ଏଇ ଭାରତରେ

ନୂଆବସ୍ତ୍ର ପିନ୍ଧି, ମିଠେଇ ଖାଇ ବାଣ ଫୁଟାଇ ଦୀପାବଳି ପାଳନ କରାଯିବାର ପରମ୍ପରା ରହିଛି। କିନ୍ତୁ ଏଥର ଗ୍ରୀନ୍‌ ଦୀପାବଳି ପାଳନ କରିବାର ସୁଯୋଗ ଦେଇଛି ଗ୍ରାମାର୍ଟ ପ୍ରୋଜେକ୍ଟ। ଏହା ମାଧ୍ୟମରେ ମଧ୍ୟପ୍ରଦେଶ ସୌସାର ତହସିଲ ଅନ୍ତର୍ଗତ ପରଦସିଂ ଗାଁ ମହିଳାମାନେ ସିଡ୍‌ କ୍ରାକର( ମଞ୍ଜିରେ ତିଆରି ବାଣ) ଓ ସିଡ୍‌ ସୁଇଟ୍‌( ମଞ୍ଜିରେ ତିଆରି ମିଠେଇ) ପ୍ରସ୍ତୁତ କରିଛନ୍ତିି। ଏଥିରେ ନିଆଁ ଲଗାଇ ଫୁଟାଇପାରିବେନି କି ମିଠେଇକୁ ଖାଇହେବନି। ବରଂ ଦୀପାବଳିରେ ପ୍ରଦୂଷଣ ଦୂର କରିବା ସହ ଗଛ ଉତାରିବା ଲାଗି ଏହା ପ୍ରସ୍ତୁତ କରାଯାଇଛି। ଅଦରକାରୀ କାଗଜରେ ମଞ୍ଜିକୁ ବାନ୍ଧି ଅବିକଳ ବାଣ ଓ ମିଠେଇ ତିଆରି କରିଛନ୍ତି ମହିଳାମାନେ। ପିଆଜ ମଞ୍ଜିରେ ଚକ୍ରି, ରୋଜଲି (ଏକପ୍ରକାର ଫୁଲ) ମଞ୍ଜିରୁ ବମ୍‌ ବାଣ ତିଆରି ହୋଇଛି। ଏହି କାମରେ ପରଦସିଂ ଗାରଁ ପାଖାପାଖି ୫୦ଟି ପରିବାର ଲାଗିଛନ୍ତି। ଏହି ଦୀପାବଳିରେ ବାଣକୁ ମାଟିରେ ପୋତିି ପାଣି ଦେବେ ଓ ସେଥିରୁ ଗଛ ହେବ। ମଞ୍ଜିରେ ତିଆରି ଲଡ଼ୁକୁ ଦୀପାବଳିରେ କୁଣ୍ଡ କିମ୍ବା ମାଟିରେ ଲଗାଇ ଗଛ ଉତାରିବେ। ବିଲାତି ଓ ମୂଳା ଗଛ ଏଥିରୁ ବାହାରିବ। ମଞ୍ଜିରୁ ପ୍ରସ୍ତୁତ କୁକିଜ୍‌କୁ ଲଗାଇଲେ ବାଇଗଣ କିମ୍ବା ପୁରୁଣି ଶାଗ ଗଛ ଉଠିବ। ମଞ୍ଜିରୁ ପ୍ରସ୍ତୁତ ବର୍ଫିରୁ ବାହାରିବ ଭେଣ୍ଡି କିମ୍ବା ଖଡାଶାଗ ଗଛ। ଏହାକୁ ଇ-କମର୍ସ ପ୍ଲାଟଫର୍ମରେ ବିକ୍ରି କରାଯାଉଛି। ବାଣ ସହ ଲଡୁକୁ ଲଗାଇବା ଲାଗି ନଡିଆ କତାର କୁଣ୍ଡ ମଧ୍ୟ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାଙ୍ଗାଲୋରର ଘରୋଇ ସହାୟିକା ରଜନୀ ସେଟ୍ଟୀ ଯାହା ରୋଜଗାର କରୁଛନ୍ତି ସେଥିରେ ବୁଲା କୁକୁରଙ୍କୁ ଖାଇବାକୁ ଦେଉଛନ୍ତି। ଥରେ ବସ୍‌ରେ ଯାତ୍ରା କରିବା ସମୟରେ ଏକ...

ପଶମ ଶିଳ୍ପରେ ନିଷ୍ଠୁରତା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଅନେକ ଲୋକ ଭାବନ୍ତି, ହସଖୁସିରେ ଘାସ ଚରୁଥିବା ମେଣ୍ଢାମାନଙ୍କୁ ନେଇ ପଶମ (ଉଲ୍‌) ଶିଳ୍ପ ଗଠିତ। ଏହି ଶିଳ୍ପରେ କୌଣସି...

ଏଇ ଭାରତରେ

ଟ୍ରାନ୍ସଜେଣ୍ଡର ହୋଇ ବି ସେ ସୃଷ୍ଟି କରିଛନ୍ତି ନିଜର ଏକ ସ୍ବତନ୍ତ୍ର ପରିଚୟ। ଲୋକଙ୍କ ଟାହିଟାପରାକୁ ଖାତିର ନ କରି ସେ ଏବେ ହୋଇପାରିଛନ୍ତିି କେରଳର...

ଏଇ ଭାରତରେ

ଭାରତରେ ଧାର୍ମିକ ପରମ୍ପରାରେ ଏବେ ବି ଯନ୍ତ୍ରଣାଦାୟକ ବିଧି ଜମିରହିଛି। ଏମିତିକି ଆଧୁନିକତାର ସ୍ରୋତରେ ସାମିଲ ହୋଇଥିବା ରାଜପରିବାରରେ ମଧ୍ୟ ଏଭଳି କିଛି ବିଧି ଉପରେ...

ପ୍ରଗତିପନ୍ଥୀ ବିଚାରପତି

ପାକିସ୍ତାନ ୧୪ ଅଗଷ୍ଟ ୨୦୨୧ରେ ୭୫ତମ ସ୍ବାଧୀନତା ଦିବସ ପାଳନ କରିଛି। ଏହାର ଅବ୍ୟବହିତ ପୂର୍ବରୁ ତା’ର ନ୍ୟାୟପାଳିକା ଇତିହାସରେ ଏକ ପ୍ରଗତିଶୀଳ ପଦକ୍ଷେପ ନିଆଯାଇଥିବାରୁ...

ଜଙ୍ଗଲ ନିଆଁ ଓ ଜନ ସହଭାଗିତା

ଘାସିରାମ ପଣ୍ଡା   ଖରାଦିନେ ଜଙ୍ଗଲରେ ନିଆଁ ଲାଗିବା ନୂଆ କଥା ନୁହେଁ। ପିଲାବେଳେ ରାତିରେ ଦୂର ପାହାଡ଼ର ନିଆଁ ଦେଖି କ’ଣ ବୋଲି ପଚାରିଲେ...

ଏଇ ଭାରତରେ

ଅଭାବୀ ପେଟର ଜ୍ୱଳାକୁ ଚିହ୍ନୁଥିବା ବ୍ୟକ୍ତି ଦୁନିଆରେ ବିରଳ। ସେହି ବିରଳ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମଧ୍ୟପ୍ରଦେଶର ଶିବମ ସୋନି। ସେ ଇନ୍ଦୋରରେ ଏକ...

ପ୍ରଚଣ୍ଡ ସାମ୍ୟବାଦୀରୁ ସମ୍ପୂର୍ଣ୍ଣ ଅଧ୍ୟାମତ୍ବାଦୀ

ପ୍ରସାଦ ତ୍ରିପାଠୀ ଆମ୍ଭେମାନେ ଯେବେ ତରୁଣ ଥିଲୁ, ସେତେବେଳେ ମନୋଜ ଦାସ ଥିଲେ ସାମ୍ୟବାଦୀ ମନ୍ତ୍ରରେ ଅଭିମନ୍ତ୍ରିତ ଏକ ଅଗ୍ନିଶିଖା। ସ୍ବର୍ଗତ ମନମୋହନ ମିଶ୍ର, ରାମକୃଷ୍ଣ...

Advertisement


Archives

Model This Week