ଲିଟର ପିଛା ମାତ୍ର ୨୫ ଟଙ୍କାରେ ଚାଲିବ କାର୍‌; ବଡ଼ ଘୋଷଣା କଲେ ନୀତିନ ଗଡ଼କରୀ, ଅକ୍ଟୋବରରୁ…

ନୂଆଦିଲ୍‌ଲୀ,୨୭।୯: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଇଥାନଲକୁ ନେଇ ଏକ ନୂଆ ସ୍ୱପ୍ନ ଦେଖାଇଛନ୍ତି। ତାଙ୍କ କହିବା କଥା ହେଉଛି, ଅକ୍ଟୋବର ମାସରୁ ହିଁ ଅନେକ କମ୍ପାନୀ ୧୦୦ ପ୍ରତିଶତ ଇଥାନଲରେ ଚାଲୁଥିବା କାର୍‌ ଲଞ୍ଚ କରିପାରନ୍ତି। ଏହିସବୁ କାରରେ ଇଥାନଲ ଇଞ୍ଜିନ ରହିବ। ମଧ୍ୟପ୍ରଦେଶରେ ‘ମୁଖ୍ୟମନ୍ତ୍ରୀ ସୁଗମ ପରିବହନ ସେବା’ର ଶୁଭାରମ୍ଭ ଅବସରରେ ସେ ଏହି କଥା କହିଛନ୍ତି। ସେ ଏକ ବଡ଼ ଦାବି କରି କହିଛନ୍ତି ଯେ, ଯଦି କାରରେ ୧୦୦ ପ୍ରତିଶତ ଇଥାନଲ ବ୍ୟବହାର ହେବ, ତେବେ କାର୍‌ କେବଳ ୨୫ ଟଙ୍କା ପ୍ରତି ଲିଟର ଇନ୍ଧନ ଖର୍ଚ୍ଚରେ ଚାଲିବ। ନୀତିନ ଗଡ଼କରୀ କହିଛନ୍ତି, “ଦେଶରେ ୪ କୋଟି କାର୍‌ ଏବଂ ୨୦ କୋଟି ଦୁଇଚକିଆ ଯାନ ରହିଛି। ମୋ ପାଖରେ ଟୟୋଟାର ଏକ ଇନୋଭା (Innova) କାର୍‌ ଅଛି ଏବଂ ସେଥିରେ ୧୦୦ ପ୍ରତିଶତ ଇଥାନଲ ପଡ଼ୁଛି। ପେଟ୍ରୋଲ ସହିତ ଏହାର ତୁଳନା କଲେ ଏହା ପ୍ରତି ଲିଟର ପିଛା ପ୍ରାୟ ୨୫ ଟଙ୍କା ହିସାବରେ ପଡ଼ିଥାଏ।”

ସେ କହିଛନ୍ତି, “ଇଲେକ୍ଟ୍ରିକ କାର୍‌, ଇଲେକ୍ଟ୍ରିକ ବସ ଏବଂ ସ୍କୁଟର ଏବେ ବେଶ ଲୋକପ୍ରିୟ ହୋଇସାରିଛି। ଯେତେବେଳେ ମୁଁ ପ୍ରଥମ ଥର ଇଲେକ୍ଟ୍ରିକ ବସ ଓ କାରକୁ ସବୁଜ ପତାକା ଦେଖାଇ ଆରମ୍ଭ କରିଥିଲି, ଜଣେ ସାମ୍ୱାଦିକ ମୋତେ ପଚାରିଥିଲେ ଯେ ଯଦି ରାସ୍ତା ମଝିରେ ଏହି ଗାଡ଼ି ବନ୍ଦ ହୋଇଯିବ, ତେବେ କ’ଣ ଆପଣ ଠେଲିବା ପାଇଁ ଆସିବେ? କିନ୍ତୁ ଆଜି କାହାରି ବି ଗାଡ଼ି ବନ୍ଦ ହୋଇନାହିଁ। ଏବେ ଇଲେକ୍ଟ୍ରିକ ଟ୍ରାକ୍ଟର ମଧ୍ୟ ଆସିଯାଇଛି। ମୋ ଚାଷ ଜମିରେ ଇଲେକ୍ଟ୍ରିକ ଟ୍ରାକ୍ଟର କାମ କରୁଛି। ମୋ ପାଖରେ ୫ଟି ଇଲେକ୍ଟ୍ରିକ ଟ୍ରାକ୍ଟର ରହିଛି ଏବଂ ସେଗୁଡ଼ିକୁ ଦେଢ଼ ଘଣ୍ଟାରେ ଚାର୍ଜ କରାଯାଇପାରେ ଓ ୮ ଘଣ୍ଟା ପର୍ଯ୍ୟନ୍ତ ଚାଲେ। ଏହାଦ୍ୱାରା ମୋର ପ୍ରଚୁର ସଞ୍ଚୟ ହେଉଛି ଏବଂ ତେଲ ବିଲ ସମ୍ପୂର୍ଣ୍ଣ ଶୂନ ହୋଇଯାଇଛି।”

ଏହା ବ୍ୟତୀତ ନୀତିନ ଗଡ଼କରୀ କହିଛନ୍ତି ଯେ, “ମୋ ପାଖରେ ଗୋଟିଏ ହାଇଡ୍ରୋଜେନ କାର୍‌ ମଧ୍ୟ ଅଛି। ହାଇଡ୍ରୋଜେନ ପାଣିରୁ ବାହାରିଥାଏ। ଆମେ କିଛି ସମୟ ପରେ ହାଇଡ୍ରୋଜେନ ବସ ଏବଂ ଟ୍ରକ ମଧ୍ୟ ଆରମ୍ଭ କରିବୁ।” ସେ ଆହୁରି କହିଛନ୍ତି ଯେ, ଆସନ୍ତା ମାସରେ ଟାଟା (Tata), ସୁଜୁକି (Suzuki), ଟୟୋଟା (Toyota) ଓ ମହିନ୍ଦ୍ରା (Mahindra) ଭଳି ସମସ୍ତ କମ୍ପାନୀର ୧୦୦ ପ୍ରତିଶତ ଇଥାନଲ ଚାଳିତ ଫ୍ଲେକ୍ସ ଇଞ୍ଜିନ ଗାଡ଼ି ଆସୁଛି। ଏହାଦ୍ୱାରା ଆମକୁ ୨୨ ଲକ୍ଷ କୋଟି ଟଙ୍କାର ଇନ୍ଧନ ଆମଦାନୀ (Import) କରିବାକୁ ପଡ଼ିବ ନାହିଁ। ଏହାଦ୍ୱାରା ଦେଶର ଗ୍ରାମାଞ୍ଚଳର ଗରିବ ଲୋକ ଓ ଶ୍ରମିକମାନେ ଆର୍ଥିକ ଦୃଷ୍ଟିରୁ ସଶକ୍ତ ହେବେ। ଇଥାନଲର ବ୍ୟବହାର ଦ୍ୱାରା ଚାଷୀ ଏବଂ ଶ୍ରମିକମାନେ ଉପକୃତ ହେବେ ବୋଲି ସେ ପ୍ରକାଶ କରିଛନ୍ତି।

ନୀତିନ ଗଡ଼କରୀ କହିଛନ୍ତି, “ଆମେ ଯେତେବେଳେ ଇଥାନଲ ପ୍ରସ୍ତୁତି ପାଇଁ ମକା କିଣିବା ଆରମ୍ଭ କରିଥିଲୁ, ସେତେବେଳେ ଏହାର ଦର କ୍ୱିଣ୍ଟାଲ ପିଛା ୧୨୦୦ ଟଙ୍କା ଥିଲା, କିନ୍ତୁ ଏବେ ଏହାର ମୂଲ୍ୟ ୩୬୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି।” ସେ ସ୍ପଷ୍ଟ କରିଛନ୍ତି ଯେ ଫ୍ଲେକ୍ସ ଇଞ୍ଜିନର ଅର୍ଥ ହେଉଛି ଏହା ଶତପ୍ରତିଶତ (୧୦୦%) ଇଥାନଲରେ ଚାଲିବ। ଏହା ସହିତ ସେ ଉଲ୍ଲେଖ କରିଛନ୍ତି ଯେ, ଆମେ ୨୦ ପ୍ରତିଶତ ଇଥାନଲ ମିଶ୍ରଣ ବ୍ୟବସ୍ଥା ଲାଗୁ କରିଛୁ, ଯାହାକି ଆମେରିକା, ଜର୍ମାନୀ ସମେତ ୧୯ଟି ବିଦେଶୀ ରାଷ୍ଟ୍ରରେ ପୂର୍ୱରୁ କାର୍ଯ୍ୟକାରୀ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Amazon-Flipkart- JioMartକୁ ବଡ଼ ଝଟକା, ଗଣିବେ ଏତେ ଲକ୍ଷ ଲକ୍ଷ ଟଙ୍କାର ଜରିମାନା!

