Posted inଫୁରସତ

ଲକ୍ଷଣ ନ ଥାଇ ୭୧ଜଣଙ୍କୁ ସଂକ୍ରମିତ କଲେ ଚାଇନାର ମହିଳା, ଜଣାପଡ଼ିବାବେଳକୁ..

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବାକୁ ନେଇ ଲୋକମାନଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ ବାଧ୍ୟତାମୂଳକ କରାଯାଇଛି। ଏହାଛଡ଼ା କ୍ୱାରାଣ୍ଟାଇନ୍‌ରେ ରହିବା ଭଳି ନିୟମ ମାନ ମଧ୍ୟ ରହିଛି। ଏହାସତ୍ତ୍ୱେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। କରୋନା ଭୂତାଣୁ ଲକ୍ଷଣ ନ ଥାଇ ଜଣେ ମହିଳା ୭୧ଜଣ ଲୋକଙ୍କୁ ସଂକ୍ରମିତ କରିଛନ୍ତି। ଚାଇନାର ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ୍‌ରେ ଏହି ଘଟଣାକୁ ନେଇ ଅଧ୍ୟୟନ କରାଯାଉଛି।

ମହିଳାଜଣଙ୍କ ଆମେରିକାରୁ ନିଜ ଗସ୍ତ ସାରି ମାର୍ଚ୍ଚ ୧୯ରେ ନିଜ ଘର ଅର୍ଥାତ ଚାଇନାର ହେଲୋଗଜିଆଙ୍ଗରେ ଥିବା ନିଜ ଆପାର୍ଟମେଣ୍ଟକୁ ଫେରିଥିଲେ। ଏହାପୂର୍ବରୁ ତାଙ୍କର ଯାଞ୍ଚ କରାଯାଇଥିଲା। ତାଙ୍କର କରୋନା ରିପୋର୍ଟ ନେଗେଟିଭ୍‌ ମଧ୍ୟ ଆସିଥିଲା। ହେଲେ ସେ ନିଜ ଘରେ କ୍ୱାରାଣ୍ଟାଇନ୍‌ରେ ରହିବାକୁ ନିଷ୍ପତ୍ତି ନେଇଥିଲେ। ସେତେବେଳେ ତାଙ୍କର କୌଣସି ଲକ୍ଷଣ ନ ଥିଲା।

ଆପାର୍ଟମେଣ୍ଟକୁ ଯାଉଥିବା ସମୟରେ ଲିଫ୍ଟରେ ସେ ଏକୁଟିଆ ମଧ୍ୟ ଥିଲେ। ତାଙ୍କ ପରେ ଜଣେ ପଡ଼ୋଶୀ ସେଥିରେ ଚଢ଼ିଥିଲେ। ଏହାପରେ ତାଙ୍କ ମା’ ଏବଂ ତାଙ୍କୁ ଭେଟିବାକୁ ଆସିଥିବା ପ୍ରେମିକ ଏକ ପାର୍ଟିକୁ ଯାଇଥିଲେ। ଏପ୍ରିଲ ୨ରେ ପାର୍ଟିରେ ଯୋଗଦେଇଥିବା ଜଣେ ବ୍ୟକ୍ତିଙ୍କୁ ଷ୍ଟ୍ରୋକ୍‌ ହୋଇଥିଲା। ତାଙ୍କୁ ଚିକିତ୍ସା ପାଇଁ ନିଆଯିବା ସମୟରେ ସେ ଆଉ ୨୮ଜଣଙ୍କୁ ସଂକ୍ରମିତ କରିଥିଲେ। ସେଠାରୁ ଅନ୍ୟ ଏକ ହସ୍ପିଟାଲକୁ ସେ ଯାଇଥିଲେ, ଯେଉଁଠି ୨୦ ଅନ୍ୟ ଲୋକଙ୍କୁ ସେ ସଂକ୍ରମିତ କରିଥିଲେ। ଏହିଭଳି ଭାବେ ସଂକ୍ରମଣ ବ୍ୟାପିଥିଲା। ତେବେ ପରେ ଲକ୍ଷଣ ନ ଥିବା ମହିଳାଙ୍କ ସ୍ବାବ୍‌ ଟେଷ୍ଟ ପାଇଁ ପଠାଯାଇଥିଲା। ଏଥର ସେ ପଜିଟିଭ୍‌ ହୋଇଥିଲେ। ଅର୍ଥାତ ସେ କରୋନାରେ ସଂକ୍ରମିତ ହୋଇଯାରିଥିଲେ। ଲିଫ୍ଟରେ ଯାଇଥିବା ଯୋଗୁ ପଡୋଶୀ ସଂକ୍ରମିତ ହୋଇଥିଲେ। ଏହାପରେ ଏହା ମୋଟ ୭୧ଜଣ ଲୋକଙ୍କୁ କରୋନା ହୋଇଯାଇଥିଲା। ଏଣୁ ଲକ୍ଷଣ ନ ଥିଲେ ବି ଜଣଙ୍କଠାରୁ କରୋନା ବ୍ୟାପିପାରେ ବୋଲି କୁହାଯାଉଛି। ଏନେଇ ଚାଇନାର ସିଡିସିରେ ଅଧ୍ୟୟନ କରାଯାଉଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ସେବାର ଅନ୍ୟନାମ ‘ରେଡ୍‌କ୍ରସ’

