କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା କାରବାର, ଭ୍ରଷ୍ଟାଚାର ଓ ଅନ୍ତରୀଣ ପରିଚାଳନା ତ୍ରୁଟିକୁ ଦାୟୀ କରିଥିବା ବେଳେ ନିଜର ଦାୟିତ୍ୱକୁ ନେଇ ଏବେ କିଛି ସ୍ଥାୟୀ ବାଟ ବାହାର କରିବା ଜରୁରୀ। ୬୦ ସଦସ୍ୟ ବିଶିଷ୍ଟ ମଣିପୁର ବିଧାନସଭାରେ ମେଇତିଙ୍କ ଆସନ ସଂଖ୍ୟା ୪୦। ଯଦିଓ ସଂଖ୍ୟାଧିକ ମେଇତିଙ୍କ ଭିତରୁ ୫୦ ଭାଗ ଇମ୍ଫାଲ ଉପତ୍ୟକାରେ ମଣିପୁରର ମାତ୍ର ଦଶ ପ୍ରତିଶତ ଜାଗାରେ ବାସକରନ୍ତି। ବାକି ୨୦ ଆସନକୁ ପ୍ରତିନିଧିତ୍ୱ କରୁଥିବା କୁକି-ଜୋ ଆଉ ନାଗା ଆଦିବାସୀଙ୍କ ପାଇଁ ରହିଛି ବିସ୍ତୀର୍ଣ୍ଣ ପାର୍ବତ୍ୟାଞ୍ଚଳ। କିଛି ସମାଲୋଚକ ମତ ଦିଅନ୍ତି, ମେଇତିମାନେ ଦଳିତ (ଏସ୍‌ସି) ଓ ପଛୁଆ (ଓବିସି) ବର୍ଗରେ ତାଲିକାଭୁକ୍ତ ହୋଇ ସଂରକ୍ଷଣର ସବୁ ଫାଇଦା ହାସଲ କରୁଛନ୍ତି। ୮ମ ଅନୁସୂଚୀରେ ମେଇତି ଭାଷାକୁ ଅନୁମୋଦନ ଫଳରେ ସମସ୍ତ କେନ୍ଦ୍ରୀୟ ସାହାଯ୍ୟ ହକ୍‌ଦାର ହେଉଛନ୍ତି। ନାଗା ଆଉ କୁକିମାନେ ଅଣହିନ୍ଦୁ ହୋଇଥିବାରୁ ସେମାନଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଭିଯୋଗ ଆଣନ୍ତି ଯେ କୁକିମାନଙ୍କର ବିଦେଶୀ ଉଗ୍ରବାଦ ସହ ସମ୍ପର୍କ ଅଛି।
ବର୍ଷ ୨୦୦୪-୧୪ ମଧ୍ୟରେ ଉପା ସରକାର ଅମଳରେ ପାଖାପାଖି ଏକ ହଜାର ସାଧାରଣ ଲୋକ ଓ ପୋଲିସ କର୍ମଚାରୀଙ୍କ ଜୀବନ ଯାଇଛି। ପ୍ରାକ ୨୦୨୪ ସମୟରେ ଯୁନାଇଟେଡ଼ ନାଗା କାଉନସିଲ(ୟୁଏନ୍‌ସି) ଉଭୟ କୁକି ଆଉ ମେଇତିଙ୍କ ଗୋଷ୍ଠୀରେ ନାଗାଙ୍କୁ ନ ଛନ୍ଦିବାକୁ ଅନୁରୋଧ କଲେ। ହେଲେ ଚଳିତବର୍ଷ ଶୀତ ଦିନେ ଉଖୁରୁଲ ଓ କଙ୍ଗପୋକପି ଜିଲାରେ ଅଞ୍ଚଳ ଅବରୋଧକୁ ନେଇ କୁକି ଆଉ ନାଗାଙ୍କ ଭିତରେ ସଂଘର୍ଷ ଆରମ୍ଭ ହୋଇଗଲା। କୁକିମାନେ ମେଇତି ଅଞ୍ଚଳରେ ରାସ୍ତା ତିଆରି କରିବାରୁ ନାଗା ନେତାମାନେ ନିଜ ପାରମ୍ପରିକ ଜାଗା କହି ଅବରୋଧ କଲେ। କୁକି ଯାହାକୁ ସ୍ବେଚ୍ଛାସେବୀ ସଙ୍ଗଠନ କହିଲେ ତାହାକୁ ରାଜ୍ୟ ସରକାର ନାର୍କୋ ଟେରରିଷ୍ଟ ଅର୍ଗାନାଇଜେଶନ ବା ନିଶା ଆତଙ୍କି ସଙ୍ଗଠନ କହିଲେ। ଏଥିରେ ସତ୍ୟତା ଥିଲା। ୨୦୨୧ ମ୍ୟାନ୍‌ମାର ମିଲିଟାରୀ ଆକ୍ରମଣ ଫଳରେ ଯେଉଁ ଚାଇନା-କୁକି ଶରଣାର୍ଥୀ ୩୯୮ କିମି ମଣିପୁର ସୀମା ଭିତରେ ପ୍ରବେଶ କଲେ ସେମାନେ ‘ନ୍ୟାଶନାଲ ଆର୍ମି-ବର୍ମା’ ଜରିଆରେ ବନ୍ଧୁକଠାରୁ ନିଶାଦ୍ରବ୍ୟ କାରବାର ଆଦିରେ ହାତବାରିସି କରିଛନ୍ତି ମଣିପୁରର ପାହାଡି ଜନଜାତି କୁକିଙ୍କୁ। ସୀମା ପ୍ରବେଶ ରୋକି ନ ପାରିବା ସରକାରଙ୍କ ବିଫଳତା।
୨୦୨୩ ମସିହାର ସ୍ବତନ୍ତ୍ର ଅନୁଚ୍ଛେଦ-୧୭ (ଟ୍ରିପଲ ଆଇ) ବଳରେ ମେଇତିଙ୍କୁ ଆଦିବାସୀ ତାଲିକାରେ ଯୋଡ଼ିବାକୁ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ କଲେ, ତାହାକୁ ଜଷ୍ଟିସ ଗୋଲମେଇଙ୍କ ଜଣିକିଆ ଖଣ୍ଡପୀଠ ପ୍ରତ୍ୟାହାର କଲେ। ଭାରତୀୟ ସାମ୍ବିଧାନିକ ଆଇନ ଅଧୀନରେ ସଂସଦ ଓ ରାଷ୍ଟ୍ରପତିଙ୍କ ବିନା କୋର୍ଟଙ୍କର କୌଣସି ପ୍ରବିଧାନ ନାହିଁ, ଅନୁସୂଚିତ ଜାତି ଜନଜାତି ତାଲିକା ସଂଶୋଧନ କି ସଂଯୋଗୀକରଣ କରିବେ। ଆଦେଶଟି ସିନା ଚାରି ସପ୍ତାହ ମଧ୍ୟରେ ‘ଆଇନର ଭୁଲ ଅବତାରଣା’ କହି ଉଠାଇ ଦିଆଗଲା, ହେଲେ ସେତେବେଳକୁ ସମ୍ପର୍କ ଉଗ୍ର ହୋଇସାରିଥିଲା ପାର୍ବତ୍ୟାଞ୍ଚଳ ଅଧିବାସୀ କୁକି-ଜୋ ଆଉ ସମତଳ ଅଞ୍ଚଳ ନିବାସୀ ସଂଖ୍ୟାବହୁଳ ମେଇତିଙ୍କ ଭିତରେ। ୩୦୬ ହିଂସା ଜନିତ ମୃତ୍ୟୁ, ଷାଠିଏ ହଜାରରୁ ଊର୍ଦ୍ଧ୍ୱ ବେଘର ଆଉ ୭,୮୯୪ଟି ଘର ଜଳାପୋଡ଼ାରେ ନଷ୍ଟହବା ପଛରେ ଉକ୍ତ ରାୟ ଦାୟୀ ରହିଲା। ଆଦିବାସୀ ହେତୁ ରାଜ୍ୟର ୯୦ ପ୍ରତିଶତ ଅଞ୍ଚଳରେ ଜମି ବିକ୍ରି ଖର୍ଦ୍ଦି ଅଧିକାର କୁକିର, ଯାହା ମେଇତିମାନଙ୍କ ରୋଷର କାରଣ। ସେ ବାବଦରେ ଆଇନଟିଏ ଜରୁରୀ।
କଂଗ୍ରେସ ଶାସନ ସମୟରେ ଦଶଥର ରାଷ୍ଟ୍ରପତି ଶାସନ ଜାରି ହୋଇଥିବା ମଣିପୁରର ଶାସନ କ୍ଷମତା ୨୦୨୬ରୁ ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ସରକାର ହାତକୁ ଯାଇଛି। ରାଷ୍ଟ୍ରପତି ଶାସନ ମୁକ୍ତ ହେବା ପରେ ଲୋକଙ୍କ ବିଶ୍ୱାସ ଗଣତାନ୍ତ୍ରିକ ବିଚାର ପଦ୍ଧତିକୁ ଗ୍ରହଣ କରିବ ବୋଲି ଉପଲବ୍ଧି ହୋଇପାରୁନାହାନ୍ତି। ହିଂସା ଘଟୁଥିବାବେଳେ ସରକାର ଏକପ୍ରକାର ନିଷ୍କ୍ରିୟ। ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ମଣିପୁର ରାଜ୍ୟର ପ୍ରାକୃତିକ ଶୋଭାକୁ ଲକ୍ଷ୍ୟକରି ଏହାକୁ ‘ଜୁଏଲ ଅଫ୍‌ ଇଣ୍ଡିଆ’ ବା ‘ଭାରତର ମଣି’ କହିଥିଲେ। ଅର୍ଜୁନ ଆଉ ଚିତ୍ରାଙ୍ଗଦାଙ୍କ ପୁତ୍ର ବବ୍ରୁବାହାନ ଯୋଦ୍ଧା ଭାବରେ ମଣିପୁରରୁ ଆସି ମହାଭାରତ ଯୁଦ୍ଧରେ ନିଜ ପରାକ୍ରମ ଦେଖାଇଥିଲେ। ଯୋଦ୍ଧାର ରାଜ୍ୟରେ ଆଜି ଅରାଜକତା, ଜାତିଆଣ ଦଙ୍ଗା ଭାରତୀୟଙ୍କୁ ନିରାଶ କରିଛି। ବିଭିନ୍ନ ସମୟରେ କୁକି-ମେଇତିଙ୍କୁ ନେଇ ଚାଲିଥିବା ଆଲୋଚନା ଫଳପ୍ରଦ ନ ହେବାର କାରଣ ହେଲା ପାର୍ବତ୍ୟାଞ୍ଚଳ ଲୋକଙ୍କ ଧାରଣା ଯେ ଆର୍ଥିକ ସ୍ବଚ୍ଛଳ ମେଇତି ସେମାନଙ୍କ ସୁଯୋଗ ସୁବିଧା ନିଜ ନାମରେ କରେଇ ନେଉଛନ୍ତି।
ସାମାଜିକ ବିଭାଜନକୁ ସଜାଡ଼ିବା ପୂର୍ବରୁ ବିଭିନ୍ନ ଗୋଷ୍ଠୀର ଦାବିକୁ ଉପଲବ୍ଧି କରିବା ଚଳିତ ସରକାରଙ୍କ ଦାୟିତ୍ୱ । ନାଲିଆଖି କିମ୍ବା କାଠଗଡ଼ାର ଭୟ କୁକି-ମେଇତି ସମାଧାନର ପନ୍ଥା ନୁହେଁ। ଉନ୍ନବିଂଶ ଶତାବ୍ଦୀ ବେଳକୁ ବ୍ରିଟିଶଙ୍କ ସହ ବାପଟିଷ୍ଟ ଖ୍ରୀଷ୍ଟିଆନମାନଙ୍କ ପ୍ରବେଶ ହୁଏ ପାହାଡ଼ି କୁକି ଅଧ୍ୟୁଷିତ ଅଞ୍ଚଳରେ। ପୂର୍ବରୁ ଯେଉଁ ତିରିଶ ପ୍ରତିଶତ ମଣିପୁରୀ ଲୋକ ଡଙ୍ଗରିଆ ସମାଜରେ ପ୍ରକୃତି ପୂଜା କରୁଥିଲେ ସେମାନେ କାଳକ୍ରମେ କୁକି ଖ୍ରୀଷ୍ଟିଆନ ହୋଇଗଲେ। ପାଖାପାଖି ୮୦ ପ୍ରତିଶତ ମେଇତି ବୈଷ୍ଣବୀୟ ହିନ୍ଦୁ ଓ ୮-୧୦ ପ୍ରତିଶତ ମେଇତି ପାଙ୍ଗଲସ (ମଣିପୁରୀ ମୁସଲିମ)ଙ୍କ ଭିତରେ ସାମାଜିକ ବୁଝାମଣା ଭଲ। ୧ ପ୍ରତିଶତ ମେଇତି ଖ୍ରୀଷ୍ଟଧର୍ମୀ ହେଲେ ମଧ୍ୟ ସେମାନଙ୍କ ପାରସ୍ପରିକ ବୁଝାମଣା ବହୁତ ଭଲ।
ଭାରତ ସ୍ବାଧୀନ ହେବାବେଳେ ମଣିପୁର ରାଜା ଶାସନଧୀନ ଥିଲା। ୧୯୪୯ ଅକ୍ଟୋବର ଚୁକ୍ତି ଅନୁସାରେ ତତ୍କାଳୀନ ମହାରାଜା ଭାରତ ସହ ରାଜ୍ୟକୁ ମିଶେଇଦେଲେ। ୧୯୫୬ରେ କେନ୍ଦ୍ରଶାସିତ ରାଜ୍ୟ ଓ ପରିଶେଷରେ ଉତ୍ତର-ପୂର୍ବାଞ୍ଚଳ ପୁନର୍ଗଠନ ଆଇନ ୧୯୭୧ ଅନୁସାରେ ଭାରତ ସଂଘୀୟ ବ୍ୟବସ୍ଥା ଅଧୀନ ପୂର୍ଣ୍ଣ ରାଜ୍ୟ ମାନ୍ୟତା ପାଇଲା ମଣିପୁର। ୧୯୯୩ର ଦଙ୍ଗା ଅନେକ ମଣିପୁରୀଙ୍କୁ ବେଘର କରିଥିଲା। ପାଞ୍ଚବର୍ଷ କାଳ ଏମିତି ଲୋମହର୍ଷକ ଘଟଣା ଲାଗିରହିଲା। ସେହି ଦୁଃଖଦ ଘଟଣା ଇତିହାସର ପୃଷ୍ଠାରେ ଫର୍ଦ୍ଦ ଯୋଡ଼ିବାରେ ଲାଗିଛି ବିଭିନ୍ନ ସମୟରେ।
ବିଭିନ୍ନ ସଙ୍ଗଠନ ପକ୍ଷରୁ ଅର୍ଥନୈତିକ ଅବରୋଧ ଦ୍ୱାରା ଲୋକଙ୍କ ବ୍ୟବସାୟ ବାଣିଜ୍ୟ କ୍ଷତିଗ୍ରସ୍ତ ହୋଇଛି। ରାଜପଥ-୩୯ ଓ ରାଜପଥ-୫୩ରେ ଟ୍ୟାକ୍ସ ଆଦାୟ କରିବାରୁ ବ୍ୟବସାୟୀମାନେ ପଣ୍ୟ ପରିବହନରେ ଅଧିକ ଦେୟ ଦେଉଛନ୍ତି। ନାଗା ଆଉ କୁକି ସଶସ୍ତ୍ର ସଂଗଠନ ପାର୍ବତ୍ୟ ଇଲାକା- ଚାଣ୍ଡେଲ, ଚୁରାଚାନ୍ଦପୁର, ତମେଙ୍ଗଲଙ୍ଗ, ସେନାପତି ଓ ଉଖୁରୁଲ ଆଦି ସ୍ଥାନରେ ଅଚାନକ ଡାକରାଦେଇ ବ୍ୟବସାୟ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ ଓ ପରିବହନ ବ୍ୟବସ୍ଥା ବନ୍ଦ କରିଦିଅନ୍ତି। ସେହିପରି ସହରୀ ଓ ଇମ୍ଫାଲ ଉପତ୍ୟକା ଅଞ୍ଚଳରେ ସକ୍ରିୟ ମେଇତି ସଙ୍ଗଠନ- ପିପୁଲ୍‌ସ ଲିବରେଶନ ଆର୍ମି(ପିଏଲ୍‌ଏ), ନ୍ୟାଶନାଲ ଲିବରେଶନ ଫ୍ରଣ୍ଟ(ଏନ୍‌ଏଲ୍‌ଏଫ୍‌) ଓ ପିପୁଲ୍‌ସ ଲିବରେଶନ ପାର୍ଟି ଅଫ କଙ୍ଗଲେଇପାକ (ପ୍ରେପକ) ଭଳି ସଙ୍ଗଠନ ଡରାଇ ଧମକ ଦେଇ ଥାନା, ବ୍ୟବସାୟ ପ୍ରତିଷ୍ଠାନ ଉପରେ ଆକ୍ରମଣ କରୁଛନ୍ତି। ମେଇତି ସଙ୍ଗଠନ ରାଜନୈତିକ ହାତବାରିସି କାମ କରୁଥିବା ବେଳେ କୁକି ଆଉ ନାଗା ସଙ୍ଗଠନ ସହ ବର୍ମା ବିଦ୍ରୋହୀଙ୍କ ସମ୍ପର୍କ ରହିଛି। ସୀମାନ୍ତ ପ୍ରହରୀ ଆସାମ ରାଇଫଲ୍‌ସ ପାଇଁ ବିସ୍ତୃତ ତାରବାଡ଼ ବ୍ୟବସ୍ଥା ସରକାରଙ୍କ ଦାୟିତ୍ୱ।
ମୋ : ୮୨୪୯୮୨୭୧୪୮

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

ଅଦେଖା ଆଖି

ଆଜିକାଲି ସୁବିସ୍ତୃତ ଭୂମି ଉପରେ କିଛି ଅଧିକୃତ ସ୍ଥାନରେ କାହିଁ କେତେ ବାସଗୃହ ନିର୍ମିତ ହୋଇଛି ଏବଂ ହେଉଛି ମଧ୍ୟ। କେଉଁଠି ବାସଗୃହ ବା ଘରଟି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?