ଭୋର ୪ଟା ୧୦ରେ ଉଠିବ ଦୀପ

ବଅଁରପାଳ, ୨୦ା୨(ଡି.ଏନ.ଏ.) – ଆଉ ଦିନକ ପରେ ପାଳନ ହେବ ମହାଶିବରାତ୍ରି। ଏହାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଅନୁଗୋଳ ଜିଲା ବଅଁରପାଳ ବ୍ଲକ କୁଲାଡ ଗ୍ରାମର କପିଳେଶ୍ୱର ଶୈବପୀଠ। ପୂଜାକୁ ଧୁମ୍‌ଧାମରେ ପାଳନ କରିବାକୁ ଚାଲିଛି ବ୍ୟାପକ ପ୍ରସ୍ତୁତି। ଯଥାନୀତି ପୂଜା ବିଧି ସହ ଭଜନ ସନ୍ଧ୍ୟା, ନାମ ସଂକୀର୍ତ୍ତନ, ମହିଳା ପାଲା ପ୍ରତିଯୋଗିତା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ସ୍ଥିର ହୋଇଛି। ସେହିପରି ଶନିବାର ଭୋର ୪ଟା ୧୦ରେ ପ୍ରଭୁଙ୍କର ମହାଦୀପ ମନ୍ଦିର ଉପରକୁ ଉଠିବ ବୋଲି ସମୟ ନିର୍ଘଣ୍ଟ କରାଯାଇଛି।
୫୫ ନମ୍ବର ଜାତୀୟ ରାଜପଥର କୁଲାଡଠାରୁ ୫ଶହ ମିଟର ଦୂରରେ ଏହି ଶୈବପୀଠ ପଡେ। ଜିଲାର ପ୍ରାଚୀନ ଶୈବପୀଠଗୁଡିକ ମଧ୍ୟରୁ ଏହା ଅନ୍ୟତମ। ସୁନ୍ଦର ପ୍ରାକୃତିକ ପରିବେଶରେ ଥିବା ଏହି ପୀଠ ସମ୍ପର୍କରେ ରହିଛି ରୋଚକ ଲୋକକଥା। ସ୍ଥାନୀୟ ବାସିନ୍ଦାଙ୍କ କହିବା ମୁତାବକ, ବହୁ ବର୍ଷ ତଳେ ମନ୍ଦିର ଅଞ୍ଚଳ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା। ଦିନେ ସେହି ରାସ୍ତା ଦେଇ ଜଣେ ସାଧୁ ଆଶ୍ରମକୁ ଫେରୁଥିବାବେଳେ ଏକ ଗଛମୂଳେ ଶିବ ଲିଙ୍ଗ ଆକୃତିର ଏକ କଳା ପଥର ପଡିଥିବା ଦେଖିବାକୁ ପାଇଥିଲେ। ଏ ବିଷୟରେ ଗ୍ରାମବାସୀ ଜାଣିବା ପରେ ସେଠାରେ ସେହିଦିନଠାରୁ ମନ୍ଦିର କରାଯାଇ ପୂଜାପାଠ କରାଯାଇଆସୁଛି। ଏ ସମ୍ପର୍କରେ ମନ୍ଦିର ପୂଜକ ଇନ୍ଦ୍ରମଣି ମହାପାତ୍ର(୮୦) କୁହନ୍ତି, କାହିଁ କେଉଁ କାଳରୁ ପ୍ରଭୁ କପିଳେଶ୍ୱର ଏଠାରେ ପୂଜା ପାଇଆସୁଛନ୍ତି। ଲିଙ୍ଗ କପି ଅର୍ଥାତ ହନୁମାନଙ୍କ ପରି ହୋଇଥିବାରୁ କପିଳେଶ୍ୱର ନାମରେ ସେ ପ୍ରତିଷ୍ଠିତ। ମନ୍ଦିର କମିଟି ସଭାପତି ପ୍ରତାପ ଜେନା କୁହନ୍ତି, ଚଳିତ ବର୍ଷ ଜାଗର ଯାତ୍ରା ଧୁମ୍‌ଧାମରେ ପାଳନ କରାଯିବାର ଯୋଜନା ରହିଛି। ରଙ୍ଗିନ ଆଲୋକମାଳାରେ ପୀଠ ସାଜସଜ୍ଜା କରାଯାଇଛି। ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଗ୍ରାମ ସଭାପତି ଭାଗୀରଥି ଜେନା, ପଞ୍ଚୁ ଦଳବେହେରା, ହରିହର ଦେହୁରୀ ପ୍ରମୁଖ କୁହନ୍ତି, ଚଳିତ ବର୍ଷ ୧୫ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ଧୁମ୍‌ଧାମରେ ପୂଜା ପାଳନ କରାଯିବାକୁ ସମସ୍ତ ପ୍ରସ୍ତୁତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାୟୁ ପ୍ରଦୂଷଣ: ଦେଶର ୬ଷ୍ଠ ସ୍ଥାନରେ ଅନୁଗୋଳ

ଅନୁଗୋଳ,୨୭।୧୧(ଦିବ୍ୟଶାନ୍ତନୁ ନାଥ): ଅନୁଗୋଳ ଜିଲାରେ ବାୟୁର ମାନ ୩ଦିନ ହେବ ଲଗାତର ବିପଦସଂକେତ ଉପରେ ରହିଛି। ବାୟୁମଣ୍ଡଳରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବୃଦ୍ଧି ହେଉଥିବା...

ପରକୀୟା ପ୍ରୀତିରୁ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା

ବନ୍ତଳା,୨୩।୧୧ (ସୁଶିତ ସାହୁ): ପରକୀୟା ପ୍ରୀତିରୁ ଘଟିଛି ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଛି । ଅନୁଗୋଳ ବ୍ଲକ ବନ୍ତଳା ଥାନା...

ଆଉଘରକୁ  ଫେରିଲେନି ଡେଲିଭରି ବୟ ବୟ: ଲକ୍ଷ୍ମୀବସ୍‌ ସହ ହେଲା…

ବଇଣ୍ଡା,୨୦।୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ ଥାନା ଦିନବନ୍ଧୁପୁର ନିକଟରେ ଗୁରୁବାର ସକାଳେ ଲକ୍ଷ୍ମୀ ବସ୍‌ ସହ ଏକ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏହି...

ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ବଇଣ୍ଡା,୧୬ା୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଚିନ୍ତାମଣିପୁର ନିକଟରେ ରବିବାର ସନ୍ଧ୍ୟାରେ ଏକ ବାଇକ୍‌ ଗଛରେ ପିଟି ହୋଇଯିବାରୁ ଜଣଙ୍କର ଜୀବନ ଯାଇଛି। ମୃତକ...

ଅପରାଧୀଙ୍କୁ ଗିରଫ ଦାବିରେ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋପ

ଅନୁଗୋଳ, ୧୧।୧୧ ( ମାନସ ବିଶ୍ୱାଳ): ଅଲ ଇଣ୍ଡିଆ ମୂଳନିବାସୀ ସଂଘ ପକ୍ଷରୁ ଘର ପୋଡିଥିବା ଅପରାଧୀଙ୍କୁ ଗିରଫ ଦାବିରେ ମଙ୍ଗଳବାର ଜିଲାପାଳ ଅଫିସ ସମ୍ମୁଖରେ...

ଡିଭାଇଡରରେ ପିଟିହେଲା ତୀର୍ଥଯାତ୍ରୀ ଗାଡ଼ି

ବଇଣ୍ଡା,୭ା୧୧(ପରୀକ୍ଷିତ ସାହୁ): କଟକ ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜ ପଥର ହଣ୍ଡପା ଥାନା ଲୁହାମୁଣ୍ଡାଠାରେ ଶୁକ୍ରବାର ଭୋର୍‌ ସମୟରେ ଏକ ତୀର୍ଥଯାତ୍ରୀ ଗାଡ଼ି ଡିଭାଇଡରରେ...

ଅନୁଗୋଳରେ ଲଜ୍ଜା: ନାବାଳିକା ଭଉଣୀକୁ ବଳତ୍କାର କଲା ଭାଇ

ଛେଣ୍ଡିପଦା,୩।୧୧: ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳରେ ନିଜ ନାବାଳିକା ଭଉଣୀକୁ ବଡ଼ ଭାଇ ବଳତ୍କାର କରିଥିବା ଅଭିଯୋଗ ହୋଇଛି। ଘରେ କେହି ନଥିବା ବେଳେ...

ଜିଏମ୍‌ଡିସି: ଗୁଜରାଟରୁ ଆସି ଖାଇଗଲେ

ଅନୁଗୋଳ,୨୮ା୧୦(ଦିବ୍ୟଶାନ୍ତନୁ ନାଥ)/ଛେଣ୍ଡିପଦା (ଅଜିତ ଧଳ): ଖଣି ଖନନ ହେଲେ ରୋଜଗାର ବଢ଼ିବ। ଲୋକଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆସିବ। ଏପରି ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଅନୁଗୋଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri