କମିଲା ରେପୋ ରେଟ୍‌;ଶସ୍ତା ହେବ ଇଏମ୍‌ଆଇ

ମୁମ୍ବାଇ,୭-୬: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗୁରୁବାର ଏହାର ଦ୍ୱିମାସିକ ମୁଦ୍ରା ନୀତି ଘୋଷଣା କରି ରେପୋ ରେଟ୍‌ ୦.୨୫% ହ୍ରାସ କରିଛି। ଫଳରେ ଏହା ହ୍ରାସ ପାଇ ୫.୭୫% ହୋଇଛି। ଏହା ୯ ବର୍ଷରେ ସର୍ବନିମ୍ନ ସ୍ତରକୁ ଖସି ଆସିଛି। ଫଳରେ ସମସ୍ତ ପ୍ରକାର ବ୍ୟାଙ୍କ ଋଣ ଉପରେ ଇଏମ୍‌ଆଇ ଶସ୍ତା ହେବାକୁ ଯାଉଛି। ଏଥିପୂର୍ବରୁ ଜୁଲାଇ ୨୦୧୦ରେ ରେପୋ ରେଟ୍‌ ୫.୫୦% ଥିଲା। ମୁଦ୍ରା ନୀତି ସମୀକ୍ଷା କମିଟି(ଏମ୍‌ପିସି)ର ୬ ଜଣ ଯାକ ସଦସ୍ୟ ରେପୋ ରେଟ୍‌ ୦.୨୫% ହ୍ରାସ କରିବାକୁ ସହମତ ହୋଇଥିଲେ। ନୂଆ ମୁଦ୍ରା ନୀତି ଅନୁଯାୟୀ ରିଜର୍ସ ରେପୋ ରେଟ୍‌ ହ୍ରାସ ପାଇ ୫.୫% ରହିଥିବା ବେଳେ ବ୍ୟାଙ୍କ ରେଟ୍‌ ୬ % କୁ ଆସିଯାଇଛି। ତେବେ ସିଆର୍‌ଆର୍‌ ଅପରିବର୍ତ୍ତିତ ରହିଛି। ଏମ୍‌ପିସିର ୩ ଦିନିଆ ବୈଠକ ଶେଷରେ ଗଭର୍ନର ଶକ୍ତିକାନ୍ତ ଦାସ ଏ ସମ୍ପର୍କରେ ଏଠାରେ ଘୋଷଣା କରିଛନ୍ତି। ତାଙ୍କର କାର୍ଯ୍ୟକାଳ ଭିତରେ ଅଦ୍ୟାବଧି ରେପୋ ରେଟ୍‌ ୩ ଥରରେ ୦.୭୫% ହ୍ରାସ ପାଇଲାଣି। ଏଥିପୂର୍ବରୁ ଫେବୃୟାରୀ ଓ ଏପ୍ରିଲରେ ୦.୨୫% ଲେଖାଏ ରେପୋ ରେଟ୍‌ ହ୍ରାସ ପାଇଥିଲା।
ଦେଶର ଆର୍ଥିକ ବିକାଶ ଗତି ଧିମା ହୋଇଯିବା ପରେ ସୁଧ ହାର ହ୍ରାସ କରିବା ଲାଗି ଆର୍‌ବିଆଇ ଉପରେ କ୍ରମାଗତ ଚାପ ବଢ଼ିବାରେ ଲାଗିଥିଲା। ମାର୍ଚ୍ଚରେ ଶେଷ ହୋଇଥିବା ତ୍ରୈମାସରେ ଜିଡ଼ିପି ଅଭିବୃଦ୍ଧି ହାର ହ୍ରାସ ପାଇ ୫.୮% ରହିଛି। ସେହିପରି ସମ୍ପୂର୍ଣ୍ଣ ଆର୍ଥିକ ବର୍ଷରେ ଜିଡ଼ିପି ୬.୮%କୁ କମିଛି। ଏହା ୫ ବର୍ଷରେ ସର୍ବନିମ୍ନ ସ୍ତରରେ ପହଞ୍ଚତ୍ଛି। ଏଭଳି ସ୍ଥିତିରେ ଋଣ ଶସ୍ତା ମାଧ୍ୟମରେ ବଜାରରେ ନଗଦ ପରିମାଣ ବଢ଼ାଇ ଅର୍ଥନୀତିକୁ ଗତିଶୀଳ କରିବା ଆର୍‌ବିଆଇର ଲକ୍ଷ୍ୟ ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଗୁରୁବାର ଏହାର ଦ୍ୱିମାସିକ ମୁଦ୍ରା ନୀତି ଘୋଷଣା କରି ରେପୋ ରେଟ୍‌ କ୍ରମାଗତ ତୃତୀୟଥର ପାଇଁ ୦.୨୫% ହ୍ରାସ କରିଛନ୍ତି। କେନ୍ଦ୍ରୀୟ ବ୍ୟାଙ୍କର ଏହି ପଦକ୍ଷେପ ଦ୍ୱାରା ହୋମ୍‌, କାର୍‌, ପର୍ସନାଲ ଓ ଏଜୁକେଶନ ସମେତ ଅନ୍ୟ ସମସ୍ତ ପ୍ରକାର ଋଣ ଶସ୍ତା ହୋଇଯିବ। ୯ ବର୍ଷରେ ପ୍ରଥମଥର ସୁଧ ହାର ସର୍ବନିମ୍ନ ସ୍ତରରେ ପହଞ୍ଚତ୍ଥିବାରୁ ଗ୍ରାହକଙ୍କ ଋଣ ଉପରେ ଇଏମ୍‌ଆଇ କମିବାକୁ ଯାଉଛି। ତେବେ ବ୍ୟାଙ୍କ ଉପରେ ନିର୍ଭର କରିବ ଏହା କେବେ ଠାରୁ ଏହି ସୁବିଧା ଗ୍ରାହକଙ୍କୁ ଦେବାକୁ ଚାହୁଁଛନ୍ତି।
ରିଜର୍ଭ ବ୍ୟାଙ୍କଠାରୁ ଯେଉଁ ହାରରେ ବ୍ୟାଙ୍କ ଋଣ ନିଏ ତାହାକୁ ରେପୋ ରେଟ୍‌ କୁହାଯାଏ। ବ୍ୟାଙ୍କ ଏହି ଋଣ ଅର୍ଥକୁ ନେଇ ଗ୍ରାହକଙ୍କୁ ଋଣ ଦେଇଥାଏ। ରେପୋ ରେଟ୍‌ କମିବା ଅର୍ଥ ବ୍ୟାଙ୍କର ଋଣ ଶସ୍ତା ହେବ। ଏହି କାରଣରୁ ବ୍ୟାଙ୍କ ସୁଧ ହାର କମାଇଥାନ୍ତି। ଏହାର ସିଧାସଳଖ ଫାଇଦା ଗ୍ରାହକଙ୍କୁ ମିଳିଥାଏ।
ଏକ ହିସାବରୁ ଜଣାପଡିଛି ଯେ, ୨୦ ଲକ୍ଷ ଟଙ୍କାର ହୋମ୍‌ ଲୋନ୍‌ ୨୦ ବର୍ଷ ଲାଗି ୮.୬୦% ସୁଧ ହାର ଉପରେ ପୂର୍ବରୁ ୧୭,୪୮୩ ଟଙ୍କାର ଇଏମ୍‌ଆଇ ଦେବାକୁ ପଡୁଥିଲା। ଏବେ ତାହା ଖସି ଆସି ୧୭୧୬୭ ଟଙ୍କା ହେବ। ଅର୍ଥାତ୍‌ ୩୧୬ ଟଙ୍କା ଗ୍ରାହକଙ୍କୁ କମ୍‌ ଦେବାକୁ ପଡିବ। ସେହିପରି ୩୦ ଲକ୍ଷ ଟଙ୍କାର ଋଣ ଉପରେ ୨୬,୨୨୫ ଟଙ୍କାର ଇଏମ୍‌ଆଇ ଦେବାକୁ ପଡ଼ୁଥିବା ବେଳେ ଏବେ ଏହା ହ୍ରାସ ପାଇ ୨୫,୭୫୧ ଟଙ୍କା ହେବ। ଅର୍ଥାତ୍‌ ୪୭୪ ଟଙ୍କା ଇଏମ୍‌ଆଇ କମିଯିବ। ସେହିପରି ୫ ବର୍ଷ ଅବଧିରେ ୩ ଲକ୍ଷ ଟଙ୍କାର କାର୍‌ ଲୋନ୍‌ ପାଇଁ ଏବେ ୯.