ବରିଷ୍ଠଙ୍କ ଗରିଷ୍ଠତା

ଡ. ସତ୍ୟ ନାରାୟଣ ମିଶ୍ର

ମାନବ ସଭ୍ୟତାର ଅୟମାରମ୍ଭରୁ ତଥା ସୃଷ୍ଟିର ଆବହମାନ କାଳରୁ ପରିବାରରେ ତଥା ସମାଜରେ ବରିଷ୍ଠ ବ୍ୟକ୍ତିମାନଙ୍କର ଏକ ସ୍ବତନ୍ତ୍ର ସ୍ଥାନ ରହିଆସିଅଛି। କ୍ରମେ ପାରିବାରିକ ଅନୁଶାସନ, ସାମାଜିକ ନୀତି ନିୟମକୁ ପାଥେୟ କରି ସଭ୍ୟ ସମାଜର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସମ୍ମାନ ଦେବାପାଇଁ ସରକାର ମଧ୍ୟ ବରିଷ୍ଠ ବ୍ୟକ୍ତିମାନଙ୍କୁ ଏକ ସ୍ବତନ୍ତ୍ର ସ୍ଥାନରେ ପ୍ରତିଷ୍ଠିତ କରିବା ପାଇଁ ପ୍ରୟାସ କରିଚାଲିଛନ୍ତି। ସ୍ବତନ୍ତ୍ରରେ ସ୍ବାତନ୍ତ୍ର୍ୟକୁ ଉପଲବ୍ଧି କରି ବରିଷ୍ଠମାନେ ନିଜର ଆବଶ୍ୟକତାକୁ ଉପଲବ୍ଧି କରିଥାନ୍ତି। ମାତ୍ର ବରିଷ୍ଠଙ୍କର ଶ୍ରେଷ୍ଠତ୍ୱକୁ ପ୍ରତିପାଦନ କରିବା ପାଇଁ ପରିବାର ହେଉଛି ଏକ ପ୍ରମୁଖ ସ୍ଥାନ। ପରିବାରରେ ଯଦି ବରିଷ୍ଠଙ୍କର ଶ୍ରେଷ୍ଠତ୍ୱକୁ ଅବମାନନା କରାଯାଏ ତେବେ ସମାଜ ବା ଶାସନକଳ କେବେହେଲେ ଶ୍ରେଷ୍ଠତ୍ୱ ପ୍ରତିପାଦିତ କରିପାରିବ ନାହିଁ। ବରିଷ୍ଠ ହେଉଛନ୍ତି ଅନୁଭବ ଓ ଅନୁଭୂତିର ସମନ୍ବୟ ତଥା ପରିମାର୍ଜିତ ପରିପକ୍ୱ ନିିର୍ମଳ ସ୍ଥିତିର ସ୍ରଷ୍ଟା।
ବାର୍ଦ୍ଧକ୍ୟ ହେଉଛି ଜୀବନର ଏକ ସ୍ତର ଓ ଏହା ସ୍ବତଃ ଈଶ୍ୱର ଦତ୍ତ। ଯେତେବେଳେ ଜ୍ଞାନର, ବିଚାରର, ବୁଦ୍ଧିର, ବିବେକର ତଥା ମାନବିକତାର ପରିପକ୍ୱତା ଆସିଥାଏ, ସେତେବେଳେ ବାର୍ଦ୍ଧକ୍ୟ ଜୀବନର ଏକ କ୍ରମ ହିସାବରେ ମନୁଷ୍ୟର ଅଜାଣତରେ ମଧ୍ୟ ପ୍ରବେଶ କରିଥାଏ, ଯାହାକୁ ଆମେ କନିଷ୍ଠମାନେ ବରିଷ୍ଠ କହିଥାଉ। ତେଣୁ ବରିଷ୍ଠମାନେ ହେଉଛନ୍ତି ପରିବାରର, ସମାଜର ତଥା ଦେଶର ସମ୍ମାନାଷ୍ପଦ ଓ ଆଦରର ବ୍ୟକ୍ତି ବିଶେଷ। ମଣିଷର ଜନ୍ମ କେତେଗୁଡିଏ ସ୍ଥିତି ମଧ୍ୟ ଦେଇ ଅଗ୍ରଗତି ହୋଇ ୬୦ ବର୍ଷ ପଦାର୍ପଣ କଲେ ବାର୍ଦ୍ଧକ୍ୟକୁ ପଦାର୍ପଣ ହୋଇଥାଏ ଓ ବରିଷ୍ଠ ହୋଇଥାନ୍ତି। ବରିଷ୍ଠମାନେ କେତେ ଉତ୍ଥାନ ପତନ ମଧ୍ୟ ଦେଇ ସମସ୍ତ ଜୀବନ ସଂଗ୍ରାମର ଢେଉକୁ ଅତିକ୍ରମ କରି ଶେଷରେ ଏକ ପରିପକ୍ୱ ମଣିଷ ହିସାବରେ ପରିଚିତି ପାଇଥାନ୍ତି । ସେମାନଙ୍କ ନିକଟରେ ଥାଏ ଅସରନ୍ତି ଅନୁଭୂତି, ଅନୁଭବ, ଦୃଷ୍ଟାନ୍ତ, ଜ୍ଞାନ, କର୍ମଚାତୁରି ଇତ୍ୟାଦି ଇତ୍ୟାଦି । ପରିବାର, ସମାଜର ତଥା ଦେଶର କନିଷ୍ଠମାନେ ବରିଷ୍ଠମାନଙ୍କୁ ସମ୍ମାନ କରି ତାଙ୍କଠାରେ ବିଭିନ୍ନ କ୍ଷେତ୍ରରେ ଥିବା ଜ୍ଞାନର ଭଣ୍ଡାରକୁ ଗ୍ରହଣ କଲେ ପରିବାର, ସମାଜ ଓ ଦେଶ ଆନନ୍ଦରେ ଆଗକୁ ଅଗ୍ରଗତି ହୋଇପାରିବ। ମହାଭାରତରେ ପିତାମହ ଭୀଷ୍ମଙ୍କ ଉପଦେଶ ତଥା ତାଙ୍କୁ ସମ୍ମାନ ଦେଇ ଆସୁଥିବା ପର୍ଯ୍ୟନ୍ତ ଭୀଷ୍ମଙ୍କର ବଂଶ ସମାଜରେ ପ୍ରତିଷ୍ଠା ଲାଭ କରିଆସୁଥିଲା। ଯେତେବେଳେ ଭୀଷ୍ମଙ୍କୁ ଓ ଅନ୍ୟ ବରିଷ୍ଠ ବ୍ୟକ୍ତି ବିଶେଷଙ୍କୁ କନିଷ୍ଠମାନେ ଅବମାନନା କଲେ ଓ ତାଙ୍କର ଉପଦେଶକୁ ପ୍ରତ୍ୟାଖ୍ୟାନ କଲେ ଫଳ ସ୍ବରୂପ ଉକ୍ତ ପ୍ରତିଷ୍ଠିତ ବଂଶ ପତନର ଅନ୍ତିମ ପାହାଚରେ ରକ୍ତ ରଞ୍ଜିତ ହୋଇ ଏକ ଯୁଗର ଅବସାନ ହେଲା। ତେଣୁ ବରିଷ୍ଠଙ୍କୁ କନିଷ୍ଠମାନେ ଉପେକ୍ଷା କରିବାର ଅର୍ଥ କନିଷ୍ଠମାନେ ନିଜେ ଉପେକ୍ଷିତ ହେବା ସୁନିଶ୍ଚିତ।
ବର୍ତ୍ତମାନର ପରିସ୍ଥିତିରେ ଅନେକ କ୍ଷେତ୍ରରେ ବରିଷ୍ଠ ବ୍ୟକ୍ତି ବିଶେଷଙ୍କୁ ପରିବାରରେ ଅଣଦେଖା କରାଯାଉଛି ବା ସେମାନଙ୍କର ଉପଯୁକ୍ତ ସେବା କରାଯାଉ ନାହିଁ ତାହା ପୁଣି ପରିବାରର କନିଷ୍ଠମାନଙ୍କର ଜ୍ଞାତ ସାରରେ। ସମୟ କ୍ରମେ ପରବର୍ତ୍ତୀ ସମୟରେ ଏହା ବୁମେରାଂ ଭଳି ଯେତେବେଳେ କନିଷ୍ଠମାନେ ନିଜେ ବରିଷ୍ଠର ସ୍ଥାନ ଅଧିଗ୍ରହଣ କରିଥାନ୍ତି ସେହି ପରିବାରରେ କନିଷ୍ଠମାନେ ତାଙ୍କୁ ତଥାକଥିତ ଅଣଦେଖା କରିଥାନ୍ତି, ସେତେବେଳେ ଅନ୍ୟକୁ ପୀଡା ଦେବାର ଘୃଣ୍ୟ ମାନସିକତା ମନେପଡିଥାଏ। ତେଣୁ ବରିଷ୍ଠଙ୍କୁ ସମ୍ମାନ, ସେବା, ଯତ୍ନ, ସୁରକ୍ଷା ଆଦି ଦେବା ହେଉଛି କନିଷ୍ଠମାନଙ୍କର କର୍ତ୍ତବ୍ୟ ଓ ସଂସ୍କାର। ଏଥିରେ ଥାଏ ଅସରନ୍ତି ଆତ୍ମତୃପ୍ତି ଓ ବରିଷ୍ଠମାନଙ୍କଠାରୁ ମିଳିଥାଏ ଅସରନ୍ତି ଆଶୀର୍ବାଦ, ଯାହାକୁ ପାଥେୟ କରି ମଣିଷ ସବୁ ସମସ୍ୟାକୁ ସାମ୍‌ନା କରି ଅତିକ୍ରମ କରିଥାଏ ଜୀବନର ଯାତ୍ରାକୁ । ସଞ୍ଜ ନଇଁ ଆସିଲେ ସୃଷ୍ଟିର ପ୍ରତ୍ୟେକ ଜୀବଜଗତ ଯେପରି ନିଜ ନିଜର ସୁରକ୍ଷିତ ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି, ଠିକ ସେହିପରି ବୃଦ୍ଧାବସ୍ଥା ହେଉଛି ଜୀବନର ସା। ସାରୁ ରାତ୍ରି ପର୍ଯ୍ୟନ୍ତ ଅଧିକ ବ୍ୟବଧାନ ବା ସମୟ ନ ଥାଏ। ତେଣୁ ରାତ୍ରିକୁ ସ୍ପର୍ଶ କରିବା ପୂର୍ବରୁ ସାର ବାର୍ଦ୍ଧକ୍ୟକୁ ଉଚିତ ସମ୍ମାନ ଦେଇ ରାତ୍ରିକୁ ବା ଜୀବନର ଶେଷ ସମୟଙ୍କୁ ଉଚିତ ମୂଲ୍ୟ ଦେଇ ଜୀବନ ନିର୍ବାହ କରିବା ଉଚିତ। ବରିଷ୍ଠ ହେଉଛନ୍ତି ଜ୍ଞାନର ଭଣ୍ଡାର। ସେମାନେ ଆମକୁ ଜନ୍ମ, ଶିକ୍ଷା, ଧନ, ପାରିବାରିକ ସମ୍ପର୍କ ଆଦି ଦେଇଥାନ୍ତି। ଗୋଟିଏ କଥାରେ କହିବାକୁ ଗଲେ ଜୀବନର ସଂପୂର୍ଣ୍ଣ ସମୟ ସେମାନେ କେବଳ ଦେଇଥାନ୍ତି ଓ ତା’ ପ୍ରତିବଦଳରେ ସେମାନେ କେବଳ ଅନ୍ତିମ ସମୟରେ ଚାହିଁଥାନ୍ତି ସ୍ନେହ, ଶ୍ରଦ୍ଧା, ଚିକିତ୍ସା, ସେବା, ସୁରକ୍ଷା, ସୁଷମ ଖାଦ୍ୟ ଓ ଶାନ୍ତିପୂର୍ଣ୍ଣ ସହାବସ୍ଥାନ। ଜୀବନର ପ୍ରତ୍ୟେକ ପାହାଚକୁ ଅତିକ୍ରମ କରି ଶିଖିବା ହେଉଛି ପ୍ରକୃତ ପୁରୁଷାର୍ଥ। ଅସମତଳ ପାହାଚରେ ଝୁଣ୍ଟି ପଡି ଅନ୍ୟକୁ ଦୋଷ ଦେବା ପୁରୁଷାର୍ଥ ନୁହେଁ, ବରଂ କାପୁରୁଷ, ଭୀରୁତାର ପରିଚୟ। ଆଧୁନିକ ବ୍ୟସ୍ତ ବହୁଳ ଜୀବନରେ ନିଜର ସ୍ବାର୍ଥକୁ ଅଗ୍ରାଧିକାର ଦେଇ ବରିଷ୍ଠମାନଙ୍କୁ ନଗଣ୍ୟ କରିବା ଏକ ସୁସ୍ଥ ସମାଜ ଗଠନରେ ପ୍ରତିବନ୍ଧକ। ନିଜକୁ ନୀତି ଓ ବିବେକର ଶୃଙ୍ଖଳା ମଧ୍ୟରେ ବାନ୍ଧି ହେଲେ କନିଷ୍ଠମାନେ ବରିଷ୍ଠମାନଙ୍କର ଛତ୍ରଛାୟା ତଳେ ଆନନ୍ଦରେ କାଳାତିପାତ କରିପାରିବେ। ପାଣିରେ ଗୋଟାଏ ଟୋପା ତେଲ ରଖିଲେ ତାହା ସଙ୍ଗେ ସଙ୍ଗେ ବିଚ୍ଛୁରିତ ହୋଇ ଚତୁର୍ଦିଗକୁ ବିସ୍ତାରିତ ହୋଇଗଲା ପରି ବରିଷ୍ଠମାନଙ୍କର ଆଶୀର୍ବାଦ ଆମ ଜୀବନରେ ଚତୁର୍ଦିଗକୁ ବିଚ୍ଛୁରିତ ହୋଇଯାଏ ଓ ସେଥିରେ ଥାଏ ସେମାନଙ୍କର ଗରିଷ୍ଠତା। ବାର୍ଦ୍ଧକ୍ୟ ହେଉଛି ଜୀବନର ଏକ ଦସ୍ତାବିଜ ବା ରେକର୍ଡ। ଆମେ ଉକ୍ତ ଦସ୍ତାବିଜକୁ ଉତ୍ତମ ଭାବରେ ଯତ୍ନ ନେଲେ ସେଥିରୁ ଅନେକଗୁଡିଏ ଉପାଦେୟ ତଥ୍ୟ ଆମର ଦୈନନ୍ଦିନ ଜୀବନରେ ସହାୟକ ହୋଇପାରନ୍ତା। ବରିଷ୍ଠ ନାଗରିକମାନେ ହେଉଛନ୍ତି ବାଲ୍ୟାବସ୍ଥାର ପୁନରାବୃତ୍ତି। ମଣିଷ ବାଲ୍ୟାବସ୍ଥାରେ ମାତା ପିତାଙ୍କର ଧୈର୍ଯ୍ୟ ଓ ଶ୍ରମର ପରାକାଷ୍ଠାରେ ଯେପରି ଉତ୍ତରୋତ୍ତର ବୃଦ୍ଧି ହୋଇଥାନ୍ତି, ବୃଦ୍ଧାବସ୍ଥାରେ ମଧ୍ୟ ଯେଉଁ ସ୍ଥିତିରୁ ଆସିଥାନ୍ତି ପୁନରାୟ ସେହି ସ୍ଥିତିକୁ ଜୀବନର ବ୍ୟାବହାରିକ ଦୃଷ୍ଟିକୋଣରେ ଜୀବନ ନିର୍ବାହ କରିଥାନ୍ତି, ମାତ୍ର ଜ୍ଞାନ, ଅନୁଭବ, ଅନୁଭତି ଆଦିର ଭଣ୍ଡାରକୁ ସେମାନଙ୍କଠାରୁ ଯିଏ ଗ୍ରହଣ କରି ପାରିଲା, ସେ ହୋଇଯାଏ ପ୍ରକୃତ ମଣିଷ। କନିଷ୍ଠ ଯେତେ ଯାହା କଲେ ମଧ୍ୟ ତାହା ବରିଷ୍ଠମାନଙ୍କଠାରେ ନିମିତ୍ତ ମାତ୍ର। କନିଷ୍ଠ ଯାହା ବି କରିଥାନ୍ତି ତାହା ବରିଷ୍ଠଙ୍କର ଗରିଷ୍ଠତାରେ ହିଁ ହୋଇଥାଏ। ବରିଷ୍ଠମାନେ ହେଉଛନ୍ତି ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ। ବରିଷ୍ଠତାର ଗରିଷ୍ଠତାକୁ ମର୍ମେ ମର୍ମେ ଅନୁଭବ କରି ଆମେ ବରିଷ୍ଠମାନଙ୍କ ନିକଟରେ ନତମସ୍ତକ ହୋଇ ସେମାନଙ୍କର ଗରିଷ୍ଠତାକୁ ସମ୍ମାନ ଦେବା ଓ ସେମାନଙ୍କର ଉପଦେଶକୁ ପାଳନ କରିବା ହେଉଛି ଆମର କର୍ତ୍ତବ୍ୟ।
ଅଭିଲେଖାଧିକାରୀ, ଭାରତ ସରକାର ମୋ:୯୯୩୭୩୪୫୯୦୦
satyanarayan_mishra2003@yahoo.co.in


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଖରାଦିନ ଆରମ୍ଭରୁ ବେଙ୍ଗାଲୁରୁ ଜଳ ସଙ୍କଟ ଏବେ ଚିନ୍ତାର ବିଷୟ ହୋଇଛି। ପରିସ୍ଥିତି ଏମିତି ଯେ ସେଠାରେ ଲୋକେ ସହର ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଏହି...

ଅଦୃଶ୍ୟ ଶତ୍ରୁ

ମାୟାଧର ନାୟକ   ସତ୍ୟ, ତ୍ରେତୟା, ଦ୍ୱାପର, କଳିକାଳରେ ଯେତେ ଯୁଦ୍ଧ ହୋଇଯାଇଛି- ଶତ୍ରୁକୁ ଜାଣି ହେଉଥିଲା- କିନ୍ତୁ ଏ ମହାକଳିକାଳରେ ଅଜଣା ରୋଗ ଓ...

ଚୋରକୁ ବୁଦ୍ଧି

ଅଲେଖ ଚନ୍ଦ୍ର ମିଶ୍ର   ‘ଚୋରକୁ ବୁଦ୍ଧି ଶିଖେଇବା’ ଆପ୍ତବାଣୀଟି ଯେଉଁ ପୃଷ୍ଠଭୂମି ଉପରେ ଆଧାରିତ ତାହା ଥିଲା ଏକ ବାସ୍ତବଧର୍ମୀ କାହାଣୀ, ଯାହାର ମର୍ମ...

ଅପ୍ରକାଶ୍ୟ ଋଣ ସମସ୍ୟା

ଗତ କିଛି ବର୍ଷ ମଧ୍ୟରେ କୋଭିଡ୍‌-୧୯ ମହାମାରୀଠାରୁ ଆରମ୍ଭକରି ଉନ୍ନତ-ଅର୍ଥ ବ୍ୟବସ୍ଥାର ସୁଧ ହାର ବୃଦ୍ଧି ଭଳି ଘଟଣା ଭିନ୍ନ ସ୍ଥିତି ସୃଷ୍ଟି କରିଛି। ଏଥିରେ...

ଏଇ ଭାରତରେ

ଦେଶ ଗଠନରେ ଯୁବ ପ୍ରଶାସକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଅନୁଭବ କରିଛନ୍ତି ୨୦୧୧ ବ୍ୟାଚ୍‌ ଭାରତୀୟ ରାଜସ୍ବ ସେବା(ଆଇଆର୍‌ଏସ୍‌) ଅଧିକାରୀ ରବି କପୁର। ସେ...

ରାମ ରାଜ୍ୟ ସମ୍ଭବ କି

ବୈକୁଣ୍ଠନାଥ ମିଶ୍ର   ଆଜିକାଲି ‘ଜୟ ଶ୍ରୀରାମ’ ଉଚ୍ଚାରଣ କରି ବନ୍ଧୁଙ୍କୁ ପ୍ରଥମ ସାକ୍ଷାତରେ ସମ୍ଭାଷିତ କରିବାର ଅଭିନବ ପରମ୍ପରା ସର୍ବତ୍ର ପରିଦୃଷ୍ଟ। ବନ୍ଧୁଙ୍କୁ ସମ୍ଭାଷଣ...

ମତଦାତାଙ୍କ ବୁଦ୍ଧି ବିମୂଢ଼ତା

ଡ.ଛାୟାକାନ୍ତ ଷଡ଼ଙ୍ଗୀ   ସମ୍ପ୍ରତି ଭାରତ ତଥା ବିଭିନ୍ନ ପ୍ରଦେଶରେ ରାଜନୀତିର ବିଚିତ୍ର ଗତି ଦେଖି ମତଦାତାମାନେ ଉଇଲିଅମ ଜେମ୍‌ସଙ୍କ ଭଳି ସମସ୍ୟାର ସମ୍ମୁଖୀନ ହେଲେଣି।...

ବୁଝିହେଉଛି

ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍‌ କେଜ୍‌ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରି ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri