କୋଭିଡ ଟୀକାକରଣ ନିମନ୍ତେ ପୂର୍ବାଭ୍ୟାସ

ଦେବଗଡ଼,୩ା୧(ଡି.ଏନ.ଏ) ଦେବଗଡ ଜିଲାରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଶନିବାର କୋଭିଡ ଟୀକାକରଣର ପୂର୍ବାଭ୍ୟାସ କରାଯାଇଥିଲା। ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମନୋଜ କୁମାର ଉପାଧ୍ୟାୟ ଓ ଜାତୀୟ ସ୍ବାସ୍ଥ୍ୟ ମିଶନର ଜିଲା ପ୍ରୋଗ୍ରାମ ମ୍ୟାନେଜର ଉମେଶ ଷଡଙ୍ଗୀଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ହୋଇଥିଲା। ଜିଲା ସ୍ବାସ୍ଥ୍ୟ ବିଭାଗର ୨୫ ଜଣ କର୍ମଚାରୀଙ୍କୁ ନେଇ ଏହି ପୂର୍ବାଭ୍ୟାସ କରାଯାଇଥିଲା। ଏଥି ନିମନ୍ତେ ସ୍ବତନ୍ତ୍ର ସୁରକ୍ଷା ଏବଂ ସାନିଟାଇଜେସନ ସହ ଅଭ୍ୟର୍ଥନା କକ୍ଷ ଓ ପର୍ଯ୍ୟବେକ୍ଷଣ କେନ୍ଦ୍ର ଖୋଲାଯାଇଥିଲା। ସେହିପରି ସହ କୌଣସି ପାର୍ଶ୍ୱ ପ୍ରତିକ୍ରୀୟା ହେଲେ ଏହାର ଜରୁରୀ ଚିକିତ୍ସା ପାଇଁ ମଧ୍ୟ ସ୍ବତନ୍ତ୍ର ଚିକିତ୍ସା ବ୍ୟବସ୍ଥା କରାଯାଇଥିଲା। ଏହି ପୂର୍ବାଭ୍ୟାସ ଆଗାମୀ ଦିନରେ କୋଭିଡ ଟୀକାକରଣରେ ସହାୟକ ହେବ ବୋଲି ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଉପାଧ୍ୟାୟ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ବ୍ରଜବନ୍ଧୁ ଭୋଇ, ହସ୍ପିିଟାଲ ମ୍ୟାନେଜର ଜିତେନ ଭଇଁସା, ଜ୍ୟୋତ୍ସ୍ନା ଶର୍ମା, ଲୋପାମୁଦ୍ରା ପ୍ରଧାନ, ମହେନ୍ଦ୍ର ମିଶ୍ର ଓ ରଞ୍ଜିତ ନାୟାର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୩ ମାସର ଶିଶୁ କନ୍ୟାଙ୍କୁ ତେଲ ମାଲିସ୍‌ବେଳେ ହେଲା ହାକୁଡ଼ି…ପରେ ଘଟିଲା ଅସ୍ବାଭାବିକ ଘଟଣା

ଦେବଗଡ,୨୧।୮(ଶଶାଙ୍କ ଶେଖର ଝାଙ୍କର): ରିଆମାଳ ବ୍ଲକ ତଥା କୁଣ୍ଢେଇଗୋଳା ଥାନା ଅଞ୍ଚଳର ରୁକୁମା ଗ୍ରାମର ଜଣେ ୩ ମାସର ଶିଶୁ କନ୍ୟାଙ୍କର ଅସ୍ବାଭାବିକ ମୃତ୍ୟୁ ଘଟିଛି। ସୂଚନା…

ବାର୍‌ହା ଶିକାର ପାଇଁ ବାଣ ଭିଡୁଥିବାବେଳେ ଘରୁ ଶୁଭିଲା ଚିତ୍କାର: ଆଉ ତା’ପରେ ଘଟିଲା..

ଦେବଗଡ,୨୧୮(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ଥାନାଞ୍ଚଳ ଗୁରୁସଙ୍ଗ ଗ୍ରାମରେ ବାର୍‌ହା ଶିକାର ପାଇଁ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟି ୨ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିବା…

ଘରେ ଶୋଇଥିଲେ ଟିକେଶ୍ୱର, କାମୁଡ଼ିଲା ସାପ: ରାତିଅଧରେ ଏମିତି କାମ କରିବାରୁ ଘଟିଲା…

ଦେବଗଡ,୨୦।୮(ଶଶାଙ୍କ ଶେଖର ଝାଙ୍କର): ସାପ କାମୁଡାରେ ଦେବଗଡ ଥାନା ତଥା ବାରକୋଟ ବ୍ଲକ କଂଟାପାଲି ଗ୍ରାମ ପଞ୍ଚାୟତର ଟୁସୁଳା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri