Posted inଖେଳ

ଦୁବାଇରେ ଚେନ୍ନାଇ ଚମକ

ଦୁବାଇ, ୫।୧୦- କ୍ରମାଗତ ୩ଟି ମ୍ୟାଚରେ ପରାଜୟ ପରେ ପୂର୍ବତନ ଚାମ୍ପିୟନ ଚେନ୍ନାଇ ସୁପରକିଙ୍ଗ୍ସ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ରବିବାର ବିଜୟ ସ୍ବାଦ ଚାଖିଛି। ଦୁଇ ଓପନର ଶେନ ଓ୍ବାଟସନ ଓ ଫାଫ୍‌ ଡୁପ୍ଲେସିଙ୍କ ଆକର୍ଷଣୀୟ ପ୍ରଦର୍ଶନ ବଳରେ ଦଳ କିଙ୍ଗ୍ସ ଇଲେଭେନ ପଞ୍ଜାବକୁ ୧୦ ଉଇକେଟରେ ପରାସ୍ତ କରିଛି। ପଞ୍ଜାବ ପକ୍ଷରୁ ଧାର୍ଯ୍ୟ ୧୭୯ ରନର ବିଜୟ ଲକ୍ଷ୍ୟକୁ ମହେନ୍ଦ୍ର ସିଂ ଧୋନୀଙ୍କ ଦଳ କୌଣସି ଉଇକେଟ ନ ହରାଇ ହାସଲ କରି ନେଇଥିଲା। ଓପନିଂ ଯୋଡ଼ିରେ ଓ୍ବାଟସନ ଓ ଡୁପ୍ଲେସି ୧୮୧ ରନ ଯୋଗ କରି ଅପରାଜିତ ରହିଥିଲେ। ଆଇପିଏଲ ଇତିହାସରେ ଏହା ଦ୍ୱିତୀୟ ସର୍ବାଧିକ ଓପନିଂ ଭାଗୀଦାରି। ୫୨ଟି ବଲ୍‌ର ସମ୍ମୁଖୀନ ହୋଇ ଡୁପ୍ଲେସି ୧୦ ଚୌକା ଓ ୧ ଛକା ସହାୟତାରେ ୮୭ ଓ ଓ୍ବାଟସନ ୫୩ଟି ବଲ୍‌ ଖେଳି ୧୧ ଚୌକା ଓ ୩ ଛକା ସହ ୮୩ ରନ ସ୍କୋର କରିଥିଲେ। ପଞ୍ଜାବ ବୋଲିଂ ଲାଇନ୍‌ଅପ୍‌ ସମ୍ପୂର୍ଣ୍ଣ ଅସହାୟ ମନେ ହୋଇଥିଲା। କୌଣସି ବୋଲର ଡୁପ୍ଲେସି ଓ ଓ୍ବାଟସନଙ୍କ ଉପରେ ପ୍ରଭାବ ପକାଇ ପାରି ନ ଥିଲେ। ଉଦ୍‌ଘାଟନୀ ମ୍ୟାଚରେ ଚେନ୍ନାଇ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଥିଲେ ହେଁ ପରବର୍ତ୍ତୀ ୩ଟି ମ୍ୟାଚରେ ଯଥାକ୍ରମେ ରାଜସ୍ଥାନ ରୟାଲ୍ସ, ଦିଲ୍ଲୀ କ୍ୟାପିଟାଲ୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦଠାରୁ ହାରିଥିଲା। ଏଠାରେ ବିଜୟ ଫଳରେ ଦଳ ପଏଣ୍ଟ ଟେବୁଲର ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛି। ଅନ୍ୟପକ୍ଷରେ ପଞ୍ଜାବର ଅସ୍ଥିର ପ୍ରଦର୍ଶନ ଅପରିବର୍ତ୍ତିତ ରହିଛି। ୫ ମ୍ୟାଚରୁ ଦଳର ଏହା କ୍ରମାଗତ ତୃତୀୟ ଏବଂ ମୋଟ ୪ର୍ଥ ପରାଜୟ। ଦୁର୍ବଳ ବୋଲିଂ ଦଳପାଇଁ ଏପର୍ଯ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇ ଆସିଛି।
ପଞ୍ଜାବ ଇନିଂସରେ ଅଧିନାୟକ ଲୋକେଶ ରାହୁଲ ଅର୍ଦ୍ଧଶତକ (୬୩ ରନ, ୫୨ ବଲ, ୭ ଚୌକା, ୧ ଛକା) ହାସଲ କରିଥିବାବେଳେ ନିକୋଲସ ପୁରନ ୩୩(୧୭ ବଲ, ୧ ଚୌକା, ୩ ଛକା), ମନଦୀପ ସିଂ ୨୭(୧୬ ବଲ, ୨ ଛକା) ଓ ମୟଙ୍କ ଅଗ୍ରଓ୍ବାଲ ୨୬(୧୯ ବଲ, ୩ ଚୌକା) ରନ ସ୍କୋର କରିଥିଲେ। ଚେନ୍ନାଇର ଶାର୍ଦ୍ଦୁଳ ଠାକୁର ୨ଟି ଏବଂ ରବୀନ୍ଦ୍ର ଜାଡେଜା ଓ ପୀୟୂଷ ଚାଓ୍ବଲା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
କିଙ୍ଗ୍ସ ଇଲେଭେନ ପଞ୍ଜାବ ୨୦ ଓଭରରେ ୧୭୮/୪(ରାହୁଲ-୬୩, ପୁରନ-୩୩, ଶାର୍ଦ୍ଦୁଳ-୨/୩୯, ଜାଡେଜା-୧/୩୦, ଚାଓ୍ବଲା-୧/୨୨)। ଚେନ୍ନାଇ ସୁପରକିଙ୍ଗ୍ସ ୧୭.୪ ଓଭରରେ ୧୮୧/୦ (ଡୁପ୍ଲେସି-୮୭*, ଓ୍ବାଟସନ-୮୩*)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇସିସି ନିର୍ଦ୍ଦେଶକୁ ମାନିଲେ ଧୋନୀ

ଲଣ୍ଡନ, ୧୦ା୬ (ପି.ଟି.)-ଭାରତର ଭେଟେରାନ ଉଇକେଟକିପର ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ନିର୍ଦ୍ଦେଶକୁ ମାନିଛନ୍ତି। ରବିବାର ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱକପ୍‌ ମ୍ୟାଚରେ...

ଜାପାନ ଓପନ ସେମିଫାଇନାଲରେ ଲକ୍ଷ୍ୟ ସେନ

ଟୋକିଓ,୨୭ା୭: ଭାରତର ଅଗ୍ରଣୀ ଖେଳାଳି ଲକ୍ଷ୍ୟ ସେନ ଜାପାନ ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଥିବା ବେଳେ ଏଚ୍‌ଏସ୍‌ ପ୍ରଣୟ ଏବଂ...

ପେସାଦାର ପ୍ରଦର୍ଶନ ନ କରିବାରୁ ସୁଆରେଜ ଦଣ୍ଡିତ

ନ୍ୟୁୟର୍କ,୩୦।୮: ୟୁଏସ୍‌ ଓପନ ଟୁର୍ନାମେଣ୍ଟ ପକ୍ଷରୁ କାର୍ଲା ସୁଆରେଜ ନାଭାରୋଙ୍କୁ ଗୁରୁବାର ଦଣ୍ଡିତ କରାଯାଇଛି। ସେ ପ୍ରଥମ ରାଉଣ୍ଡ ପରଫର୍ମାନ୍ସ ନିୟମ ଭଙ୍ଗ କରିଛନ୍ତି। ୩୦...

ଦଶନ୍ଧିର ସର୍ବଶ୍ରେଷ୍ଠ ଖେଳାଳି ପୁରସ୍କାର ଦୌଡ଼ରେ କୋହଲି, ଅଶ୍ୱିନ

ଦୁବାଇ,୨୫।୧୧(ପି.ଟି.): ସୁପରଷ୍ଟାର ବିରାଟ କୋହଲି ଓ ରବିଚନ୍ଦ୍ରନ ଅଶ୍ୱିନ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ୍‌ (ଆଇସିସି) ପ୍ଲେୟର ଅଫ୍‌ ଦି ଡିକେଡ୍‌ ଅର୍ଥାତ୍‌ ଦଶନ୍ଧିର ସର୍ବଶ୍ରେଷ୍ଠ ଖେଳାଳି...

ହିରୋ ଏଲିଟ୍‌ ଲିଗ୍‌: ୧୮ ବର୍ଷରୁ କମ୍‌ ଓଡ଼ିଶା ଏଫିସି ଦଳ ବିଜୟୀ

ନୂଆଦିଲ୍ଲୀ,୮।୨(ପି.ଟି.)- ହିରୋ ଏଲିଟ୍‌ ଲିଗ୍‌ରେ ୧୮ ବର୍ଷରୁ କମ୍‌ ଓଡ଼ିଶା ଏଫ୍‌ସି ଦଳ ଶୁକ୍ରବାର ଏକ ବୃହତ୍‌ ବିଜୟ ହାସଲ କରିଛି। ସ୍ଥାନୀୟ ଜବାହରଲାଲ ନେହେରୁ...

ଭାରତ- ଓ୍ବେଷ୍ଟଇଣ୍ଡିଜ୍‌ ପ୍ରଥମ ଦିନିକିଆ

ପ୍ରୋଭିଡେନ୍ସ (ଗୁୟାନା),୮।୮(ପି.ଟି.)- ବିଶ୍ୱକପ୍‌ରେ ନ୍ୟୁଜିଲାଣ୍ଡଠାରୁ ସେମିଫାଇନାଲରେ ପରାସ୍ତ ହୋଇ ବିପର୍ଯ୍ୟୟର ସମ୍ମୁଖୀନ ହେବା ପରେ ଭାରତ ପ୍ରଥମଥର ପାଇଁ ଦିନିକିଆ ମ୍ୟାଚ୍‌ ଖେଳିବାକୁ ଯାଉଛି। ବିରାଟ...

ବାମଣ୍ଡା କପ୍‌: କଟକକୁ ହରାଇ ଝାରସୁଗୁଡ଼ା ଫାଇନାଲରେ

ଦେବଗଡ଼,୩୦।୧୨:(ଡି.ଏନ୍‌.ଏ.): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡ଼ିୟମରେ ଚାଳିଥିବା ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ଶୁକ୍ରବାର ପ୍ରୋଗ୍ରେସିଭ ଝାରସୁଗୁଡ଼ା ଏବଂ ୟୁନିୟନ ସ୍ପୋର୍ଟିଂ କଟକ ମଧ୍ୟରେ ମ୍ୟାଚ୍‌...

କରୋନା ଭାଇରସ୍‌ ଭୟ: ଚାଇନା ମାଷ୍ଟର୍ସ ବାତିଲ

ବେଜିଂ,୧।୨(ଏଏଫ୍‌ପି)- ଦେଶରେ କରୋନା ଭାଇରସ୍‌ କାୟା ବିସ୍ତାର କରିସାରିଛି। ଏହାର ପ୍ରଭାବ କ୍ରୀଡ଼ାଜଗତ ଉପରେ ମଧ୍ୟ ପଡ଼ିଛି। ୨୦୨୦ ବିଶ୍ୱ ଟୁର ସିଜନରେ ଚାଇନାର ପ୍ରଥମ...

Advertisement
Archives

Model This Week