ନୂଆଦିଲ୍ଲୀ,୨୭।୯: ଅନଲାଇନ ଗ୍ରାହକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି। କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (CCPA) ଆମାଜନ (Amazon), ଫ୍ଲିପକାର୍ଟ (Flipkart) ଏବଂ ଜିଓମାର୍ଟ (JioMart)…

ଧରିତ୍ରୀ ପ୍ରଭାବ: ୪ ଦିନ ପରେ ଖୋଲିଲା ଗାଜଲବାଡ଼ି ଘାଟି ରାସ୍ତା, ତଥାପି ଜାରି ରହିଛି ଭାରୀଯାନ ଚଳାଚଳ କଟକଣା

ଦାରିଙ୍ଗବାଡ଼ି,୨୭ା୯(ଅରୁଣ ସାହୁ): କନ୍ଧମାଳ ଓ ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ରାସ୍ତାରୁ ୪ ଦିନ ପରେ ସିଲ୍‌କୁ ହଟାଇଛି ଗଞ୍ଜାମ ଜିଲା ପ୍ରଶାସନ। ଫଳରେ…

ହର୍ମୁଜକୁ ନେଇ ବଡ଼ ଦାବି କଲେ ଟ୍ରମ୍ପ, କହିଲେ ‘କାଙ୍ଗାଳ ହୋଇଗଲାଣି ଇରାନ’

ଓ୍ବାଶିଂଟନ,୨୭।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୱାଶିଂଟନ ଡି.ସି. ଠାରେ ହର୍ମୁଜ ପ୍ରଣାଳୀ (Strait of Hormuz) ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ଟ୍ରମ୍ପ ଦାବି…

ପାଣିପାଗ ବିଭାଗର ବଡ଼ ଚେତାବନୀ: ବଙ୍ଗୋପସାଗରରେ ନୂଆ ଲଘୁଚାପ ବଳୟ! ଏସବୁ ଜିଲାରେ…

ଭୁବନେଶ୍ୱର, ୨୭ା୯: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । କେନ୍ଦ୍ରୀୟ ଥାଇଲାଣ୍ଡ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ ମିଆଁମାର ଉପକୂଳ ଉପରେ ଆଜି ଏକ ଲଘୁଚାପ…

PM Modi Mann Ki Baat: ୧୩୮ତମ ସଂସ୍କରଣରେ ବାଲାକୋଟ ସର୍ଜିକାଲ ଷ୍ଟ୍ରାଇକ ବିଷୟରେ ଉଲ୍ଲେଖ କଲେ ମୋଦି

ନୂଆଦିଲ୍ଲୀ,୨୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର (୨୭ ସେପ୍ଟେମ୍ବର) ନିଜର ‘ମନ କି ବାତ’ ରେଡିଓ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ। ଏହି କାର୍ଯ୍ୟକ୍ରମର ୧୩୮ତମ…

ପର୍ଯ୍ୟଟନର ବାର୍ତ୍ତା ନେଇ ଦୌଡ଼ିଲେ ଶତାଧିକ ଛାତ୍ରୀଛାତ୍ର

କୋରାପୁଟ,୨୭ା୯(ଅମିତାଭ ବେହେରା): ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ କୋରାପୁଟ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଶନିବାର ପର୍ଯ୍ୟଟନ ସଚେତନତାର ବାର୍ତ୍ତା ଦିଆଯାଇଛି। ପର୍ଯ୍ୟଟନସ୍ଥଳୀ ପ୍ରତି ଲୋକଙ୍କ ଆଗ୍ରହ ବଢ଼ାଇବା…

ଭିଜିଲାନ୍ସ ପଞ୍ଝାରେ ପୁଣି ଜଣେ ସରକାରୀ ଅଧିକାରୀ, ଆୟବର୍ହିଭୂତ ସମ୍ପତ୍ତି ଠୁଳ କରି ସହକାରୀ ଯନ୍ତ୍ରୀ…

ମାଲକାନଗିରି,୨୭ା୯(ଦୁର୍ଯ୍ୟୋଧନ ପାତ୍ର): ପୁଣି ଜଣେ ସରକାରୀ ବାବୁଙ୍କ ବିରୋଧରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି ମାଲକାନଗିରି ଜିଲା ମାଥିଲି…

ଅକ୍ଟୋବର ୨ରେ ଚାଲିବନି UPI! ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍‌ଲୀ,୨୭।୯: ୨ ତାରିଖରେ ଦେଶବ୍ୟାପୀ ‘ନୋ UPI ଡେ’ ପାଳନ ହେବା ନେଇ ମିଡିଆରେ ଯେଉଁ ଖବର ପ୍ରକାଶ ପାଇଛି ତାହା ସମ୍ପୂର୍ଣ୍ଣ ମିଛ। ଏଭଳି କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?