ଅନୁଗୋଳ ମେଡିକାଲ ପରିଦର୍ଶନ କଲେ ୫-ଟି ସଚିବ: ବାହାରୁ ମେଡିସିନ୍‌ କିଣାକୁ ନେଇ ଖପ୍ପା

ଅନୁଗୋଳ ଅଫିସ, ୩୦ା୧୦-ରାଜ୍ୟ ସରକାରଙ୍କ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ପରେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ କିପରି ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଛି ମଙ୍ଗଳବାର ତାହାର ଅନୁଧ୍ୟାନ କରିଛନ୍ତି ୫-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ। ପୂର୍ବାହ୍ନ ୧୧ଟା ୫୦ରେ ସଚିବ ମେଡିକାଲରେ ପହଞ୍ଚି ପ୍ରଥମେ ଯକ୍ଷ୍ମା ଓ୍ବାର୍ଡକୁ ଯାଇଥିଲେ। ଏଥିସହ ବିଭିନ୍ନ ୱାର୍ଡରେ ଚିକିତ୍ସିତ ହେଉଥିବା ୧୫ ଜଣ ରୋଗୀଙ୍କ ସହ ଆଲୋଚନା କରି ସ୍ବାସ୍ଥ୍ୟସେବା ସମ୍ପର୍କରେ ବୁଝିଥିଲେ। ତେବେ ଜଣେ ରୋଗୀଙ୍କୁ ବାହାରୁ ମେଡିସିନ୍‌ ଆଣିବାକୁ କୁହାଯାଇଥିବାରୁ ୫-ଟି ସଚିବ ମେଡିକାଲ କର୍ତ୍ତୃପକ୍ଷଙ୍କ ଉପରେ ଖପ୍ପା ହୋଇଥିଲେ। କିନ୍ତୁ ମେଡିକାଲର ପରିମଳ ଓ ସୁବ୍ୟବସ୍ଥାକୁ ନେଇ ସଚିବ ସନ୍ତୋଷ ବ୍ୟକ୍ତ କରିବା ସହ ପରେ ଡାକ୍ତର ଓ ପଦାଧିକାରୀଙ୍କୁ ନେଇ ଏକ ବୈଠକ କରିଥିଲେ। ସଚିବଙ୍କ ସହ ଏନଏଚ୍‌ଏମ୍‌ ଡାଇରେକ୍ଟର ଶାଳିନ୍‌ ପଣ୍ଡିତ, ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ କେ.କେ. ମୀନା, ଡିଆଇଜି ନରସିଂହ ଭୋଳ, ଜିଲାପାଳ ମନୋଜ କୁମାର ମହାନ୍ତି, ଉପଜିଲାପାଳ ବାସୁଦେବ ଶତପଥୀ, ସିଡିଏମ୍‌ଓ ଡା. ଅମରେନ୍ଦ୍ର ନାଥ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ଯକ୍ଷ୍ମା ଓ୍ବାର୍ଡ ବୁଲିବା ପରେ ସଚିବ ପୁରୁଷ ମେଡିସିନ୍‌ ୱାର୍ଡ, ୬ ମହଲାରେ ଥିବା ସ୍ତ୍ରୀ ଓ ପ୍ରସୂତି ବିଭାଗ, ଶିଶୁ ରୋଗ ଚିକିତ୍ସା ବିଭାଗ ଆଦି ପରିଦର୍ଶନ କରିଥିଲେ। ବାରଣ୍ଡାରେ ରୋଗୀ ଚିକିତ୍ସିତ ହେଉଥିବା ବେଳେ ମେଡିସିନ୍‌ ଓ ପେଡିଆଟିକ୍ସ ୱାର୍ଡରେ ଶଯ୍ୟା ସଂଖ୍ୟା କମ୍‌ ଥିବାରୁ ତାହାକୁ ବୃଦ୍ଧି କରିବାକୁ ସଚିବ ପ୍ରସ୍ତାବ ଦେଇଥିଲେ। ପୁରୁଷ ମେଡିସିନ୍‌ ୱାର୍ଡରେ ବାହାରୁ ମେଡିସିନ୍‌ କିଣା ହେବା ନେଇ ସିଡିଏମ୍‌ଓଙ୍କୁ ତାଗିଦ୍‌ କରିଥିଲେ। ତୁରନ୍ତ ସମ୍ପୃକ୍ତ ରୋଗୀଙ୍କୁ ଟଙ୍କା ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସମ୍ମିଳନୀ କକ୍ଷରେ ମେଡିକାଲ କର୍ତ୍ତୃପକ୍ଷ, ଡାକ୍ତର, ମେଡିକାଲ ମ୍ୟାନେଜର, ଆରଆଣ୍ଡବି ନିର୍ବାହୀ ଯନ୍ତ୍ରୀ, ଜିଲା ପ୍ରଶାସନ ସହ ୫-ଟି ସଚିବ ବୈଠକ କରିଥିଲେ। ମେଡିକାଲର ଭିତ୍ତିଭୂମି ବିକାଶ ସହ ଶଯ୍ୟା ସଂଖ୍ୟା ୨ଶହ ବୃଦ୍ଧି କରିବାକୁ ପରାମର୍ଶ ଦେଇଥିଲେ। ତଳ ମହଲାକୁ ଓପିଡି, ପ୍ରଥମ ମହଲାକୁ ନ୍ୟୁରୋ ଆଇସିୟୁ ସହିତ ଟ୍ରମା କେୟାର, ଦ୍ୱିତୀୟ ଓ ତୃତୀୟ ମହଲାକୁ ୨ଶହ ଶଯ୍ୟା ବିଶିଷ୍ଟ ୱାର୍ଡ କରିବାକୁ ବୈଠକରେ ଆଲୋଚନା କରିଥିଲେ। ଏହି ଅବସରରେ ଡାକ୍ତରଙ୍କ ସହ ଆଲୋଚନା କରି ବିଭିନ୍ନ ପରାମର୍ଶ ଦେଇଥିଲେ। କମ୍ପ୍ୟୁଟର ଟିକେଟ ପଞ୍ଜୀକରଣ ବ୍ୟବସ୍ଥା ନଭେମ୍ବର ୧ରୁ ଆରମ୍ଭ କରିବା, ବନ୍ଦ ପଡ଼ିଥିବା ଡିଜିଟାଲ ଏକ୍ସ-ରେ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଜାତୀୟସ୍ତର ଅଧିସ୍ବୀକୃତି(ଆର୍କିଡେସନ୍‌) ପ୍ରମାଣପତ୍ର କିପରି ହସ୍‌ପିଟାଲକୁ ମିଳିପାରିବ ସେ ନେଇ ସିଡିଏମ୍‌ଓଙ୍କୁ ପରାମର୍ଶ ଦେବା ସହ ପ୍ରତି ମାସରେ ସମୀକ୍ଷା କରିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅନୁଗୋଳ ଜିଲାରୁ ସର୍ବାଧିକ ରାଜସ୍ବ ମିଳୁଥିବାରୁ ମେଡିକାଲରେ ଟଙ୍କା ଖର୍ଚ୍ଚ କରିବାକୁ ସରକାର କୁଣ୍ଠାବୋଧ କରିବେ ନାହିଁ ବୋଲି ସଚିବ କହିଥିଲେ। ତେବେ ୫-ଟି ସଚିବ ଫେରିବା ସମୟରେ ଦୁଇ ଜଣ ବୟସ୍କା ମହିଳା ଏକ ଦାବିପତ୍ର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜଳୁଛି ଗାଁ : ପୋଲିସ ଉପସ୍ଥିତରେ ମହିଳା-ପୁରୁଷ ମିଶି କରୁଛନ୍ତି ଭଙ୍ଗାରୁଜା

