ନୀତି ଆୟୋଗକୁ ୬ ବର୍ଷ

ନୂଆଦିଲ୍ଲୀ,୩।୧: ୨୦୧୪-୧୫ ଆର୍ଥିକ ବର୍ଷ ସମୟରେ ନରେନ୍ଦ୍ର ମୋଦିଙ୍କ ପ୍ରଥମ ପାଳିର ପ୍ରଥମ ବର୍ଷରେ ଦୀର୍ଘ ୬ ଦଶନ୍ଧି ଧରି କାର୍ଯ୍ୟ କରୁଥିବା ଯୋଜନା ଆୟୋଗକୁ ଭାଙ୍ଗି ଦିଆଯାଇଥିଲା। ଯୋଜନା ଆୟୋଗର ନାମ ବଦଳାଇ ନୀତି ଆୟୋଗ (ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟଶନ ଫର୍‌ ଟ୍ରାନ୍ସଫର୍ମିଂ ଇଣ୍ଡିଆ) ନାମରେ ତାହାକୁ ଗଠନ କରାଗଲା। ଦେଶକୁ ନୂଆ ଦିଶା ଦେଖାଇବା ପାଇଁ ଏହା ଗଠନ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦି ୨୦୧୪ ସ୍ବାଧୀନତା ଦିବସରେ ଲାଲକିଲ୍ଲାରୁ ଉଦ୍‌ବୋଧନ ଦେଇ କହିଥିଲେ। ୨୦୧୫ ଜାନୟାରୀ ପହିଲାରେ ଏହା ଆନୁଷ୍ଟାନିକ ଭାବରେ ପ୍ରତିଷ୍ଠା ହୋଇଥିଲା। ଶୁକ୍ରବାର(ଚଳିତ ବର୍ଷ ୨୦୨୧) ଏହି ପ୍ରତିଷ୍ଠାନକୁ ୬ ବର୍ଷ ପୂରଣ ହୋଇଛି। ଏହି ସମୟ ମଧ୍ୟରେ ପ୍ରତିଷ୍ଠାନ ତା’ର ଲକ୍ଷ୍ୟ ହାସଲରେ କେତେ ସଫଳ ହୋଇଛି ତାହାକୁ ନେଇ ମଧ୍ୟ ବିଭିନ୍ନ ଫୋରମରେ ବିତର୍କ ଚାଲିଛି। ଏହି ଛଅ ବର୍ଷ ମଧ୍ୟରେ ନୀତି ଆୟୋଗ ବିଭିନ୍ନ ପ୍ରସଙ୍ଗରେ ଏକାଧିକ ରିପୋର୍ଟ ଦେବା ସହିତ ଲକ୍ଷ୍ୟ ହାସଲ ପାଇଁ ଅନେକ ଅଭିଳାଷ ମଧ୍ୟ ରଖିଛି ବୋଲି ଜଣାପଡିଛି। ସେଗୁଡ଼ିକ ମଧ୍ୟରେ ୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦୁଇଗୁଣ କରିବା, ୨୦୨୪ରେ ଦେଶରେ ଏକା ସାଙ୍ଗରେ ନିର୍ବାଚନ କରିବା, ୨୦୩୦ ସୁଦ୍ଧା ଦେଶରେ କେବଳ ବିଜୁଳି ଗାଡ଼ି ଚଳାଚଳ କରିବା, ୨୦୨୨ ସୁଦ୍ଧା ଦେଶର ନିବେଶ ହାରକୁ ୩୬%ରେ ପହଞ୍ଚାଇବା ଆଦି ଲକ୍ଷ୍ୟ ରହିଥିବା ସୂଚନା ମିଳିଛି। ସେହିଭଳି ନ୍ୟାଶନାଲ ମେଡିକାଲ କମିଶନ, ଜାତୀୟ ଶିକ୍ଷାନୀତି, ଆୟୁଷ୍ମାନ ଭାରତ ଭଳି ଗୁରୁତ୍ୱପୂର୍ଣ୍ଣ ଯୋଜନା ନୀତି ଆୟୋଗର ପ୍ରମୁଖ ଯୋଜନା ବୋଲି କୁହାଯାଉଛି। ସେହିପରି ସମସ୍ତ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ନୋଟ୍‌ ମଧ୍ୟ ନୀତି ଆୟୋଗ ଦ୍ବାରା ତନ୍ନତନ୍ନ କରି ଅନୁଧ୍ୟାନ କରାଯାଇଥାଏ। ଅନ୍ୟପକ୍ଷରେ ପାଣ୍ଠି ଆବଣ୍ଟନରେ ଯୋଜନା ଆୟୋଗ ଭଳି ନୀତି ଆୟୋଗର କୌଣସି ଭୂମିକା ରହୁନାହିଁ। ଯୋଜନା ଆୟୋଗ ତୁଳନାରେ ନୀତି ଆୟୋଗର କ୍ଷମତା ଅଧିକ ଥିଲେ ମଧ୍ୟ ପାଣ୍ଠି ଆବଣ୍ଟନରେ କୌଣସି ଅବଦାନ ନ ଥିବାରୁ ସଂସ୍ଥା ପକ୍ଷରୁ ଦିଆଯାଉଥିବା ପରାମର୍ଶକୁ ମନ୍ତ୍ରଣାଳୟଗୁଡ଼ିକ ଯେତିକି ଗୁରୁତ୍ୱ ଦେବା କଥା ସେହି ଅନୁସାରେ ମିଳୁନାହିଁ ବୋଲି ଜଣାପଡିଛି। କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ରହିଥିବା ବିଭିନ୍ନ ସମ୍ପକର୍ର୍ରେ ଉନ୍ନତି ଆଣିବାରେ ନୀତି ଆୟୋଗର ଭୂମିକା ମଧ୍ୟ ସଫଳ ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

UPI ନେଣଦେଣରେ PPI ଚାର୍ଜ କ’ଣ? କାହାର ଲାଭ-କାହାର କ୍ଷତି ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିକାଲି ସମୟରେ ୟୁପିଆଇ ନେଣଦେଣ ସାମାନ୍ୟ କଥାରେ ପରିଣତ ହୋଇଗଲାଣି। ରାସ୍ତାକଡ଼ ବୁଲା ବେପାରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌ରେ ମଧ୍ୟ ଏହାର...

୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୬।୪: ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ୍‌ କରିଦେଇଛି। ନିକଟରେ କାର୍ଡଗୁଡ଼ିକ ଜାରି କରାଯାଇଥିବା ବେଳେ ଭୁଲ ୟୁଜର୍ସ ଥିବା ମାମଲା...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri