ପାର୍ୱଣ ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ବଡ଼ ଝଟ୍‌କା! ବୋନସକୁ ନେଇ ଆସିଲା ଖରାପ ଖବର

ନୂଆଦିଲ୍ଲୀ,୨୬।୯: ପାର୍ୱଣ ଋତୁ ପୂର୍ୱରୁ କର୍ମଚାରୀମାନେ ବୋନସକୁ ଅପେକ୍ଷା କରି ରହିଛନ୍ତି। ବିଭିନ୍ନ ସରକାରୀ ଏବଂ ଘରୋଇ ସଂସ୍ଥା ବୋନସ ଘୋଷଣା ମଧ୍ୟ କରୁଛନ୍ତି। ଏହି ସମୟରେ ପ୍ରତିରକ୍ଷା ମନ୍ତ୍ରଣାଳୟ (Defense Ministry) ଅଧୀନରେ କାର୍ଯ୍ୟ କରୁଥିବା TCL ଅର୍ଥାତ ଟ୍ରୁପ କମ୍ଫଟର୍‌ସ ଲିମିଟେଡ ମଧ୍ୟ ନିର୍ଦ୍ଦେଶ ଜାରି କରି ବୋନସ ପ୍ରଦାନକୁ ମଞ୍ଜୁରୀ ଦେଇଛି। ଏହି ସରକାରୀ କମ୍ପାନୀ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ମାତ୍ର ୧୮.୫୬ ଦିନର ବୋନସ ଦେବାକୁ ଘୋଷଣା କରିଛି। AINPSEF ଏହାକୁ ବେସାମରିକ (ସିଭିଲିଆନ) କର୍ମଚାରୀଙ୍କ ପାଇଁ ଏକ ବଡ଼ ଝଟକା ବୋଲି କହିଛି।

ପର୍ୱପର୍ୱାଣି ପୂର୍ୱରୁ ଏତେ କମ ଦିନର PLB ଅର୍ଥାତ୍ ପ୍ରଡକ୍ଟିଭିଟି ଲିଙ୍କ୍ଡ ବୋନସ (Productivity Linked Bonus) ଘୋଷଣା ପରେ TCL କର୍ମଚାରୀଙ୍କ ମଧ୍ୟରେ ନିରାଶା ଦେଖାଦେଇଛି। କର୍ମଚାରୀମାନଙ୍କ ଚିନ୍ତାର କାରଣ ହେଉଛି, ପୂର୍ୱରୁ ଅର୍ଡନାନ୍ସ କାରଖାନାଗୁଡ଼ିକରେ କାର୍ଯ୍ୟରତ ଏହି କର୍ମଚାରୀମାନଙ୍କୁ ଏହାଠାରୁ ଅଧିକ ଦିନର PLB ମିଳୁଥିଲା।

AINPSEFର ରାଷ୍ଟ୍ରୀୟ ସଭାପତି ଡାକ୍ତର ମନଜିତ ସିଂହ ପଟେଲଙ୍କ କହିବା ଅନୁଯାୟୀ, ପୂର୍ୱରୁ କର୍ମଚାରୀମାନଙ୍କୁ ସାଧାରଣତଃ ୩୦ ରୁ ୪୧ ଦିନ କିମ୍ୱା ତା’ଠାରୁ ଅଧିକ ଦିନର PLB ମିଳୁଥିଲା। ଆଉ ଏକ ଖରାପ ଖବର ହେଉଛି, ବୋନସର ହିସାବ ସର୍ୱାଧିକ ୭,୦୦୦ ଟଙ୍କାର ସୀମା (ସିଲିଂ) ଉପରେ କରାଯାଉଛି।

TCLର ଆଦେଶ ଅନୁଯାୟୀ, ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଗ୍ରୁପ-ବି (ନନ-ଗେଜେଟେଡ) ଏବଂ ଗ୍ରୁପ-ସି କର୍ମଚାରୀମାନଙ୍କୁ ୧୮.୫୬ ଦିନର ମଜୁରୀ ବରାବର PLB ପ୍ରଦାନ କରାଯିବ।