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଏମ୍ଭି-୨୬ ଗାଁରେ...

ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...

ବଲାଙ୍ଗିର ଫଳ ବଜାରରେ ଜଳିଗଲା ୫୦ରୁ ଊର୍ଦ୍ଧ୍ବ ଦୋକାନ

ବଲାଙ୍ଗିର,୮।୧୨: ସୋମବାର ବଲାଙ୍ଗିର ସହରର ଫଳ ବଜାରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଜିଲାପାଳଙ୍କ ଅଫିସ୍‌ ନିକଟରେ ଥିବା ପୌର ସଂସ୍ଥା ଅଧୀନରେ ଥିବା...

ଟିକିଏ କଥାରେ ସାଙ୍ଗର ପେଟରେ ଛୁରି ଭୁସି ବାହାର କରିଦେଲେ ଅନ୍ତବୁଜୁଳା

ବାରିପଦା,୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ...

ଶୀତରେ ଥରୁଛି ଜି.ଉଦୟଗିରି: ଜନଜୀବନ ଅସ୍ତବ୍ୟସ୍ତ

ଜି.ଉଦୟଗିରି,୮।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିଥିବାବେଳେ ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ୧୨ ଯାଏ ଶୀତ ଲହରୀ ଜାରି...

ଟାଇକୋଣ୍ଡୋ ଏକାଡେମୀର ଗୌରବମୟ ସଫଳତା: ସୋହନଙ୍କୁ ମିଳିଲା…

ଛତ୍ରପୁର,୮।୧୨(ଦିଲ୍ଲୀପ ସାମଲ): ଛତ୍ରପୁର ନିକଟ ଧିରେଶର୍‌ ବିଦ୍ୟାପୀଠର ନବମ ଶ୍ରେଣୀ ଛାତ୍ର ଏସ୍‌. ସୋହନ ରେଡ୍ଡି ଅରୁଣାଞ୍ଚଳ ପ୍ରଦେଶରେ ହୋଇଥିବା ଜାତୀୟ ବିଦ୍ୟାଳୟ ସମୂହ କ୍ରୀଡା...

କାମ ଦେଉଛି AI କ୍ୟାମେରା: ପୁଣି ଗିରଫ ହେଲେ ୨ ଶିକାରୀ

ନୀଳଗିରି,୮ା୧୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡିହା ଅଭୟାରଣ୍ୟରୁ ପୁଣି ଦୁଇ ଶିକାରୀଙ୍କୁ ଧରାଇଦେଲା ଏ.ଆଇ କ୍ୟାମେରା। କିଛି ଦିନ ପୂର୍ବରୁ...

ପଲିଥିନ୍‌ କାରଖାନାରେ ଲାଗିଲା ନିଆଁ

କଟକ,୮ା୧୨(କାର୍ତ୍ତିକ ସାହୁ): ସୋମବାର କଟକ ଜଗତପୁରର ଗୁଜରପୁରଠାରେ ଥିବା ଏକ ପଲିଥିନ ଉତ୍ପାଦନ ୟୁନିଟ ‘ଜଗା କାଳିଆ ପଲିପ୍ୟାକ୍‌ ଏଣ୍ଟରପ୍ରାଇଜେସ’ ରେ ଏକ ବଡ଼ ଧରଣର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri