜ୍ଞ ଦ୍ରୁତ ବୋଲର ଡେଲ୍‌ ଷ୍ଟେଇନ୍‌ ଓ ଅନରିଚ ନୋର୍ଜ ଦଳରୁ ବାଦ ପଡିବା ପରେ ଦକ୍ଷିଣ ଆଫ୍ରକା ବୋଲିଂ ବିଭାଗ ଦୁର୍ବଳ ହୋଇ ପଡିଛି। ଏନ୍‌ଗିଡି ପୂରା ଫିଟ୍‌ ହେବା ପରେ ଦକ୍ଷିଣ ଆଫ୍ରିକା ବିଜୟର ସ୍ବାଦ ଚାଖିଥିଲା ଓ ଅଧିନାୟକ ଡୁପ୍ଲେସିଙ୍କୁ ସାମନ୍ୟ ଆଶ୍ୱସ୍ତି ମିଳିଛି। ଏନ୍‌ଗିଡି ଦଳକୁ ଫେରିବା ପରେ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି। ଏବେ ସବୁ ମ୍ୟାଚ୍‌କୁ ଜିତିବା ଆମ ପାଇଁ ଅପରିହାର୍ଯ୍ୟ ହୋଇପଡିଛି ବୋଲି ଆଫଗାନିସ୍ତାନ ମ୍ୟାଚ୍‌ ଜିତିବା ପରେ ଡୁପ୍ଲେସି କହିଛନ୍ତି। ସେମିଫାଇନାଲ ଆଶା ବଜାୟ ରଖିବାକୁ ହେଲେ ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ପ୍ରଭାବୀ ପ୍ରଦର୍ଶନ କରିବାକୁ ହେବ। ଅଭିଜ୍ଞ ସ୍ପିନର ଇମ୍ରାନ ତାହିରଙ୍କ ଉପରେ ସବୁ କିଛି ନିର୍ଭର କରୁଛି। ଏଜବାଷ୍ଟାନର ଏହି ଉଇକେଟରେ ସେ ବେଶ୍‌ ପ୍ରଭାବୀ ସାବ୍ୟସ୍ତ ହେବେ ବୋଲି ଆଶା କରାଯାଉଛି। ଗତ ଇଂଲଣ୍ଡ ଓ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ୪୦ ବର୍ଷୀୟ ତାହିର ଦୁଇଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ଦକ୍ଷିଣ ଆଫ୍ରିକା ବ୍ୟାଟିଂରେ ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିବା ବେଳେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ହାସିମ ଅମଲା ଓ କ୍ୱିଣ୍ଟନ ଡି କକ୍‌ ଭଲ ପ୍ରଦର୍ଶନ କରିଛନ୍ତି ଓ ଏହା ଦଳ ପାଇଁ ଏକ ଶୁଭ ଲକ୍ଷଣ। ଟେଣ୍ଟ ବୋଲ୍ଟଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡର କ୍ୱାଲିଟି ବୋଲିଂକୁ ସମ୍ମୁଖୀନ ହେବା ପାଇଁ ଦକ୍ଷିଣ ଆଫ୍ରିକା ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସଦୃଶ ହୋଇଛି। ସ୍ପିନ ବୋଲିଂ ବିପକ୍ଷରେ ଦକ୍ଷିଣ ଆଫ୍ରିକା ସେତେଟା ଦୃଢ଼ ନ ଥିବା ନ୍ୟୁଜିଲାଣ୍ଡ ଟିମ୍‌ ମ୍ୟାନେଜମେଣ୍ଟ ହୃଦୟଙ୍ଗମ କରି ଥିବା। ଫଳରେ ଏଜବାଷ୍ଟନର ବ୍ରାଉନ ଉଇକେଟ ନ୍ୟୁଜିଲାଣ୍ଡ ଲେଗ୍‌ ସ୍ପିନର ଇଶ୍‌ ସୋଧୀଙ୍କୁ ଖେଳାଇବ ବୋଲି ଆଶା କରାଯାଉଛି।
ଅପରପକ୍ଷରେ ନ୍ୟୁଜିଲାଣ୍ଡ ବ୍ୟାଟିଂରେ ବେଶ୍‌ ଶକ୍ତିଶାଳୀ ମନେହେଉଛି। ଅଧିନାୟକ କେନ୍‌ ଓ୍ବିଲିୟମସନ ଦମ୍‌ଦାର ବ୍ୟାଟିଂ କରି ଦଳକୁ ବାଂଲାଦେଶ ଓ ଆଫଗାନିସ୍ତାନ ବିପକ୍ଷରେ ବିଜୟୀ କରାଇଥିଲେ। ସେହିପରି ଅଭିଜ୍ଞ ରସ ଟେଲର ମଧ୍ୟ ବିପୁଳ ସଂଖ୍ୟାରେ ରନ୍‌ ସଂଗ୍ରହ କରିଛନ୍ତି। ଦୁଇ ଓପନର କଲିନ ମୁନରୋ ଓ ମାର୍ଟିନ ଗୁପ୍ଟିଲ ଭଲ ଆରମ୍ଭ କରିବେ ବୋଲି ଆଶା କରାଯାଉଛି। ନ୍ୟୁଜିଲାଣ୍ଡ ଦଳରେ ଦୁଇଜଣ ବିଶ୍ୱସ୍ତରୀୟ ଅଲରାଉଣ୍ଡର ରହିଛନ୍ତି। ଜିମ୍ମି ନିଶାମ ଓ କଲିନ୍‌ ଡି ଗ୍ରାଣ୍ଡହୋମ ଦଳ ପାଇଁ ଆଗାମୀ ମ୍ୟାଚ୍‌ଗୁଡିକରେ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହେବେ।
ନ୍ୟୁଜିଲାଣ୍ଡ ଦଳ: କେନ୍‌ ଓ୍ବିଲିୟମସନ (ଅଧିନାୟକ), ମାର୍ଟିନ ଗୁପ୍ଟିଲ, ମ୍ୟାଟ ହେନେରି, ଟମ୍‌ ଲାଥମ, କଲିନ୍‌ ମୁନରୋ, ଜିମ୍ମି ନିଶାମ, ହେନେରୀ ନିକୋଲ୍ସ, ମିଚେଲ ସାଣ୍ଟନର, ଇଶ୍‌ ସୋଧୀ, ଟ୍ରେଣ୍ଟ ବୋଲ୍ଟ, କଲିନ ଡି ଗ୍ରାଣ୍ଡହୋମ, ଲୋକି ଫର୍ଗୁସନ, ଟିମ୍‌ ସାଉଦି, ରସ ଟେଲର ଓ ଟମ୍‌ ବ୍ଲଣ୍ଡେଲ।
ଦକ୍ଷିଣ ଆଫ୍ରିକା ଦଳ: ଫାଫ୍‌ା ଡୁପ୍ଲେସି (ଅଧିନାୟକ), ଏଡେନ ମାରକ୍ରାମ, କ୍ୱିଣ୍ଟନ ଡି କକ, ହାସିମ ଅମଲା, ରାସି ଭାନ ଡେର ଦୁସେନ, ଡେଭିଡ ମିଲର, କ୍ରିସ୍‌ ମୋରିସ, ଆଣ୍ଡିଲ ଫେଲୁକ୍ୱାୟୋ, ଜେପି ଡୁମିନି, ଡ୍ବେନ ପ୍ରିଟୋରିୟସ, ବେଉରାନ ହେଣ୍ଡ୍ରିକ୍ସ, କାଗିସୋ ରାବାଡ଼ା, ଲୁନ୍‌ଗି ଏନ୍‌ଗିଡି, ଇମ୍ରାନ ତାହିର ଓ ତାବ୍ରେଜ ଶାମସି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମୟଙ୍କ ଯାଦବଙ୍କୁ ବଡ ଉପହାର ଦେଲା ବିସିସିଆଇ, କିନ୍ତୁ ରହିଛି ଖରାପ ଖବର

