ସୋମବାରରୁ ୩ ଦିନ ବ୍ୟାଙ୍କ ଷ୍ଟ୍ରାଇକ୍‌: ଜାଣନ୍ତୁ ରବିବାର କେଉଁ ବ୍ୟାଙ୍କ ଖୋଲା, କେଉଁଟା ବନ୍ଦ?

ନୂଆଦିଲ୍‌ଲୀ,୨୭।୯: ୨୮ ସେପ୍ଟେମ୍ୱର ଅର୍ଥାତ ସୋମବାରଠାରୁ ଦେଶର ସମସ୍ତ ବ୍ୟାଙ୍କ ତିନି ଦିନିଆ ଧର୍ମଘଟକୁ ଯାଉଛନ୍ତି। ଏହି ଧର୍ମଘଟ ୩୦ ସେପ୍ଟେମ୍ୱର ପର୍ଯ୍ୟନ୍ତ ଚାଲିବ, ଯାହା ଫଳରେ ସୋମବାର, ମଙ୍ଗଳବାର ଏବଂ ବୁଧବାର ଏହି ତିନି ଦିନ ବ୍ୟାଙ୍କ ବନ୍ଦ ରହିବ। ଏଭଳି ସ୍ଥିତିରେ ଗ୍ରାହକମାନଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତି ଦେବା ପାଇଁ ଧର୍ମଘଟର ଠିକ ଗୋଟିଏ ଦିନ ପୂର୍ୱରୁ କିଛି ସରକାରୀ ବ୍ୟାଙ୍କ ନିଷ୍ପତ୍ତି ନେଇଛନ୍ତି ଯେ ସେମାନେ ରବିବାର, ୨୭ ସେପ୍ଟେମ୍ୱରରେ ବ୍ୟାଙ୍କ ଶାଖା ଖୋଲା ରଖିବେ।

ଏହି ନିଷ୍ପତ୍ତି ଅନୁଯାୟୀ ରବିବାର ଦିନ ସମସ୍ତ ସରକାରୀ ବ୍ୟାଙ୍କ ଏବଂ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ (RRB) ଖୋଲା ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏହାର ଉଦ୍ଦେଶ୍ୟ ହେଉଛି ଧର୍ମଘଟ ଏବଂ ତା’ ପୂର୍ୱରୁ ଥିବା ଛୁଟି ଦିନଗୁଡ଼ିକ ଯୋଗୁଁ ବ୍ୟାଙ୍କିଙ୍ଗ ସେବା କ୍ରମାଗତ ଅନେକ ଦିନ ଧରି ପ୍ରଭାବିତ ନ ହେଉ।

ପ୍ରକୃତରେ ଅର୍ଥ ମନ୍ତ୍ରଣାଳୟ ୨୩ ସେପ୍ଟେମ୍ୱରରେ ହିଁ ସୂଚନା ଦେଇଥିଲା ଯେ ରବିବାର ଦିନ ସରକାରୀ ବ୍ୟାଙ୍କ ଏବଂ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ ସୱାଭାବିକ ଭାବେ କାର୍ଯ୍ୟ କରିବେ। RBI ମଧ୍ୟ ବ୍ୟାଙ୍କ ଶାଖା, ଅଫିସ, ATM ସମ୍ପର୍କିତ କେନ୍ଦ୍ର ଏବଂ କରେନ୍ସି ଚେଷ୍ଟକୁ ରବିବାର ଦିନ କାର୍ଯ୍ୟକ୍ଷମ ରଖିବାକୁ ଅନୁମତି ଦେଇଛି। ଏହାଦ୍ୱାରା ଗ୍ରାହକମାନଙ୍କୁ ଧର୍ମଘଟ ଆରମ୍ଭ ହେବା ପୂର୍ୱରୁ ଆବଶ୍ୟକୀୟ ବ୍ୟାଙ୍କିଙ୍ଗ କାର୍ଯ୍ୟ ଶେଷ କରିବାର ସୁଯୋଗ ମିଳିବ।

ଏହି ତାଲିକାରେ ପ୍ରଥମ ନାମ SBI ଅର୍ଥାତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ରହିଛି। ଏହା ବ୍ୟତୀତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା, କାନାରା ବ୍ୟାଙ୍କ ଇତ୍ୟାଦି ରବିବାର ଦିନ ଖୋଲା ରହିବ। ଏହା ସହିତ ଗ୍ରାମୀଣ ବ୍ୟାଙ୍କଗୁଡ଼ିକ ମଧ୍ୟ ରବିବାର ଖୋଲା ରହିବ। ଯଦି ଆପଣଙ୍କର ଆକାଉଣ୍ଟ କୌଣସି ସରକାରୀ ବ୍ୟାଙ୍କ କିମ୍ୱା ଗ୍ରାମୀଣ ବ୍ୟାଙ୍କରେ ଅଛି, ତେବେ ଆପଣ ବ୍ୟାଙ୍କ ସମ୍ୱନ୍ଧୀୟ କାର୍ଯ୍ୟ ପାଇଁ ଶାଖାକୁ ଯାଇପାରିବେ।

ଏହା ବ୍ୟତୀତ ଧର୍ମଘଟ ସମୟରେ ଅନ୍ୟ ବ୍ୟାଙ୍କିଙ୍ଗ ସୁବିଧା ଯଥା ନଗଦ କାରବାର, ଏଟିଏମ, ଇଣ୍ଟରନେଟ ବ୍ୟାଙ୍କିଙ୍ଗ ଭଳି ଡିଜିଟାଲ ସେବାଗୁଡ଼ିକ କାର୍ଯ୍ୟକ୍ଷମ ରହିବ।

ସରକାରଙ୍କର ଏହି ନିଷ୍ପତ୍ତି ସହିତ ଘରୋଇ ବ୍ୟାଙ୍କଗୁଡ଼ିକର କୌଣସି ସମ୍ପର୍କ ନାହିଁ। ଯେପରିକି HDFC ବ୍ୟାଙ୍କ, ICICI ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ ଏବଂ ଇଣ୍ଡସଇଣ୍ଡ ବ୍ୟାଙ୍କ ଭଳି ବଡ଼ ଘରୋଇ ବ୍ୟାଙ୍କଗୁଡ଼ିକ ରବିବାର ଦିନ ଖୋଲା ରହିବ ନାହିଁ; କାରଣ ଏହି ବ୍ୟାଙ୍କଗୁଡ଼ିକର କାର୍ଯ୍ୟ ଧର୍ମଘଟ ସମୟରେ ମଧ୍ୟ ସୱାଭାବିକ ଭାବେ ଚାଲିପାରେ। ତଥାପି ଗ୍ରାହକମାନେ ନିଜ ସମ୍ପୃକ୍ତ ବ୍ୟାଙ୍କର ସ୍ଥାନୀୟ ଶାଖାର କାର୍ଯ୍ୟ ସ୍ଥିତି ନିଶ୍ଚିତ ଭାବେ ଯାଞ୍ଚ କରିନେବା ଉଚିତ।

ସୂଚନାଯୋଗ୍ୟ ଯେ, ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସ (UFBU) ୨୮ ରୁ ୩୦ ସେପ୍ଟେମ୍ୱର ପର୍ଯ୍ୟନ୍ତ ଦେଶବ୍ୟାପୀ ଧର୍ମଘଟର ଡାକରା ଦେଇଛି। କର୍ମଚାରୀମାନଙ୍କ ପ୍ରମୁଖ ଦାବିଗୁଡ଼ିକ ମଧ୍ୟରେ ସପ୍ତାହରେ ପାଞ୍ଚ ଦିନିଆ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଲାଗୁ କରିବା ଅନ୍ତର୍ଭୁକ୍ତ। ବ୍ୟାଙ୍କିଙ୍ଗ କ୍ଷେତ୍ରରେ ପେନସନ ସମ୍ପର୍କିତ ପ୍ରସଙ୍ଗ ମଧ୍ୟ ୟୁନିଅନଗୁଡ଼ିକର ଦାବିରେ ସାମିଲ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ଚାଞ୍ଚଲ୍ୟ: ଟ୍ରାଏଲ୍‌ ରୁମ୍‌ରେ ମହିଳା କର୍ମଚାରୀଙ୍କୁ ଗଳାକାଟି ହତ୍ୟା

ନୂଆଦିଲ୍ଲୀ,୧୫ା୧୧: ଦିଲ୍ଲୀର ଏକ ପୋଷାକ ଶୋ’ରୁମ୍‌ରେ କାମ କରୁଥିବା ଜଣେ ୧୮ ବର୍ଷୀୟା କର୍ମଚାରୀଙ୍କୁ ଟ୍ରାଏଲ୍‌ ରୁମ୍‌ରେ ଗଳାକାଟି ହତ୍ୟା କରାଯାଇଛି। ବ୍ୟକ୍ତିଗତ ସମ୍ପର୍କରେ ଫାଟ ଏବଂ…

ଏହି ୪ଟି ରାଶି ପାଇଁ ଆଗକୁ ରହିଛି କଠିନ ସମୟ, ସତର୍କ ନ ରହିଲେ ବଡ଼ ବିପଦ…

୧୬ ନଭେମ୍ବର ୨୦୨୬ରେ ସୂର୍ଯ୍ୟଦେବ ବିଛା ରାଶିକୁ ପ୍ରବେଶ କରିବେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ଗୋଚରର ପ୍ରଭାବ କିଛି ରାଶିର ଜାତକଙ୍କ ଜୀବନରେ ପଡ଼ିପାରେ। ବିଶେଷକରି…

ଅତି ଖରାପ ସ୍ଥିତିରେ ଦିଲ୍ଲୀ ବାୟୁ ଗୁଣବତ୍ତା, ଘେରି ରହୁଛି ଧୂଳି, ଧୂଆଁର ଘନ ଆସ୍ତରଣ

ନୂଆଦିଲ୍ଲୀ,୧୫ା୧୧: ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ରବିବାର ସକାଳେ ଅଧିକାଂଶ ପର୍ଯ୍ୟବେକ୍ଷଣ କେନ୍ଦ୍ରରେ ଅତି ଖରାପ ଦର୍ଶାଇଥିବା ବେଳେ ୭ଟିରେ ଗମ୍ଭୀର ସ୍ଥିତି ଦର୍ଶାଇଛି। ମୋଟାମୋଟି…

ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମ ଜୟନ୍ତୀ: ଏକାଠି ହେଲେ କନ୍ଧମାଳ,ଗଜପତିର ଆଦିବାସୀ ସମାଜ

ବ୍ରାହ୍ମଣୀଗାଁ,୧୫।୧୧(ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଶିବ ମନ୍ଦିର ପଡ଼ିଆରେ ରବିବାର ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି।…

ଗୁଣପୁରରେ ମହିଳାଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ

ଗୁଣପୁର,୧୫।୧୧(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଥାନା ଅନ୍ତର୍ଗତ ହାଉସିଂ ବୋର୍ଡ କଲୋନୀରେ ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା…

କେରଳ ହାଇକୋର୍ଟଙ୍କ ବଡ଼ ପ୍ରସ୍ତାବ, କିଶୋର ବୟସର ସୀମା ୧୮ରୁ ୧୬ ବର୍ଷକୁ ହ୍ରାସ….

କୋଚି,୧୫ା୧୧: ନାବାଳକ ବୟସ ସୀମାକୁ ନେଇ ବଡ଼ କଥା କହିଛନ୍ତି କେରଳ ହାଇକୋର୍ଟ । ଅପରାଧର ବଦଳୁଥିବା ସ୍ବରୂପ ଏବଂ ପିଲାମାନଙ୍କଠାରେ ଦେଖାଯାଉଥିବା ପରିପକ୍ୱତାକୁ ଦୃଷ୍ଟିରେ ରଖି…

ଠେଙ୍ଗାରେ ଆକ୍ରମଣ କରି ହତ୍ୟା ଉଦ୍ୟମ, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୧୫।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଶ୍ରୀଚନ୍ଦନପୁର ଗ୍ରାମର ବିରୁପାକ୍ଷ ମହାପାତ୍ରଙ୍କୁ ଗ୍ରାମର ହିନ ଗଉଡ଼(୫୦) ଶନିବାର ଅପରାହ୍ନରେ ଏକ ଠେଙ୍ଗାରେ ଆକ୍ରମଣ କରି…

ମାଡ଼ି ଆସୁଛି ବାତ୍ୟା: ମୁକାବିଲା ପାଇଁ ଗଞ୍ଜାମ ପ୍ରଶାସନର ଆଗୁଆ ପ୍ରସ୍ତୁତି

ପୁରୁଷୋତ୍ତମପୁର,୧୫।୧୧(ସବିତା ମିଶ୍ର): ପୁଣି ଏକ ସାମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପୁରୁଷୋତ୍ତମପୁର ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ସହ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?