Posted inଖେଳ

ପରିବାରର ବିରୋଧ ସତ୍ତ୍ୱେ ବିକିନି ପିନ୍ଧିଥିଲେ ଏହି ମହିଳା ଆଥଲେଟ୍‌: ହରଭଜନଙ୍କୁ କାନ୍ଧରେ ଉଠାଇ ଦେଖାଇଥିଲେ ଦମ୍‌

ନୂଆଦିଲ୍ଲୀ,୧୬।୯: ଏମ୍‌ଟିବି ରୋଡିଜ୍‌ ରାଇଜିଂ-୧୪ ଜିତି ଚର୍ଚ୍ଚାକୁ ଆସିଥିଲେ ହରିୟାଣାର ଶ୍ୱେତା ମେହତା। ଉକ୍ତ ଶୋ’ରେ ଖ୍ୟାତନାମା କ୍ରିକେଟର ହରଭଜନ ସିଂହଙ୍କୁ କାନ୍ଧରେ ଉଠାଇ ନେଇଥିଲେ ସେ। ଏହାପରେ ସେ ଗଣମାଧ୍ୟମର ଶିରୋନାମା ପାଲଟିଥିଲେ। ରୋଡିଜ୍‌ରେ ହରଭଜନଙ୍କ କାନ୍ଧରେ ଉଠାଇବା ପରେ ମୁଖ୍ୟ ରାଉଣ୍ଡକୁ ଚୟନ ହୋଇଥିଲେ ସେ।

ତେବେ ରାଜ୍ୟର ଫତେହାବାଦରେ ଶ୍ୱେତାଙ୍କ ଘର। ସେ ରୋଡିଜ୍‌ ସହ ଅନେକ ଫିଟ୍‌ନେସ୍‌ ଚାମ୍ପିଅନଶିପ୍‌ ଜିତି ସାରିଛନ୍ତି। ୨୦୧୬ରେ ଜେରାଇ ଓମ୍ୟାନ୍‌ ଫିଟନେସ୍‌ ମଡେଲ ଚାମ୍ପିଅନ୍‌ଶିପ୍‌ ଜିତିଥିଲେ ସେ। ଏବେ ତାଙ୍କୁ ବିଶ୍ୱର ଫିଟ୍‌ ଆଥଲେଟ୍‌ ଭାବେ ତାଙ୍କୁ ଗଣାଯାଏ।

ଶ୍ୱେତା ପେସାରେ ଜଣେ ଇଞ୍ଜିନିୟର। ପାଠପଢ଼ା ସରିବା ପରେ ଚାକିରି କରିବା ଲାଗି ସେ ବାଙ୍ଗାଲୋର ଚାଲିଯାଇଥିଲେ। ୫ ବର୍ଷ ଧରି ସେ ଚାକିରି ମଧ୍ୟ କରିଥିଲେ। ପରେ ସେ ଫିଟ୍‌ନେସ୍‌ ପ୍ରତି ଆକୃଷ୍ଟ ହୋଇଥିଲେ। ପରେ ସେ ୭୦ ହଜାର ଟଙ୍କାର ଚାକିରି ଛାଡ଼ି ଫିଟନେସ୍‌ ଜଗତରେ ନାମ କମାଇବାକୁ ଚାଲି ଆସିଥିଲେ। ପରିବାରଲୋକେ ପ୍ରଥମେ କିନ୍ତୁ ଏହାକୁ ଗ୍ରହଣ କରି ନ ଥିଲେ। ହେଲେ ପରେ ହଁ ଭରିଥିଲେ।

ବଡି ବିଲ୍ଡିଂ କରିବାକୁ ହେଲେ ବିକିନି ପିନ୍ଧିବା ଅନିବାର୍ଯ୍ୟ ଥିଲା। ଏନେଇ ପରିବାରଲୋକେ ମଧ୍ୟ ରାଜି ହୋଇ ନ ଥିଲେ। ହେଲେ ତାକୁ ଭ୍ରୁକ୍ଷେପ ନ କରି ସେ ବିକିନି ପିନ୍ଧିବାର ନିଷ୍ପତ୍ତି ନେଇଥିଲେ। ଏଥିସହ ଖାଇବା ପିଇବା ପ୍ରତି ଧ୍ୟାନ ଦେଇଥିଲେ। ଏବେ ସେ ଦୁନିଆର ଜଣେ ଲୋକପ୍ରିୟ ଆଥଲେଟ୍‌ ପାଲଟିଛନ୍ତି। ଇନ୍‌ଷ୍ଟାରେ ତାଙ୍କର ୪ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି। ଫିଟ୍‌ନେସ୍‌ ସମ୍ପର୍କିତ ଭିଡିଓ ସବୁବେଳେ ସେ ପୋଷ୍ଟ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇତିହାସ ରଚିଲା ଟିମ୍‌ ଇଣ୍ଡିଆ

ଥିରୁଭାନନ୍ତପୁରମ୍‌,୧୫।୧: ଥିରୁଭାନନ୍ତପୁରମ୍‌ରେ ଖେଳାଯାଇଥିବା ତୃତୀୟ ଦିନିକିଆରେ ଟିମ ଇଣ୍ଡିଆ ଇତିହାସ ସୃଷ୍ଟି କରିଛି। ଏହି ମ୍ୟାଚ୍‌ରେ ଟିମ ଇଣ୍ଡିଆ ୩୧୭ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି।...

ସୁଲିଭାନ୍‌ଙ୍କୁ ୬ଷ୍ଠ ବିଶ୍ୱ ସ୍ନୁକର ଟାଇଟଲ

ଓ୍ବାଶିଂଟନ, ୧୮ା୮ (ଏପି)-ରୋନି ଓ’ ସୁଲିଭାନ୍‌ ୪୪ ବର୍ଷ ବୟସରେ ୬ଷ୍ଠ ଥର ପାଇଁ ବିଶ୍ୱ ସ୍ନୁକର ଚାମ୍ପିୟନ ହୋଇଛନ୍ତି। ଫାଇନାଲରେ ସେ ଇଂଲଣ୍ଡର କିରେନ୍‌...

ବୁଣ୍ଡେସ୍‌ଲିଗା ଆରମ୍ଭ: ରେକର୍ଡ ଦର୍ଶକ

ବର୍ଲିନ, ୧୮ା୫ (ଏଏଫ୍‌ପି)-ବୁଣ୍ଡେସ୍‌ଲିଗା ଫୁଟ୍‌ବଲ ପୁନର୍ବାର ଶନିବାରଠାରୁ ଆରମ୍ଭ ହୋଇଛି। ମ୍ୟାଚଗୁଡ଼ିକ ରୁଦ୍ଧଦ୍ୱାରରେ ଖେଳାଯାଉଛି। ସ୍କାଏ ବ୍ରଡ୍‌କାଷ୍ଟର୍ସ ତରଫରୁ ଏହାର ସିଧାପ୍ରସାରଣ କରାଯାଉଛି। ଶନିବାର ରେକର୍ଡ...

ଅଂଶୁ କୁମାର ରନର୍ସଅପ୍‌

ଭୁବନେଶ୍ୱର, ୧୯ା୫ (ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ ମେଣ୍ଢାଶାଳସ୍ଥିତ ଗୁରୁକୁଳ ରିସୋଟର୍‌ସ ଟେନିସ୍‌ କମ୍ପ୍ଲେକ୍ସଠାରେ ଗୁରୁକୁଳ ଏଆଇଟିଏ-ଓଟିଏ ପୁରୁଷ ୧ ଲକ୍ଷ ଟେନିସ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି।...

ସିରିଜ୍‌ ଜିତିବାକୁ ହେଲେ ଏହି ଖେଳାଳିଙ୍କୁ ଚୁପ୍‌ ରଖ

ଲଣ୍ଡନ,୩୧।୮: ଆମକୁ ଟେଷ୍ଟ ସିରିଜ୍‌ ଜିତିବାକୁ ହେଲେ ଆଗାମୀ ଦୁଇ ଟେଷ୍ଟରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଚୁପ୍‌ ରଖିବାକୁ ପଡ଼ିବ। ଇଂଲଣ୍ଡ ଅଧିନାୟକ ଜୋ...

ଗେଣ୍ଡା ଫୁଲ୍‌ ଗୀତ ଗାଇବା ଅଭ୍ୟାସ କରୁଛନ୍ତି ଏହି କ୍ରିକେଟର

କରୋନା ଭାଇରସ୍‌ ଯୋଗୁ ଗତ ଦୁଇ ମାସ ହେବ କୌଣସି ମ୍ୟାଚ୍‌ ଆୟୋଜନ କରାଯାଇ ନାହିଁ। ଫଳରେ ଖେଳାଳିମାନେ ଲକ୍‌ଡାଉନ୍‌ରେ ନିଜ ପରିବାର ସହ ସମୟ...

ବଡ଼ କୀର୍ତ୍ତିମାନ ହାସଲ କଲେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ,୨୩।୧୧: ଆଇସିସି ଟି-୨୦ ର଼୍ୟାଙ୍କିଙ୍ଗ୍‌ରେ ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କ ଦବ୍‌ଦବା ଜାରି ରହିଛି। ସର୍ବଶେଷ ଆଇସିସି ର଼୍ୟାଙ୍କିଙ୍ଗରେ ସେ ମଧ୍ୟ ପ୍ରଥମ ସ୍ଥାନରେ...

ଦିନେ ବିକୁଥିଲେ ଗୁପ୍‌ଚୁପ୍‌, ଆଇପିଏଲରେ ୨.୪୦କୋଟି ଟଙ୍କାରେ ବିକ୍ରି ହେଲେ ଏହି ଖେଳାଳି

ମୁମ୍ବାଇ,୨୦।୧୨: ମୁମ୍ବାଇର ୧୭ ବର୍ଷୀୟ ଯୁବ ବ୍ୟାଟ୍ସମ୍ୟାନ୍‌ ଯଶସ୍ବୀ ଜଇସ୍ବାଲ୍‌ ଆଇପିଏଲରେ ୨.୪୦ କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି। ତାଙ୍କୁ ରାଜସ୍ଥାନ ରୟାଲ୍ସ ପକ୍ଷରୁ ନିଆଯାଇଛି।...

Advertisement
Archives

Model This Week