ମୁମ୍ବାଇ,୧ା୫: ପେସ୍‌ ବୋଲିଂ ସେନ୍‌ସେସନ୍‌ ମୟଙ୍କ ଯାଦବ ଅବଶିଷ୍ଟ ଆଇପିଏଲ୍‌ ମ୍ୟାଚ୍‌ରେ ଅଂଶଗ୍ରହଣ କରିବା ନେଇ ସନ୍ଦେହ ଉପୁଜିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ ସମୟରେ...

ସେଲିବ୍ରେସନ୍‌ ପାଇଁ ବାଣ, ମିଠା କିଣି ଘରକୁ ଆଣିଥିଲେ ରିଙ୍କୁ ସିଂ’ଙ୍କ ବାପା, ପୁଅର ହେଲାଣି ସିଲେକ୍‌ସନ୍‌

ନୂଆଦିଲ୍ଲୀ,୧ା୫: ମଙ୍ଗଳବାର ପୁରୁଷ ଟି୨୦ ବିଶ୍ୱକପ ପାଇଁ ୧୫ ଜଣ ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ନିମ୍ନକ୍ରମର ଦୁର୍ଦଶ ବ୍ୟାଟର ରିଙ୍କୁ ସିଂଙ୍କୁ ଦଳରେ...

ଲକ୍ଷ୍ନୌ ଜିତିବା ପରେ ପଏଣ୍ଟ ଟେବୁଲ୍‌ରେ ହେଲା ବଡ଼ ପରିବର୍ତ୍ତନ: ଜାଣନ୍ତୁ କିଏ କେଉଁ ସ୍ଥାନରେ ଅଛି

ଲକ୍ଷ୍ନୌ,୧।୫: ଆଇପିଏଲ ୨୦୨୪ର ୪୮ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ମୁମ୍ବାଇ ଇଣ୍ଡିଆନ୍ସକୁ ୪ ଉଇକେଟରେ ପରାସ୍ତ କରିଛି। ଲକ୍ଷ୍ନୌର ଘରୋଇ ଗ୍ରାଉଣ୍ଡରେ ଖେଳାଯାଇଥିବା ମ୍ୟାଚରେ...

ପାଣ୍ଡ୍ୟାଙ୍କ ଏହି ଭୁଲ ଯୋଗୁ ମୁମ୍ବାଇକୁ ପଡ଼ିଲା ଭାରି, ଅଧିନାୟକ ସମେତ ଖେଳାଳିଙ୍କ ଉପରେ ଲାଗିଲା ମୋଟା ଅଙ୍କର ଫାଇନ୍‌

ନୂଆଦିଲ୍ଲୀ,୧।୫: ଆଇପିଏଲ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଡବଲ ଝଟକା ଲାଗିଛି। ଟୁର୍ନାମେଣ୍ଟର ୪୮ତମ ମ୍ୟାଚରେ ମୁମ୍ବାଇକୁ ଲକ୍ଷ୍ନୌ ସୁପର ଜିଆଣ୍ଟସ ୪ ଉଇକେଟ୍‌ରେ ହରାଇଛି। ଏହି...

ବିରାଟ କୋହଲି ଆମର ଜ୍ୱାଇଁ…କାହିଁକି ଏମିତି କହିଲେ ଶାହରୁଖ

କୋଲକାତା,୧।୫: ଆଇପିଏଲ ଦଳ କୋଲକାତା ନାଇଟ ରାଇଡର୍ସ ମାଲିକ ତଥା ବଲିଉଡ ଅଭିନେତା ଶାହାରୁଖ ଖାନ ବିରାଟ କୋହଲିଙ୍କ ଉପରେ ନିଜର ମତ ରଖିଛନ୍ତି। କୋହଲିଙ୍କୁ...

ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍‌ରୁ ବିଦା! ଜାଣନ୍ତୁ କ’ଣ ରହିଛି ସମୀକରଣ

ଲକ୍ଷ୍ନୌ,୧।୫: ଆଇପିଏଲ ୨୦୨୪ର ୪୮ତମ ମ୍ୟାଚ ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା। ସୁପର ଜଏଣ୍ଟସ ଏହି ମ୍ୟାଚ ସହଜରେ ଜିତିଲା।...

ଟି-୨୦ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା: ଜାଣନ୍ତୁ ଦଳରେ କାହାକୁ ମିଳିଲା ସ୍ଥାନ

ସିଡନୀ,୧।୫: ଅଷ୍ଟ୍ରେଲିଆ ମଧ୍ୟ ଟି-୨୦ ବିଶ୍ୱକପ ୨୦୨୪ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ବିଶ୍ୱକପ୍‌ରେ ଦଳ ଅନ୍ତର୍ଜାତୀୟ ଟି-୨୦ ଅଧିନାୟକ ମିଚେଲ ମାର୍ଶଙ୍କ...

ଆଦିତ୍ୟଙ୍କ ମାଉଣ୍ଟ କୋଜିଓସ୍କୋ ଆରୋହଣ

ଭୁବନେଶ୍ୱର, ୧।୫ (ତପନ ସ୍ବାଇଁ): ଅଷ୍ଟ୍ରେଲିଆ ମହାଦେଶର ଉଚ୍ଚତମ ଶୃଙ୍ଗ ମାଉଣ୍ଟ କୋଜିଓସ୍କୋକୁ ସଫଳତାର ସହ ଆରୋହଣ କରିଛନ୍ତି ଯୁବ ପର୍ବତାରୋହୀ ଆଦିତ୍ୟ ପ୍ରସାଦ ଖାଡ଼ଙ୍ଗା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri