ନୂଆଦିଲ୍ଲୀ,୨୬।୯: ଦେଶର ସବୁଠାରୁ ଶିକ୍ଷିତ ତଥା ପ୍ରତିଷ୍ଠିତ ପରିବାରଗୁଡ଼ିକ କଥା ବିଚାର କଲେ ମୁଖ୍ୟ ନିର୍ୱାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ପରିବାର ଏହି ତାଲିକାର ଶୀର୍ଷରେ ଦେଖାଯାଏ। କେରଳ କ୍ୟାଡରର ୧୯୮୮ ବ୍ୟାଚ୍ର ପୂର୍ୱତନ ଆଇଏଏସ (IAS) ଅଧିକାରୀ ତଥା ଆଇଆଇଟି କାନପୁରର ପୂର୍ୱତନ ଛାତ୍ର ଜ୍ଞାନେଶ କୁମାର ଦେଶର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ପଦବୀରେ କାର୍ଯ୍ୟ କରିଛନ୍ତି। ଜ୍ଞାନେଶ କୁମାରଙ୍କ ସମଗ୍ର ପରିବାର ଦେଶର ପ୍ରତିଷ୍ଠିତ ସିଭିଲ ସର୍ଭିସେସ ଏବଂ ଚିକିତ୍ସା କ୍ଷେତ୍ରର ବଡ଼ ବଡ଼ ବ୍ୟକ୍ତିତ୍ୱଙ୍କ ଦ୍ୱାରା ପରିପୂର୍ଣ୍ଣ।
ଏହି ହାଇ-ପ୍ରୋଫାଇଲ ପରିବାରକୁ ଯୋଗ୍ୟତା ଏବଂ ସଫଳତା ଯେପରି ଉତ୍ତରାଧିକାରୀ ସୂତ୍ରରେ ମିଳିଛି। ମୁଖ୍ୟ ନିର୍ୱାଚନ କମିଶନର ଜ୍ଞାନେଶ କୁମାରଙ୍କ ଝିଅ-ଜ୍ୱାଇଁମାନେ ଦେଶର ବିଭିନ୍ନ ପ୍ରାନ୍ତରେ ବଡ଼ ବଡ଼ ଜିଲ୍ଲାର ଦାୟିତ୍ୱ ତୁଲାଉଛନ୍ତି। କେହି ନୋଏଡ଼ା ଭଳି ହାଇ-ପ୍ରୋଫାଇଲ ସ୍ଥାନର ଜିଲ୍ଲାପାଳ (DM) ଅଛନ୍ତି ତ କେହି ଶ୍ରୀନଗର ଏବଂ ଆଗ୍ରାରେ ଆଇନ-ଶୃଙ୍ଖଳାର ମଙ୍ଗ ଧରିଛନ୍ତି। ଆସନ୍ତୁ ଜାଣିବା ମୁଖ୍ୟ ର୍ନିବାଚନ କମିଶନର ଜ୍ଞାନେଶ କୁମାରଙ୍କ ପରିବାରରେ କିଏ କିଏ ଅଛନ୍ତି, ତାଙ୍କ ବଡ଼ ଝିଅ ମେଧା ରୂପମ କାହିଁକି ଚର୍ଚ୍ଚାରେ ଅଛନ୍ତି ଏବଂ ତାଙ୍କର ଅନ୍ୟ ସନ୍ତାନମାନେ କ’ଣ କରନ୍ତି।
ଆଜିକାଲି ମୁଖ୍ୟ ନିର୍ୱାଚନ କମିଶନର ଜ୍ଞାନେଶ କୁମାର ଏବଂ ତାଙ୍କ ଆଇଏଏସ ଝିଅ ମେଧା ରୂପମ ଖୁବ ଚର୍ଚ୍ଚାରେ ରହିଛନ୍ତି। ଜ୍ଞାନେଶ କୁମାର ଦେଶର ମୁଖ୍ୟ ର୍ନିବାଚନ କମିଶନର ଭାବରେ ର୍ନିବାଚନ ଆୟୋଗ ସହିତ ଜଡ଼ିତ ସାମ୍ପ୍ରତିକ ଆଭ୍ୟନ୍ତରୀଣ ପ୍ରକ୍ରିୟା ଏବଂ ରିପୋର୍ଟକୁ ନେଇ ଚର୍ଚ୍ଚାର ଶିରୋନାମାରେ ଅଛନ୍ତି। ଅନ୍ୟପକ୍ଷରେ, ତାଙ୍କ ଝିଅ ମେଧା ରୂପମ ନୋଏଡ଼ାର ଜିଲ୍ଲାପାଳ ଭାବରେ ନିଜର ପ୍ରଶାସନିକ କାର୍ଯ୍ୟ ପାଇଁ ନିରନ୍ତର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଜ୍ଞାନେଶ କୁମାରଙ୍କ ପରିବାରରେ ଆଇଏଏସ (IAS), ଆଇପିଏସ (IPS) ଏବଂ ଆଇଆର୍ଏସ (IRS) ଅଧିକାରୀଙ୍କ ଉପସ୍ଥିତି ଏହି ପରିବାରକୁ ଦେଶର ଏକ ଅତ୍ୟନ୍ତ ସୱତନ୍ତ୍ର ପରିବାର ଭାବେ ଗଢ଼ିତୋଳିଛି।
ଜ୍ଞାନେଶ କୁମାରଙ୍କ ବଡ଼ ଝିଅ ମେଧା ରୂପମ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠିତ ସେଣ୍ଟ ଷ୍ଟିଫେନ୍ସ କଲେଜରୁ ଅର୍ଥନୀତି ସମ୍ମାନ (Economics Hons) ସହ ଉଚ୍ଚଶିକ୍ଷା ହାସଲ କରିଛନ୍ତି। ଏହା ପରେ ସେ ୟୁପିଏସିସି (UPSC) ପରୀକ୍ଷାରେ ସର୍ୱଭାରତୀୟ ସ୍ତରରେ ଦଶମ ସ୍ଥାନ (AIR 10) ହାସଲ କରି ୨୦୧୪ ବ୍ୟାଚ ଉତ୍ତରପ୍ରଦେଶ କ୍ୟାଡରର ଆଇଏଏସ ଅଧିକାରୀ ହୋଇଥିଲେ। ପ୍ରଶାସନିକ କାର୍ଯ୍ୟ ବ୍ୟତୀତ ସେ ଜଣେ ଉତ୍କୃଷ୍ଟ ସୁଟିଂ ଚାମ୍ପିୟନ ମଧ୍ୟ ରହିଆସିଛନ୍ତି ଏବଂ ରାଜ୍ୟ ସ୍ତରରେ ଅନେକ ରେକର୍ଡ କରିଛନ୍ତି। ଆଇଏଏସ ମେଧା ରୂପମ ବର୍ତ୍ତମାନ ନୋଏଡ଼ାର ଜିଲ୍ଲାପାଳ (DM) ଭାବରେ କାର୍ଯ୍ୟରତ ଅଛନ୍ତି।
ଆଇଏଏସ ମେଧା ରୂପମଙ୍କ ସୱାମୀ ତଥା ଜ୍ଞାନେଶ କୁମାରଙ୍କ ବଡ଼ ଜ୍ୱାଇଁ ମନୀଷ ବଂଶଲ ମଧ୍ୟ ୨୦୧୪ ବ୍ୟାଚ୍ର ଆଇଏଏସ ଅଧିକାରୀ। ସେ ଦେଶର ଶୀର୍ଷ ବି-ଟେକ ପ୍ରତିଷ୍ଠାନ ଆଇଆଇଟି ଦିଲ୍ଲୀରୁ ବି-ଟେକ ଏବଂ ଏମ-ଟେକ ଡିଗ୍ରୀ ହାସଲ କରିଛନ୍ତି। ୟୁପିଏସ୍ସି ପରୀକ୍ଷାରେ ସେ ସର୍ୱଭାରତୀୟ ସ୍ତରରେ ୫୩ ତମ ସ୍ଥାନ (AIR 53) ପାଇଥିଲେ। ଏଲ୍ୱିଏସଏନଏଏ (LBSNAA)ରେ ଆଇଏଏସ ପ୍ରଶିକ୍ଷଣ ସମୟରେ ଉଭୟଙ୍କ ଦେଖାସାକ୍ଷାତ ହୋଇଥିଲା ଏବଂ ବର୍ତ୍ତମାନ ସେ ଆଗ୍ରାର ଜିଲ୍ଲାପାଳ ଭାବରେ ନିଜର ସେବା ପ୍ରଦାନ କରୁଛନ୍ତି।
ଜ୍ଞାନେଶ କୁମାରଙ୍କ ସାନ ଝିଅ ଅଭିଶ୍ରୀ ମଧ୍ୟ ନିଜ ବଡ଼ ଭଉଣୀଙ୍କ ଭଳି ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍ସ କଲେଜରୁ ଉଚ୍ଚଶିକ୍ଷା ଲାଭ କରିଛନ୍ତି। ଏହା ପରେ ସେ ସିଭିଲ ସର୍ଭିସେସ ପରୀକ୍ଷାରେ ସଫଳତା ହାସଲ କରି ୨୦୧୭ ବ୍ୟାଚ୍ର ଆଇଆର୍ଏସ (IRS) ଅଧିକାରୀ ହୋଇଥିଲେ। ବର୍ତ୍ତମାନ ସେ ଆୟକର ବିଭାଗରେ ସହକାରୀ କମିଶନର (Assistant Commissioner) ପଦବୀରେ କାର୍ଯ୍ୟରତ ଅଛନ୍ତି।
ଆଇଆର୍ଏସ ଅଭିଶ୍ରୀଙ୍କ ସୱାମୀ ତଥା ଜ୍ଞାନେଶ କୁମାରଙ୍କ ସାନ ଜ୍ୱାଇଁ ଅକ୍ଷୟ ଲବରୂ ଜାମ୍ମୁ-କାଶ୍ମୀରର ବାସିନ୍ଦା। ଅକ୍ଷୟ ୨୦୧୬ ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଆଇଏଏସ ଅଧିକାରୀ ହୋଇଥିଲେ ଏବଂ ଅଭିଶ୍ରୀଙ୍କ ଭଳି ସେ ମଧ୍ୟ ୨୦୧୭ ବ୍ୟାଚ ସିଭିଲ ସର୍ଭିସେସ ଅଧିକାରୀ। ଆଇଏଏସ ଅକ୍ଷୟ ଲବରୂ ବର୍ତ୍ତମାନ ଜାମ୍ମୁ-କାଶ୍ମୀର (ଶ୍ରୀନଗର)ର ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ ତଥା ଡେପୁଟି କମିଶନର ଭାବରେ ଦାୟିତ୍ୱ ସମ୍ଭାଳୁଛନ୍ତି।
ବାପା-ମାଆ: ଜ୍ଞାନେଶ କୁମାରଙ୍କ ପିତା ସ୍ୱର୍ଗତ ଡାକ୍ତର ସୁବୋଧ କୁମାର ଗୁପ୍ତା ଉତ୍ତରପ୍ରଦେଶ ସୱାସ୍ଥ୍ୟ ବିଭାଗରେ ମୁଖ୍ୟ ଚିକିତ୍ସା ଅଧିକାରୀ (CMO) ଏବଂ ମୁଖ୍ୟ ଚିକିତ୍ସା ଅଧୀକ୍ଷକ (CMS) ପଦବୀରୁ ଅବସର ନେଇଥିଲେ। ତାଙ୍କ ମାଆ ସତ୍ୟବତୀ ଗୁପ୍ତା ଯୋଗ ଓ ଆଧ୍ୟାତ୍ମିକତା ସହିତ ଜଡ଼ିତ ରହିଛନ୍ତି।
ଭାଇ ଓ ଭଉଣୀ: ତାଙ୍କ ଭାଇ ମନୀଷ କୁମାର ଜଣେ ଆଇଆର୍ଏସ (IRS) ଅଧିକାରୀ। ତାଙ୍କ ଭଉଣୀ ରୋଲି ଇନ୍ଦୋରରେ ଏକ ବିଦ୍ୟାଳୟ ଚଳାଉଛନ୍ତି ଏବଂ ତାଙ୍କ ସୱାମୀ ଉପେନ୍ଦ୍ର ଜୈନ ମଧ୍ୟପ୍ରଦେଶ କ୍ୟାଡରର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ADG) ପାହ୍ୟାର ଜଣେ ଅବସରପ୍ରାପ୍ତ ଆଇପିଏସ (IPS) ଅଧିକାରୀ।
ଡାକ୍ତରଙ୍କ ପରିବାର: ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମୁଖ୍ୟ ର୍ନିବାଚନ କମିଶନର ଜ୍ଞାନେଶ କୁମାରଙ୍କ ସମଗ୍ର ପାରିବାରିକ ପରିଧି ମଧ୍ୟରେ ପ୍ରାୟ ୨୮ ଜଣ ସଦସ୍ୟ ଡାକ୍ତର ଅଟନ୍ତି। ଏହି ସମସ୍ତେ ଚିକିତ୍ସା କ୍ଷେତ୍ରରେ ଦେଶର ସେବା କରୁଛନ୍ତି।

