ବିଜୁ ଉଦ୍ୟାନ ପାଲଟିଲା ମଣ୍ଡପ

ଅନୁଗୋଳ ଅଫିସ, ୨୩।୨ – ଅନୁଗୋଳ ହେମସୁରପଡ଼ାସ୍ଥିତ ବିଜୁ ଉଦ୍ୟାନ ଏବେ ପାଲଟିଛି ମଣ୍ଡପ। ସହରରେ ଥିବା ବିଭିନ୍ନ ମଣ୍ଡପକୁ ନ ଯାଇ ମାଗଣାରେ ଲୋକେ ଏଠି ଭୋଜିଭାତ କରୁଥିବା ଅଭିଯୋଗ ହେଉଛି। ଶନିବାର ଏଠାରେ ଏପରି ଏକ ଭୋଜିର ଆୟୋଜନ କରାଯାଇଥିବା ଅଭିଯୋଗ ପରେ ସହରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଭୋଜି ଖାଇବାକୁ ପୌରପାଳିକାର ଏକାଧିକ କର୍ମଚାରୀଙ୍କୁ ନିମନ୍ତ୍ରଣ ଦିଆଯାଇଥିଲେ ମଧ୍ୟ ଏପରି ବେଆଇନ କାର୍ଯ୍ୟକୁ କେହି ବିରୋଧ କରି ନ ଥିଲେ। ବରଂ ପୌର ନିର୍ବାହୀ ଅଧିକାରୀଙ୍କ ଅନୁପସ୍ଥିତିର ସୁଯୋଗ ନେଇ କେତେଜଣ କର୍ମଚାରୀ ଏଥିପ୍ରତି ଆଖି ବୁଜିଦେଇଥିବା ଚର୍ଚ୍ଚା ହେଉଛି। ଏପରି ଘଟଣାକୁ ପୌର ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା ନିନ୍ଦା କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।
ପ୍ରକାଶ ଯେ, ହେମସୁରପଡ଼ାର ଶିଶୁଙ୍କ ଆମୋଦପ୍ରମୋଦ ପାଇଁ ଢେଙ୍କାନାଳର ପୂର୍ବତନ ଏମ୍‌ପି ତଥାଗତ ସତପଥୀଙ୍କ ସ୍ଥାନୀୟ ଆଞ୍ଚଳ ବିକାଶ ପାଣ୍ଠି (ଏମ୍‌ପି ଲାଡ୍‌)ରେ ବିଜୁ ଉଦ୍ୟାନ ନିର୍ମାଣ କରାଯାଇଥିଲା। କିନ୍ତୁ ପୌରପାଳିକା ପକ୍ଷରୁ ରକ୍ଷଣାବେକ୍ଷଣା ତ ଦୂରର ଖୋଲାମେଲାରେ ଛାଡ଼ି ଦିଆଯାଇଥିବା ଉଦ୍ୟାନକୁ ଏବେ ମଣ୍ଡପରେ ପରିଣତ କରିଦିଆଗଲାଣି। ଶନିବାର ସ୍ଥାନୀୟ ଅଞ୍ଚଳର ଜନୈକ ବ୍ୟକ୍ତିଙ୍କ ସ୍ତ୍ରୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଇଁ ଉଦ୍ୟାନରେ ଟେଣ୍ଟ ବନ୍ଧାଯିବା ସହ ଭୋଜିଭାତର ଆୟୋଜନ କରାଯାଇଥିଲା। ଉଦ୍ୟାନକୁ ଲାଗିଥିବା ପୌରପାଳିକା କଲୋନୀରେ ମାଳ ମାଳ ପୌର କର୍ମଚାରୀ ରହୁଥିବାବେଳେ ସେମାନଙ୍କ ପିଲା ଏଠାକୁ ଖେଳିବାକୁ ଆସୁଛନ୍ତି। କିନ୍ତୁ ସମସ୍ତେ ଦେଖୁଥିଲେ ବି କେହି ଏହାକୁ ବିରୋଧ ନ କରିବା ବୁଦ୍ଧିଜୀବୀଙ୍କୁ ଆଶ୍ଚର୍ଯ୍ୟ କରିଛି। କିନ୍ତୁ କଲୋନୀରେ ରହୁଥିବା କର୍ମଚାରୀମାନେ ଏ ବିଷୟରେ ଜାଣି ନ ଥିବା ସଫେଇ ଦେଇଛନ୍ତି। ଏ ନେଇ ପୌର ନିର୍ବାହୀ ଅଧିକାରୀ କହିଛନ୍ତି, ଉଦ୍ୟାନରେ କାହାରିକୁ ଭୋଜି କରିବାକୁ ଅନୁମତି ପ୍ରଦାନ କରାଯିବାର ପ୍ରଶ୍ନ ଉଠୁନି। ପୌରପାଳିକା କର୍ମଚାରୀ ଏଥିରେ ସମ୍ପୃକ୍ତ ଥିଲେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଉପରିସ୍ଥ ଅଧିକାରୀଙ୍କୁ ମଧ୍ୟ ଅବଗତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri