ବିବାଦ ଭିତରେ ନିର୍ବାଚନ କମିଶନରଙ୍କ ବଡ଼ ବୈଠକ: CEC ଓ ଦୁଇ କମିଶନରଙ୍କ ଉପସ୍ଥିତିରେ ନେଲେ ବଡ଼ ନିଷ୍ପତ୍ତି!

ନୂଆଦିଲ୍‌ଲୀ,୨୬।୯: ଦେଶର ମୁଖ୍ୟ ନିର୍ୱାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ଲାଗିରହିଥିବା ବିବାଦ ମଧ୍ୟରେ ନିର୍ୱାଚନ ଆୟୋଗ ଶନିବାର (୨୬ ସେପ୍ଟେମ୍ୱର, ୨୦୨୬) ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକରେ ଆୟୋଗର ତିନିଜଣ ଯାକ ନିର୍ୱାଚନ କମିଶନରମୁଖ୍ୟ ର୍ନିବାଚନ କମିଶନର ଜ୍ଞାନେଶ କୁମାର, ଡକ୍ଟର ସୁଖବୀର ସିଂହ ସନ୍ଧୁ ଏବଂ ଡକ୍ଟର ବିବେକ ଯୋଶୀ ଉପସ୍ଥିତ ଥିଲେ। ଏହି ବୈଠକରେ ସ୍ଥିର କରାଯାଇଛି ଯେ ଫର୍ମ-୬କୁ ନେଇ ଯେଉଁ ବିବାଦ ଉପୁଜିଛି, ତାହା ପ୍ରକୃତରେ କୌଣସି ମୁଖ୍ୟ ପ୍ରସଙ୍ଗ ନୁହେଁ। ସୁପ୍ରିମକୋର୍ଟ ମଧ୍ୟ ଫର୍ମ-୬ର ଘୋଷଣାପତ୍ର (Declaration) ବ୍ୟବସ୍ଥାକୁ ସଠିକ ବୋଲି ଦର୍ଶାଇଛନ୍ତି।

ଆୟୋଗଙ୍କ ପକ୍ଷରୁ ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ, କ୍ୟାବିନେଟ ସଚିବଙ୍କୁ ଲେଖାଯାଇଥିବା ଚିଠି ସହିତ ର୍ନିବାଚନ ଆୟୋଗର ନୀତିଗତ ନିଷ୍ପତ୍ତିର କୌଣସି ସମ୍ପର୍କ ନଥିଲା।

ର୍ନିବାଚନ ଆୟୋଗ (ECI) ପକ୍ଷରୁ ଶନିବାର (୨୬ ସେପ୍ଟେମ୍ୱର, ୨୦୨୬) ଜାରି କରାଯାଇଥିବା ସରକାରୀ ବିବୃତି ଅନୁଯାୟୀ, ମୁଖ୍ୟ ର୍ନିବାଚନ କମିଶନର ଏବଂ ଅନ୍ୟ ଦୁଇ କମିଶନର ସର୍ୱସମ୍ମତିକ୍ରମେ ଅନେକ ନିଷ୍ପତ୍ତି ନେଇଛନ୍ତି। ସେଥିମଧ୍ୟରୁ ପ୍ରଥମ ନିଷ୍ପତ୍ତିରେ କୁହାଯାଇଛି:

* SIRରେ ନୋଟିସ ପାଇଥିବା ଲୋକଙ୍କ ଘରକୁ BLOମାନେ ଯାଇ ଦସ୍ତାବିଜ ସଂଗ୍ରହ କରିବେ; ସାଧାରଣତଃ ଶୁଣାଣିର ଆବଶ୍ୟକତା ରହିବ ନାହିଁ।
* ଆବଶ୍ୟକତା ଅନୁସାରେ ଆଶ୍ରୟସ୍ଥଳୀ (ରୈନ ବସେରା), ଶ୍ରମିକ, ଗରିବ ଏବଂ ବାସହୀନମାନଙ୍କ ପାଇଁ DEOମାନେ ହେଲ୍ପ ଡେସ୍କ ବସାଇବେ।
* SIRରେ ଫର୍ମ-୬ ସହିତ ଘୋଷଣାପତ୍ର ବ୍ୟବସ୍ଥାକୁ ସୁପ୍ରିମକୋର୍ଟ ବଳବତ୍ତର ରଖିଛନ୍ତି।
* ବରିଷ୍ଠ DEC ଏବଂ ସୱାଧୀନ IIT/IIM ବିଶେଷଜ୍ଞଙ୍କୁ ନେଇ ଗଠିତ ଏକ କମିଟି ECINETର ସମୀକ୍ଷା କରିବ।
* ଦିଲ୍ଲୀରେ ଦାବି ଓ ଆପତ୍ତି ଦାଖଲର ଶେଷ ତାରିଖ ଅକ୍ଟୋବର ୩୦ ଏବଂ ମହାରାଷ୍ଟ୍ରରେ ଅକ୍ଟୋବର ୧୨ କରାଯାଇଛି।
* ଆୟୋଗର ସମସ୍ତ ବୈଠକର ଏଜେଣ୍ଡା ପୂର୍ୱରୁ ପଠାଯିବ ଏବଂ ବୈଠକର କାର୍ଯ୍ୟବିବରଣୀ ପ୍ରକାଶ ପାଇବ।
* ସମସ୍ତ ଅଧିକାରୀଙ୍କ APAR ରିପୋର୍ଟ ପ୍ରତିବର୍ଷ ଧାର୍ଯ୍ୟ ସମୟ ଅର୍ଥାତ୍ ୩୧ ଡିସେମ୍ୱର ସୁଦ୍ଧା ସମ୍ପୂର୍ଣ୍ଣ କରାଯିବ।
* ଅଧିକାରୀମାନଙ୍କ ବିଦେଶ ଗସ୍ତ ପାଇଁ ଏବେ ର୍ନିବାଚନ ଆୟୋଗଙ୍କ ଅନୁମତି ଅନିବାର୍ଯ୍ୟ ହେବ।
* କମିଶନରମାନଙ୍କ ଦ୍ୱାରା ଅଧିକାରୀମାନଙ୍କୁ ଜାରି କରାଯାଇଥିବା ସମସ୍ତ ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ ପାଳନ କରାଯିବା ନିଶ୍ଚିତ ହେବ।

ଦ୍ୱିତୀୟ ନିଷ୍ପତ୍ତିରେ କୁହାଯାଇଛି ଯେ, “ବିହାର ଏବଂ ପଶ୍ଚିମବଙ୍ଗ ସମେତ ଦେଶର ୨୦ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ SIR ପ୍ରକ୍ରିୟା ପୂର୍ୱରୁ ହିଁ ଶେଷ ହୋଇସାରିଛି। ଯଦି SIR ସମୟରେ କିମ୍ୱା ତା’ ପରେ ଭୋଟର ତାଲିକାରୁ କାହାର ନାମ ବାଦ ପଡ଼ିଯାଇଛି, ତେବେ ସେମାନେ ତଥା ଯୁବ କିମ୍ୱା ପ୍ରଥମ ଥର ଭୋଟରମାନେ ନିରନ୍ତର ଅପଡେଟେସନ (Continuous Updation) ଅଧୀନରେ ନିଜ ନାମ ସାମିଲ କରିବା ପାଇଁ ସମ୍ପୃକ୍ତ EROଙ୍କ ନିକଟରେ ଆବେଦନ କରିପାରିବେ।”

ଆୟୋଗ ଆହୁରି କହିଛନ୍ତି ଯେ, “ମୁଖ୍ୟ ର୍ନିବାଚନ ଅଧିକାରୀ (CEOs)ମାନଙ୍କୁ ଏହି ପ୍ରକ୍ରିୟାକୁ ସହଜ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। SIR ସମ୍ପୂର୍ଣ୍ଣ ହେବା ପରେ ବାଦ ପଡ଼ିଥିବା ଏବଂ ନୂତନ ଭୋଟରଙ୍କ ନାମ ଯୋଡ଼ିବା ପାଇଁ CEOs, DEOs ଏବଂ EROs ତୁରନ୍ତ ସୱତନ୍ତ୍ର ଅଭିଯାନ ଆରମ୍ଭ କରିବେ।”

ର୍ନିବାଚନ ଆୟୋଗଙ୍କ ତୃତୀୟ ନିଷ୍ପତ୍ତି ଅନୁସାରେ:

* କ୍ୟାବିନେଟ ସଚିବଙ୍କୁ ଲେଖାଯାଇଥିବା ଚିଠି କୌଣସି IT ନୀତି ନୁହେଁ, ବରଂ ଡେପୁଟେସନ୍ରେ ଥିବା ଜଣେ ଅଧିକାରୀଙ୍କ କାର୍ଯ୍ୟ ସମ୍ପର୍କିତ ଥିଲା।
* ଦେଶବ୍ୟାପୀ SIR ସମ୍ପର୍କିତ ଆୟୋଗର ସମସ୍ତ ନିଷ୍ପତ୍ତି ସର୍ୱସମ୍ମତିକ୍ରମେ ନିଆଯାଇଥିଲା।
* ଗୋଆରେ BLOମାନେ ଘରକୁ ଘର ଯାଇ ବାଦ ପଡ଼ିଥିବା ଭୋଟରମାନଙ୍କଠାରୁ ଫର୍ମ-୬ ପୂରଣ କରାଉଛନ୍ତି।

ଶେଷରେ ଆୟୋଗ ନିଜର ସରକାରୀ ବିବୃତିରେ ଉଲ୍ଲେଖ କରିଛନ୍ତି ଯେ, ଏହି ପ୍ରେସ ବିଜ୍ଞପ୍ତି ୨୬ ସେପ୍ଟେମ୍ୱରର ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଏବଂ ଆୟୋଗର ସମ୍ପୂର୍ଣ୍ଣ ସହମତି ସହିତ ପ୍ରକାଶ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ଜୋର୍‌ଦାର: ମୂର୍ତ୍ତି ନିର୍ମାଣରେ ନିମଗ୍ନ କାରିଗର

ଦାରିଙ୍ଗବାଡ଼ି,୨୬ା୯(ଅରୁଣ ସାହୁ): ଆଗକୁ ପାର୍ବଣ ଋତୁ। ଏଥିପାଇଁ ଚାରିଆଡ଼େ ଚଳଚଞ୍ଚଳ। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ଏହି ପର୍ବ ପାଳନ ପାଇଁ ମା’…

ବ୍ୟାଟେରି ଚୋରି କରି ବନ୍ଧାହେଲେ ଦୁଇ ଅଭିଯୁକ୍ତ

ଛତ୍ରପୁର,୨୬ା୯(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ପୋଲିସ ଶନିବାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଚମାଖଣ୍ଡି ଥାନା ଅନ୍ତର୍ଗତ କଣମଣା ଗ୍ରାମର ଏସ.…

ମୁଖ୍ୟମନ୍ତ୍ରୀ ମୋହନଙ୍କୁ ହତ୍ୟା ଧମକ

ଇନ୍ଦୋର,୨୬।୯: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ସେତେବେଳେ ଆତଙ୍କ ଖେଳିଗଲା ଯେତେବେଳେ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ ହତ୍ୟା କରିବାର ଧମକ ମିଳିଲା। ଏହି ଘଟଣା ପୋଲିସ ଏବଂ ରାଜନୈତିକ…

ବିଧାୟକଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼; ଟିଏମସି ନେତା କହିଲେ ଚାଲିଛି ‘ଜଙ୍ଗଲ ରାଜ’

କୋଲକାତା,୨୬।୯: ପଶ୍ଚିମବଙ୍ଗରେ ପୁଣିଥରେ ଜଣେ ଟିଏମସି (TMC) ନେତା ଜନସାଧାରଣଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ଟିଏମସି ବିଧାୟକ କୁନାଲ ଘୋଷ ଅଭିଯୋଗ କରିଛନ୍ତି ଯେ ତାଙ୍କ ଗାଡ଼ି…

କବାଡ଼ିରେ ଭାରତକୁ ଦ୍ୱିତୀୟ ସ୍ବର୍ଣ୍ଣ

ନାଗୋୟା,୨୬।୯: ମହିଳା ପରେ ଭାରତୀୟ ପୁରୁଷ କବାଡ଼ି ଦଳ ୨୦୨୬ ଏସୀୟ କ୍ରୀଡ଼ା ଫାଇନାଲରେ ଇରାନକୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଛି। ଏକ କଡ଼ା…

ଗୋଟିଏ ପରିବାରରେ ୨୮ ଡାକ୍ତର; ୩ IAS-IPS ଓ IRS, CEC ଜ୍ଞାନେଶ କୁମାରଙ୍କ ପରିବାର ବିଷୟରେ ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୨୬।୯: ଦେଶର ସବୁଠାରୁ ଶିକ୍ଷିତ ତଥା ପ୍ରତିଷ୍ଠିତ ପରିବାରଗୁଡ଼ିକ କଥା ବିଚାର କଲେ ମୁଖ୍ୟ ନିର୍ୱାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ପରିବାର ଏହି ତାଲିକାର ଶୀର୍ଷରେ…

ମୁରବୀ ବିହୀନ ହୋଇପଡ଼ିଛି କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗ, ନିଯୁକ୍ତିର ୪ ମାସ ପରେ ବଦଳି

କର୍ଲାମୁଣ୍ଡା,୨୬ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ବଦଳି ପରେ ଏବେ ଶିକ୍ଷା ବିଭାଗ ମୁରବୀ ବିହୀନ ହୋଇପଡ଼ିଛି।…

ସୁନିତା ଆହୁଜାଙ୍କୁ ନେଇ କୋମଲ ରାଣୀଙ୍କ ଚାଞ୍ଚଲ୍ୟକର ଦାବି; ‘ଯିଏ ତାଙ୍କ ସ୍ବାମୀଙ୍କ ହତ୍ୟା ପଛରେ ଥିଲେ…’: ଗୋବିନ୍ଦାଙ୍କ ସହ ଡେଟିଂକୁ ନେଇ…

ମୁମ୍ବାଇ,୨୬।୯: ବଲିଉଡ ଅଭିନେତା ଗୋବିନ୍ଦା ଦୀର୍ଘ ଦିନ ଧରି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି। ତାଙ୍କ ପତ୍ନୀ ସୁନିତା ଆହୁଜା ବାରମ୍ବାର ଗୋବିନ୍ଦାଙ୍କ ଅନ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?