ବୋନସ ଗଣନା ପାଇଁ ମାସକୁ ହାରାହାରି ୩୦.୪ ଦିନ ଧରାଯାଇଛି। ଏହା ସହିତ ବୋନସ ପାଇଁ ମାସିକ ୭,୦୦୦ ଟଙ୍କାର ସର୍ୱାଧିକ ସୀମା ଲାଗୁ ରହିବ। ଅର୍ଥାତ ଯଦି କୌଣସି କର୍ମଚାରୀଙ୍କ ପ୍ରକୃତ ମାସିକ ଦରମା ୭,୦୦୦ ଟଙ୍କାରୁ ଅଧିକ ହୋଇଥାଏ, ତଥାପି PLBର ହିସାବ ସର୍ୱାଧିକ ୭,୦୦୦ ଟଙ୍କା ଆଧାରରେ ହିଁ କରାଯିବ। ଏହି ହିସାବ ଅନୁସାରେ ୧୮.୫୬ ଦିନର ବୋନସ ରାଶି ପ୍ରାୟ ୪,୨୭୪ ଟଙ୍କା ହେଉଛି।

AINPSEFର ରାଷ୍ଟ୍ରୀୟ ସଭାପତି ଡାକ୍ତର ପଟେଲଙ୍କ କହିବା ଅନୁସାରେ, TCL ଗଠନ ପୂର୍ୱରୁ ଯେତେବେଳେ ଅର୍ଡନାନ୍ସ କାରଖାନାଗୁଡ଼ିକ ସିଧାସଳଖ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ଅର୍ଡନାନ୍ସ ଫ୍ୟାକ୍ଟ୍ରି ବୋର୍ଡ (OFB) ଜରିଆରେ ସରକାରୀ ବିଭାଗ ଭାବେ କାର୍ଯ୍ୟ କରୁଥିଲା, ସେତେବେଳେ ସିଭିଲ କର୍ମଚାରୀମାନଙ୍କୁ PLB ଅଧୀନରେ ୪୧ ଦିନ କିମ୍ୱା ତା’ଠାରୁ ଅଧିକ ଦିନର ବୋନସ ମିଳୁଥିଲା। ତାଙ୍କ ମତରେ, ଏହି ବୋନସ ସାଧାରଣତଃ ୩୦ ରୁ ୪୧ ଦିନ ମଧ୍ୟରେ ରହୁଥିଲା।

ସେତେବେଳେ ମଧ୍ୟ ବୋନସର ସର୍ୱାଧିକ ସୀମା ୭,୦୦୦ ଟଙ୍କା ଥିଲା। କିନ୍ତୁ ଅଧିକ ଦିନର ହିସାବ କାରଣରୁ ୪୧ ଦିନ ଅନୁସାରେ ପ୍ରାପ୍ତ ରାଶି ପ୍ରାୟ ୯,୪୪୧ ଟଙ୍କା ହେଉଥିଲା। ସେହିପରି ୧୮.୫୬ ଦିନ ହିସାବରେ ଏହି ରାଶି ପ୍ରାୟ ୪,୨୭୪ ଟଙ୍କା।

ଏହିପରି ୪୧ ଦିନ ଏବଂ ୧୮.୫୬ ଦିନ ମଧ୍ୟରେ ପ୍ରାୟ ୫,୧୬୭ ଟଙ୍କାର ପାର୍ଥକ୍ୟ ରହୁଛି। ଡାକ୍ତର ପଟେଲଙ୍କ ଅନୁଯାୟୀ କର୍ମଚାରୀମାନଙ୍କର ପ୍ରାୟ ୫,୦୦୦ ଟଙ୍କାର କ୍ଷତି ହୋଇଛି। ସେ କହିଛନ୍ତି ଯେ ପ୍ରାୟ ୪,୨୦୦ ଟଙ୍କାରେ କର୍ମଚାରୀଙ୍କ ଦୀପାବଳି କିଭଳି ବା ପାଳନ ହେବ!

ଡାକ୍ତର ପଟେଲ କହିଛନ୍ତି ଯେ ଅର୍ଡନାନ୍ସ କାରଖାନାଗୁଡ଼ିକର ନିଗମୀକରଣ (Corporatisation) ପରେ ଏଗୁଡ଼ିକୁ କର୍ପୋରେଟ ଡିଫେନ୍ସ ପବ୍ଲିକ ସେକ୍ଟର ଅଣ୍ଡରଟେକିଂ (DPSU) ଭାବରେ ପରିଚାଳିତ କରାଯାଉଛି। ଏହା ସହିତ ଉତ୍ପାଦନକ୍ଷମତା (Productivity) ଏବଂ ବୋନସ ର୍ନିଦ୍ଧାରଣ ପ୍ରକ୍ରିୟାରେ ମଧ୍ୟ ପରିବର୍ତ୍ତନ ଘଟିଛି।

ପୂର୍ୱରୁ ଯେଉଁଠି କର୍ମଚାରୀମାନଙ୍କୁ ଅଧିକ ଦିନର PLB ମିଳୁଥିଲା, ଏବେ ତାହା ହ୍ରାସ ପାଇ ୧୮.୫୬ ଦିନରେ ସୀମିତ ହୋଇଯାଇଛି। ଫଳରେ କର୍ମଚାରୀଙ୍କ ବୋନସ ରାଶି କମିଯାଇଛି। ସେ ପ୍ରଶ୍ନ ଉଠାଇଛନ୍ତି ଯେ ନିଗମୀକରଣର ଉଦ୍ଦେଶ୍ୟ ଥିଲା କମ୍ପାନୀଗୁଡ଼ିକରୁ ଅଧିକ ରାଜସୱ ଆଦାୟ କରିବା ଏବଂ ସେଗୁଡ଼ିକୁ ଉନ୍ନତ ପ୍ରଦର୍ଶନକାରୀ ସଂସ୍ଥାରେ ପରିଣତ କରିବା। ଏଭଳି ସ୍ଥିତିରେ କର୍ମଚାରୀଙ୍କ ବୋନସ କମିବା ଏକ ଚିନ୍ତାର ବିଷୟ।


Enter your email to get our daily news in your inbox.

All Right Reserved By Dharitri.Com

‘ଟ୍ରମ୍ପ ଆମ ଜୀବନ ବଞ୍ଚାଇଥିଲେ’ ‘ଅପରେଶନ ସିନ୍ଦୂର’ର ପ୍ରଭାବକୁ ଏବେ ମଧ୍ୟ ଭୁଲିନାହିଁ ପାକିସ୍ତାନ; ମନେ ପକାଇ କହିଲା…

ଇସଲାମାବାଦ,୨୬।୯: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ମେ’ ୨୦୨୫ରେ ଭାରତ ଦ୍ୱାରା ପାକିସ୍ତାନ ବିରୋଧରେ ଆରମ୍ଭ କରାଯାଇଥିବା ‘ଅପରେଶନ ସିନ୍ଦୂର’ର ପ୍ରଭାବକୁ ଭୁଲି ନାହାନ୍ତି; ସେଥିପାଇଁ ସେ…

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମରେ ଅଭାବନୀୟ ଘଟଣା: ୪ର୍ଥ ମହଲାରୁ ଖସି ଶିଷ୍ୟଙ୍କ ମୃତ୍ୟୁ, ଗୁପ୍ତାଙ୍ଗ କଟା, ମୁଣ୍ଡରେ ଗଭୀର ଆଘାତ

ନୂଆଦିଲ୍ଲୀ,୨୬।୯: ବୃନ୍ଦାବନର ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟ ରସିକ ଦୁଲାରୀ ଶରଣ ଆଶ୍ରମର ଚତୁର୍ଥ ମହଲାରୁ ଖସିପଡ଼ି ମୃତ୍ୟୁବରଣ କରିଛନ୍ତି। ଘଟଣାଟି ବୃନ୍ଦାବନ ଅଞ୍ଚଳର ଗୁରୁ…

ସାମୁଦ୍ରିକ ଜୁଆର ମାଡ଼ରେ ଧସିଲା ଲୁଣାଘେରି ବନ୍ଧ, ତତ୍ପରତା ଦେଖାଉନି ଜଳସମ୍ପଦ ବିଭାଗ

ମହାକାଳପଡ଼ା,୨୬ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ଲଘୁଚାପ ପ୍ରଭାବରେ ସାମୁଦ୍ରିକ ଜୁଆର ମାଡ଼ରେ ଜରି ପଲିଥିନରେ ନଦୀ ପାର୍ଶ୍ୱମାଟି ଅତଡ଼ା ଖସିବା ଯୋଗୁ ବନ୍ଧ ପ୍ରତି ବିପଦ ସୃଷ୍ଟି ହୋଇଛି।…

ବଡ଼ ବିମାନ ଦୁର୍ଘଟଣା; ଦୁଇ ବରିଷ୍ଠ ସାମରିକ ଅଧିକାରୀଙ୍କ ସମେତ ୧୪ ମୃତ

କିନଶାସା,୨୬।୯: ଆଫ୍ରିକୀୟ ଦେଶ ‘ଡେମୋକ୍ରାଟିକ ରିପବ୍ଲିକ ଅଫ ଦ କଙ୍ଗୋ’ (DRC) ରେ ଏକ ବିମାନ ଦୁର୍ଘଟଣାରେ ୧୪ ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଦେଶର…

ନିଜ ପତ୍ନୀଙ୍କ ଅପେକ୍ଷା ରୋହିତ ଶର୍ମାଙ୍କୁ ଅଧିକ ଭଲ ପାଆନ୍ତି ଧାୱନ! ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୬।୯: କ୍ରିକେଟ ଦୁନିିଆରେ କିଛି ଖେଳାଳି କେବଳ ସେମାନଙ୍କ ଖେଳ ପାଇଁ ନୁହେଁ, ବରଂ ସେମାନଙ୍କ ବନ୍ଧୁତା ପାଇଁ ମଧ୍ୟ ବେଶ ଜଣାଶୁଣା। ପୂର୍ବତନ ଭାରତୀୟ ଅଧିନାୟକ…

ହୀରାକୁଦରେ ପୁଣି ଖୋଲିଲା ୭ଟି ସ୍ଲୁଇସ ଗେଟ: ଜାରି ରହିଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର, ୨୬।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ପୁଣି ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଜଳଭଣ୍ଡାରର ସୁପରିଚାଳନା ଏବଂ ଆଗୁଆ ପ୍ରତିଷେଧମୂଳକ ପଦକ୍ଷେପ…

ପହିଲାରୁ ବଦଳିବ LPG Gasର ୫ ବଡ଼ ନିୟମ! ବୁକିଂ କରିବା ପୂର୍ବରୁ ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୯: ଅକ୍ଟୋବର ୧ ତାରିଖରୁ ଏଲପିଜି ସିଲିଣ୍ଡର ସହିତ ଜଡିତ ଅନେକ ପରିବର୍ତ୍ତନ ଲାଗୁ ହେବାକୁ ଯାଉଛି। ଏହି ପରିବର୍ତ୍ତନଗୁଡ଼ିକ ଗ୍ୟାସ ବୁକିଂ ଓ ରିଫିଲିଂକୁ ପ୍ରଭାବିତ…

ବ୍ୟାଙ୍କ୍‌ ଷ୍ଟ୍ରାଇକ୍‌ ପୂର୍ବରୁ SBI କଲା ବଡ଼ ଘୋଷଣା, ସେପ୍ଟେମ୍ୱର ୨୮ରୁ ଏଟିଏମ୍‌ ଚାର୍ଜ…

ନୂଆଦିଲ୍ଲୀ,୨୬।୯: ଯଦି ଆପଣ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI)ର ଗ୍ରାହକ ଏବଂ ଆଗାମୀ ଦିନରେ ବ୍ୟାଙ୍କ ଧର୍ମଘଟ ଯୋଗୁଁ ଟଙ୍କାର ଅଭାବ ହେବା ଚିନ୍ତାରେ ବ୍ୟସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?