ସୁଇମିଂ ପୁଲ୍‌ରେ ବିରାଟ କୋହଲିଙ୍କ ମସ୍ତି

ଦୁବାଇ, ୧୬।୯: କରୋନା ଭାଇରସ୍‌ ମଧ୍ୟରେ ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ ଟୁର୍ନାମେଣ୍ଟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୩ତମ ସଂସ୍କରଣ ଆସନ୍ତା ୧୯ରୁ ୟୁଏଇରେ ଆରମ୍ଭ ହେବାକୁ ଯାଉଛି। କରୋନା ମହାମାରୀ ଲାଗି ଚଳିତ ବର୍ଷ ଆଇପିଏଲ୍‌କୁ ଭାରତରୁ ୟୁଏଇକୁ ସ୍ଥାନାନ୍ତର କରାଯାଇଛି। ଆଇପିଏଲ୍‌ ପ୍ରସ୍ତୁତି ଲାଗି ସମସ୍ତ ୮ଟି ଯାକ ଟିମ୍‌ ପ୍ରାୟ ଗୋଟିଏ ମାସ ପୂର୍ବରୁ ୟୁଏଇରେ ପହଞ୍ଚି ସାରିଛନ୍ତି। ୟୁଏଇରେ ଟାଣ ଖରାରେ ଅଭ୍ୟାସ କରିସାରିବା ପରେ ଖେଳାଳିମାନେ ସୁଇମିଂ ପୁଲ୍‌ରେ ମଜା ଉଠାଇବାର କୌଣସି ସୁଯୋଗ ହରାଇବାକୁ ଚାହୁଁନାହାନ୍ତି। ସୁଇମିଂ ପୁଲ୍‌ରେ ମସ୍ତି କରୁଥିବା ଖେଳାଳିଙ୍କ ମଧ୍ୟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲି ମଧ୍ୟ ସାମିଲ ହୋଇଛନ୍ତି। ପୁଲ୍‌ରେ ମଜା କରୁଥିବାର ଏକ ଭିଡିଓ କୋହଲି ତାଙ୍କ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ‘ସୁଇମିଂ ପୁଲ୍‌ ଲାଗି ବିଗତ ଦିନଗୁଡ଼ିକ ମଜାଦାର ରହିଥିଲା’ ବୋଲି କୋହଲି ଏହି ଭିଡିଓରେ କ୍ୟାପ୍‌ସନ ଦେଇଛନ୍ତି। କୋହଲିଙ୍କ ସମେତ ବାଙ୍ଗାଲୋରର ଅନ୍ୟ ସମସ୍ତ ଖେଳାଳିମାନେ ମଧ୍ୟ ପୁଲ୍‌ରେ ମଜା କରୁଥିବାର ଦେଖିବାକୁ ମିଳିଛି। ଏଠାରେ ଉଲ୍ଲେଖଯୋଗ୍ୟ, ବିରାଟଙ୍କ ନେତୃତ୍ୱରେ ବାଙ୍ଗାଲୋର ଚଳିତ ବର୍ଷ ଆଇପିଏଲ୍‌ ଚାମ୍ପିୟନ ହୋଇ ପ୍ରଥମଥର ଲାଗି ଟ୍ରଫି ଜିତିବା ଲକ୍ଷ୍ୟରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟର୍‌ଙ୍କ କାହାଣୀ ଶୁଣିଲେ ଆଖିଲେ ଆସିଯିବ ଲୁହ: ଆଇପିଏଲ୍‌ରେ କଲେ ଧମାକା

ମୁମ୍ବାଇ,୧୩।୪: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୧ (ଆଇପିଏଲ)ରେ ସୋମବାର ରାଜସ୍ଥାନ ରୟାଲ୍ସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ ଟକ୍କର ହୋଇଥିଲା। ଏହି ମ୍ୟାଚରେ କିଙ୍ଗ୍ସ ଏକାଦଶ...

ଟି-୨୦ ବିଜେତାଙ୍କ ଉପରେ ହେବ ଧନବର୍ଷା

ନୂଆଦିଲ୍ଲୀ,୧୦।୧୦: ଆଇସିସି ଟି -୨୦ ବିଶ୍ୱକପ ଆରମ୍ଭ ପାଇଁ ଆଉ କିଛି ଦିନ ବାକି ଅଛି। ୟୁଏଇ ଏବଂ ଓମାନରେ ଆୟୋଜିତ ହେବାକୁ ଥିବା ଆଇସିସିର...

ଅନୁଷ୍କାଙ୍କ ପାଇଁ କେକ୍‌ ତିଆରି କରିଥିଲେ ବିରାଟ

ନୂଆଦିଲ୍ଲୀ, ୨୬।୭: କରୋନା ମହାମାରୀ ଲାଗି ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଏବେ ଅଧିକାଂଶ ସମୟ ଘରେ ସ୍ତ୍ରୀ ତଥା ବଲିଉଡ୍‌ ଅଭିନେତ୍ରୀ...

ଛୁରା ମାଡ଼ରୁ ବର୍ତ୍ତିଲେ ଷ୍ଟାର ଫୁଟବଲ ଖେଳାଳି

ଲଣ୍ଡନ,୨୬।୭(ଏଏଫ୍‌ପି)- ଉତ୍ତର ଲଣ୍ଡନରେ ଆର୍ସେନାଲ ଫୁଟବଲର ମେସୁଟ ଓଜିଲ ଓ ସଇଦ କୋଲାସିନାକ ଛୁରା ମାଡ଼ରୁ ବର୍ତ୍ତି ଯାଇଛନ୍ତି। ସେଠାରେ ଗୁରୁବାର ସନ୍ଧ୍ୟାରେ ଦୁଇ ଜଣ...

୧୨ ରନ୍‌ରେ ହାଇଦ୍ରାବାଦକୁ ହରାଇଲା ଲକ୍ଷ୍ନୌ

ମୁମ୍ବାଇ,୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ସୋମବାର ୧୨ତମ ମ୍ୟାଚରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ୧୨ରନ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ହରାଇଛି। ଟସ୍‌ରେ ହାରି ପ୍ରଥମେ ବ୍ୟାଟିଂ କରି...

ପୂର୍ବତନ କ୍ରୀଡା ମନ୍ତ୍ରୀ ହେଲେ ମୁଖ୍ୟ କୋଚ

ନୂଆଦିଲ୍ଲୀ,୨୭।୭:ବେଙ୍ଗଲ କ୍ରିକେଟ ଆସୋସିଏସନ(ସିଏବି) ପୂର୍ବତନ କ୍ରିକେଟର ତଥା ରାଜନେତା ଲକ୍ଷ୍ମୀ ରତନ ଶୁକ୍ଲାଙ୍କୁ ଆସନ୍ତା ସିଜିନ ପାଇଁ ସିନିୟର ପୁରୁଷ ଦଳର ମୁଖ୍ୟ କୋଚ ଭାବରେ...

ପଡ଼ିଆ ବାହାରେ ବି ବଡ଼ ଉପଲବ୍ଧି ହାସଲ କଲେ ସଚିନ ତେନ୍ଦୁଲକର

ମୁମ୍ବାଇ,୧୭।୫: ପଡ଼ିଆରେ ଅନେକ ରେକର୍ଡ ସୃଷ୍ଟି କରିଥିବା ସଚିନ ତେନ୍ଦୁଲକରଙ୍କ ନାମରେ ଆଉ ଏକ ସଫଳତା ଯୋଡି ହୋଇଛି। ସେ କ୍ରମାଗତ ୨୦ ବର୍ଷ ପାଇଁ...

ଗାଙ୍ଗୁଲିଙ୍କ ପରିବାର ସଦସ୍ୟ କରୋନା ସଂକ୍ରମିତ

ନୂଆଦିଲ୍ଲୀ,୨୦।୬(ପି.ଟି.): ପୂର୍ବତନ ଅଧିନାୟକ ତଥା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ପରିବାରର କେତେଜଣ ସଦସ୍ୟ କରୋନା ଭାଇରସ ଦ୍ୱାରା ସଂକ୍ରମିତ...

Advertisement
Archives

Model This Week