ବରିଷ୍ଠଙ୍କ ଗରିଷ୍ଠତା

ଡ. ସତ୍ୟ ନାରାୟଣ ମିଶ୍ର

ମାନବ ସଭ୍ୟତାର ଅୟମାରମ୍ଭରୁ ତଥା ସୃଷ୍ଟିର ଆବହମାନ କାଳରୁ ପରିବାରରେ ତଥା ସମାଜରେ ବରିଷ୍ଠ ବ୍ୟକ୍ତିମାନଙ୍କର ଏକ ସ୍ବତନ୍ତ୍ର ସ୍ଥାନ ରହିଆସିଅଛି। କ୍ରମେ ପାରିବାରିକ ଅନୁଶାସନ, ସାମାଜିକ ନୀତି ନିୟମକୁ ପାଥେୟ କରି ସଭ୍ୟ ସମାଜର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସମ୍ମାନ ଦେବାପାଇଁ ସରକାର ମଧ୍ୟ ବରିଷ୍ଠ ବ୍ୟକ୍ତିମାନଙ୍କୁ ଏକ ସ୍ବତନ୍ତ୍ର ସ୍ଥାନରେ ପ୍ରତିଷ୍ଠିତ କରିବା ପାଇଁ ପ୍ରୟାସ କରିଚାଲିଛନ୍ତି। ସ୍ବତନ୍ତ୍ରରେ ସ୍ବାତନ୍ତ୍ର୍ୟକୁ ଉପଲବ୍ଧି କରି ବରିଷ୍ଠମାନେ ନିଜର ଆବଶ୍ୟକତାକୁ ଉପଲବ୍ଧି କରିଥାନ୍ତି। ମାତ୍ର ବରିଷ୍ଠଙ୍କର ଶ୍ରେଷ୍ଠତ୍ୱକୁ ପ୍ରତିପାଦନ କରିବା ପାଇଁ ପରିବାର ହେଉଛି ଏକ ପ୍ରମୁଖ ସ୍ଥାନ। ପରିବାରରେ ଯଦି ବରିଷ୍ଠଙ୍କର ଶ୍ରେଷ୍ଠତ୍ୱକୁ ଅବମାନନା କରାଯାଏ ତେବେ ସମାଜ ବା ଶାସନକଳ କେବେହେଲେ ଶ୍ରେଷ୍ଠତ୍ୱ ପ୍ରତିପାଦିତ କରିପାରିବ ନାହିଁ। ବରିଷ୍ଠ ହେଉଛନ୍ତି ଅନୁଭବ ଓ ଅନୁଭୂତିର ସମନ୍ବୟ ତଥା ପରିମାର୍ଜିତ ପରିପକ୍ୱ ନିିର୍ମଳ ସ୍ଥିତିର ସ୍ରଷ୍ଟା।
ବାର୍ଦ୍ଧକ୍ୟ ହେଉଛି ଜୀବନର ଏକ ସ୍ତର ଓ ଏହା ସ୍ବତଃ ଈଶ୍ୱର ଦତ୍ତ। ଯେତେବେଳେ ଜ୍ଞାନର, ବିଚାରର, ବୁଦ୍ଧିର, ବିବେକର ତଥା ମାନବିକତାର ପରିପକ୍ୱତା ଆସିଥାଏ, ସେତେବେଳେ ବାର୍ଦ୍ଧକ୍ୟ ଜୀବନର ଏକ କ୍ରମ ହିସାବରେ ମନୁଷ୍ୟର ଅଜାଣତରେ ମଧ୍ୟ ପ୍ରବେଶ କରିଥାଏ, ଯାହାକୁ ଆମେ କନିଷ୍ଠମାନେ ବରିଷ୍ଠ କହିଥାଉ। ତେଣୁ ବରିଷ୍ଠମାନେ ହେଉଛନ୍ତି ପରିବାରର, ସମାଜର ତଥା ଦେଶର ସମ୍ମାନାଷ୍ପଦ ଓ ଆଦରର ବ୍ୟକ୍ତି ବିଶେଷ। ମଣିଷର ଜନ୍ମ କେତେଗୁଡିଏ ସ୍ଥିତି ମଧ୍ୟ ଦେଇ ଅଗ୍ରଗତି ହୋଇ ୬୦ ବର୍ଷ ପଦାର୍ପଣ କଲେ ବାର୍ଦ୍ଧକ୍ୟକୁ ପଦାର୍ପଣ ହୋଇଥାଏ ଓ ବରିଷ୍ଠ ହୋଇଥାନ୍ତି। ବରିଷ୍ଠମାନେ କେତେ ଉତ୍ଥାନ ପତନ ମଧ୍ୟ ଦେଇ ସମସ୍ତ ଜୀବନ ସଂଗ୍ରାମର ଢେଉକୁ ଅତିକ୍ରମ କରି ଶେଷରେ ଏକ ପରିପକ୍ୱ ମଣିଷ ହିସାବରେ ପରିଚିତି ପାଇଥାନ୍ତି । ସେମାନଙ୍କ ନିକଟରେ ଥାଏ ଅସରନ୍ତି ଅନୁଭୂତି, ଅନୁଭବ, ଦୃଷ୍ଟାନ୍ତ, ଜ୍ଞାନ, କର୍ମଚାତୁରି ଇତ୍ୟାଦି ଇତ୍ୟାଦି । ପରିବାର, ସମାଜର ତଥା ଦେଶର କନିଷ୍ଠମାନେ ବରିଷ୍ଠମାନଙ୍କୁ ସମ୍ମାନ କରି ତାଙ୍କଠାରେ ବିଭିନ୍ନ କ୍ଷେତ୍ରରେ ଥିବା ଜ୍ଞାନର ଭଣ୍ଡାରକୁ ଗ୍ରହଣ କଲେ ପରିବାର, ସମାଜ ଓ ଦେଶ ଆନନ୍ଦରେ ଆଗକୁ ଅଗ୍ରଗତି ହୋଇପାରିବ। ମହାଭାରତରେ ପିତାମହ ଭୀଷ୍ମଙ୍କ ଉପଦେଶ ତଥା ତାଙ୍କୁ ସମ୍ମାନ ଦେଇ ଆସୁଥିବା ପର୍ଯ୍ୟନ୍ତ ଭୀଷ୍ମଙ୍କର ବଂଶ ସମାଜରେ ପ୍ରତିଷ୍ଠା ଲାଭ କରିଆସୁଥିଲା। ଯେତେବେଳେ ଭୀଷ୍ମଙ୍କୁ ଓ ଅନ୍ୟ ବରିଷ୍ଠ ବ୍ୟକ୍ତି ବିଶେଷଙ୍କୁ କନିଷ୍ଠମାନେ ଅବମାନନା କଲେ ଓ ତାଙ୍କର ଉପଦେଶକୁ ପ୍ରତ୍ୟାଖ୍ୟାନ କଲେ ଫଳ ସ୍ବରୂପ ଉକ୍ତ ପ୍ରତିଷ୍ଠିତ ବଂଶ ପତନର ଅନ୍ତିମ ପାହାଚରେ ରକ୍ତ ରଞ୍ଜିତ ହୋଇ ଏକ ଯୁଗର ଅବସାନ ହେଲା। ତେଣୁ ବରିଷ୍ଠଙ୍କୁ କନିଷ୍ଠମାନେ ଉପେକ୍ଷା କରିବାର ଅର୍ଥ କନିଷ୍ଠମାନେ ନିଜେ ଉପେକ୍ଷିତ ହେବା ସୁନିଶ୍ଚିତ।
ବର୍ତ୍ତମାନର ପରିସ୍ଥିତିରେ ଅନେକ କ୍ଷେତ୍ରରେ ବରିଷ୍ଠ ବ୍ୟକ୍ତି ବିଶେଷଙ୍କୁ ପରିବାରରେ ଅଣଦେଖା କରାଯାଉଛି ବା ସେମାନଙ୍କର ଉପଯୁକ୍ତ ସେବା କରାଯାଉ ନାହିଁ ତାହା ପୁଣି ପରିବାରର କନିଷ୍ଠମାନଙ୍କର ଜ୍ଞାତ ସାରରେ। ସମୟ କ୍ରମେ ପରବର୍ତ୍ତୀ ସମୟରେ ଏହା ବୁମେରାଂ ଭଳି ଯେତେବେଳେ କନିଷ୍ଠମାନେ ନିଜେ ବରିଷ୍ଠର ସ୍ଥାନ ଅଧିଗ୍ରହଣ କରିଥାନ୍ତି ସେହି ପରିବାରରେ କନିଷ୍ଠମାନେ ତାଙ୍କୁ ତଥାକଥିତ ଅଣଦେଖା କରିଥାନ୍ତି, ସେତେବେଳେ ଅନ୍ୟକୁ ପୀଡା ଦେବାର ଘୃଣ୍ୟ ମାନସିକତା ମନେପଡିଥାଏ। ତେଣୁ ବରିଷ୍ଠଙ୍କୁ ସମ୍ମାନ, ସେବା, ଯତ୍ନ, ସୁରକ୍ଷା ଆଦି ଦେବା ହେଉଛି କନିଷ୍ଠମାନଙ୍କର କର୍ତ୍ତବ୍ୟ ଓ ସଂସ୍କାର। ଏଥିରେ ଥାଏ ଅସରନ୍ତି ଆତ୍ମତୃପ୍ତି ଓ ବରିଷ୍ଠମାନଙ୍କଠାରୁ ମିଳିଥାଏ ଅସରନ୍ତି ଆଶୀର୍ବାଦ, ଯାହାକୁ ପାଥେୟ କରି ମଣିଷ ସବୁ ସମସ୍ୟାକୁ ସାମ୍‌ନା କରି ଅତିକ୍ରମ କରିଥାଏ ଜୀବନର ଯାତ୍ରାକୁ । ସଞ୍ଜ ନଇଁ ଆସିଲେ ସୃଷ୍ଟିର ପ୍ରତ୍ୟେକ ଜୀବଜଗତ ଯେପରି ନିଜ ନିଜର ସୁରକ୍ଷିତ ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି, ଠିକ ସେହିପରି ବୃଦ୍ଧାବସ୍ଥା ହେଉଛି ଜୀବନର ସା। ସାରୁ ରାତ୍ରି ପର୍ଯ୍ୟନ୍ତ ଅଧିକ ବ୍ୟବଧାନ ବା ସମୟ ନ ଥାଏ। ତେଣୁ ରାତ୍ରିକୁ ସ୍ପର୍ଶ କରିବା ପୂର୍ବରୁ ସାର ବାର୍ଦ୍ଧକ୍ୟକୁ ଉଚିତ ସମ୍ମାନ ଦେଇ ରାତ୍ରିକୁ ବା ଜୀବନର ଶେଷ ସମୟଙ୍କୁ ଉଚିତ ମୂଲ୍ୟ ଦେଇ ଜୀବନ ନିର୍ବାହ କରିବା ଉଚିତ। ବରିଷ୍ଠ ହେଉଛନ୍ତି ଜ୍ଞାନର ଭଣ୍ଡାର। ସେମାନେ ଆମକୁ ଜନ୍ମ, ଶିକ୍ଷା, ଧନ, ପାରିବାରିକ ସମ୍ପର୍କ ଆଦି ଦେଇଥାନ୍ତି। ଗୋଟିଏ କଥାରେ କହିବାକୁ ଗଲେ ଜୀବନର ସଂପୂର୍ଣ୍ଣ ସମୟ ସେମାନେ କେବଳ ଦେଇଥାନ୍ତି ଓ ତା’ ପ୍ରତିବଦଳରେ ସେମାନେ କେବଳ ଅନ୍ତିମ ସମୟରେ ଚାହିଁଥାନ୍ତି ସ୍ନେହ, ଶ୍ରଦ୍ଧା, ଚିକିତ୍ସା, ସେବା, ସୁରକ୍ଷା, ସୁଷମ ଖାଦ୍ୟ ଓ ଶାନ୍ତିପୂର୍ଣ୍ଣ ସହାବସ୍ଥାନ। ଜୀବନର ପ୍ରତ୍ୟେକ ପାହାଚକୁ ଅତିକ୍ରମ କରି ଶିଖିବା ହେଉଛି ପ୍ରକୃତ ପୁରୁଷାର୍ଥ। ଅସମତଳ ପାହାଚରେ ଝୁଣ୍ଟି ପଡି ଅନ୍ୟକୁ ଦୋଷ ଦେବା ପୁରୁଷାର୍ଥ ନୁହେଁ, ବରଂ କାପୁରୁଷ, ଭୀରୁତାର ପରିଚୟ। ଆଧୁନିକ ବ୍ୟସ୍ତ ବହୁଳ ଜୀବନରେ ନିଜର ସ୍ବାର୍ଥକୁ ଅଗ୍ରାଧିକାର ଦେଇ ବରିଷ୍ଠମାନଙ୍କୁ ନଗଣ୍ୟ କରିବା ଏକ ସୁସ୍ଥ ସମାଜ ଗଠନରେ ପ୍ରତିବନ୍ଧକ। ନିଜକୁ ନୀତି ଓ ବିବେକର ଶୃଙ୍ଖଳା ମଧ୍ୟରେ ବାନ୍ଧି ହେଲେ କନିଷ୍ଠମାନେ ବରିଷ୍ଠମାନଙ୍କର ଛତ୍ରଛାୟା ତଳେ ଆନନ୍ଦରେ କାଳାତିପାତ କରିପାରିବେ। ପାଣିରେ ଗୋଟାଏ ଟୋପା ତେଲ ରଖିଲେ ତାହା ସଙ୍ଗେ ସଙ୍ଗେ ବିଚ୍ଛୁରିତ ହୋଇ ଚତୁର୍ଦିଗକୁ ବିସ୍ତାରିତ ହୋଇଗଲା ପରି ବରିଷ୍ଠମାନଙ୍କର ଆଶୀର୍ବାଦ ଆମ ଜୀବନରେ ଚତୁର୍ଦିଗକୁ ବିଚ୍ଛୁରିତ ହୋଇଯାଏ ଓ ସେଥିରେ ଥାଏ ସେମାନଙ୍କର ଗରିଷ୍ଠତା। ବାର୍ଦ୍ଧକ୍ୟ ହେଉଛି ଜୀବନର ଏକ ଦସ୍ତାବିଜ ବା ରେକର୍ଡ। ଆମେ ଉକ୍ତ ଦସ୍ତାବିଜକୁ ଉତ୍ତମ ଭାବରେ ଯତ୍ନ ନେଲେ ସେଥିରୁ ଅନେକଗୁଡିଏ ଉପାଦେୟ ତଥ୍ୟ ଆମର ଦୈନନ୍ଦିନ ଜୀବନରେ ସହାୟକ ହୋଇପାରନ୍ତା। ବରିଷ୍ଠ ନାଗରିକମାନେ ହେଉଛନ୍ତି ବାଲ୍ୟାବସ୍ଥାର ପୁନରାବୃତ୍ତି। ମଣିଷ ବାଲ୍ୟାବସ୍ଥାରେ ମାତା ପିତାଙ୍କର ଧୈର୍ଯ୍ୟ ଓ ଶ୍ରମର ପରାକାଷ୍ଠାରେ ଯେପରି ଉତ୍ତରୋତ୍ତର ବୃଦ୍ଧି ହୋଇଥାନ୍ତି, ବୃଦ୍ଧାବସ୍ଥାରେ ମଧ୍ୟ ଯେଉଁ ସ୍ଥିତିରୁ ଆସିଥାନ୍ତି ପୁନରାୟ ସେହି ସ୍ଥିତିକୁ ଜୀବନର ବ୍ୟାବହାରିକ ଦୃଷ୍ଟିକୋଣରେ ଜୀବନ ନିର୍ବାହ କରିଥାନ୍ତି, ମାତ୍ର ଜ୍ଞାନ, ଅନୁଭବ, ଅନୁଭତି ଆଦିର ଭଣ୍ଡାରକୁ ସେମାନଙ୍କଠାରୁ ଯିଏ ଗ୍ରହଣ କରି ପାରିଲା, ସେ ହୋଇଯାଏ ପ୍ରକୃତ ମଣିଷ। କନିଷ୍ଠ ଯେତେ ଯାହା କଲେ ମଧ୍ୟ ତାହା ବରିଷ୍ଠମାନଙ୍କଠାରେ ନିମିତ୍ତ ମାତ୍ର। କନିଷ୍ଠ ଯାହା ବି କରିଥାନ୍ତି ତାହା ବରିଷ୍ଠଙ୍କର ଗରିଷ୍ଠତାରେ ହିଁ ହୋଇଥାଏ। ବରିଷ୍ଠମାନେ ହେଉଛନ୍ତି ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ। ବରିଷ୍ଠତାର ଗରିଷ୍ଠତାକୁ ମର୍ମେ ମର୍ମେ ଅନୁଭବ କରି ଆମେ ବରିଷ୍ଠମାନଙ୍କ ନିକଟରେ ନତମସ୍ତକ ହୋଇ ସେମାନଙ୍କର ଗରିଷ୍ଠତାକୁ ସମ୍ମାନ ଦେବା ଓ ସେମାନଙ୍କର ଉପଦେଶକୁ ପାଳନ କରିବା ହେଉଛି ଆମର କର୍ତ୍ତବ୍ୟ।
ଅଭିଲେଖାଧିକାରୀ, ଭାରତ ସରକାର ମୋ:୯୯୩୭୩୪୫୯୦୦
satyanarayan_mishra2003@yahoo.co.in


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?