ଖେଳ

ଇଂଲଣ୍ଡ-ଓ୍ବେଷ୍ଟଇଣ୍ଡିଜ ଦ୍ୱିତୀୟ ଟେଷ୍ଟ: ତୃତୀୟ ଦିନରେ ବାର୍ଷା ବାଧକ

ମାଞ୍ଚେଷ୍ଟର, ୧୮।୭- ବର୍ଷା କାରଣରୁ ଇଂଲଣ୍ଡ-ଓ୍ବେ୍‌ଷ୍ଟଇଣ୍ଡିଜ ଦ୍ୱିତୀୟ ଟେଷ୍ଟର ତୃତୀୟ ଦିବସ ଖେଳ ବାତିଲ ହୋଇଛି। ଇଂଲଣ୍ଡ ପ୍ରଥମ ଇନିଂସକୁ ୪୬୯/୯ରେ ଘୋଷଣା କରିଥିବାବେଳେ ଦ୍ୱିତୀୟ ଦିବସ ଶେଷସୁଦ୍ଧା ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଇନିଂସରେ ୧ ଉଇକେଟ ହରାଇ ୩୨ ରନ କରିଥିଲା।…

କରୋନା ଲାଗି ନିଜ ବ୍ୟାଟ୍‌, ଜର୍ସି ଦାନ କରିବେ ଏହି କ୍ରିକେଟର୍‌

ଜୋହାନ୍ସବର୍ଗ, ୧୮।୭- କରୋନା ମହାମାରୀ ଲାଗି ବିଶ୍ୱରେ ଅନେକ ଲୋକ ରୋଜଗାର ହରାଇଥିବାବେଳେ ଖାଇବାକୁ ନ ପାଇ ଅନେକଙ୍କ ଜୀବନ ମଧ୍ୟ ଯାଇଛି। ପୂର୍ବରୁ ଅନେକ କ୍ରୀଡ଼ାବିତ୍‌ କରୋନାକୁ ମୁକାବିଲା କରିବା ପାଇଁ ଯଥାସାଧ୍ୟ ସହାୟତାର ହାତ ବଢ଼ାଇଥିବାର ଦେଖିବାକୁ ମିଳିଥିଲା।…

କାହିଁକି ପ୍ରଶଂସକଙ୍କୁ ବ୍ୟାଟରେ ବାଡ଼େଇବାକୁ ଉଠିଥିଲେ ଇଞ୍ଜାମାମ

ନୂଆଦିଲ୍ଲୀ, ୧୮।୭- ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ଯେବେ ବି କ୍ରିକେଟ୍‌ ମ୍ୟାଚ୍‌ ଅନୁଷ୍ଠିତ ହୋଇଥାଏ ଏହା ବେଶ୍‌ ରୋମାଞ୍ଚକ ହୋଇଥାଏ। ସାରା ବିଶ୍ୱର କ୍ରିକେଟ୍‌ପ୍ରେମୀଙ୍କ ନଜର ସେତେବେଳେ ଏହି ମ୍ୟାଚ୍‌ ଉପରେ ଥାଏ। ମ୍ୟାଚ୍‌ ସମୟରେ ପଡ଼ିଆ…

୨୪ ବର୍ଷରେ ପାଦ ଥାପିଲେ ସ୍ମୃତି ମନ୍ଧାନା: ବିବାହ ପାଇଁ ରଖିଥିଲେ ଏହି ସର୍ତ୍ତ

ନୂଆଦିଲ୍ଲୀ, ୧୮।୭- ଭାରତୀୟ ମହିଳା କ୍ରିକେଟ୍‌ ଦଳର ଷ୍ଟାର୍‌ ଖେଳାଳି ସ୍ମୃତି ମନ୍ଧାନା ଶନିବାର ୨୪ ବର୍ଷରେ ପାଦ ଥାପିଛନ୍ତି। ଏହି ଅବସରରେ କ୍ରିକେଟ୍‌ ଜଗତର ବହୁ ଜଣାଶୁଣା ଖେଳାଳି ମନ୍ଧାନାଙ୍କୁ ଜନ୍ମଦିବସର ଅଭିନନ୍ଦନ ଜଣାଇଛନ୍ତି। ସେମାନଙ୍କ ମଧ୍ୟରେ ଯୁବରାଜ ସିଂ,…