୪% ହାରରେ ସୁଧରେ ୬୨୮୬ ଟଙ୍କା ଇଏମ୍‌ଆଇ ଦେବାକୁ ପଡ଼ୁଥିଲା। ତେବେ ଏହା ୩୭ ଟଙ୍କା ହ୍ରାସ ପାଇ ୬୨୪୯ ଟଙ୍କା ହେବ।
ମୁଦ୍ରାସ୍ଫୀତି ୩.୧% ରହିବା ଅନୁମାନ
ଚଳିତ ବର୍ଷ ମୌସୁମୀ ସାମାନ୍ୟ ରହିବାର ଅନୁମାନ ମଧ୍ୟରେ ଖାଦ୍ୟପଦାର୍ଥ ବିଶେଷକରି ପନିପରିବା ମୂଲ୍ୟବୃଦ୍ଧିକୁ ଦୃଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷ ଲାଗି ପ୍ରଥମ ୬ ମାସ(ଏପ୍ରିଲ-ସେପ୍ଟେମ୍ବର)ରେ ଖୁଚୁରା ମୁଦ୍ରାସ୍ଫୀତି ପୂର୍ବାନୁମାନକୁ ୩.୦ରୁ ୩.୧% କୁ ବୃଦ୍ଧି କରିଛି। ସେହିପରି ଦ୍ୱିତୀୟ ୬ ମାସରେ ଏହା ୩.୪ରୁ ୩.୭% ରହିବ ବୋଲି ପୂର୍ବାନୁମାନ କରାଯାଇଛି।
ଏଟିଏମ୍‌ ବ୍ୟବହାର ନେଇ କମିଟି ଗଠିତ
ଏଟିଏମ୍‌ ଶୁଳ୍କ ଏବଂ ଚାର୍ଜ ହାରରେ ପରିବର୍ତ୍ତନ ନେଇ କ୍ରମାଗତ ଦାବି ଉଠୁଥିବା ବେଳେ ଏ ସଂକ୍ରାନ୍ତରେ ବିଚାର ଲାଗି ଏକ କମିଟି ଗଠନ କରିବାକୁ ରିଜର୍ଭ ବ୍ୟାଙ୍କ ନିଷ୍ପତ୍ତି ନେଇଛି। ଭାରତୀୟ ବ୍ୟାଙ୍କ ସଂଘ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଏହି କମିଟି ତାଙ୍କ ରିପୋର୍ଟ ଦେବ। କମିଟି ଏଟିଏମ୍‌ ଚାର୍ଜ ଏବଂ ଏହାର ହାରକୁ ନେଇ ବିଭିନ୍ନ ପ୍ରସଙ୍ଗର ତର୍ଜମା କରିବ। କମିଟି ଏହାର ପ୍ରଥମ ବୈଠକ ବସିବାର ୨ ମାସ ଭିତରେ ରିପୋର୍ଟ ଦେବ ବୋଲି ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି।
ଜିଡିପି ଅନୁମାନ ହ୍ରାସ
