ଏଣିକି ୨୮ଦିନିଆ ନୁହେଁ ୩୦ଦିନ ରହିବ ରିଚାର୍ଜ ପ୍ଲାନ! ସରକାର ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍‌ଲୀ,୨୭।୯: ଦେଶର କୋଟି କୋଟି ମୋବାଇଲ ଉପଭୋକ୍ତାଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ (TRAI) ନିୟମରେ ଏକ ବଡ଼ ସଂଶୋଧନ କରି ‘ଟେଲିକମ କଞ୍ଜ୍ୟୁମର ପ୍ରୋଟେକ୍ସନ (ତ୍ରୟୋଦଶ ସଂଶୋଧନ) ରେଗୁଲେସନ୍ସ, ୨୦୨୬’ ଲାଗୁ କରିଛି। ଏହି ନିଷ୍ପତ୍ତି ଫଳରେ ଏବେ ଗ୍ରାହକମାନଙ୍କୁ ବର୍ଷକୁ ୧୩ ଥର ବଦଳରେ କେବଳ ୧୨ ଥର ହିଁ ରିଚାର୍ଜ କରିବାକୁ ପଡ଼ିବ।

ନୂତନ ନିୟମ ଅନୁଯାୟୀ, ଏବେ ରିଲାଏନ୍ସ ଜିଓ (Jio), ଏୟାରଟେଲ (Airtel), ବିଏସଏନଏଲ (BSNL) ଏବଂ ଭୋଡାଫୋନ-ଆଇଡିଆ (Vi) ଭଳି ସମସ୍ତ ପ୍ରମୁଖ ଟେଲିକମ କମ୍ପାନୀଗୁଡ଼ିକୁ ସମ୍ପୂର୍ଣ୍ଣ ୩୦ ଦିନିଆ ବୈଧତା (Validity) ଥିବା ପ୍ଲାନ ସହିତ ବିନା ଡାଟାରେ ଶସ୍ତା ’Voice Only’ (କେବଳ କଲିଂ) ପ୍ୟାକ ମଧ୍ୟ ପ୍ରଦାନ କରିବାକୁ ପଡ଼ିବ। ଟ୍ରାଇର ଏହି ପଦକ୍ଷେପକୁ ସୱାଗତ କରି ରାଜ୍ୟସଭା ସାଂସଦ ରାଘବ ଚଢା ଏହାକୁ ଭାରତ ସରକାର ଏବଂ ନିୟାମକ ପ୍ରାଧିକରଣର ଏକ ଜନହିତକର ତଥା ଐତିହାସିକ ନିଷ୍ପତ୍ତି ବୋଲି ଅଭିହିତ କରିଛନ୍ତି।

ଟ୍ରାଇର ନୂଆ ନିୟମ ଲାଗୁ ହେବା ପରେ ପ୍ରିପେଡ ମୋବାଇଲ ଗ୍ରାହକମାନଙ୍କୁ ସିଧାସଳଖ ସଞ୍ଚୟର ସୁବିଧା ମିଳିବ। ୨୮ ଦିନର ବୈଧତା ଯୋଗୁଁ ଏପର୍ଯ୍ୟନ୍ତ ଗ୍ରାହକମାନଙ୍କୁ ଗୋଟିଏ ବର୍ଷ ଅର୍ଥାତ ୩୬୫ ଦିନରେ ୧୩ ଥର ରିଚାର୍ଜ କରିବାକୁ ପଡ଼ୁଥିଲା। ଏବେ ପୂରା ୩୦ ଦିନିଆ କ୍ୟାଲେଣ୍ଡର ବୈଧତା ଥିବା ପ୍ଲାନ ଆସିବା ଫଳରେ ଗ୍ରାହକଙ୍କୁ ବର୍ଷରେ କେବଳ ୧୨ ଥର ରିଚାର୍ଜ କରିବାକୁ ହେବ, ଯାହାଦ୍ୱାରା ପୂରା ଗୋଟିଏ ମାସର ରିଚାର୍ଜ ଖର୍ଚ୍ଚ ସଞ୍ଚୟ ହେବ।

ଟେଲିକମ କମ୍ପାନୀଗୁଡ଼ିକୁ ଏବେ ସୱତନ୍ତ୍ର ଭାବେ କେବଳ କଲିଂ ଏବଂ ଏସଏମଏସ ଆଧାରିତ ଶସ୍ତା ପ୍ଲାନ ମଧ୍ୟ ଆଣିବାକୁ ପଡ଼ିବ। ଏହାଦ୍ୱାରା ସେହିଭଳି ଉପଭୋକ୍ତାମାନେ ଉପକୃତ ହେବେ, ଯେଉଁମାନଙ୍କର ଇଣ୍ଟରନେଟ ଡାଟାର କୌଣସି ଆବଶ୍ୟକତା ନାହିଁ। ସେମାନଙ୍କୁ ଆଉ ଅଯଥାରେ ଡାଟା ପ୍ୟାକ ପାଇଁ ଅତିରିକ୍ତ ଟଙ୍କା ଗଣିବାକୁ ପଡ଼ିବ ନାହିଁ।