ୟୁଏସ୍‌ ଆମେଚର ଗଲ୍ଫରେ ଭାଗ ନେବେ ଅନିକା

ନୂଆଦିଲ୍ଲୀ,୧୮।୭(ପି.ଟି.): ଭାରତୀୟ ଉଦୀୟମାନ ମହିଳା ଆମେଚର ଗଲ୍ଫର ଅନିକା ବର୍ମା ଏବେ ଏକ ବିଶ୍ୱସ୍ତରୀୟ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ଅଗଷ୍ଟ ୬ରୁ ୯ ତାରିଖ ମଧ୍ୟରେ ରକ୍‌ଭିଲେର ଉଡ୍‌ମୋଣ୍ଟ କଣ୍ଟ୍ରି କ୍ଲବ ନଥ କୋର୍ସରେ ଆୟୋଜନ ହେବାକୁ ଥିବା ୧୨୦ତମ…

୩ଟିସି ସଲିଡାରିଟି କପ୍‌ରୁ ଓହରିଲେ ଡିକକ୍‌

ଜୋହାନ୍ସବର୍ଗ,୧୮।୭(ପି.ଟି.): କାଇଟ୍ସ ଅଧିନାୟକ କ୍ୱିଣ୍ଟନ ଡିକକ୍‌ ୩ ଟିମ କ୍ରିକେଟ (୩ଟିସି) ସଲିଡାରିଟି କପ୍‌ର ପ୍ରାରମ୍ଭିକ ସଂସ୍କରଣରୁ ଓହରିଯାଇଛନ୍ତି। ଏହି କପ୍‌ ମାଧ୍ୟମରେ ଦକ୍ଷିଣ ଆଫ୍ରିକାକୁ ପୁଣି କ୍ରିକେଟ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛି। କୋଭିଡ୍‌- ୧୯ ମହାମାରୀ କାରଣରୁ ଦକ୍ଷିଣ ଆଫ୍ରିକା…

ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର ବେରୀ ଜର୍ମନଙ୍କ ପରଲୋକ

ଆଡିଲେଡ,୧୮।୭(ଏପି): ଅଷ୍ଟ୍ରେଲିଆର ପୂର୍ବତନ ଟେଷ୍ଟ ଉଇକେଟକିପର ତଥା ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ମ୍ୟାଚ୍‌ ରେଫରୀ ବେରୀ ଜର୍ମନ ପରଲୋକ ଗମନ କରିଛନ୍ତି। ୮୪ ବର୍ଷ ବୟସରେ ଶନିବାର ତାଙ୍କର ଦେହାନ୍ତ ହୋଇଛି ବୋଲି ସାଉଥ୍‌ ଅଷ୍ଟ୍ରେଲିଆନ କ୍ରିକେଟ ଆସୋସିଏଶନ…

ଭାରତ-ପାକିସ୍ତାନ ସୀମାରେ ଯବାନଙ୍କ ଭାଙ୍ଗଡ଼ା ନୃତ୍ୟ: ସାହସକୁ ସମ୍ନାନ ଜଣାଇଲେ ସେହଓ୍ବାଗ୍‌

ନୂଆଦିଲ୍ଲୀ, ୧୮।୭: ଭାରତ-ପାକିସ୍ତାନ ସୀମାରେ ଥିବା ଭାରତୀୟ ଯବାନଙ୍କ ନୃତ୍ୟ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ୪/୫ ଜଣ ଯବାନ ବିନ୍ଦାସ୍‌ ହୋଇ ପଞ୍ଜାବୀ ସୁପରହିଟ୍‌ ଗୀତ ‘ଦାରୁ ବଦନାମ କର ଦି’ ରେ…

ଟୋକିଓ ଅଲିମ୍ପିକ୍ସ କାର୍ଯ୍ୟସୂଚୀ ଅପରିବର୍ତ୍ତିତ ରହିବ

ଟୋକିଓ,୧୮।୭(ଏପି): ଟୋକିଓ ଅଲିମ୍ପିକ୍ସର କାର୍ଯ୍ୟସୂଚୀ ପ୍ରାୟ ଅପରିବର୍ତ୍ତତ ରହିବ। ଆସନ୍ତାବର୍ଷ ଆୟୋଜନ ହେବାକୁ ଥିବା ଏହି ବିଳମ୍ବିତ ମେଗା ଇଭେଣ୍ଟର ୪୨ଟି ଭେନ୍ୟୁକୁ ସୁରକ୍ଷିତ ରଖାଯାଇଛି। ସେହିପରି ଆଥଲେଟ୍ସ ଭିଲେଜ୍‌ ଓ ମୁଖ୍ୟ ପ୍ରେସ୍‌ ସେଣ୍ଟରକୁ ମଧ୍ୟ ବ୍ୟବସ୍ଥିତ କରାଯାଇଛି ଅଲିମ୍ପିକ୍ସ…

ଇଂଲଣ୍ଡରେ ଆସନ୍ତା ସପ୍ତାହରୁ ଦର୍ଶକଙ୍କୁ ଅନୁମତି

ଲଣ୍ଡନ, ୧୮ା୭ (ଏପି)-ଇଂଲଣ୍ଡରେ ଆସନ୍ତା ସପ୍ତାହରେ କେତୋଟି ସ୍ପୋଟର୍‌ସ ଇଭେଣ୍ଟରେ ଅଳ୍ପ କେତେଜଣ ଦର୍ଶକଙ୍କୁ ପରୀକ୍ଷାମୂଳକ ଭାବେ ଅନୁମତି ମିଳିବ। କରୋନା ଭାଇରସ୍‌ ପାଇଁ ଏଥିରେ କେତେକ ପ୍ରତିଷେଧକ ମୂଳକ ବ୍ୟବସ୍ଥା ଗ୍ରହଣ କରାଯିବ। ସଫଳ ହେଲେ ଅକ୍ଟୋବରରେ ଷ୍ଟାଡିୟମକୁ ଅଧିକ…

ଅଲିମ୍ପିକ ହକିରେ ଭାରତ ପ୍ରଥମେ ନ୍ୟୁଜିଲାଣ୍ଡକୁ ଭେଟିବ

ଲାଉସାନେ, ୧୮ା୭ (ପି.ଟି.)-ଟୋକିଓ ଅଲିମ୍ପିକ୍ସରେ ଆସନ୍ତା ବର୍ଷ ଜୁଲାଇ ୨୪ରେ ଭାରତୀୟ ପୁରୁଷ ହକି ଦଳ ଏହାର ପ୍ରଥମ ମ୍ୟାଚ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ। ଅନ୍ୟପକ୍ଷରେ ସେହିଦିନ ମହିଳା ଦଳ ଶକ୍ତିଶାଳୀ ନେଦରଲାଣ୍ଡ୍ସକୁ ଭେଟିବ। ୮ଥର ଚାମ୍ପିୟନ ଭାରତ କଷ୍ଟସାଧ୍ୟ ପୁଲ୍‌-ଏ’ରେ…

କେଣ୍ଟୁକି ହାର୍ଡକୋର୍ଟ ଟୁର୍ନାମେଣ୍ଟରେ ଖେଳିବେ ସେରେନା

ଲେକ୍ସିନଟନ (ୟୁଏସ୍‌),୧୭ା୭ (ଏପି)-ଆସନ୍ତା ମାସରେ କେଣ୍ଟୁକିଠାରେ ହେବାକୁଥିବା ଏକ ନୂଆ ହାର୍ଡକୋର୍ଟ ଟୁର୍ନାମେଣ୍ଟରେ ପ୍ରତିଯୋଗିତାମୂଳକ ଟେନିସକୁ ପ୍ରତ୍ୟାବର୍ତ୍ତନ କରିବା ଲାଗି ଯୋଜନା କରିଛନ୍ତି ସେରେନା ଓ୍ବିଲିୟମ୍ସ। ଫେବୃୟାରୀରେ ଯୁକ୍ତରାଷ୍ଟ୍ର ଆମେରିକା ତରଫରୁ ଫେଡ୍‌ କପ୍‌ ଖେଳିବା ପରେ ୨୩ଥର ଗ୍ରାଣ୍ଡସ୍ଲାମ ସିଙ୍ଗଲ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?