ରିଜର୍ଭ ବ୍ୟାଙ୍କ ଚଳିତ ବର୍ଷ ଦେଶର ଜିଡିପି ଅନୁମାନ ହ୍ରାସ କରିଛି। କେନ୍ଦ୍ରୀୟ ବ୍ୟାଙ୍କ ଅନୁଯାୟୀ, ଜିଡିପି ଅଭିବୃଦ୍ଧି ଚଳିତ ବର୍ଷ ୭% ରହିବ ବୋଲି ଆକଳନ କରାଯାଇଛି। ଏଥିପୂର୍ବରୁ ଆର୍‌ବିଆଇ ଜିଡ଼ିପି ଅଭିବୃଦ୍ଧି ହାର ୭.୨% ରହିବ ବୋଲି ପୂର୍ବାନୁମାନ କରିଥିଲା।
ସେନ୍‌ସେକ୍ସ ୫୫୪ ପଏଣ୍ଟ ହ୍ରାସ
ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରଥମ ଦ୍ୱିମାସିକ ମୁଦ୍ରା ନୀତି ଘୋଷଣା କରାଯିବା ପରେ ଷ୍ଟକ୍‌ ମାର୍କେଟ ଏହାକୁ ସହଜରେ ଗ୍ରହଣ କରିପାରିନାହିଁ। ବ୍ୟାଙ୍କିଙ୍ଗ୍‌ ସେକ୍ଟର ଶେୟାର ବିକ୍ରି ଲାଗି ନିବେଶକମାନେ ବ୍ୟସ୍ତତା ଦେଖାଇବାରୁ ସେନ୍‌ସେକ୍ସ ୫୫୪ ପଏଣ୍ଟ ହ୍ରାସ ପାଇ ୩୯,୫୨୯ ପଏଣ୍ଟରେ ବନ୍ଦ ହୋଇଥିଲା। ସେହିପରି ନିଫ୍ଟି ୧୭୮ ପଏଣ୍ଟ ହ୍ରାସ ପାଇ ୧୧,୮୪୪ ରେ ପହଞ୍ଚତ୍ଛି। ଫଳରେ ଗୋଟିଏ ଦିନରେ ନିବେଶକ ୨.୪୮ ଲକ୍ଷ କୋଟି ଟଙ୍କା ହରାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାଥମିକ ସ୍ତରରେ ମାତାପିତାଙ୍କ ଶିକ୍ଷା ପିଲାଙ୍କ ପାଇଁ ଭବିଷ୍ୟତରେ ଉଜ୍ବଳମୟ ହୋଇଥାଏ

କେସିଙ୍ଗା,୨୫।୧୨,( ତୁମେଶ୍ୱର ସାହୁ): ପିଲାଙ୍କ ଜନ୍ମ ଦିନରୁ ମାତାପିତାଙ୍କର ଯେଉଁ ଭଳି ଯତ୍ନ ଓ ଶିକ୍ଷା ମିଳି ଥାଏ, ତଦନୁଯାୟୀ ପିଲା ଭବିଷ୍ୟତରେ ଏକ ସୁନାଗରିକ...

ସରକାରୀ କର୍ମଚାରୀଙ୍କୁ ମିଳିବନି ପେନସନ, ଯଦି କରୁଥିବେ ଏହି ଭୁଲ!

ନୂଆଦିଲ୍ଲୀ,୨୫।୧୨: ସରକାରୀ କର୍ମଚାରୀମାନେ ପ୍ରାୟତଃ ଭାବନ୍ତି ଯେ ଯଦି ସେମାନେ ସମୟ ପୂର୍ୱରୁ ଇସ୍ତଫା ଦିଅନ୍ତି ତେବେ ସେମାନେ ପେନସନ ପାଇବେ କି ନାହିଁ। ସୁପ୍ରିମକୋର୍ଟ...

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri