ଏଇ ଭାରତରେ

ଆଇଆଇଟି ଏବଂ ଆଇଆଇଏମ୍‌ରୁ ଶିକ୍ଷାପ୍ରାପ୍ତ ୪ ଜଣ ଯୁବକ ଚାକିରି ପଛରେ ନ ଧାଇଁ ଗ୍ରାମାଞ୍ଚଳ ବିକାଶରେ ଲାଗିଥିବା ଏକ ପ୍ରେରଣାଦାୟକ ଖବର ସାମ୍‌ନାକୁ ଆସିଛି। ଏମାନେ ଗ୍ରାମ୍‌ଫୋନ୍‌ ଷ୍ଟାର୍ଟଅପ୍‌ ମାଧ୍ୟମରେ କୃଷିଭିତ୍ତିକ ଖର୍ଚ୍ଚ କମାଉଛନ୍ତି। ଦାମୀ ସାରର ଅନାବଶ୍ୟକ ଉପଯୋଗ କମ୍‌ କରି କୃଷକଙ୍କ ଆୟ ବୃଦ୍ଧି କରୁଛନ୍ତି। ୨୦୧୬ରେ ଇନ୍ଦୋରରେ ଗ୍ରାମ୍‌ଫୋନ୍‌ର କାର୍ଯ୍ୟାଳୟ ଖୋଲି ତୌସିକ ଖାନ, ନିଶାନ୍ତ ବତ୍ସ, ହର୍ଷିତ ଗୁପ୍ତା ଓ ଆଶିଷ ସିଂ ୫୦ଜଣିଆ ଟିମ୍‌କୁ ନେଇ କାର୍ଯ୍ୟ ଆରମ୍ଭ କରିଥିଲେ। ଏମାନେ ପ୍ରଥମେ ମଧ୍ୟପ୍ରଦେଶର କୃଷକମାନଙ୍କୁ ଏଥିରେ ଯୋଡିଥିଲେ। କେଉଁ ଫସଲକୁ କେଉଁ କୀଟନାଶକ କେତେ ମାତ୍ରାରେ ପ୍ରୟୋଗ କରାଯିବ ସେ ସମ୍ପର୍କରେ ଚାଷୀମାନଙ୍କୁ ବୁଝାଉଛନ୍ତି। ଚାଷୀମାନେ ଏମାନଙ୍କ ଉପାୟରେ ଚାଷ କରିବା ପରେ ପ୍ରଥମ ଉପତ୍ାଦନ ୪୦ ପ୍ରତିଶତ ବୃଦ୍ଧି ଘଟିଥିଲା। ଚାଷ ବାବଦ ଖର୍ଚ୍ଚ ୨୦ ପ୍ରତିଶତ କମ୍‌ ବି ହୋଇଗଲା। କୃଷକମାନଙ୍କୁ ସବୁବେଳେ ସେମାନଙ୍କ ପ୍ରଶ୍ନର ଉତ୍ତରଦେବା ଲାଗି ଏମାନେ କଲ୍‌ ସେଣ୍ଟର ଖୋଲିଛନ୍ତି। ଆର୍ଟିଫିସିଆଲ୍‌ ବେଷ୍ଟ୍‌ ଆପ୍‌ ମଧ୍ୟ ରଖାଯାଇଛି। ଏମାନେ କେବଳ ମଧ୍ୟପ୍ରଦେଶ ନୁହେଁ ଛତିଶଗଡ଼, ରାଜସ୍ଥାନ, ଉତ୍ତରପ୍ରଦେଶ ସମେତ ଅନ୍ୟ ରାଜ୍ୟରେ ପାଖାପାଖି ୨.୫୦ ଲକ୍ଷ କୃଷକଙ୍କୁ ଯୋଡି ସାରିଲେଣି। ତିନିବର୍ଷ ମଧ୍ୟରେ ୬ ଲକ୍ଷ କୃଷକଙ୍କୁ ଲାଭ ପହଞ୍ଚାଯାଇଛି। ପ୍ରତିଦିନ ୩ ହଜାରରୁ ଊର୍ଦ୍ଧ୍ୱ କୃଷକ କୃଷି ସମ୍ବନ୍ଧିତ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଏହା ସହ ସମ୍ପର୍କ କରୁଛନ୍ତି। ଯେଉଁ କୃଷକ ସ୍ମାର୍ଟ ଫୋନ୍‌ ବ୍ୟବହାର ଜାଣି ନାହାନ୍ତି ସେମାନେ ସାଧାରଣ ଫୋନ୍‌ରେ ମିସ୍‌ଡ କଲ୍‌ ଦେଲେ ସେମାନଙ୍କୁ ସମାଧାନର ଉପାୟ ସମ୍ପର୍କରେ ଜଣାଇ ଦିଆଯାଉଛି। ତିନିବର୍ଷ ପୂର୍ବରୁ ମାତ୍ର ୬ ଲକ୍ଷ ଟଙ୍କାରେ ଆରମ୍ଭ କରାଯାଇଥିବା ଏହି ଗ୍ରାମ୍‌ଫୋନ୍‌ ଷ୍ଟାର୍ଟଅପ୍‌ ଏବେ ୧୦୦ କୋଟି ଟପିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri