ନୀତି ଆୟୋଗକୁ ୬ ବର୍ଷ

ନୂଆଦିଲ୍ଲୀ,୩।୧: ୨୦୧୪-୧୫ ଆର୍ଥିକ ବର୍ଷ ସମୟରେ ନରେନ୍ଦ୍ର ମୋଦିଙ୍କ ପ୍ରଥମ ପାଳିର ପ୍ରଥମ ବର୍ଷରେ ଦୀର୍ଘ ୬ ଦଶନ୍ଧି ଧରି କାର୍ଯ୍ୟ କରୁଥିବା ଯୋଜନା ଆୟୋଗକୁ ଭାଙ୍ଗି ଦିଆଯାଇଥିଲା। ଯୋଜନା ଆୟୋଗର ନାମ ବଦଳାଇ ନୀତି ଆୟୋଗ (ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟଶନ ଫର୍‌ ଟ୍ରାନ୍ସଫର୍ମିଂ ଇଣ୍ଡିଆ) ନାମରେ ତାହାକୁ ଗଠନ କରାଗଲା। ଦେଶକୁ ନୂଆ ଦିଶା ଦେଖାଇବା ପାଇଁ ଏହା ଗଠନ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦି ୨୦୧୪ ସ୍ବାଧୀନତା ଦିବସରେ ଲାଲକିଲ୍ଲାରୁ ଉଦ୍‌ବୋଧନ ଦେଇ କହିଥିଲେ। ୨୦୧୫ ଜାନୟାରୀ ପହିଲାରେ ଏହା ଆନୁଷ୍ଟାନିକ ଭାବରେ ପ୍ରତିଷ୍ଠା ହୋଇଥିଲା। ଶୁକ୍ରବାର(ଚଳିତ ବର୍ଷ ୨୦୨୧) ଏହି ପ୍ରତିଷ୍ଠାନକୁ ୬ ବର୍ଷ ପୂରଣ ହୋଇଛି। ଏହି ସମୟ ମଧ୍ୟରେ ପ୍ରତିଷ୍ଠାନ ତା’ର ଲକ୍ଷ୍ୟ ହାସଲରେ କେତେ ସଫଳ ହୋଇଛି ତାହାକୁ ନେଇ ମଧ୍ୟ ବିଭିନ୍ନ ଫୋରମରେ ବିତର୍କ ଚାଲିଛି। ଏହି ଛଅ ବର୍ଷ ମଧ୍ୟରେ ନୀତି ଆୟୋଗ ବିଭିନ୍ନ ପ୍ରସଙ୍ଗରେ ଏକାଧିକ ରିପୋର୍ଟ ଦେବା ସହିତ ଲକ୍ଷ୍ୟ ହାସଲ ପାଇଁ ଅନେକ ଅଭିଳାଷ ମଧ୍ୟ ରଖିଛି ବୋଲି ଜଣାପଡିଛି। ସେଗୁଡ଼ିକ ମଧ୍ୟରେ ୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦୁଇଗୁଣ କରିବା, ୨୦୨୪ରେ ଦେଶରେ ଏକା ସାଙ୍ଗରେ ନିର୍ବାଚନ କରିବା, ୨୦୩୦ ସୁଦ୍ଧା ଦେଶରେ କେବଳ ବିଜୁଳି ଗାଡ଼ି ଚଳାଚଳ କରିବା, ୨୦୨୨ ସୁଦ୍ଧା ଦେଶର ନିବେଶ ହାରକୁ ୩୬%ରେ ପହଞ୍ଚାଇବା ଆଦି ଲକ୍ଷ୍ୟ ରହିଥିବା ସୂଚନା ମିଳିଛି। ସେହିଭଳି ନ୍ୟାଶନାଲ ମେଡିକାଲ କମିଶନ, ଜାତୀୟ ଶିକ୍ଷାନୀତି, ଆୟୁଷ୍ମାନ ଭାରତ ଭଳି ଗୁରୁତ୍ୱପୂର୍ଣ୍ଣ ଯୋଜନା ନୀତି ଆୟୋଗର ପ୍ରମୁଖ ଯୋଜନା ବୋଲି କୁହାଯାଉଛି। ସେହିପରି ସମସ୍ତ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ନୋଟ୍‌ ମଧ୍ୟ ନୀତି ଆୟୋଗ ଦ୍ବାରା ତନ୍ନତନ୍ନ କରି ଅନୁଧ୍ୟାନ କରାଯାଇଥାଏ। ଅନ୍ୟପକ୍ଷରେ ପାଣ୍ଠି ଆବଣ୍ଟନରେ ଯୋଜନା ଆୟୋଗ ଭଳି ନୀତି ଆୟୋଗର କୌଣସି ଭୂମିକା ରହୁନାହିଁ। ଯୋଜନା ଆୟୋଗ ତୁଳନାରେ ନୀତି ଆୟୋଗର କ୍ଷମତା ଅଧିକ ଥିଲେ ମଧ୍ୟ ପାଣ୍ଠି ଆବଣ୍ଟନରେ କୌଣସି ଅବଦାନ ନ ଥିବାରୁ ସଂସ୍ଥା ପକ୍ଷରୁ ଦିଆଯାଉଥିବା ପରାମର୍ଶକୁ ମନ୍ତ୍ରଣାଳୟଗୁଡ଼ିକ ଯେତିକି ଗୁରୁତ୍ୱ ଦେବା କଥା ସେହି ଅନୁସାରେ ମିଳୁନାହିଁ ବୋଲି ଜଣାପଡିଛି। କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ରହିଥିବା ବିଭିନ୍ନ ସମ୍ପକର୍ର୍ରେ ଉନ୍ନତି ଆଣିବାରେ ନୀତି ଆୟୋଗର ଭୂମିକା ମଧ୍ୟ ସଫଳ ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଶେଷରେ ବଦଳିଗଲା ନିଷ୍ପତ୍ତି, ସ୍ଥଗିତ ହେଲା ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୯: ପ୍ରସ୍ତାବିତ ୩ ଦିନିଆ ବ୍ୟାଙ୍କ ଧର୍ମଘଟ ସ୍ଥଗିତ ହୋଇଯାଇଛି। ସୋମବାରଠାରୁ ହେବାକୁ ଥିବା ପ୍ରସ୍ତାବିତ ୩ ଦିନିଆ ସାରା ଭାରତୀୟ ବ୍ୟାଙ୍କ ଧର୍ମଘଟକୁ ସ୍ଥଗିତ ରଖାଯାଇଛି।…

୮% ମହଙ୍ଗା ହେବ ଗୃହୋପକରଣ, ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ

ନୂଆଦିଲ୍ଲୀ,୨୮ା୯: ସାଧାରଣତଃ ପାର୍ବଣ ସମୟରେ ଭାରତୀୟ ବଜାରରେ ଅଧିକ କାରବାର ହୋଇଥାଏ। କାରଣ ଦଶହରା ଏବଂ ଦୀପାବଳିରେ ଲୋକମାନେ ଅନେକ କିସମର ଗୃହ ଉପକରଣ ଏବଂ ଇଲେକଟ୍ରୋନିକ୍ସ…

ଆସନ୍ତାକାଲିଠାରୁ ୩ ଦିନ ବ୍ୟାଙ୍କ ହଡ଼ତାଳ: ଚାଲିବନି UPI , ATM? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୨୭।୯: ୨୮ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ୩ ଦିନ ପାଇଁ ଦେଶବ୍ୟାପୀ ବ୍ୟାଙ୍କ ହଡ଼ତାଳ ହେବାକୁ ଯାଉଛି। ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ୍ସ…

ଭାରତୀୟ ଟେଲିକମ୍ ଗ୍ରାହକଙ୍କ ପାଇଁ ବଡ଼ ଖବର: ଏବେ ବର୍ଷକୁ ୧୩ ନୁହେଁ, ୧୨ ଥର କରିବାକୁ ପଡ଼ିବ ରିଚାର୍ଜ

ନୂଆଦିଲ୍ଲୀ,୨୭।୯: ଭାରତୀୟ ଟେଲିକମ୍ ଗ୍ରାହକଙ୍କ ପାଇଁ ଏକ ଅତ୍ୟନ୍ତ ଖୁସିର ଖବର ସାମ୍ନାକୁ ଆସିଛି। କେନ୍ଦ୍ର ସରକାର ଏବଂ ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (TRAI) ଦେଶର…

ଏଣିକି ୨୮ଦିନିଆ ନୁହେଁ ୩୦ଦିନ ରହିବ ରିଚାର୍ଜ ପ୍ଲାନ! ସରକାର ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍‌ଲୀ,୨୭।୯: ଦେଶର କୋଟି କୋଟି ମୋବାଇଲ ଉପଭୋକ୍ତାଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ (TRAI) ନିୟମରେ ଏକ…

Amazon-Flipkart- JioMartକୁ ବଡ଼ ଝଟକା, ଗଣିବେ ଏତେ ଲକ୍ଷ ଲକ୍ଷ ଟଙ୍କାର ଜରିମାନା!

ନୂଆଦିଲ୍ଲୀ,୨୭।୯: ଅନଲାଇନ ଗ୍ରାହକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି। କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (CCPA) ଆମାଜନ (Amazon), ଫ୍ଲିପକାର୍ଟ (Flipkart) ଏବଂ ଜିଓମାର୍ଟ (JioMart)…

ଲିଟର ପିଛା ମାତ୍ର ୨୫ ଟଙ୍କାରେ ଚାଲିବ କାର୍‌; ବଡ଼ ଘୋଷଣା କଲେ ନୀତିନ ଗଡ଼କରୀ, ଅକ୍ଟୋବରରୁ…

ନୂଆଦିଲ୍‌ଲୀ,୨୭।୯: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଇଥାନଲକୁ ନେଇ ଏକ ନୂଆ ସ୍ୱପ୍ନ ଦେଖାଇଛନ୍ତି। ତାଙ୍କ କହିବା କଥା ହେଉଛି, ଅକ୍ଟୋବର ମାସରୁ ହିଁ…

ଅକ୍ଟୋବର ୨ରେ ଚାଲିବନି UPI! ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍‌ଲୀ,୨୭।୯: ୨ ତାରିଖରେ ଦେଶବ୍ୟାପୀ ‘ନୋ UPI ଡେ’ ପାଳନ ହେବା ନେଇ ମିଡିଆରେ ଯେଉଁ ଖବର ପ୍ରକାଶ ପାଇଛି ତାହା ସମ୍ପୂର୍ଣ୍ଣ ମିଛ। ଏଭଳି କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?