ମାସକରେ ୩୦ କିମ୍ୱା ୩୧ ଦିନ ଥିବା ସତ୍ତ୍ୱେ ଟେଲିକମ କମ୍ପାନୀଗୁଡ଼ିକ କେବଳ ୨୮ ଦିନିଆ ବୈଧତା ଦେଉଥିବା ବିରୋଧରେ ସଂସଦରେ ଦୃଢ଼ ଦାବି ଉପସ୍ଥାପନ କରାଯାଇଥିଲା। ୧୧ ମାର୍ଚ୍ଚରେ ରାଜ୍ୟସଭାରେ ସାଂସଦ ରାଘବ ଚଢା ଏହି ପ୍ରସଙ୍ଗ ଉଠାଇ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ ଏବଂ ଉପଭୋକ୍ତାଙ୍କୁ ଏହି ଆର୍ଥିକ ଶୋଷଣରୁ ରକ୍ଷା କରିବାକୁ ଦାବି କରିଥିଲେ। ତେଣୁ ଗ୍ରାହକମାନଙ୍କ ଦୀର୍ଘ ଦିନର ଅଭିଯୋଗ ତଥା ସଂସଦର ଦାବିକୁ ଗ୍ରହଣ କରି ସରକାର ଏବଂ ଟ୍ରାଇ ଏହି ନୂଆ ନିୟମ ଲାଗୁ କରି ବଡ଼ ଆଶ୍ୱସ୍ତି ଦେଇଛନ୍ତି।

ଦେଶରେ ସ୍ମାର୍ଟଫୋନ ଏବଂ 5G ସେବାର ଦ୍ରୁତ ପ୍ରସାର ସତ୍ତ୍ୱେ ଆଜି ମଧ୍ୟ ପ୍ରାୟ ୩୦ କୋଟି ଲୋକ ଫିଚର ଫୋନ ବା କି-ପ୍ୟାଡ ମୋବାଇଲ ବ୍ୟବହାର କରୁଛନ୍ତି। ବିଶେଷ କରି ବରିଷ୍ଠ ନାଗରିକମାନଙ୍କୁ ଦାମୀ ଡାଟା ପ୍ୟାକର କୌଣସି ଆବଶ୍ୟକତା ନଥାଏ; ସେମାନଙ୍କ ପାଇଁ କେବଳ କଲିଂ ପ୍ଲାନ ହିଁ ସବୁଠାରୁ ଉପଯୋଗୀ। ଏହା ବ୍ୟତୀତ ଅନେକ ଲୋକ ବ୍ୟାଙ୍କ ଓଟିପି (OTP) କିମ୍ୱା ଇନକମିଙ୍ଗ କଲ ପାଇଁ ଦ୍ୱିତୀୟ ସିମ ଚାଲୁ ରଖିଥାନ୍ତି। ଏହି ନୂଆ ନିୟମ ଦ୍ୱାରା ଏଭଳି ଉପଭୋକ୍ତା ଏବଂ ଗ୍ରାମାଞ୍ଚଳର ପରିବାରଗୁଡ଼ିକ ବିଶେଷ ଭାବେ ଉପକୃତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ୬ଟି ସ୍ଲୁଇସ୍‌ ଗେଟ୍‌: ମୋଟ ୨୬ଟି ଗେଟ୍‌ରେ ବନ୍ୟାଜଳ ନିଷ୍କାସନ ଜାରି

ସମ୍ବଲପୁର, ୨୭/୯ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ପୁଣି ବଢ଼ିବାରୁ ରୁଲ୍‌କର୍ଭର ଉତ୍ତମ ପରିଚାଳନା ସ୍ୱରୂପ ରବିବାର ପର୍ଯ୍ୟାୟକ୍ରମେ ଆଉ ୬ଟି ସ୍ଲୁଇସ୍‌…

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ନାବାଳକ, ଲୁହରେ ଭିଜୁଛି ଗାଁ

ଡେରାବିଶ,୨୭ା୯(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଅନ୍ତର୍ଗତ ବିଲିଆ ଗ୍ରାମରେ ରବିବାର ସକାଳେ ଏକ ଅତ୍ୟନ୍ତ ଦୁଃଖଦ ଓ ହୃଦୟବିଦାରକ ଘଟଣା ଘଟିଯାଇଛି। ଗ୍ରାମର…

AIକୁ ନେଇ ବିଲ ଗେଟ୍ସଙ୍କ ଚେତାବନୀ, କହିଲେ ‘କୋଟି କୋଟି ଲୋକଙ୍କର ହେବ ମୃତ୍ୟୁ’, ଚିନ୍ତାରେ ସାରା ବିଶ୍ୱ!

ଓ୍ବାଶିଂଟନ,୨୭।୯: କୃତ୍ରିମ ବୁଦ୍ଧିମତ୍ତା (AI)ର ଦ୍ରୁତ ବୃଦ୍ଧି ପାଉଥିବା ଶକ୍ତି ଏବଂ ଏହାର ବିପଦପୂର୍ଣ୍ଣ ପରିଣାମ ସମ୍ପର୍କରେ ସାରା ବିଶ୍ୱରେ ପୁଣି ଥରେ ଏକ ବଡ଼ ବିତର୍କ…

ପିତୃ ପକ୍ଷରେ ଚମକିବ ଏହି ୫ ରାଶିର ଭାଗ୍ୟ, ଧନ ସହ ମିଳିବ କ୍ୟାରିୟରରେ ବଡ଼ ସଫଳତା

ଜ୍ୟୋତିଷୀୟ ମାନ୍ୟତା ଅନୁସାରେ, ପିତୃ ପକ୍ଷର ସମୟ ପିତୃପୁରୁଷଙ୍କ ତର୍ପଣ ଏବଂ ଶ୍ରାଦ୍ଧ ପାଇଁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ପିତୃ ପକ୍ଷ ୨୬ ସେପ୍ଟେମ୍ୱରରୁ…

ନାବାଳକଙ୍କୁ ହତ୍ୟା କରି ଦୁଇ କୋଠା ମଝିରେ ଫିଙ୍ଗିଦେଲେ ଦୁର୍ବୃତ୍ତ

ସମ୍ବଲପୁର,୨୭ା୯(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ଢିପାପଡ଼ା ଅଞ୍ଚଳରେ ରବିବାର ସକାଳେ ଏକ ନାବାଳିକଙ୍କ ମୃତଦେହକୁ ଠାବ କରିଛି ପୋଲିସ। ଉଦ୍ଧାର ମୃତଦେହଟି ଓ୍ବାନ୍‌ ଆର୍‌ କଲୋନୀର…

ଯାଜପୁରରୁ ଭାସି ଆସି ପଟ୍ଟାମୁଣ୍ଡାଇରୁ ଉଦ୍ଧାର ହେଲେ ବୃଦ୍ଧା, ପ୍ରବଳ ସ୍ରୋତ ସତ୍ତ୍ୱେ…

ପଟ୍ଟାମୁଣ୍ଡାଇ,୨୭ା୯(କଳ୍ପତରୁ ): କଥାରେ ଅଛି ରଖେ ହରି ତ ମାରେ କିଏ। ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି ଜଣେ ୮୦ ବର୍ଷୀୟା ବୃଦ୍ଧା। ନଦୀର ପ୍ରଖର ସ୍ରୋତରେ…

ଗୁରୁ-ଚନ୍ଦ୍ରଙ୍କ ଯୁତିରେ ଗଜକେଶରୀ ରାଜଯୋଗ: ଅଧିକ ଫାଇଦାରେ ରହିବେ ମୀନ ରାଶି; ଆଉ ୩ ରାଶିଙ୍କୁ ଚାକିରିରେ ମିଳିବ…

ଚନ୍ଦ୍ର ୪ ଅକ୍ଟୋବର ୨୦୨୬ ସଂଧ୍ୟା ୬ଟା ୩୧ ମିନିଟରେ କର୍କଟ ରାଶିରେ ପ୍ରବେଶ କରିବେ। ଏହି ରାଶିରେ ପୂର୍ୱରୁ ହିଁ ବୃହସ୍ପତି (ଗୁରୁ) ବିରାଜମାନ ଅଛନ୍ତି।…

ମାଛ ଧରିବାକୁ ଯାଇ ନାଳରେ ବୁଡ଼ିଗଲେ ବୃଦ୍ଧ, ମୃତଦେହ ଉଦ୍ଧାର କରି…

ବାରିପଦା,୨୭ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମାଛ ଧରିବାକୁ ଯାଇ ନାଳର ଗଭୀର ପାଣିରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାରିପଦା ସଦର ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?