Posted inଖେଳ

ଟାଇସନ ଫ୍ୟୁରିଙ୍କ ଅଭିଳାଷ

ଲଣ୍ଡନ,୨୦ା୫ (ଏଏଫ୍‌ପି)-ୟୁକ୍ରେନ୍‌ର ପୂର୍ବତନ ପ୍ରଫେସନାଲ ବକ୍ସର ଲାଡିମିର କ୍ଲିଚ୍‌କୋଙ୍କ ଆଦର୍ଶ ଅନୁକରଣ କରିବେ ବୋଲି କହିଛନ୍ତି ଟାଇସନ ଫ୍ୟୁରି। ଜଣେ ବ୍ରିଟିଶ ବକ୍ସର ହିସାବରେ ପ୍ରାଧାନ୍ୟ ବିସ୍ତାର କରି ଅବସର ପର୍ଯ୍ୟନ୍ତ ଜଣେ ବିଶ୍ୱ ଚାମ୍ପିୟନ ହେବାକୁ ଚାହାନ୍ତି। ଏକ ସାକ୍ଷାତ୍‌କାର ବେଳେ ସେ ଏକଥା ପ୍ରକାଶ କରିଛନ୍ତି। ୨୦୧୫ରେ ଫ୍ୟୁରିଙ୍କଠାରୁ ପରାସ୍ତ ହେବା ପୂର୍ବରୁ କ୍ଲିଚ୍‌କୋ ୪ବର୍ଷଧରି ନିର୍ବିବାଦୀୟ ବିଶ୍ୱ ଚାମ୍ପିୟନ ଥିଲେ। ମାନସିକ ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ଫ୍ୟୁରି କିନ୍ତୁ ସେହି ଟାଇଟଲଗୁଡ଼ିକ ବଜାୟ ରଖିପାରିଲେନି। ମାତ୍ର ପରେ ସେ ଜୋରଦାର୍‌ ପ୍ରତ୍ୟାବର୍ତ୍ତନ କରିଥିଲେ। ଫେବୃୟାରୀରେ ଡିଅନ୍‌ଟେ ଓ୍ବାଇଲ୍ଡରଙ୍କ ବିପକ୍ଷରେ ଚମତ୍କାର ବିଜୟ ପରେ ୩୧ ବର୍ଷୀୟ ଫ୍ୟୁରି ବକ୍ସିଂରେ ଶୀର୍ଷରେ ରହିବାକୁ ଚାହୁଁଛନ୍ତି। କରୋନାଭାଇରସ୍‌ ସଙ୍କଟ ଦୂରୀଭୂତ ହେବା ପରେ ଓ୍ବାଇଲ୍ଡର ତାଙ୍କ ସହିତ ପୁଣି ଲଢେଇ କରିବାକୁ ଚାହୁଁଛନ୍ତି। ଏହା ପରେ ୨୦୨୧ରେ ଏକ ବାଉଟ୍‌ରେ ସେ ବ୍ରିଟିଶ ପ୍ରତିଦ୍ୱନ୍ଦ୍ୱୀ ଆନ୍ଥୋନୀ ଜୋଶୁଆଙ୍କ ସହିତ ମୁକାବିଲା କରିବେ। ଜୋଶୁଆ ଡବ୍ଲ୍ୟୁବିଏ, ଆଇବିଏଫ୍‌, ଡବ୍ଲ୍ୟୁବିଓ ଏବଂ ଆଇବିଓ ଓ୍ବାଲର୍‌ଡ ଟାଇଟଲ ହାସଲ କରିଛନ୍ତି। ଫ୍ୟୁରି କହିଛନ୍ତି ମୁଁ ଅର୍ଥ, ସୁନାମ କିମ୍ବା ବେଲ୍ଟ ପାଇଁ ବକ୍ସିଂରୁ ନାହିଁ। ବରଂ ମୁଁ ବକ୍ସିଂକୁ ଖୁବ୍‌ ଭଲ ପାଏ। ଏଥିରୁ ମୋତେ ମାନସିକ ଶାନ୍ତି ମିଳେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

୬ ବଲ୍‌ରେ ୫ ଉଇକେଟ୍‌ ନେଇ କ୍ରିକେଟ୍‌ ଜଗତରେ ହଇଚଇ କଲେ ଏହି କ୍ରିକେଟର୍‌: ପ୍ରଥମଥର ଘଟିଲା…

ଜାକର୍ତ୍ତା,୨୩।୧୨: ଟି-୨୦ କ୍ରିକେଟରେ ପାଞ୍ଚ ଉଇକେଟ ହାସଲ କରିବା ପ୍ରତ୍ୟେକ ବୋଲରଙ୍କ ସ୍ବପ୍ନ, କାରଣ ଚାରି ଓଭର ସ୍ପେଲରେ ଏହି ସଫଳତା ହାସଲ କରିବା ଅତ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri