ଏଇ ଭାରତରେ

ଦେଶର ବିଭିନ୍ନ ସ୍ଥାନରେ ବିଜୟାଦଶମୀରେ ରାବଣ ପୋଡି ସହ ଦଶହରା ଶେଷ ହେଉଥିବାବେଳେ ଛତିଶଗଡ଼ରେ ଏହି ପର୍ବରେ କିଛି ଭିନ୍ନତା ଦେଖିବାକୁ ମିଳେ। ଏହି ରାଜ୍ୟର କେତେକ ଅଞ୍ଚଳରେ ଦଶହରାରର ପୂଜା ବିଧି ଓ ରାବଣ ପୋଡିକୁ ନେଇ ଅଜବ ପରମ୍ପରା ପ୍ରଚଳିତ ରହିଛି। ମୁଖ୍ୟତଃ ବସ୍ତର ଦଶହରା ୭୫ ଦିନ ଧରି ପାଳନ କରାଯାଏ। ଏହି ପର୍ବରେ ରାବଣ କି ରାମଙ୍କର କିଛି ବି ସମ୍ବନ୍ଧ ନ ଥାଏ। ବସ୍ତର ଦଶହରାରେ କେବଳ ମା’ ଦନ୍ତେଶ୍ୱରୀଙ୍କୁ ପୂଜା କରାଯାଏ ଓ ରଥଯାତ୍ରା ଅନୁଷ୍ଠିତ ହୁଏ। ପୂରା ଦଶହରାରେ ୨୧ଟି ବିଧି ପାଳନ କରାଯାଏ। ଏହି ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ଅନୁଷ୍ଠିତ ରଥଯାତ୍ରା ଭଳି ରଥଯାତ୍ରାର ଆୟୋଜନ କରାଯାଏ। ୬୦୦ ବର୍ଷ ପୂର୍ବେ ବସ୍ତରର ରାଜା ପୁରୀରେ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଲାଭ କରି ଫେରିବା ପରେ ଏହି ରଥଯାତ୍ରାର ଆୟୋଜନ କରିଥିଲେ, ଯାହା ଏବେ ପାଳନ କରାଯାଉଛି। ରଥଯାତ୍ରାରେ ବହୁ ଦେବଦେବୀଙ୍କୁ ରଥାରୂଢ଼ କରାଯାଏ। ସେହିଭଳି ଛତିଶଗଡ଼ର ବାଲୋଦ ଜିଲା ଗୁରୁର୍‌ ଗ୍ରାମରେ ଶାର୍ଟ, ପ୍ୟାଣ୍ଟ ଓ ଟାଇ ପିନ୍ଧିଥିବା ୧୦୦ ବର୍ଷର ପୁରୁଣା ରାବଣ ମୂର୍ତ୍ତିକୁ ପଣ୍ଡିତ, ସଙ୍ଗୀତପ୍ରେମୀ ଓ ଚିକିତ୍ସକ ଭାବେ ଗ୍ରହଣ କରି ଲୋକମାନେ ତାହାକୁ ଦହନ ନ କରି ପୂଜା କରୁଛନ୍ତି। ଏହାବାଦ୍‌ ଧମତରୀ ଜିଲାର ସୋନାମଗର ଗାଁରେ ଲୋକମାନେ କଞ୍ଚାମାଟିରେ ରାବଣର ଅର୍ଦ୍ଧନଗ୍ନ ପ୍ରତିମୂର୍ତ୍ତି ତିଆରି କରନ୍ତି। ମା’ ଶୀତଳା ମନ୍ଦିରରୁ ଖଣ୍ଡା ଅଣ ିସେହି ପ୍ରତିମୂର୍ତ୍ତିକୁ ଖଣ୍ଡ ଖଣ୍ଡ କରନ୍ତି। ଲୋକମାନେ ରାବଣ ଉପରେ ମଧ୍ୟ ଆକ୍ରମଣ କରି ମାଟିକୁ ଘରକୁ ନେଇଯିବା ପରେ ଦଶହରା ଶେଷ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri