ଡିଜିଟାଲ ପରିଚାଳିକା

ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ଚଳିତମାସ କ୍ଷମତାରେ ବସିବାକୁ ଯାଉଥିବାରୁ ତାଙ୍କ ପ୍ରଶାସନରେ କେଉଁମାନଙ୍କୁ ନେବେ ସେଥିଲାଗି କସରତ ଚାଲିଛି। ନିକଟରେ ବାଇଡେନ୍‌ଙ୍କ ହ୍ବାଇଟ୍‌ ହାଉସ୍‌ ଅଫିସ୍‌ ଅପ୍‌ ଡିଜିଟାଲ ଷ୍ଟ୍ରାଟେଜି ଗଢ଼ାଯାଇଛି। ଉଲ୍ଲେଖଯୋଗ୍ୟ, ଡିଜିଟାଲ କୌଶଳ ତିଆରି କରିବାରେ ଏହି ଟିମ୍‌ ମୁଖ୍ୟତଃ କାର୍ଯ୍ୟ କରିବ। ହ୍ବାଇଟ୍‌ ହାଉସ୍‌ ସହ ଆମେରିକୀୟମାନଙ୍କୁ ଅଭିନବ ଉପାୟରେ ଯୋଡ଼ିବାରେ ଏହାର ବିଶେଷଜ୍ଞମାନେ ପ୍ରମୁଖ ଭୂମିକା ନିଭାଇବେ। ଏହି ଟିମ୍‌ରେ ପ୍ଲାଟଫର୍ମ ମ୍ୟାନେଜର, ଡିଜିଟାଲ ପାର୍ଟନରଶିପ୍‌ ମ୍ୟାନେଜର, ଭିଡିଓ ଡାଇରେକ୍ଟର, ଡାଇରେକ୍ଟର ଅଫ୍‌ ପ୍ଲାଟଫର୍ମସ, କ୍ରିଏଟିଭ୍‌ ଡାଇରେକ୍ଟର, ଡିଜାଇନର, ଟ୍ରାଭେଲିଂ କଣ୍ଟେଣ୍ଟ ଡାଇରେକ୍ଟର, ଡେପୁଟି ଡାଇରେକ୍ଟର ଅଫ୍‌ ଡିଜିଟାଲ ଷ୍ଟ୍ରାଟେଜି ଏବଂ ଡାଇରେକ୍ଟର ଅଫ୍‌ ଡିଜିଟାଲ ଏନ୍‌ଗେଜ୍‌ମେଣ୍ଟ ଭଳି ପଦବୀ ରହିଛି। ତେବେ ଏଥିରେ କଶ୍ମୀର ଜନ୍ମିତ ଆୟେଶା ଶାହାଙ୍କୁ ଡିଜିଟାଲ ଷ୍ଟ୍ରାଟେଜିର ପାର୍ଟନରଶିପ୍‌ ମ୍ୟାନେଜର ଭାବେ ଅବସ୍ଥାପିତ କରାଯାଇଛି। ଫଳରେ ବାଇଡେନ୍‌ ପ୍ରଶାସନରେ ଭାରତୀୟ ବଂଶୋଦ୍ଭବଙ୍କ ସଂଖ୍ୟା ବଢ଼ିଚାଲିଛି।
ଆମେରିକାର ଲୁଇସିଆନାରେ ବଢ଼ିଥିବା ଆୟେଶା ଡାଭିଡ୍‌ଶନ କଲେଜରୁ ସ୍ନାତକ ଶେଷ କରିଥିଲେ। ଏବେ ସ୍ମିଥ୍‌ସୋନିଆନ୍‌ ଇନ୍‌ଷ୍ଟିଚ୍ୟୁଶନ୍‌ରେ ଆଡ୍‌ଭାନ୍ସମେଣ୍ଟ ସ୍ପେଶିଆଲିଷ୍ଟ ଭାବେ କାର୍ଯ୍ୟ କରୁଛନ୍ତି। ବାଇଡେନ୍‌-ହାରିଶ୍‌ ନିର୍ବାଚନ ଅଭିଯାନରେ ସେ ଡିଜିଟାଲ ପାର୍ଟନରଶିପ୍‌ ମ୍ୟାନେଜର ଭାବେ କାର୍ଯ୍ୟ କରି ନିଜର ଦକ୍ଷତା ପ୍ରତିପାଦନ କରିଥିବାରୁ ତାଙ୍କୁ ଏଭଳି ପୁରସ୍କାର ମିଳିଲା ବୋଲି କୁହାଯାଉଛି। ସେ ଜନ୍‌ ଏଫ୍‌ କେନେଡି ସେଣ୍ଟର ଫର୍‌ ପର୍ଫର୍ମିଂ ଆର୍ଟସର କର୍ପୋରେଟ୍‌ ଫଣ୍ଡ୍‌ର ଆସିଷ୍ଟାଣ୍ଟ୍‌ ମ୍ୟାନେଜର ଥିଲେ। ଜଣେ ରାଷ୍ଟ୍ରପତିଙ୍କ ସ୍ମାରକୀ କାର୍ଯ୍ୟକ୍ରମକୁ ପ୍ରସାରିତ କରିବାରେ ଆୟେଶା ଯେଉଁଭଳି ଢଙ୍ଗରେ କାର୍ଯ୍ୟ କରିଥିଲେ, ତାହା ଅତି ପ୍ରଶଂସନୀୟ ହୋଇପାରିଥିଲା। ସାମାଜିକ ପରିବର୍ତ୍ତନ ଆଣିବା ଦିଗରେ ପପ୍‌ ସଂସ୍କୃତିର ସାହାରା ନେଇଥିଲେ। ଏହିଭଳି ଅଭିନବ ପଦକ୍ଷେପ ନେବାରେ ଆୟେଶାଙ୍କ ନେତୃତ୍ୱ ବାଇଡେନ୍‌ଙ୍କୁ ଆକର୍ଷିତ କରିଥିଲା। ଦେଖାଯାଏ, ଆଧୁନିକ ଯୁଗରେ ଯୋଗାଯୋଗ ମାଧ୍ୟମକୁ ଯିଏ ଭଲ ଭାବେ ବ୍ୟବହାର କରିପାରିଲା, ତାଙ୍କର ସେତେ ଉପରକୁ ଉଠିବାର ମାର୍ଗ ପ୍ରଶସ୍ତ ହୋଇଯାଇଥାଏ। ନବନିର୍ବାଚିତ ରାଷ୍ଟ୍ରପତି ବାଇଡେନ୍‌ ଓ ଉପରାଷ୍ଟ୍ରପତି କମଲା ହାରିଶ୍‌ଙ୍କ ଦାୟିତ୍ୱ ଗ୍ରହଣ ସମୟରେ ଏକାଥରକେ ଯେଭଳି ଏକ ପରିବର୍ତ୍ତନ ଦେଖାଦେଇପାରିବ, ସେହି ଦିଗରେ ଆୟେଶା ପ୍ରୟାସ କରୁଛନ୍ତି। ସେ ତାଙ୍କ ଟିମ୍‌ ସଦସ୍ୟଙ୍କୁ ଏଥିଲାଗି ପ୍ରୋତ୍ସାହିତ କରିଚାଲିଛନ୍ତି।
କୁହାଯାଉଛି, ଯେଉଁଭଳି ଢଙ୍ଗରେ ବାଇଡେନ୍‌ ତାଙ୍କ ଡିଜିଟାଲ ଟିମ୍‌ ପ୍ରତି ପ୍ରାଧାନ୍ୟ ଦେଇଛନ୍ତି, ତାଙ୍କ ଦାୟିତ୍ୱ ଗ୍ରହଣ ପରେ ସେ ଲୋକଙ୍କ ନିକଟରେ ସହଜରେ ପହଞ୍ଚତ୍ପାରିବେ। ଫଳରେ ବାଇଡେନ୍‌ଙ୍କ ନିଜସ୍ବ ସୋସିଆଲ୍‌ ପ୍ଲାଟଫର୍ମକୁ ଅତିକ୍ରମ କରି ଡିଜିଟାଲ ଯୋଗାଯୋଗ ଶକ୍ତିଶାଳୀ ହୋଇପାରିବ ବୋଲି ଡେମୋକ୍ରାଟ୍‌ ଲିଡର ବିଶ୍ୱାସ ରଖିଛନ୍ତି। ପୁଣି ମହାମାରୀ ସମୟରେ ଡିଜିଟାଲ କମ୍ୟୁନିଟିଜ୍‌ ଆଣ୍ଡ୍‌ ଅନ୍‌ଲାଇନ୍‌ ସ୍ପେସେସ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାରୁ ଏହାକୁ ଆହୁରି ସୁଦୃଢ଼ କରିବା ଲାଗି ଡିଜିଟାଲ୍‌ ଟିମ୍‌ ଲାଗିପଡ଼ିଛି। କୁହାଯାଉଛି, ଏହି ବ୍ୟବସ୍ଥା ଦ୍ୱାରା ସବୁ ଆମେରିକୀୟଙ୍କ ସହ ପ୍ରତ୍ୟକ୍ଷ କଥା ହେବା ସହଜ ହୋଇପାରିବ। ଏପରିକି ଯେଉଁ ଆମେରିକୀୟ ଯେଉଁଠାରେ ଥିବେ, ସଙ୍ଗେ ସଙ୍ଗେ ତାଙ୍କ ପାଖରେ ଡିଜିଟାଲ ଟିମ୍‌ ପହଞ୍ଚିବାରେ ସକ୍ଷମ ହେବ। ଏହିଭଳି ଡିଜିଟାଲ ସମ୍ପର୍କ ବଢ଼ିପାରିଲେ ବାଇଡେନ୍‌ଙ୍କ ପ୍ରଶାସନ ଅଧିକ କ୍ରିୟାଶୀଳ ହୋଇପାରିବ ବୋଲି ଆୟେଶା କହିଛନ୍ତି। ବାଇଡେନ୍‌-ହାରିଶ୍‌ ନିର୍ବାଚନ ଅଭିଯାନରୁ ଡିଜିଟାଲ ଟିମ୍‌ ଜରିଆରେ ଆମେରିକୀୟଙ୍କ ନିଟରେ ପହଞ୍ଚିବାରେ ଆୟେଶା ଯେଉଁ ସେତୁ ଗଢ଼ିଛନ୍ତି, ତାହା ଅନ୍ୟାନ୍ୟ ରାଷ୍ଟ୍ରର ରାଜନେତାଙ୍କ ସଫଳତା ପାଇଁ ଏକ ରୋଲ୍‌ ମଡେଲ୍‌ ଭାବେ ନିଶ୍ଚିତ କାର୍ଯ୍ୟ କରିବ ବୋଲି ଆଶା କରାଯାଏ।

-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri