ମୁଁ ପିଆଜ କହୁଛି

ଡ. କୁଳାଙ୍ଗାର

ମୁଁ ପିଆଜ! ମୋତେ ଆପଣ ତ ଚିହ୍ନିଥିବେ!! କିନ୍ତୁ ଆପଣ ଏ କଥା ଜାଣି ନ ଥିବେ କି ମୁଁ ହେଉଛି ବିକାଶର ଭାଇ!!! କ’ଣ କହିଲେ, କୋଉ ବିକାଶ? ସେଇ ବିକାଶ ଯାହାକୁ ଆପଣ ଜମାରୁ ଦେଖିପାରନ୍ତି ନାହିଁ ସେଇ ବିକାଶ। କିନ୍ତୁ ହେଇ ଦେଖ… ହେଇ ଦେଖ… ବିକାଶ ଆସିଛି ବିକାଶ ଆସିଛି ବୋଲି ନେତାମାନେ ଚିତ୍କାର କରନ୍ତି! ମାନେ ନାନା ଉନ୍ନତି ଓ ସୁବିଧା ବ୍ୟବସ୍ଥା କଥା।
ହେ ହେ…! ଏବେ ବୁଝିଲେ ତ? ଓଃହ, ତଥାପି ବୁଝି ପାରୁନାହାନ୍ତି କି ମୁଁ ବିକାଶର ଭାଇ ହେଲି କେମିତି? ହଉ, ଜମା ବ୍ୟସ୍ତ ହୁଅନ୍ତୁନି। ମୁଁ ଭଲରେ ବୁଝାଇ ଦେଉଛି।
ଦେଖନ୍ତୁ ଆମେ ଦୁଇ ଭାଇ ଏକା ବର୍ଣ୍ଣର। ମାନେ ଗୋଲାପୀ ଗୋଲାପୀ। ବିକାଶର ଗୋଲାପୀ ରଙ୍ଗ ଆପଣଙ୍କୁ ତ ଅନେକ ଦେଖା ଯାଇଥିବ। ମୋର ରଙ୍ଗ ମଧ୍ୟ ସେୟା। ଆମ ଉଭୟଙ୍କର ରଙ୍ଗ ଭାରି ଲୋଭିଲା।
ଅନେକ ଲୋକ ମୋ ପରି ବିକାଶର ପାଖୁଡ଼ା ଖୋଲିବାକୁ ଚେଷ୍ଟା କରିଥାଆନ୍ତି। କିନ୍ତୁ ନିରାଶ ହୋଇଥାଆନ୍ତି। ଯେମିତି ବିକାଶର ମଞ୍ଜ କି ମଞ୍ଜି ନ ଥାଏ, ସେମିତି ମୋର ମଧ୍ୟ ନ ଥାଏ। ଆମେ ବାହାରୁ ଭିତର ଖାଲି ଚୋପାମୟ। ଉପର ଗୋଲାପୀ ସିନା, ଯେତେ ଭିତରକୁ ଯିବ ସେତେ ଧଳା।
ବିକାଶ ଓ ମୁଁ ଉଭୟ ଆଇଁଷିଆ। ଆମେ କେହି ରକ୍ତମାଂସଧାରୀ ନୁହେଁ। କିନ୍ତୁ ଆମ ଚରିତ୍ରକୁ ଚାହିଁ ଆମର ଏପରି ପରିଚୟ। ଆମେ ଦୁହେଁ କାଳେ ମଣିଷକୁ ଉତ୍ତେଜିତ କରାଉ। ତେବେ ବିକାଶ ଲୁଚିଯାଏ ଆଉ ମୁଁ ବିଚରା ଚିହ୍ନା ପଡ଼େ।
ଆମେ ଦୁହେଁ ସର୍ବଦା ମଣିଷ ଆଖିରୁ ଲୁହ ଝରାଇବା ପାଇଁ ତପତ୍ର। ମୋତେ କାଟିବା ମାତ୍ରେ ଆପଣଙ୍କ ଆଖିରୁ କୁହ ଝରିବାଟା ଥୟ। ମଣିଷ ସହିତ ମଣିଷର ଯେମିତି ପଡ଼େ ନାହିଁ ସେମିତି ମୋତେ ଆଗ ପନିକି ଅଗରେ ଗେଞ୍ଜିଦେଲେ ମୁଁ ଅନ୍ୟ ପିଆଜର ରାଗକୁ କାଟିଦେଇପାରିବି ବୋଲି ଅନେକେ ବିଶ୍ୱାସ କରିଥାଆନ୍ତି।
ତେବେ ରକ୍ତ ମାମଲାରେ ଆମର ସମ୍ପର୍କ ନିଆଁ-ପାଣିର। ଭାଇ ଭାଇ ହୋଇଥିବାରୁ ଆମେମାନେ ବି ଟିକେ ମାଡ଼ଗୋଳ ଲାଗିବୁ କି ନାଇଁ? ତେଣୁ ମୁଁ ମଣିଷଙ୍କ ଶରୀରରେ ରକ୍ତବୃଦ୍ଧିରେ ସହାୟକ ହେଉଥିଲା ବେଳେ ବିକାଶ କିନ୍ତୁ ସେମାନଙ୍କ ରକ୍ତ ଶୋଷିବାରେ ବ୍ୟସ୍ତ ଥାଏ।
ସେଥିପାଇଁ ବିକାଶ ବହୁ ଭାଷଣରେ ଥାଏ, କିନ୍ତୁ ମୋର ନାମକୁ କ୍ୱଚିତ୍‌ ଲୋକେ ଭାଷଣ ବେଳେ ଧରିଥାଆନ୍ତି।
ଟିଭି ଚାନେଲଗୁଡ଼ିକ ସହ ମୋର ଟିକେ ଅଲଗା ଭାବ। ସେମାନେ ସବୁବେଳେ ମୋର ଦରବୃଦ୍ଧି ପାଇଁ ମନାସି ଥାଆନ୍ତି। କାରଣ ମୋର ଦରବୃଦ୍ଧି ହେଲେ ତାଙ୍କର ଦର୍ଶକ ବଢ଼ିଥାଆନ୍ତି। ତେଣୁ ମୋର ଦର ବଢ଼ିବା ଆଗରୁ ସେମାନେ ଏମିତି ବଢ଼େଇ ଚଢ଼େଇ ଖବର ପ୍ରସାରଣ କରନ୍ତି ଯେ ମୋର ଦର ଆପେ ବଢ଼ିଯାଏ। ଓଡ଼ିଶାରେ ଯଦିଓ ମୋର ଦର ପଚିଶ ତିରିଶ ଟଙ୍କା ଥାଏ, ମହାରାଷ୍ଟ୍ରରେ ପିଆଜ କିଲୋ ପଚାଶ ଟଙ୍କା ହେଲାଣି ବୋଲି ଏଇ ଚାନେଲଗୁଡ଼ିକ ଘନ ଘନ ଘୋଷଣା କରିବା ଫଳରେ ପଚିଶରେ ବିକ୍ରି କରୁଥିବା ପିଆଜର ଦାମ୍‌କୁ ଦୋକାନୀମାନେ ତତ୍‌କ୍ଷଣାତ ପଚାଶ କରିଦେଇ ଥାଆନ୍ତିି। ଏହାପରେ ପିଆଜକୁ ନେଇ ବ୍ରେକିଂ ନ୍ୟୁଜ୍‌, ପିଆଜ ବିଶେଷ ଆଉ ପିଆଜ ବିତର୍କରେ ଚାନେଲଗୁୁଡ଼ିକ ଉଛୁଳି ପଡ଼ନ୍ତି।
ମୋର ଦରବୃଦ୍ଧି ଅନେକଙ୍କୁ କଷ୍ଟ ଦିଏ ସତ, କିନ୍ତୁ ଏ କଥା ବି ସତ କି ଅନେକଙ୍କ ପାଇଁ ଏହା ମଧ୍ୟ ଲାଭଦାୟକ ହୋଇଥାଏ। ସେମିତି ପିଆଜ ଦରବୃଦ୍ଧି ବେଳର କଥା। ‘ଯୁବକଟିଏ ତା’ର ଆକାଂକ୍ଷିତ ଯୁବତୀଟିର ହୃଦୟ ଜୟ କରିବା ପାଇଁ ବାରମ୍ବାର ଚେଷ୍ଟା କରି ବିଫଳ ହୋଇଥାଏ। ସେଦିନ ଥାଏ ରବିବାର।
ମେସ୍‌ରେ ମାଂସ ରାନ୍ଧି ଖାଇବା ପାଇଁ ଯୁବତୀ ଓ ତା’ର ସାଥୀମାନେ ମାଂସ ତ ନେଇ ଆସିଲେ କିନ୍ତୁ ଦେଖିଲା ବେଳକୁ ପିଆଜ ନାହିଁ। କ’ଣ କରାଯିବ? ପାଖ ଦୋକାନକୁ ଯାଇ ମାଗିବାରୁ ସିଏ କହିଲା- ପିଆଜର ଦର ଏତେ ବଢ଼ିଯାଇଛି ଯେ ତାକୁ ଦେଖିବାକୁ ଲୋକଙ୍କୁ ଡର ମାଡୁଛି। ତେଣୁ ମୁଁ ପିଆଜ ରଖିନି!
ଏମିତି ଆଖପାଖର ଦୋକାନଗୁଡ଼ିକରେ ପିଆଜ ସନ୍ଧାନରେ ବୁଲି ବୁଲି ନିରାଶ ହୋଇ ଯୁବତୀ ଓ ତା’ର ବାନ୍ଧବୀମାନେ ଫେରୁଥିବା ବେଳେ ଉପରୋକ୍ତ ଯୁବକଟି ଗୋଦାମରୁ ଦୁଇ କିଲୋ ପିଆଜ ଆଣି ଯୁବତୀ ସାମ୍ନାରେ ଦଣ୍ଡାୟମାନ ହୋଇ ପିଆଜ ମୁଣାଟି ଧରାଇଦେଲା। ଏଥର ଯୁବତୀ ଭାବପ୍ରବଣ ହୋଇ କହିଲା- ମୁଁ ତୁମକୁ ବହୁତ ଭଲପାଏ। ‘ଦେଖନ୍ତୁ ବାବାଜିଆ ଲୋକ; ଯେଉଁମାନେ ପାରିବାରିକ ବିକାଶକୁ ଥୁ କରିଦେଇ ନିଶଦାଢ଼ିର ବିକାଶକୁ ପ୍ରାଧାନ୍ୟ ଦେଇଥାଆନ୍ତି, ସେମାନଙ୍କ ନିକଟରେ ମୁଁ ନ ଥାଏ। ଉପରକୁ ସେମାନେ ଖାଲି କହନ୍ତି କି ମୁଁ ପିଆଜ ଖାଏନା, ଆମେ ହେଲୁ ନିରାମିଷ! କି କଥା ମୁଁ କ’ଣ କୋଉ ଜନ୍ତୁଜୁନ୍ତା ହେଇଚି ଯେ ମୋତେ ନ ଖାଇଲେ ଆପଣ ନିରାମିଷ ହୋଇଗଲେ? ପ୍ରକୃତ କଥା ହେଲା ମୋତେ ନେବାକୁ ସେମାନଙ୍କର ଦମ୍‌ ନ ଥାଏ। କିନ୍ତୁ ବାବାଜିଆ ବେଶରେ ଥିବା ଅନେକ ଲୋକ ଯେଉଁମାନେ ନାନା ଫନ୍ଦି ଫିକର କରି ଭିତିରିଆ ନିଜର ତଥା ପରିବାରର ବିକାଶରେ ମନୋନିବେଶ କରିଥାଆନ୍ତି, ସେମାନଙ୍କ ଖାଇବା ଥାଳିରେ ମୁଁ ଥାଏ।
ଯେହେତୁ ମୋର ଭାଇ ବିକାଶ ସେଠାରେ ଲୁଚିକରି ଥାଏ, ମୋର ଉପସ୍ଥିତି ମଧ୍ୟ ପ୍ରକାଶିତ ହୁଏ ନାହିଁ।
ମୋର ଦର ଏତେ ଯେ ସମସ୍ତେ ମୋତେ ପାଇପାରନ୍ତି ନାହିଁ। ତେଣୁ ବିକାଶ ଯୋଉଠି ମୁଁ ସେଇଠି। ଅର୍ଥାତ ଯାହାର ଆର୍ଥିକ ବିକାଶ ହୋଇଥାଏ ତା’ ପାଖରେ ଟଙ୍କା ଥାଏ। ଯା’ ପାଖରେ ଟଙ୍କା ଥାଏ, ତା ପାଖରେ ମୁଁ ଥାଏ। ଏବେ କୁହନ୍ତୁ ବିକାଶ ମୋର ଭାଇ କି ନାଇଁ?
ଚାଷୀ ହେଲା ମୋର ପାଳନକର୍ତ୍ତା, ସେବକ। ସିଏ ରାତିଦିନ ଏକ କରି ଖଟିଖଟି ମୋତେ ପାଳିପୋଷି ଛୋଟରୁ ବଡ଼ କରିଥାଏ। ଚାଷୀ ନିକଟରୁ ମୁଁ ଆସେ ବ୍ୟବସାୟୀ ନିକଟକୁ। ତା’ ପରେ ମୋର ଦେଖ ଭାଉ।
ମୁଁ ବେଶ୍‌ ଉପାଦେୟ ଓ ଦାମୀ ପାଲଟିଯାଏ। କାରଣ ବ୍ୟବସାୟୀ ନିକଟରେ ମୋର ଭାଇ ବିକାଶ ଥାଏ!
ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ କି ବିକାଶକୁ ନ ଧରିଲେ କ’ଣ ପିଆଜକୁ ଧରି ହେବ ନାଇଁ? ପକେଟରେ ଧନ ନ ଥିବାରୁ ଆପଣ ମୋତେ ଜୁଳୁଜୁଳୁ ଚାହୁଁଥିବେ ଆଉ ମୁଁ ଆପଣଙ୍କୁ ଖତେଇ ହେଉଥିବି! ପିଆଜ କ’ଣ ଖାଲି ଧନୀର? ତା ହେଲେ ଧୀରେ ଧୀରେ ପିଆଜର ପ୍ରାପ୍ତି କ’ଣ ନିର୍ଧନ ପାଇଁ ସ୍ବପ୍ନ ହୋଇଯିବ?
ଏହି ପ୍ରଶ୍ନର ସଳଖ ଉତ୍ତର ହେଲା-ଯଦି ଆପଣଙ୍କ ପାଖରେ ବିକାଶର ଚିହ୍ନବର୍ଣ୍ଣ ନାହିଁ ତା’ହେଲେ ମୋତେ ମଣିଷପଣିଆ ପରିତ୍ୟାଗ କରିବାକୁ ହେବ ଏବଂ ଷଣ୍ଢ ପରି ବିଚ୍‌ ବଜାରରେ ମୋତେ ଟେକି ନେବାକୁ ପଡ଼ିବ।
ନରସିଂହପୁର, କଟକ
ମୋ-୮୮୯୫୮୨୫୮୬୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?