ପ୍ରତିବର୍ଷ ମେ’୮ରେ ବିଶ୍ୱ ରେଡକ୍ରସ ଦିବସ ପାଳନ କରାଯାଏ। ଅନ୍ତର୍ଜାତୀୟ ରେଡକ୍ରସ ଏବଂ ରେଡ କ୍ରିସେଣ୍ଟ ଆନ୍ଦୋଳନର ନୀତି ମନେରଖିବା ପାଇଁ ଏହା ପାଳନ କରାଯାଏ।...

”ଜନସଚେତନତା ବିପଦ ଏଡ଼ାଇବ“

ପ୍ରତିବର୍ଷ ମେ’ ୮ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ଥାଲାସିମିଆ ଦିବସ’। ଚଳିତ ବର୍ଷର ଏହି ଦିବସ ଉପଲକ୍ଷେ ପ୍ରସାରିତ ବାର୍ତ୍ତାଟିରେ କୌଣସି ଅସ୍ପଷ୍ଟତା ନାହିଁ।...

ଗୋଡ଼ରେ ଭୋଟ ଦେଲେ

ଅହମଦାବାଦ: ମଙ୍ଗଳବାର ଭାରତର ତୃତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଗଣତନ୍ତ୍ରର ଏହି ମହାପର୍ବରେ ଗୁଜରାଟର ଏକ ପୋଲିଂ ବୁଥ୍‌ରେ ଅଙ୍କିତ ସୋନି...

ବାପାଙ୍କ ଦୋକାନ ବନ୍ଦ ହେବନି

ନୂଆଦିଲ୍ଲୀ: ରୋଲ୍‌ ପ୍ରସ୍ତୁତ କରୁଥିବା ଏକ ୧୦ ବର୍ଷୀୟ ବାଳକର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯଶ୍‌ପ୍ରୀତ ନାମକ ଏହି ବାଳକଙ୍କ ମାତ୍ର...

ଗୋଟିଏ ଭୋଟର ମୂଲ୍ୟ ତୁମେ କ’ଣ ବୁଝିବ ବାବୁ! ଭୋଟ ଦେବାକୁ କାଲିଫର୍ନିଆରୁ ବିହାର ପହଞ୍ଚିଲେ ଦମ୍ପତି

ବୈଶାଳି,୬।୫: ଏକ ଶକ୍ତିଶାଳୀ ଗଣତନ୍ତ୍ର ପାଇଁ ଭୋଟର ମହତ୍ତ୍ୱ କ’ଣ। ଯଦି ଆପଣ ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ବିହାରର ଏକ...

ପେଟ୍ରୋଲ ମହଙ୍ଗା, ମାତ୍ର ବିମାନରେ ବ୍ୟବହୃତ ଇନ୍ଧନ ଶସ୍ତା,ଜାଣନ୍ତୁ କାହିଁକି…

ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି, ଯାହା ସାଧାରଣ ଲୋକଙ୍କୁ ଅସୁବିଧାରେ ପକାଇଥାଏ। କିନ୍ତୁ ଏହି ସମୟରେ ସୋସିଆଲ ମିଡିଆରେ ଏକ...

ବିଶ୍ୱ ରେଡ୍‌କ୍ରସ ଦିବସ

ପ୍ରତିବର୍ଷ ମେ’ ୮ରେ ବିଶ୍ୱ ରେଡ୍‌କ୍ରସ ଦିବସ ପାଳନ କରାଯାଏ। ଅନ୍ତର୍ଜାତୀୟ ରେଡ୍‌କ୍ରସ ଏବଂ ରେଡ୍‌ କ୍ରିସେଣ୍ଟ ଆନ୍ଦୋଳନର ନୀତି ମନେ ରଖିବା ପାଇଁ ଏହା...

ଭବିଷ୍ୟତରେ କେଉଁ ସୁନା ଅଧିକ ଟଙ୍କା ଦେବ ୨୨ କ୍ୟାରେଟ୍‌ ନା ୨୪ କ୍ୟାରେଟ୍‌, ଜାଣି ରଖନ୍ତୁ…

ସୁନା କେବଳ ମହିଳାଙ୍କ ପସନ୍ଦ ନୁହେଁ, ଏହା ନିବେଶକଙ୍କ ପସନ୍ଦ ମଧ୍ୟ ଅଟେ। ଏହା କେବଳ ପସନ୍ଦ ବିଷୟ ନୁହେଁ, ସୁନା ଏହାର ଦୀର୍ଘକାଳୀନ ମୂଲ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri