ଓଡ଼ିଶାକୁ ଆଇଏମ୍‌ଏଫ୍‌ ଟିମ୍‌ର ପ୍ରଶଂସା: ‘ରାଜ୍ୟର ଆର୍ଥିକ ସଂସ୍କାର ବିକାଶମୂଳକ’

ଭୁବନେଶ୍ୱର,୧୨ା୧୧(ବ୍ୟୁରୋ): ଓଡ଼ିଶାର ଆର୍ଥିକ ସଂସ୍କାର ଦିଗ ଠିକ୍‌ ଏବଂ ବିକାଶମୂଳକ ବୋଲି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ଟିମ୍‌ ମତ ରଖିଛନ୍ତି। ସୋମବାର ରାଜ୍ୟ ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସରକାରୀ ପାଣ୍ଠି ପରିଚାଳନା(ପିଏଫ୍‌ଏମ୍‌) ସମ୍ବନ୍ଧିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ଟିମ୍‌ ଯୋଗଦେଇ ଏ ସମ୍ପର୍କରେ ଆଲୋଚନା କରିଛନ୍ତି। ବୈଠକରେ ଏସିଆ-ପ୍ରଶାନ୍ତ ଅଞ୍ଚଳର ଉପନିର୍ଦ୍ଦେଶକ ଆନେ ମାରିଏ ଗୁଲ୍‌ଡେ ଯୋଗଦେଇ କହିଛନ୍ତି ଯେ, ଆର୍ଥିକ ସଂସ୍କାର କ୍ଷେତ୍ରରେ ଓଡିଶା ଏକ ସକ୍ରିୟ ରାଜ୍ୟ। ଏଠାରେ ଉତ୍ତମ ଆର୍ଥିକ ସଂସ୍କାର ଓ ପରିଚାଳନା ପାଇଁ ରାଜନୈତିକ ଇଚ୍ଛାଶକ୍ତି, ବୈଷୟିକ ପ୍ରସ୍ତୁତି ଏବଂ ପ୍ରଶାସନିକ ନିଷ୍ଠା ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଅଗ୍ରଗତି ଉଲ୍ଲେଖନୀୟ। ଏହି ଅବସରରେ ଦକ୍ଷିଣ-ଏସିଆ ତାଲିମ ଏବଂ ବୈଷୟିକ ସହାୟତା କେନ୍ଦ୍ରର ନିର୍ଦ୍ଦେଶକ ସୁଖଓ୍ବିନ୍ଦର ସିଂ କହିଛନ୍ତି, ଆର୍ଥିକ ପରିଚାଳନା ସମ୍ବନ୍ଧୀୟ ବିଷୟ କାର୍ଯ୍ୟକାରୀ କରିବାରେ ଓଡିଶା ଏକ ଆଗୁଆ ରାଜ୍ୟ। ଓଡିଶା କାର୍ଯ୍ୟାନ୍ବୟନ ପଦ୍ଧତି ଜାତୀୟ ସ୍ତରରେ ଏକ ଆଦର୍ଶ। ଅନ୍ୟ ରାଜ୍ୟଗୁଡିକ ଲାଗି ଏହା ଅନୁକରଣୀୟ ବୋଲି ସୁଖଓ୍ବିନ୍ଦର କହିଛନ୍ତି। ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା କହିଛନ୍ତି, ଲକ୍ଷ୍ୟଭିତ୍ତିକ ବଜେଟ୍‌ ପ୍ରସ୍ତୁତି ଏବଂ ଆର୍ଥିକ ପରିଚାଳନା ବ୍ୟବସ୍ଥା ପାଇଁ ସମସ୍ତ ବିଭାଗ ଲାଗି ଅର୍ଥ ବିଭାଗ ଯୋଜନା ପ୍ରସ୍ତୁତ କରିବନାହିଁ। ଅର୍ଥ ବିଭାଗ କେବଳ ସମସ୍ତ ବିଭାଗଗୁଡିକ ଲାଗି ଆପାତତଃ ଆର୍ଥିକ ସୀମା ଜଣାଇଦେବେ। ବିଭାଗଗୁଡିକ ନିଜର ଅଗ୍ରାଧିକାର ବିଷୟ ନିର୍ଦ୍ଧାରଣକରି ତଦନୁଯାୟୀ ବିଭିନ୍ନ କାର୍ଯ୍ୟକ୍ରମ ଓ ପରିଯୋଜନା ପାଇଁ ଅର୍ଥ ଆବଣ୍ଟନ କରିବେ ବୋଲି ମୀନା କହିଛନ୍ତି। ରାଜ୍ୟର ଆର୍ଥିକ ବିଷୟ ସମ୍ପର୍କରେ ସମୀକ୍ଷା କରି ମୀନା କହିଛନ୍ତି, ରାଜ୍ୟର ବଜେଟ୍‌ ୨୦୦୧-୦୨ ମସିହାରେ ୧୮,୫୧୨.୫୨ କୋଟି ଟଙ୍କା ଥିବାବେଳେ ୨୦୧୯-୨୦ରେ ଏହା ୧୮ଗୁଣା ବୃଦ୍ଧି ପାଇଛି। ବର୍ତ୍ତମାନ ଓଡିଶା ଏକ ବଳକା ରାଜସ୍ବ ରାଜ୍ୟରେ ପରିଣତ ହୋଇଛି। ୨୦୦୧-୦୨ ଆର୍ଥିକ ବର୍ଷରେ ରାଜସ୍ବ ନିଅଣ୍ଟ ସମୁଦାୟ ଘରୋଇ ଉତ୍ପାଦନର ବିଯୁକ୍ତ ୫.୪୮ପ୍ରତିଶତ ଥିଲା। ୨୦୧୯-୨୦ରେ ଏହା ବଳକା ୧.୨୫ଶତକଡା ରାଜସ୍ବ ହାସଲ କରିଛି। ରାଜ୍ୟ ଋଣଭାର ସମୁଦାୟ ଘରୋଇ ଉତ୍ପାଦନର ୪୬.୪୮ଶତକଡାରୁ ହ୍ରାସ ପାଇ ଚଳିତ ଆର୍ଥିକବର୍ଷ ସୁଦ୍ଧା ୧୯.୭ ଶତକଡାରେ ପହଞ୍ଚିଛି। ଭିତ୍ତିଭୂମି ବିକାଶ ନିମନ୍ତେ ପୁଞ୍ଜି ବିନିଯୋଗ ୧.୭୨ଶତକଡାରୁ ବୃଦ୍ଧି ପାଇ ଚଳିତବର୍ଷ ସମୁଦାୟ ଘରୋଇ ଉତ୍ପାଦନର ୪.୫୩ ଶତକଡାରେ ପହଞ୍ଚିଛି ବୋଲି ମୀନା କହିଛନ୍ତି। ଆସନ୍ତା ୨ବର୍ଷ ପର୍ଯ୍ୟନ୍ତ ଓଡିଶା ଆଇଏମ୍‌ଏଫ୍‌ର ନୂଆଦିଲ୍ଲୀସ୍ଥିତ ଏସିଆ-ପ୍ରଶାନ୍ତ ଅଞ୍ଚଳର ତାଲିମ ବୈଷୟିକ ସହାୟତା କେନ୍ଦ୍ର ସହ ମିଳିତଭାବେ କାର୍ଯ୍ୟ କରିବାକୁ ସ୍ଥିର ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ବଜାରରେ ମିଳୁଛି ନକଲି ଶାଗୁଦାନା: ହୋଇଯାନ୍ତୁ ସାବଧାନ

ନୂଆପଡ଼ା,୧ା୧ (ମକାରୁ ବେମାଲ):ନୂଆପଡ଼ା ସହରରେ ପ୍ଲାଷ୍ଟିକ ଶାଗୁଦାନା ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁର ଜ୍ୟୋତିର୍ମୟ ପୁହାଣ ନୂଆପଡ଼ା...

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri